X
X

Fact Check: ଅମିତ ଶାହ ଏକ ଆର୍ଥିକ ପ୍ଲାଟଫର୍ମର ପ୍ରଚାର କରୁଥିବାର ଭାଇରାଲ ଭିଡିଓ ଡିପ୍ ଫେକ୍ ଅଟେ

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ୟୁଜର୍ସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଭିଡିଓ ସେୟାର କରୁଛନ୍ତି, ଯେଉଁଥିରେ ସେ ଏକ ସରକାରୀ ଆର୍ଥିକ ଯୋଜନା ମାଧ୍ୟମରେ ସର୍ବନିମ୍ନ ₹22,000 ନିବେଶ ସହିତ ସପ୍ତାହକୁ ₹3 ଲକ୍ଷରୁ ଅଧିକ ରୋଜଗାର କରୁଥିବାର ଦାବି କରୁଥିବାର ଶୁଣାଯାଉଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ୟୁଜର୍ସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଭିଡିଓ ସେୟାର କରୁଛନ୍ତି, ଯେଉଁଥିରେ ସେ ଏକ ସରକାରୀ ଆର୍ଥିକ ଯୋଜନା ମାଧ୍ୟମରେ ସର୍ବନିମ୍ନ ₹22,000 ନିବେଶ ସହିତ ସପ୍ତାହକୁ ₹3 ଲକ୍ଷରୁ ଅଧିକ ରୋଜଗାର କରୁଥିବାର ଦାବି କରୁଥିବାର ଶୁଣାଯାଉଛି। ସୀମିତ ସିଟ୍ ସଂଖ୍ୟା ଉପଲବ୍ଧ ଥିବାର   ଉଲ୍ଲେଖ କରି, ଭିଡିଓରେ ଥିବା ଏକ ଲିଙ୍କ୍ ଲୋକଙ୍କୁ ଯଥାଶୀଘ୍ର ସାଇନ୍ ଅପ୍ କରିବାକୁ ପରାମର୍ଶ ଦେଉଛି।  

ବିଶ୍ୱାସ ନ୍ୟୁଜ୍ ତଦନ୍ତ କରି ଜାଣିପାରିଲା ଯେ ଏକ ସରକାରୀ ଆର୍ଥିକ ଯୋଜନାର ପ୍ରଚାର କରୁଥିବାର ଅମିତ ଶାହଙ୍କ ଏହି ଭିଡିଓ  ଡିପ୍ ଫେକ୍ ଅଟେ। ଏହି ଡିପ୍ ଫେକ୍ ଭିଡିଓ ଅକ୍ଟୋବର 2025ରେ ରେକର୍ଡ ହୋଇଥିବା ତାଙ୍କର ମୂଳ ଭିଡିଓରୁ ଭିଜୁଆଲ୍ ବ୍ୟବହାର କରି ତିଆରି କରାଯାଇଥିଲା।  

ଭାଇରାଲ୍ ଣ ହେଉଛି?

EMVE Consulting ନାମକ ଏକ ଫେସବୁକ୍ ପେଜ୍ ଭାଇରାଲ ଭିଡିଓକୁ ସେୟାର କରିଛି ଏବଂ ଏକ ଲିଙ୍କ୍ ମଧ୍ୟ ସେୟାର କରିଛି। ଭିଡିଓରେ ଅମିତ ଶାହଙ୍କୁ କହୁଥିବାର ଶୁଣାଯାଉଛି, “ମୋ ପାଖରେ ତୁମ ପାଇଁ ଏକ ଖୁସି ଖବର ଅଛି। ଆଜି ତୁମ ପାଇଁ ଭାରତର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହାୟତାରେ ବିକଶିତ ଏକ ସରକାରୀ ଯୋଜନାରେ ଅଂଶଗ୍ରହଣ କରିବାର ଏକ ଅନନ୍ୟ ସୁଯୋଗ ଅଛି, ଏବଂ ଏହା ତୁମର ଜୀବନକୁ ସବୁଦିନ ପାଇଁ ପରିବର୍ତ୍ତନ କରିପାରିବ। ମୁଁ ବ୍ୟକ୍ତିଗତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତ୍ୟେକଙ୍କୁ ପ୍ରତିମାସ ତିନି ଲକ୍ଷ ପଚାଶ ହଜାର ଟଙ୍କା ଦେବାର ଗ୍ୟାରେଣ୍ଟି ଦେଉଛି। ଏଗୁଡ଼ିକ କେବଳ ଶବ୍ଦ ନୁହେଁ; ଏହା ତୁମର ଜୀବନକୁ ପରିବର୍ତ୍ତନ କରିବାର ଏକ ପ୍ରକୃତ ସୁଯୋଗ। ତୁମକୁ କେବଳ ବାଇଶି ହଜାର  ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ତୁମେ କୌଣସି କାମ କିମ୍ବା ଆର୍ଥିକ ଜ୍ଞାନ ବିନା ପ୍ରତିମାସରେ ସହଜରେ ତିନି ଲକ୍ଷ ପଚାଶ ହଜାର ଟଙ୍କା ରୋଜଗାର କରିପାରିବ। ମୁଁ ବ୍ୟକ୍ତିଗତ ଭାବରେ ତୁମର ଟଙ୍କାର ସୁରକ୍ଷା ଏବଂ ତୁମର ତଥ୍ୟର ସମ୍ପୂର୍ଣ୍ଣ ଗୋପନୀୟତାର ଗ୍ୟାରେଣ୍ଟି ଦେଉଛି। ଏହି ସୁଯୋଗ ଭାରତର ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ, କିନ୍ତୁ ଏହାର ସଂଖ୍ୟା ସୀମିତ ଅଛି ।”  

