X
X

Fact Check: ଇଥିଓପିଆରେ ଆଗ୍ନେୟଗିରି ବିସ୍ଫୋରଣର ଭାଇରାଲ୍ ଭିଡିଓଟି ଏକ AI ଦ୍ୱାରା ସୃଷ୍ଟି କରାଯାଇଛି।

ବିଶ୍ୱାସ ନ୍ୟୁଜ୍‍ ତାର ଅନୁସନ୍ଧାନରେ ପାଇଲା ଯେ ଏହି ଭିଡିଓଟି ଅସଲି ନୁହେଁ। ଇଥିଓପିଆରେ ଆଗ୍ନେୟଗିରି ଉଦ୍‍ଗୀରଣ ହେଉଥିବା ଦର୍ଶାଇ ଭାଇରାଲ ହେଉଥିବା ଭିଡିଓଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି।

  • By: Umam Noor
  • Published: Dec 11, 2025 at 10:54 AM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଆଫ୍ରିକୀୟ ଦେଶ ଇଥିଓପିଆରେ ନଭେମ୍ବର 23 ତାରିଖରେ ଆଗ୍ନେୟଗିରି ବିସ୍ଫୋରଣ ହେବା ପରେ ଅନେକ ଦେଶର ଆକାଶରେ ପାଉଁଶର ଗୁଣ୍ଡ ଦେଖାଗଲା। ଏହି ଘଟଣା ସହିତ ଯୋଡ଼ି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦ୍ରୁତ ଗତିରେ ଲାଭା ଫାଟିବା ଦେଖାଯାଉଛି। ଅନେକ ଉପଭୋକ୍ତା ଏହି ଭିଡିଓକୁ ସତ ମାନି ସେୟାର କରୁଛନ୍ତି।

ବିଶ୍ୱାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ପାଇଛି ଯେ ଏହି ଭିଡିଓ ପ୍ରକୃତ ନୁହେଁ। ଇଥିଓପିଆରେ ଆଗ୍ନେୟଗିରି ବିସ୍ଫୋରଣ ହେବା ନେଇ ଭାଇରାଲ ହେଉଥିବା ଭିଡିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି।

କଣ ଭାଇରାଲ୍ ହେଉଛି?

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ‘Dr Nisar 4hmed’ ନଭେମ୍ବର 27 ତାରିଖରେ ଏକ ଭିଡିଓ ଅପଲୋଡ କରି ଲେଖିଛନ୍ତି, “ଇଥିଓପିଆର ପ୍ରାଚୀନ ହାଇଲି ଗୁବି ଆଗ୍ନେୟଗିରି 1200 ବର୍ଷ ପରେ ବିସ୍ଫୋରଣ ହୋଇଛି। ପ୍ରକୃତିର ଏହି ଅଦ୍ଭୁତ ଏବଂ ଭୟଙ୍କର ରୂପ।”

ପୋଷ୍ଟ ର ଆର୍କାଇବ୍ ଭର୍ସନକୁ ଏଠାରେ ଦେଖନ୍ତୁ।

ଅନୁସନ୍ଧାନ

ଆମର ଅନୁସନ୍ଧାନ ଆରମ୍ଭ କରି, ପ୍ରଥମେ ଆମେ ଭାଇରାଲ୍ ଭିଡିଓକୁ ଧ୍ୟାନର ସହିତ ଦେଖିଲୁ। ଭିଡିଓରେ ଆମେ ଗୁବାରର ସ୍ପଷ୍ଟତା ଏବଂ ଲାଭା ଫାଟିବା ଅତି ସ୍ପଷ୍ଟ ଭାବରେ ଦେଖିବାକୁ ପାଇଲୁ। ଯେଉଁଥିପାଇଁ ଏହି ଭିଡିଓଟି AI ଦ୍ୱାରା ତିଆରି ହୋଇଥିବାର ସନ୍ଦେହ ହେଲା।

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ହାଇଭ୍ ମଡରେସନ୍ ଟୁଲ୍ ସାହାଯ୍ୟରେ ଭିଡିଓ ଯାଞ୍ଚ କଲୁ। ଏହି ଟୁଲ୍ AI ଦ୍ୱାରା ତିଆରି ହେବାର ସମ୍ଭାବନା 99.3% ଦର୍ଶାଇଛି।

