ତଥ୍ୟ ଯାଞ୍ଚ: ଜିମ୍ବାୱେର ନ୍ୟୁଜ୍ ଆଙ୍କରଙ୍କ ଭିଡିଓକୁ ଭୁଲ୍ ଦାବି ସହ ଟି- 20 ୱାର୍ଲଡ କପ୍ ସହ ଯୋଡ଼ି ସେୟାର୍ କରାଯାଉଛି
- By Vishvas News
- Updated: November 11, 2022

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ନ୍ୟୁଜ୍ ଆଙ୍କରଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଆଙ୍କର ବହୁତ ଜୋରରେ ହସୁଥିବା ଦେଖାଯାଉଛି । ଏହି ଭିଡିଓ ସେୟାର୍ କରି ଦାବି କରାଯାଉଛି ଯେ, ଆଙ୍କର ଜଣକ ଏଠାରେ 28 ଅକ୍ଟୋବରରେ ଜିମ୍ବାୱେ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି- 20 ୱାର୍ଲଡ କପ୍ ମ୍ୟାଚ୍ ସମ୍ବନ୍ଧୀୟ ଖବର ପଢୁଥିଲେ ।
ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହୋଇଛି । ଭାଇରାଲ୍ ଭିଡିଓର ଟି-20 ୱାର୍ଲଡ କପ୍ ସହ କୌଣସି ସମ୍ବନ୍ଧ ନାହିଁ । ଏହି ଭାଇରାଲ୍ ଭିଡିଓ ପ୍ରାୟ 2 ବର୍ଷ ତଳର । ଭିଡିଓରେ ଆଙ୍କର Akrobeto ୟୁରୋପିଆନ୍ ଫୁଟବଲ୍ ଲିଗ୍ ସମ୍ବନ୍ଧୀୟ ଖବର କହୁଥିଲେ । ଆଙ୍କର ଜଣକ ଫୁଟବଲ୍ କ୍ଲବ୍ ଗୁଡ଼ିକର ନାମ ସଠିକ ଭାବେ ଉଚ୍ଚାରଣ କରିପାରି ନଥିଲେ ଏବଂ ହସିବାକୁ ଲାଗିଥିଲେ ।
କଣ ଅଛି ଭାଇରାଲ୍ ପୋଷ୍ଟରେ ?
ଫେସବୁକ୍ ୟୁଜର୍ ବଶୀର୍ ଭାଇରାଲ୍ ଭିଡିଓ ସେୟାର୍ କରି ଇଂରାଜୀରେ ଶୀର୍ଷକ ଲେଖିଛନ୍ତି, “ ଜିମ୍ବାୱେ ନ୍ୟୁଜ୍ ଆଙ୍କର ଟି- 20 ୱାର୍ଲଡ୍ କପ୍ ରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ଆଜିର ମ୍ୟାଚ୍ ପରେ ଖବର ପଢିଲା ବେଳେ ହସି ଦେଲେ ।”
ସୋସିଆଲ୍ ମିଡିଆରେ ଅନ୍ୟ ୟୁଜର୍ ଏହି ପୋଷ୍ଟ ସହ ମେଳଖାଉଥିବା ଦାବିକୁ ସେୟାର୍ କରୁଛନ୍ତି । ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖା ଯାଇ ପାରିବ ।
ଅନୁସନ୍ଧାନ
ଆମେ ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଭିଡିଓରେ ଅନେକ କି ଫ୍ରେମ୍ ବାହାର କରିଥିଲୁ ଏବଂ ସେଗୁଡ଼ିକୁ ଗୁଗଲ୍ ରିଭର୍ସ ଇମେଜ୍ ସହାୟତାରେ ସର୍ଚ୍ଚ କରିଥିଲୁ । ଏହି ସମୟରେ ଆମକୁ ସମ୍ପୂର୍ଣ୍ଣ ଭିଡିଓ United Television Ghana ର ଔପଚାରିକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ 31 ଅକ୍ଟୋବର 2020ରେ ଅପଲୋଡ୍ ହୋଇଥିବା ମିଳିଥିଲା ।
