ତଥ୍ୟ ଯାଞ୍ଚ : ଏଲନ ମସ୍କ କରି ନାହାଁନ୍ତି ଏହି ଭାଇରାଲ୍ ଟ୍ବିଟ୍, ପୋଷ୍ଟ ଭ୍ରମାତ୍ମକ ଅଟେ
ବିଶ୍ବାସ ନ୍ୟୁଜ୍ ଏହି ଟ୍ବିଟ୍ ର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଟ୍ବିଟ୍ ଏଲନ ମସ୍କଙ୍କ ଫେରିଫାଏଡ୍ ହ୍ୟାଣ୍ଡେଲରୁ କରାଯାଇ ନାହିଁ । ଟ୍ବିଟ୍ କୁ ଭାଇରାଲ୍ କରିଥିବା ହ୍ୟାଣ୍ଡେଲ୍ କୁ ସସପେଣ୍ଡ ମଧ୍ୟ କରାଯାଇଛି ।
- By Vishvas News
- Updated: November 23, 2022

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ଗତ କିଛି ଦିନରେ ଏଲନ ମସ୍କ ଟ୍ବିଟର କିଣିବା ଏବଂ ପୁଣି ଭେରିଫାଏଡ୍ ହ୍ୟାଣ୍ଡେଲ୍ ମାସକୁ 8 ଡଲାର୍ ଦେବା ନେଇ ସୋସିଆଲ୍ ମିଡିଆରେ ଥିବା ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରହିଛି । ଏହା ମଧ୍ୟରେ ଏଲନ ମସ୍କଙ୍କ ନାମରେ ଗୋଟିଏ ଭ୍ରମାତ୍ମକ ଟ୍ବିଟ୍ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ହିନ୍ଦୀରେ ଲେଖା ହୋଇଛି, “ट्विटर तेरे टुकड़ें होंगे ” ଗ୍ୟାଙ୍ଗକୁ ମଧ୍ୟ 8$ ଦେବାକୁ ହେବ । ଏହି ଟ୍ବିଟ୍ ର ସ୍କ୍ରିନ୍ ସଟ୍ ଫେସବୁକ୍, ଟ୍ବିଟର ଏବଂ ହ୍ବାର୍ଟସଆପ୍ ରେ ଭାଇରାଲ୍ ହେଉଛି । ବିଶ୍ବାସ ନ୍ୟୁଜ୍ ଯେତେବେଳେ ଏହି ଟ୍ବିଟ୍ ର ଅନୁସନ୍ଧାନ କରିଲା, ଆମେ ଜାଣିବାକୁ ପାଇଲୁ ଯେ ଏହି ଟ୍ବି୍ଟ୍ ଏଲନ୍ ମସ୍କଙ୍କ ଭେରିଫାଏଡ୍ ହ୍ୟାଣ୍ଡେଲ୍ ରୁ କରାଯାଇ ନାହିଁ । ଟ୍ବିଟ୍ କୁ ଭାଇରାଲ୍ କରିଥିବା ହ୍ୟାଣ୍ଡେଲ୍ ସସପେଣ୍ଡ ମଧ୍ୟ ହୋଇ ସାରିଛି ।
ଭାଇରାଲ୍ ପୋଷ୍ଟରେ ଅଛି କଣ ?