ତଦନ୍ତ

ତଦନ୍ତ ଆରମ୍ଭ କରିବା ପୂର୍ବରୁ, ଆମେ ଭିଡିଓଟି ସତର୍କତାର ସହିତ ସମୀକ୍ଷା କରିଥିଲୁ ଏବଂ ଜାଣିଲୁ ଯେ ଅମିତ ଶାହଙ୍କ ସ୍ୱର ଅନେକ ସ୍ଥାନରେ ରୋବୋଟିକ୍ ଶୁଭୁଥିଲା। ଲିପ୍-ସିଙ୍କ ମଧ୍ୟ ଭୁଲ ଥିଲା।

କୀୱାର୍ଡ ସହିତ ସନ୍ଧାନ କରିବା ପରେ ମଧ୍ୟ, ଆମେ ଭାଇରାଲ୍ ଭିଡିଓରେ ଥିବା ଲାଭର ପ୍ରତିଶୃତି ଦେଉଥିବା କୌଣସି ସରକାରୀ ଆର୍ଥିକ ଯୋଜନା ପାଇଲୁ ନାହିଁ।

ଆମେ ଭାଇରାଲ୍ ଭିଡିଓ କ୍ଲିପର ମୂଳ ଭିଡିଓ ଖୋଜିବାକୁ ଚେଷ୍ଟା କରିଥିଲୁ। ସନ୍ଧାନରୁ ଜଣାପଡ଼ିଲା ଯେ 29 ଅକ୍ଟୋବର, 2025ରେ ଅମିତ ଶାହଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ଥିଲା। ଭିଡିଓଟି ବିହାରର ଦରଭଙ୍ଗାରେ ଏକ ନିର୍ବାଚନ ରାଲିରୁ ଥିଲା। ଅମିତ ଶାହ ଭାଇରାଲ୍ ଭିଡିଓରେ କୌଣସି ଶବ୍ଦ କହି ନଥିଲେ।

ଆମେ ତା’ପରେ ଭାଇରାଲ୍ ଭିଡିଓ କ୍ଲିପ୍ ଏଆଇ ଏଡ଼ିଟେଡ଼ ହେବାର ସମ୍ଭାବନା ଯାଞ୍ଚ କରିଥିଲୁ।

ଆମେ ବଫାଲୋ ବିଶ୍ୱବିଦ୍ୟାଳୟର ଡିପ୍ ଫେକ୍- ଓ-ମିଟର ବ୍ୟବହାର କରି ଭିଡିଓଟି ମଧ୍ୟ ପରୀକ୍ଷା କରିଥିଲୁ। ଟୁଲର ଅନେକ ସୂଚକ ଏଆଇ ହେରଫେରକୁ ନିଶ୍ଚିତ କରିଥିଲା।

ଭାଇରାଲ୍ ଭିଡିଓ ସମ୍ପର୍କରେ ଆମେ ଆମର ସହଯୋଗୀ, ଡ଼ିପଫେକ୍ସ ଆନାଲିସିସ ୟୁନିଟ (ଡ଼ିଏୟୁ) (ଟିଆଇଏର ଏକ ପଦକ୍ଷେପ) ସହିତ ଯୋଗାଯୋଗ କରିଥିଲୁ। ଡ଼ିଏୟୁରଏକ ଦଳ ହାଇଭ ଏଆଇ ଡ଼ିପଫେକ ଡ଼ିଟେକ୍ଟର ଟୁଲ ସହିତ ଭିଡିଓଟିକୁ ପରୀକ୍ଷା କରିଥିଲା। ଏହି ଉପକରଣ ଭିଡିଓର ଦୁଇଟି ଭାଗରେ ଅମିତ ଶାହଙ୍କ ମୁହଁର ଏଆଇ ହେରଫେରକୁ ସୂଚିତ କରିଥିଲା।

ଆଡ଼ଭାନ୍ସଡ଼ ଅଡିଓ ଡ଼ିପଫେକ ଡିଟେକ୍ସନ ଇଞ୍ଜିନ୍ ସହିତ ଏକ ସ୍ୱିସ୍ ଡିପ-ଟେକ୍ କମ୍ପାନୀ Aurigin.ai, ଅଡିଓ ଟ୍ରାକ୍ କୁ “ଆଂଶିକ ଭାବରେ AI ଦ୍ୱାରା ନିର୍ମିତ ” ବୋଲି ବର୍ଣ୍ଣନା କରିଥିଲା। 

ଆମେ ଭିଡିଓ ବିଷୟରେ ଏଆଇ ବିଶେଷଜ୍ଞ ଆଝାର ମାଚୱେଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି ଯେ ଭିଡିଓଟି ଏଆଇ ଦ୍ୱାରା ସୃଷ୍ଟି ହୋଇଥିଲା। 

ନକଲି ଭିଡିଓ ସେୟାର କରିଥିବା ୟୁଜର, EMVE Consultingର 100 ରୁ ଅଧିକ ଫଲୋଅର୍ସ ଅଛନ୍ତି।

ନିଷ୍କର୍ଷ: ଆମର ତଦନ୍ତରୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଏହି ଭିଡିଓ ଏକ ଡିପ୍ ଫେକ୍ ଅଟେ, ଯାହାକୁ AI ସାହାଯ୍ୟରେ ତିଆରି କରାଯାଇଛି। ମୂଳ ଭିଡିଓରେ, ଅମିତ ଶାହ ଏପରି କୌଣସି ସରକାରୀ ଯୋଜନା କିମ୍ବା ନିବେଶର ଉଲ୍ଲେଖ କରିନାହାଁନ୍ତି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later