X

ଫ୍ୟାକ୍ଟ ଚେକ୍: କାର୍ବୋ ଭେଜିଟେବିଲିସ୍ ହୋମିଓପାଥି ଔଷଧ ମେଡିକାଲ୍ ଅକ୍ସିଜେନ୍ର ବିକଳ୍ପ ନୁହେଁ, ଭାଇରାଲ୍ ପୋଷ୍ଟର ଦାବି ଭ୍ରମାତ୍ମକ

ସିଦ୍ଧାନ୍ତ: କାର୍ବୋ ଭେଜିଟେବିଲିସ୍ ହୋମିଓପାଥି ଔଷଧ ମେଡିକାଲ ଅକ୍ସିଜେନ୍ର ବିକଳ୍ପ ହୋଇ ପାରିବ ନାହିଁ। ଭାଇରାଲ୍ ପୋଷ୍ଟ ଦାବିଗୁଡିକ ଭୁଲ୍।

  • By Vishvas News
  • Updated: May 31, 2021

ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ)। କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସମୟରେ ସୋସିଆଲ ମିଡିଆରେ ଏହା ସହ ଜଡ଼ିତ ଅନେକଗୁଡ଼ିଏ ବିଭ୍ରାନ୍ତିକର ଖବର ମଧ୍ୟ ସେୟାର କରାଯାଉଛି। ଏହିପରି ଏକ ପୋଷ୍ଟକୁ ଜଣେ ଉପଭୋକ୍ତା ହ୍ୱାଟ୍‌ସଆପ୍‌ରେ ବିଶ୍ୱାସ ନ୍ୟୁଜ୍ ସହିତ ସେୟାର କରିଛନ୍ତି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଯଦି କେହି ନିଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି, ତେବେ ଚିନ୍ତା କରିବାର କିଛି ନାହିଁ। ଦାବି ଅନୁଯାୟୀ, ହୋମିଓପାଥି ଔଷଧ କାର୍ବୋ ଭେଜିଟେବିଲିସ୍ 30 କିମ୍ବା 200 ପୋଟେନ୍‌ସିରେ 2-3 ବୁନ୍ଦା ଗ୍ରହଣ କରିବା ଦ୍ୱାରା ଅକ୍ସିଜେନ୍ ସ୍ତର ବଢ଼ିବାରେ ସାହାଯ୍ୟ କରେ। ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଔଷଧ ଏକ ହୋମିଓପାଥିକ ଅକ୍ସିଜେନ୍ ସିଲିଣ୍ଡର ଅଟେ। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ଭୁଲ୍ ପ୍ରମାଣିତ ହୋଇଛି। ହୋମିଓପାଥିର ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି ଯେ କାର୍ବୋ ୱେଜ୍ ଔଷଧ ଅମ୍ଳଜାନ ସ୍ତରକୁ ଉନ୍ନତ ନିଶ୍ଚୟ କରିପାରେ, କିନ୍ତୁ କେଉଁ ଔଷଧ ଦିଆଯିବା ଉଚିତ, ତାହା ରୋଗୀର ଲକ୍ଷଣ ଉପରେ ନିର୍ଭର କରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଔଷଧକୁ ଅକ୍ସିଜେନ୍ ସିଲିଣ୍ଡରର ବିକଳ୍ପ ଭାବରେ ବିବେଚନା କରାଯାଇପାରିବ ନାହିଁ।