ଫେସବୁକ୍ ୟୁଜର୍ ଭାଇରାଲ୍ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି । ଏଥିରେ ଲେଖା ଥିଲା – ‘ट्विटर तेरे टुकड़ें होंगे’ ଗ୍ୟାଙ୍ଗକୁ ମଧ୍ୟ 8$ ଦେବାକୁ ହେବ ।
ପୋଷ୍ଟର ଆର୍କାଇବ୍ ଭର୍ସନ୍ ଏଠାରେ ଦେଖି ପାରିବେ ।
ଅନୁସନ୍ଧାନ
ଯେଉଁ ଟ୍ବିଟ୍ ର ସ୍କ୍ରିନସଟ୍ ଭାଇରାଲ୍ କରାଯାଉଛି, ତାହାର ୟୁଜର୍ ହ୍ୟାଣ୍ଡେଲ୍ ରେ @iawoolford ଲେଖା ହୋଇଥି ଏବଂ ଏଲନ୍ ମସ୍କ ଆଗରେ ଭେରିଫାଏଡ୍ ର ନୀଳ ଟିକ୍ ରହିଛି । ଏହା ବ୍ୟତୀତ, ପ୍ରୋଫାଇଲ୍ ଫଟୋ ମଧ୍ୟ ବର୍ତ୍ତମାନର ଏଲନ ମସ୍କଙ୍କ ଭଳି ରହିଛି ।

ଟ୍ବିଟରରେ @iawoolford ଖୋଜିବାରୁ ଆମକୁ ମିଳିଲା, ଏହି ହ୍ୟାଣ୍ଡେଲକୁ ସସପେଣ୍ଡ ମଧ୍ୟ କରାଯାଇ ସାରିଛି ।

ୱେବ୍ୟାକ୍ ମେସିନର ଆର୍କାଇଭରେ ଆମେ ଏହି ଟ୍ବିଟର ହ୍ୟାଣ୍ଡେଲକୁ ସର୍ଚ୍ଚ କରିଥିଲୁ ଏବଂ ଆମକୁ ଏହି ଭାଇରାଲ୍ ଟ୍ବିଟ୍ ମିଳିଥିଲା । ଏହା ଏକ ଭେରିଫାଏଡ୍ ଏକାଉଣ୍ଟ ଥିଲା, ଯାହା 2011ରେ ତିଆରି ହୋଇଛି ଏବଂ 91 ହଜାରରୁ ଅଧିକ ଏକାଉଣ୍ଟର ଫଲୋଅର୍ସ ଥିଲା । ତେବେ ୟୁଜର୍ ନେମ୍ ଏଲନ୍ ମସ୍କ ରଖିବା ଏବଂ ନକଲି କିମ୍ବା ଭ୍ରମାତ୍ମକ ଟ୍ବିଟ୍ କରିବା ପରେ ଏବେ ଏହି ଏକାଉଣ୍ଟ କୁ ସସପେଣ୍ଡ କରି ଦିଆଯାଇଛି ।
ନ୍ୟୁଜ୍ ସର୍ଚ୍ଚରେ ମିଳିଥିବା 5 ନଭେମ୍ବରର ଖବର ଅନୁଯାୟୀ, ‘ ଏଲନ୍ ମସ୍କ ନାମକ ଗୋଟିଏ କ୍ଲୋନ୍ ଏକାଉଣ୍ଟ ସମସ୍ତଙ୍କୁ ଚକ୍କିତ କରି ରଖିଥିଲା, କିନ୍ତୁ ଏହି ଏକାଉଣ୍ଟ ଏବେ ସସପେଣ୍ଡ ହୋଇଯାଇଛି । ’
ଇୟାନ୍ ଉଲୁଫୋର୍ଡ ଅଷ୍ଟ୍ରେଲିଆର ଏକ କଲେଜରେ ହିନ୍ଦୀ ପ୍ରଫେସର ଅଛନ୍ତି । ଟ୍ବିଟରରେ ତାଙ୍କ ଏକାଉଣ୍ଟ @iawoolford ହ୍ୟାଣ୍ଡେଲ ନାମରେ ରହିଛି । ସେ ଏହି ଏକାଉଣ୍ଟରୁ ଆଜି ଲଗାତାର ହିନ୍ଦୀରେ ଟ୍ବିଟ୍ କରୁଥିଲେ । ସେ ଭୋଜପୁରୀ ଲୋକପ୍ରିୟ ଗୀତ ଲଲିପପ୍ ଲାଗେଲୁର ଲିରିକ୍ସ ମଧ୍ୟ ଟ୍ବିଟ୍ କରିଥିଲେ । ଏହା ବ୍ୟତୀତ ତାଙ୍କ ଏକାଉଣ୍ଟରୁ “ट्विटर तेरे टुकड़े होंगे” ଗ୍ୟାଙ୍ଗକୁ ମଧ୍ୟ $8 ଦେବାକୁ ହେବ” ଭଳି ଟ୍ବିଟ୍ ମଧ୍ୟ କରାଯାଇଛି ।’ ସମ୍ପୂର୍ଣ୍ଣ ଖବର ଏଠାରେ ଏବଂ ଏଠାରେ ମଧ୍ୟ ପଢ଼ାଯାଇ ପାରିବ ।