ଭିଡିଓକୁ ସମ୍ପୂର୍ଣ୍ଣ ଦେଖି ଆମେ ଜାଣିଲୁ ଯେ, ଆଙ୍କରଙ୍କ ନାମ Akrobeto ଏବଂ ସେ ୟୁରୋପିଆଲ୍ ଫୁଟବଲ୍ ଲିଗ୍ ସମ୍ବନ୍ଧରେ କହୁଥିଲେ । ଆଙ୍କର ଜଣଙ୍କ ଇଂଲଣ୍ଡ ଏବଂ ଜର୍ମାନୀର ୟୁରୋପିଆଲ୍ ଫୁଟବଲ୍ କ୍ଲବ୍ ବିଷୟରେ କହୁଥିଲେ । ଏଥିପାଇଁ ସେ ଇଂଲଣ୍ଡ ଏବଂ ଜର୍ମାନୀର ୟୁରୋପିଆଲ୍ ଫୁଟବଲ୍ କ୍ବବ୍ ଗୁଡ଼ିକର ନାମ ପଢ଼ିବାକୁ ଆରମ୍ଭ କରିଥିଲେ । ଏ ସମୟରେ ଆଙ୍କର ଜଣଙ୍କ ‘Eintracht Frankfurt’ ନାମ ସଠିକ ଭାବେ ଉଚ୍ଚାରଣ କରି ପାରି ନଥିଲେ ଏବଂ ହସିବାକୁ ଲାଗିଥିଲେ ।
ଅଧିକ ସୂଚନା ପାଇଁ ଆମେ କ୍ରୀଡ଼ା ସାମ୍ବାଦିକ ବିପ୍ଳବ କୁମାରଙ୍କ ସହ ସଂପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ ଭାଇରାଲ୍ ଦାବି ଭୁଲ୍ ଅଟେ । ଭାଇରାଲ୍ ଭିଡିଓର ଟି-20 ୱାର୍ଲଡ କପ୍ ସହ କୌଣସି ସମ୍ବନ୍ଧ ନାହିଁ ।
ଭାଇରାଲ୍ ଭିଡିଓକୁ ଭ୍ରମାତ୍ମକ ଦାବି ସହ ସେୟାର୍ କରିଥିବା ଫେସବୁକ୍ ୟୁଜର୍ ବଶୀରଙ୍କ ପ୍ରୋଫାଇଲ୍ ଆମେ ସ୍କାନ୍ କରିଥିଲୁ । ଫେସବୁକ୍ ରେ ଏହି ୟୁଜରଙ୍କୁ 6 ହଜାର 4 ଶହରୁ ଅଧିକ ଲୋକ ଫଲୋ କରୁଛନ୍ତି । ପ୍ରୋଫାଇଲ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁଜର୍ ୟୁକେ ରେ ରୁହନ୍ତି ଏବଂ ଡିସେମ୍ବର 2010ରୁ ଫେସବୁକରେ ସକ୍ରିଅ ଅଟନ୍ତି ।
ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଜିମ୍ବାୱେ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି- 20 ୱାର୍ଲଡ୍ କପ୍ ମ୍ୟାଚ୍ କୁ ନେଇ ଭାଇରାଲ୍ ହେଉଥିବା ଦାବି ଭୁଲ୍ ପ୍ରମାଣିତ ହୋଇଥିଲା । ଭାଇରାଲ୍ ଭିଡିଓର ଟି- 20 ୱାର୍ଲଡ୍ କପ୍ ସହ କୌଣସି ସମ୍ବନ୍ଧ ନାହିଁ । ଭାଇରାଲ୍ ଭିଡିଓ ପ୍ରାୟ 2 ବର୍ଷ ପୁରୁଣା । ଭିଡିଓରେ ଆଙ୍କର Akrobeto ୟୁରୋପିଆନ୍ ଫୁଟବଲ୍ ଲିଗ୍ ସମ୍ବନ୍ଧୀୟ ଖବର କହୁଥିଲେ । ଆଙ୍କର ଫୁଟବଲ୍ କ୍ଲବ୍ ର ନାମ ଠିକ୍ ଭାବେ ଉଚ୍ଚାରଣ ନକରି ହସିବାରେ ଲାଗିଥିଲେ ।
- Claim Review : ଜିମ୍ବାୱେ ନ୍ୟୁଜ୍ ଆଙ୍କର ଟି – 20 ୱାର୍ଲଡ କପ୍ ରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ଆଜିର ମ୍ୟାଚ୍ ପରେ ଖବର ପଢିଲା ବେଳେ ହସିଦେଲେ ।
- Claimed By : ବଶୀର୍
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com