ସେହିଭଳି ଆମେ ଭିଡିଓର ସ୍କ୍ରିନସଟ୍କୁ ସାଇଟ୍ ଇଞ୍ଜିନ୍ ଟୁଲ୍ ସହିତ ମଧ୍ୟ ଯାଞ୍ଚ କଲୁ। ଏହି ଟୁଲ୍ ସ୍କ୍ରିନସଟକୁ 99 ପ୍ରତିଶତ ଏଆଇ ଦ୍ୱାରା ନିର୍ମିତ ବୋଲି ଦର୍ଶାଇଛି।

ଏଆଇ ଫଟୋ ଯାଞ୍ଚ କରୁଥିବା ଟୁଲ୍ decopy ରେ ମଧ୍ୟ ଆମେ ଭିଡିଓର ସ୍କ୍ରିନସଟକୁ ଅପଲୋଡ୍ କଲୁ। ଏଠାରେ ଏହା 93 ପ୍ରତିଶତ ଏଆଇ ଦ୍ୱାରା ନିର୍ମିତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଭାଇରାଲ୍ ଭିଡିଓ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ଆମେ ଏଆଇ ବିଶେଷଜ୍ଞ ଅଜହର ମାଚଭେଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି, “ଭିଡିଓରେ ଅନେକ ବୈଷୟିକ ସଙ୍କେତ ଦେଖିବାକୁ ମିଳୁଛି, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହା ପ୍ରକୃତ ନୁହେଁ। ଲାଭାର ଗତି ଏକ ପ୍ରକୃତ ଆଗ୍ନେୟଗିରି ବିସ୍ଫୋରଣ ସହିତ ମେଳ ଖାଉ ନାହିଁ। ଏହା ଏକ ଏଆଇ ଦ୍ୱାରା ନିର୍ମିତ ଭିଡିଓ ଅଟେ।

ଏହା ପରେ ଆମେ ନ୍ୟୁଜ୍ ସର୍ଚ୍ଚ କରିବା ସମୟରେ ଇଥିଓପିଆରେ ଥିବା ଏକ ଆଗ୍ନେୟଗିରି ବିସ୍ଫୋରଣ ବିଷୟରେ ସର୍ଚ୍ଚ କଲୁ। ବିବିସିର ଖବର ଅନୁସାରେ, “ଇଥିଓପିଆର ଆଫାର ଅଞ୍ଚଳରେ ଥିବା ହାୟଲି ଗୁବି ଆଗ୍ନେୟଗିରି ରବିବାର ସକାଳେ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ମିଡିଆ ଅନୁସାରେ, ଏହାଦ୍ୱାରା ଆଖପାଖ ଗାଁଗୁଡ଼ିକରେ ଧୂଳିର ଏକ ପରସ୍ତ ଜମି ଯାଇଥିଲା। ସ୍ମିଥସୋନିଆନ ଇନଷ୍ଟିଚ୍ୟୁଟର ଗ୍ଲୋବାଲ ଭୋଲକାନିଜମ ପ୍ରୋଗ୍ରାମ ଅନୁସାରେ, ଗତ 12,000 ବର୍ଷ ମଧ୍ୟରେ ହାୟଲି ଗୁବି ଆଗ୍ନେୟଗିରିର ବିସ୍ଫୋରଣର ଏହା ପ୍ରଥମ ଘଟଣା ଅଟେ।”

ଏବେ ଫେକ୍ ପୋଷ୍ଟ ଶେୟାର କରୁଥିବା ଇନଷ୍ଟାଗ୍ରାମ ୟୁଜର ‘Dr Nisar 4hmed’ଙ୍କ ସୋସିଆଲ ସ୍କାନିଂ କରିବାର ସମୟ ଥିଲା। ଆମେ ଦେଖିଲୁ ଯେ ୟୁଜରଙ୍କୁ ଏକ ଲକ୍ଷରୁ ଅଧିକ ୟୁଜର ଫଲୋ କରୁଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍‍ ତାର ଅନୁସନ୍ଧାନରେ ପାଇଲା ଯେ ଏହି ଭିଡିଓଟି ଅସଲି ନୁହେଁ। ଇଥିଓପିଆରେ ଆଗ୍ନେୟଗିରି ଉଦ୍‍ଗୀରଣ ହେଉଥିବା ଦର୍ଶାଇ ଭାଇରାଲ ହେଉଥିବା ଭିଡିଓଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି।

  • Claim Review : ଇଥିଓପିଆରେ ଆଗ୍ନେୟଗିରି ଉଦ୍‌ଗୀରଣର ଭିଡିଓ।
  • Claimed By : FB User- Dr Nisar 4hmed
  • Fact Check : False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later