କଣ ଭାଇରାଲ୍ ହେଉଛି

ବିଶ୍ୱାସ ନ୍ୟୁଜ୍ ଏହାର ହ୍ୱାଟ୍‌ସଆପ୍ ଆପ୍ ଚାଟବଟ୍ରେ ଉପଭୋକ୍ତାମାନଙ୍କଠାରୁ ଏକ ପୋଷ୍ଟ ପାଇଛି। ଏହି ପୋଷ୍ଟରେ ଲେଖା ଅଛି, ‘ କିଛି ଦିନ ହେଲା ଦେଶର ସମସ୍ତ ନ୍ୟୁଜ୍ ଚ୍ୟାନେଲରେ ଗୋଟିଏ ହିଁ ଗୁରୁତ୍ୱପୂର୍ଣ୍ଣ ଖବର ଚାଲିଛି … ଅକ୍ସିଜେନ୍ର ଅଭାବ … ଆପଣ ସମସ୍ତେ ମଧ୍ୟ ଦେଖିବେ … ଭୟ କରିବାର କିଛି ନାହିଁ … ଯାହାର ବି ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଉଛି ନିଶ୍ୱାସପ୍ରଶ୍ୱାସ ସମୟରେ କଷ୍ଟ ହେଉଛି!!! ଦୁଇ କିମ୍ବା ତିନି ବୁନ୍ଦା କାର୍ବୋ ଭେଜିଟେବିଲିସ୍ 30 କିମ୍ବା 200 (ହୋମିଓପାଥି ଔଷଧ) ଆପଣଙ୍କ ଜିଭରେ ରଖନ୍ତୁ ଏବଂ ତା’ପରେ ଫଳାଫଳ ଦେଖନ୍ତୁ .. ଏହି ଔଷଧକୁ ହୋମିଓପାଥିରେ ଅମ୍ଳଜାନ ସିଲିଣ୍ଡର କୁହାଯାଏ… ଏହା ଶରୀରରେ ଅମ୍ଳଜାନର ଆବଶ୍ୟକତାକୁ ପୂରଣ କରେ… ଏହା ପ୍ରତ୍ୟେକ ହୋମିଓପାଥି ଔଷଧ ଦୋକାନରେ ଉପଲବ୍ଧ। … ଯେଉଁମାନଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି… .ହୋମିଓପାଥିକ ଅମ୍ଳଜାନ ସିଲିଣ୍ଡର (CARBO VEG) ନିଜ ଘରେ ରଖିପାରିବେ… ବନ୍ଧୁଗଣ ପୁଣି ଦେଖାହେବ!

ପୋଷ୍ଟରେ ଲେଖାଯାଇଥିବା ଜିନିଷଗୁଡ଼ିକ ଫ୍ୟାକ୍ଟ ଚେକ୍ ଉଦ୍ଦେଶ୍ୟରେ ଅବିକଳ ଉପସ୍ଥାପନ କରାଯାଇଛି। ଫେସବୁକରେ ମଧ୍ୟ ଏହି ସମାନ ପୋଷ୍ଟ ଭାଇରାଲ୍ ହୋଇଥିବା ଆମେ ଦେଖିବାକୁ ପାଇଲୁ। ଫେସବୁକ୍ ବ୍ୟବହାରକାରୀ ନୀତେଶ ପିଲ୍ଲାଇ 26 ଏପ୍ରିଲ 2021 ରେ ଏହା ପୋଷ୍ଟ କରିଛନ୍ତି। ଆପଣ ଏଠାରେ କ୍ଲିକ୍ କରି ଏହି ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଦେଖିପାରିବେ

ତଦନ୍ତ

ବିଶ୍ୱାସ ନ୍ୟୁଜ୍ ସର୍ବପ୍ରଥମେ ଆବଶ୍ୟକ କୀୱର୍ଡ ସାହାଯ୍ୟରେ ଇଣ୍ଟରନେଟରେ କୋର୍ବୋ ଭେଜ୍ 30/200 ହୋମିଓପାଥି ଔଷଧ ବିଷୟରେ ଅନୁସନ୍ଧାନ ଆରମ୍ଭ କଲା। ଇଣ୍ଟରନେଟରେ ଆମେ କୌଣସି ନିର୍ଭରଯୋଗ୍ୟ ସୂଚନା ପାଇଲୁ ନାହିଁ ଯେ ଏହି ଔଷଧ ଅକ୍ସିଜେନ୍ର ସ୍ତରକୁ ବଢ଼ାଇପାରେ କିମ୍ବା ମେଡିକାଲ ଅକ୍ସିଜେନ୍ର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ।

ଅନୁସନ୍ଧାନ ସମୟରେ ଆମେ ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ର ଅଫିସିଆଲ୍ ୱେବସାଇଟ୍ରେ ଏକ ରିପୋର୍ଟ ପାଇଲୁ। ଏହି ରିପୋର୍ଟ ଅନୁଯାୟୀ, ଅନ୍ୟ ରୋଗ ସହିତ ପେଟର ପ୍ରଦାହ ଏବଂ ଗ୍ୟାସ୍ ସମସ୍ୟା କ୍ଷେତ୍ରରେ କାର୍ବୋ ଭେଜ୍ ପ୍ରଭାବଶାଳୀ ଅଟେ। କିନ୍ତୁ ଯେକୌଣସି ଔଷଧ ସେବନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଜରୁରୀ।

