X
X

Fact Check: ଆରସିବିର ବିଜୟ ପରେଡର ଭିଡିଓକୁ ବେଙ୍ଗାଲୁରୁରେ ‘ଭୋଟ ଚୋରି’ ଆନ୍ଦୋଳନର ବୋଲି କହି ମିଥ୍ୟା ପ୍ରଚାର କରାଯାଉଛି

ବିଶ୍ୱାସ ନ୍ୟୁଜ୍‌ ନିଜର ଅନୁସନ୍ଧାନରେ ପାଇଲା ଯେ ଭାଇରାଲ୍ ଦାବିଟି ଭୁଲ୍ ଅଟେ। ଭିଡିଓଟି ବାଙ୍ଗାଲୋରର ଅଟେ, କିନ୍ତୁ ଏହି ଭିଡିଓର ‘ଭୋଟ୍ ଚୋରି’ ବିରୋଧୀ ପ୍ରଦର୍ଶନ ସହିତ କୌଣସି ସମ୍ପର୍କ ନାହିଁ। ପ୍ରକୃତରେ ଏହି ଭିଡିଓଟି ଜୁନ୍ 2025ର ଅଟେ, ଯେତେବେଳେ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)ରେ ଜିତିବା ପରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବିଜୟ ପରେଡ୍ ବାହାର କରାଯାଇଥିଲା। ଭିଡିଓଟିକୁ ଏବେ ଭୁଲ୍ ଦାବି ସହିତ ଭାଇରାଲ୍ କରାଯାଉଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଭିଡିଓକୁ ସେୟାର କରି ଅନେକ ଉପଭୋକ୍ତା ଦାବି କରୁଛନ୍ତି ଯେ ବେଙ୍ଗାଲୁରୁରେ ‘ଭୋଟ ଚୋରି’ ବିରୋଧରେ ଲୋକମାନେ ବିରୋଧ କରୁଛନ୍ତି।

ବିଶ୍ୱାସ ନ୍ୟୁଜ୍‌ ନିଜର ଅନୁସନ୍ଧାନରେ ପାଇଲା ଯେ ଭାଇରାଲ୍ ଦାବିଟି ଭୁଲ୍ ଅଟେ। ଭିଡିଓଟି ବାଙ୍ଗାଲୋରର ଅଟେ, କିନ୍ତୁ ଏହି ଭିଡିଓର ‘ଭୋଟ୍ ଚୋରି’ ବିରୋଧୀ ପ୍ରଦର୍ଶନ ସହିତ କୌଣସି ସମ୍ପର୍କ ନାହିଁ। ପ୍ରକୃତରେ ଏହି ଭିଡିଓଟି ଜୁନ୍ 2025ର ଅଟେ, ଯେତେବେଳେ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)ରେ ଜିତିବା ପରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବିଜୟ ପରେଡ୍ ବାହାର କରାଯାଇଥିଲା। ଭିଡିଓଟିକୁ ଏବେ ଭୁଲ୍ ଦାବି ସହିତ ଭାଇରାଲ୍ କରାଯାଉଛି।

କଣ ଭାଇରାଲ୍ ହେଉଛି?

ଫେସବୁକ୍ ଉପଭୋକ୍ତା ‘Herosureshrock’ 29 ନଭେମ୍ବର 2025 ରେ ଭାଇରାଲ୍ ଭିଡିଓ ସେୟାର କରି ଲେଖିଛନ୍ତି, “ବେଙ୍ଗାଲୁରୁରେ ଭୋଟ୍ ଚୋରଙ୍କ ବିରୋଧରେ ଭାରତ ବନ୍ଦ ଆନ୍ଦୋଳନ”

ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ରେ  ଦେଖନ୍ତୁ।

ଅନୁସନ୍ଧାନ

ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଇନଭିଡ୍ ଟୁଲ୍ ସାହାଯ୍ୟରେ ଭିଡିଓର ଅନେକ କୀଫ୍ରେମ୍ ବାହାର କଲୁ ଏବଂ ସେଗୁଡ଼ିକୁ ଗୁଗୁଲ୍ ରିଭର୍ସ ଇମେଜ୍ ସାହାଯ୍ୟରେ ସର୍ଚ୍ଚ କଲୁ। ଭାଇରାଲ୍ ହେଉଥିବା ଭିଡିଓଟି ଆମକୁ ଅମ୍ପାୟାର ‘ରିଚାର୍ଡ କେଟେଲବରୋ’ଙ୍କ ଏକ୍ସ ହ୍ୟାଣ୍ଡେଲରେ ମିଳିଲା। ଭିଡିଓଟି 7 ଜୁନ୍ 2025ରେ ସେୟାର କରାଯାଇଥିଲା। ଭିଡିଓଟି ଆରସିବିର ପ୍ୟାରେଡ୍ ବୋଲି କୁହାଯାଇଛି।

https://twitter.com/RichKettle07/status/1931266159602782227

ଆମକୁ ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରେ ଭିଡିଓ ସହିତ ଜଡିତ ଫଟୋ ମିଳିଲା। ଜୁନ୍ 4, 2025 ରେ ସେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି, “ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଆଇପିଏଲ୍ 2025 ରେ ବିଜୟ ପାଇଁ ସମ୍ମାନିତ କରାଯିବା ପରେ ବିଧାନ ସୌଧ (ବିଧାନସଭା)ରେ ଉତ୍ସବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ହୋଇଥିଲା।”