ଦୈନିକ ଜାଗରଣର 7 ନଭେମ୍ବରରେ ଆମକୁ ଏହି ମାମଲା ସମ୍ବନ୍ଧୀୟ ଖବର ମିଳିଥିଲା । ଖବରକୁ ଏଠାରେ ପଢ଼ାଯାଇ ପାରିବ ।

ଏଲନ ମସ୍କ ମଧ୍ୟ 7 ନଭେମ୍ବରରେ ପାରୋଡ଼ି ହ୍ୟାଣ୍ଡେଲ୍ ବିଷୟରେ ଟ୍ବିଟ୍ କରିଛନ୍ତି । ଏହି ଟ୍ବିଟ୍ ତଳେ ଦେଖାଯାଇ ପାରିବ ।
ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ଏଲନ୍ ମସ୍କଙ୍କ ଭେରିଫାଏଡ୍ ଟ୍ହିଟର ହ୍ୟାଣ୍ଡେଲରେ ପହଞ୍ଚିଥିଲୁ । ସେଠାରେ ଆମକୁ ଭାଇରାଲ୍ ଟ୍ବିଟ୍ ଭଳି କୌଣସି ଟ୍ବିଟ୍ ମିଳି ନଥିଲା । ଏଲନ ମସ୍କଙ୍କ ଭେରିଫାଏଡ୍ ହ୍ୟାଣ୍ଡେଲ୍ @elonmusk ଅଟେ ଏବଂ ଏହି ହ୍ୟାଣ୍ଡେଲକୁ 114. 5 ମିଲିଅନ୍ ଲୋକ ଫଲୋ କରୁଛନ୍ତି ।
ଭାଇରାଲ୍ ହେଉଥିବା ନକଲି ଟ୍ବିଟ୍ କୁ ଆମେ ସାଇବର୍ ସିକ୍ୟୁରିଟି ବିଶେଷଜ୍ଞ ଆୟୁଷ ଭାରଦ୍ବାଜଙ୍କ ସହ ସେୟାର କରିଥିଲୁ । ସେ ଆମକୁ କହିଥିଲେ ଯେ, ପ୍ରାୟତଃ ଭେରିଫାଏଡ୍ ହ୍ୟାଣ୍ଡେଲ୍ ମଧ୍ୟ ନିଜ ନାମ ଯାଞ୍ଚ କରି ଅନ୍ୟ କାହା ନାମରେ ନିଜ ଏକାଉଣ୍ଟ ନାମ ରଖି ଦିଅନ୍ତି । ପ୍ରାୟତଃ ଏହା କୌଣସି ପ୍ରକାର ମତ କିମ୍ବା ମନ୍ତବ୍ୟ ରଖିବା ଉଦ୍ଦେଶ୍ୟରେ କରାଯାଇଥାଏ କିମ୍ବା ନକଲି ଖବର ପ୍ରସାରିତ କରିବା ଏହାର ଉଦ୍ଦେଶ୍ୟ ହୋଇଥାଏ । କିନ୍ତୁ ଟ୍ବିଟର ପଲିସି ଅନୁଯାୟୀ , କୌଣସି ଭେରିଫାଏଡ୍ ଏକାଉଣ୍ଟ୍ ନିଜର ୟୁଜର ନେମ୍ ବଦଳାଇ ପାରବ ନାହିଁ । ଏହା ବ୍ୟତୀତ, ଯେତେ ପାରୋଡ଼ି ହ୍ୟାଣ୍ଡେଲ୍ ରହଛି, ସେମାନଙ୍କ ବାୟୋରେ ପାରୋଡି ଲେଖା ରହିବା ଜରୁରୀ ଅଟେ । ଅନ୍ୟଥା ସେହି ଏକାଉଣ୍ଟ ମଧ୍ୟ ସସପେଣ୍ଡ କରିଦିଆଯିବ ।
ନକଲି ପୋଷ୍ଟକୁ ସେୟାର କରିଥିବା ଫେସବୁକ୍ ୟୁଜରଙ୍କର ଆମେ ସୋସିଆଲ୍ ସ୍କାନିଂ କରିଥିଲୁ । ୟୁଜରଙ୍କର16 ହଜାର ଫଲୋଅର୍ସ ଅଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ଏହି ଟ୍ବିଟ୍ ର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଟ୍ବିଟ୍ ଏଲନ ମସ୍କଙ୍କ ଫେରିଫାଏଡ୍ ହ୍ୟାଣ୍ଡେଲରୁ କରାଯାଇ ନାହିଁ । ଟ୍ବିଟ୍ କୁ ଭାଇରାଲ୍ କରିଥିବା ହ୍ୟାଣ୍ଡେଲ୍ କୁ ସସପେଣ୍ଡ ମଧ୍ୟ କରାଯାଇଛି ।
- Claim Review : ଏଲନ୍ ମସ୍କଙ୍କ ଟ୍ବିଟ୍
- Claimed By : ଅଞ୍ଜଲି ଭାରତ
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com