ଏହି ଭାଇରାଲ୍ ଦାବି ସମ୍ପର୍କରେ ବିଶ୍ୱାସ ନ୍ୟୁଜ୍ ଡକ୍ଟର ସଞ୍ଜୀବ କୋହଲିଙ୍କ ସହ ଯୋଗାଯୋଗ କରିଥିଲା। ସେ ଆମକୁ କହିଥିଲେ, ‘ଏହି ପୋଷ୍ଟ ଭ୍ରମାତ୍ମକ ଅଟେ। ଲକ୍ଷଣ ଉପରେ ନିର୍ଭର କରି ହୋମିଓପାଥିକ ଔଷଧ ବ୍ୟବହୃତ ହୁଏ। ଏହି ଔଷଧ ଅମ୍ଳଜାନର ବିକଳ୍ପ ହୋଇପାରିବ ନାହିଁ। ‘

ଆମେ ଏମ୍‌ଡି (ହୋମିଓପାଥି) ପ୍ରଫେସର ଡକ୍ଟର ଏ.କେ ଗୁପ୍ତାଙ୍କ ସହ ମଧ୍ୟ ଯୋଗାଯୋଗ କଲୁ। ସେ ଆମକୁ କହିଲେ, ରୋଗୀମାନେ ଶ୍ୱାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ ହୋମିଓପାଥିକ ଔଷଧ କାର୍ବୋ ଭେଜିଟେବିଲିସ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପରିକି ଚେତାଶୂନ୍ୟ ଅବସ୍ଥାରେ ରୋଗୀମାନେ ସ୍ୱାଭାବିକ ଅବସ୍ଥାକୁ ଫେରିଥିବା ଜଣାପଡିଛି। ଏହା ରୋଗୀମାନଙ୍କୁ ସହଜରେ ନିଶ୍ୱାସ ନେବାରେ ସାହାଯ୍ୟ କରେ। ତେଣୁ ଅମ୍ଳଜାନ ସ୍ତରକୁ ମଧ୍ୟ ଉନ୍ନତ କରେ। ଏସବୁ ସେତେବେଳେ ଘଟେ, ଯେତେବେଳେ ରୋଗୀମାନଙ୍କଠାରେ ଏପରି ଲକ୍ଷଣ ଥାଏ । କିନ୍ତୁ ଏହା ଅକ୍ସିଜେନ୍ ସିଲିଣ୍ଡର୍ର ବିକଳ୍ପ ହେବ ବୋଲି ଭାବିବା ଭୁଲ ଅଟେ। ଲକ୍ଷଣଗୁଡ଼ିକ ଭଲ ଭାବରେ ବୁଝିବା ଆବଶ୍ୟକ ଏବଂ ନିଜେ ନିଜେ ଔଷଧ ସେବନ କରିବା ଉଚିତ୍ ନୁହେଁ। କୌଣସି ସମସ୍ୟାର ଉପଯୁକ୍ତ ଚିକିତ୍ସା ପାଇଁ ଲୋକମାନେ ସେମାନଙ୍କ ହୋମିଓପାଥି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍। ‘

ଆମେ ଆପଣଙ୍କୁ କହି ରଖିବୁ ଯେ ନିକଟରେ ଏହିପରି ପୋଷ୍ଟଗୁଡିକ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଏସ୍ପିଡୋସ୍ପର୍ମା କ୍ୟୁ କୁ ଅମ୍ଳଜାନର ବିକଳ୍ପ ଭାବରେ ଉପସ୍ଥାପନ କରାଯାଇଥିଲା। ବିଶ୍ୱାସ ନ୍ୟୁଜ୍ ମଧ୍ୟ ଏହି ଔଷଧ ସମ୍ବନ୍ଧୀୟ ଦାବିଗୁଡ଼ିକର ସତ୍ୟାସତ୍ୟ ପ୍ରକାଶ କରିଛି। ସେ ସମ୍ପର୍କରେ କରାଯାଇଥିବା ଫ୍ୟାକ୍ଟ ଚେକ୍ ଏଠାରେ ନିମ୍ନରେ ଦେଖାଯାଇପାରିବ।

निष्कर्ष: ସିଦ୍ଧାନ୍ତ: କାର୍ବୋ ଭେଜିଟେବିଲିସ୍ ହୋମିଓପାଥି ଔଷଧ ମେଡିକାଲ ଅକ୍ସିଜେନ୍ର ବିକଳ୍ପ ହୋଇ ପାରିବ ନାହିଁ। ଭାଇରାଲ୍ ପୋଷ୍ଟ ଦାବିଗୁଡିକ ଭୁଲ୍।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later