ଭିଡିଓଟି ‘@Hemanthkumar1998’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ମିଳିଥିଲା। ଭିଡିଓଟି 5 ଜୁନ୍ 2025 ରେ ଅପଲୋଡ୍ କରାଯାଇଥିଲା। ଭିଡିଓଟି ବିଧାନ ସୌଧ (ବିଧାନସଭା)ର ବୋଲି କୁହାଯାଇଥିଲା, ଯେଉଁଠାରେ ଆରସିବି ଦଳର ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଆମକୁ ‘ଦୈନିକ ଭାସ୍କର’ର ୱେବସାଇଟରେ ଭିଡିଓ ସମ୍ବନ୍ଧିତ ଖବର  ମିଳିଲା। 6 ମାସ ତଳେ ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଛି, “ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବୁଧବାର ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର IPL 2025 ଟାଇଟଲ୍ ଜିତିବାର ଖୁସିରେ ବିଜୟ ଶୋଭାଯାତ୍ରା କରାଯାଇଥିଲା। ଏହି ସମୟରେ ଦଳାଚକଟାରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା, 33 ଜଣ ଆହତ ହୋଇଥିଲେ।” ଖବରରେ ଭିଡିଓ ସମ୍ବନ୍ଧିତ ଫଟୋଗୁଡ଼ିକ ମହଜୁଦ ଅଛି। ଏହି ଫଟୋଗୁଡ଼ିକୁ କର୍ଣ୍ଣାଟକ ବିଧାନସଭା ଭବନ ବାହାରେ ଉପସ୍ଥିତ ଥିବା ଭିଡ଼ ବୋଲି କୁହାଯାଇଛି।

ଭିଡିଓ ସହିତ ସମ୍ପର୍କିତ ଅନ୍ୟ ଖବର ଏଠାରେ ପଢ଼ନ୍ତୁ।

ଆମେ ଭିଡିଓଟିକୁ ବେଙ୍ଗାଲୁରୁର ସ୍ଥାନୀୟ ସାମ୍ବାଦିକ ୟାସିର ଖାନଙ୍କ ସହ ସେୟାର କରିଥିଲୁ। ସେ କହିଛନ୍ତି ଯେ ଭିଡିଓଟି ‘ଭୋଟ୍ ଚୋରି’ ଆନ୍ଦୋଳନର ଭୁଲ ଦାବି ସହିତ ସେୟାର କରାଯାଉଛି। ଭିଡିଓଟି ଆରସିବି ପ୍ୟାରେଡର ଅଟେ।

ଶେଷରେ ଆମେ ଭିଡିଓ ସେୟାର କରିଥିବା ଉପଭୋକ୍ତାଙ୍କ ଫେସବୁକ ଆକାଉଣ୍ଟ ସ୍କାନ କରିଥିଲୁ। ଆମେ ଦେଖିଲୁ ଯେ ଉପଭୋକ୍ତାଙ୍କୁ 16 ହଜାର ଲୋକ ଫଲୋ କରନ୍ତି।

ନିଷ୍କର୍ସ: ବିଶ୍ୱାସ ନ୍ୟୁଜ୍‍ ତାର ଅନୁସନ୍ଧାନରେ ପାଇଲା ଯେ ରାସ୍ତାରେ ଲୋକଙ୍କ ଭିଡ଼ର ଭାଇରାଲ୍‍ ଭିଡିଓକୁ ନେଇ କରାଯାଉଥିବା ଦାବିଟି ଭୁଲ୍‍ ଅଟେ। ଭିଡିଓର ‘ଭୋଟ୍‍ ଚୋରି’ ଆନ୍ଦୋଳନ ସହିତ କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ ଜୁନ୍‍ 2024ରେ ଆଇପିଏଲ୍‍ରେ ଜିତିବା ପରେ ବେଙ୍ଗାଲୁରୁରେ ହୋଇଥିବା ଆରସିବିର ବିଜୟ ପରେଡ଼ର ଅଟେ। ଭିଡିଓକୁ ଏବେ ଭୁଲ୍‍ ଦାବି ସହିତ ସେୟାର କରାଯାଉଛି। 

  • Claim Review : ବେଙ୍ଗାଲୁରୁରେ ‘ଭୋଟ ଚୋରି’ ବିରୋଧରେ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।
  • Claimed By : ଫେସବୁକ୍ ୟୁଜର୍ -Herosureshrock
  • Fact Check : False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later