Fact Check: ହଲାଲାକରିବା ପରେତାଙ୍କଶ୍ୱଶୁରଙ୍କସହବିବାହକରିବାକଥା କହୁଥିବାମହିଳାଙ୍କ ଏହିଭିଡିଓସ୍କ୍ରୀପ୍ଟେଡ ଅଟେ
ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଜାଣିପାରିଲା ଯେ ଏହି ଭିଡିଓଟି ପ୍ରକୃତରେ ସ୍କ୍ରୀପ୍ଟେଡ ଅଟେ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି।
- By: Pallavi Mishra
- Published: May 26, 2025 at 07:01 PM
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ)। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା କହୁଛନ୍ତି ଯେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସେ ତାଙ୍କ ଶ୍ୱଶୁରଙ୍କ ସହ ହଲାଲା କରିଛନ୍ତି ଏବଂ ଏବେ ସେ ତାଙ୍କ ଶ୍ୱଶୁରଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଅନେକ ଲୋକ ଭିଡିଓଟିକୁ ସତ ବୋଲି ଭାବି ସେୟାର କରୁଛନ୍ତି।
ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଭାଇରାଲ୍ ଦାବିଟି ନକଲି ବୋଲି ଜାଣିପାରିଲା। ପ୍ରକୃତରେ ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ, ଏହା କୌଣସି ସତ୍ୟ ଘଟଣା ନୁହେଁ।
ଭାଇରାଲ୍ ପୋଷ୍ଟ
ଫେସବୁକ୍ ପେଜ୍ Brahmanical Patriarchy 20 ମଇ, 2025 ରେ ଏହି ଭିଡିଓ ପୋଷ୍ଟ କରିଥିଲା (ଆର୍କାଇଭ୍ ଲିଙ୍କ୍) ଏବଂ ଲେଖିଥିଲା, “ଶ୍ୱଶୁର ହଲାଲା ପାଇଁ ପାଇଥିବା ବୋହୂକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, କିମ୍ବା ବୋହୂ ତାଙ୍କ ଶ୍ୱଶୁରଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ସ୍ୱାମୀଙ୍କ ଦ୍ୱାରା ଛାଡପତ୍ର ପରେ, 22 ବର୍ଷୀୟ ମହିଳା ତାଙ୍କ ଶ୍ୱଶୁରଙ୍କ ସହିତ ହଲାଲା କରିଥିଲେ। ସ୍ୱାମୀ ତାଙ୍କୁ ପୁଣି ବିବାହ କରିବାକୁ ଚାହାଁନ୍ତି, କିନ୍ତୁ ଏବେ ସେ ତାଙ୍କ 60 ବର୍ଷୀୟ ଶ୍ୱଶୁରଙ୍କ ସହିତ ରହିବାକୁ ଚାହାଁନ୍ତି। ଉଭୟେ କହି ଚାଲିଛନ୍ତି ଯେ ଏହା ଆଲ୍ଲାଙ୍କ ନିୟମ, ଆଲ୍ଲାଙ୍କ ନିୟମ।”

ଅନୁସନ୍ଧାନ
ଭାଇରାଲ୍ ଦାବିକୁ ଯାଞ୍ଚ କରିବା ପାଇଁ, ଆମେ ଭିଡିଓର ସ୍କ୍ରିନସଟ୍ର ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ଚଲାଇଥିଲୁ। ଆମେ ଏହି ସମ୍ପୂର୍ଣ୍ଣ ଭିଡିଓଟି 28 ଏପ୍ରିଲ୍ 2025ରେ Ashwani Pandey ନାମକ ଏକ YouTube ଚ୍ୟାନେଲରେ ଅପଲୋଡ୍ ହୋଇଥିବା ପାଇଲୁ।
ଭିଡିଓରେ 6-ସେକେଣ୍ଡ ଟାଇମ୍ ଷ୍ଟାମ୍ପରେ ଏକ ଡିସକ୍ଲେମର ପ୍ଲେଟ୍ ଦେଖାଯାଉଛି ଯେଉଁଥିରେ ଲେଖାଯାଇଛି:”ଏହି ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଏହି ଭିଡିଓଟି ଜାତି, ରଙ୍ଗ, ବଂଶ, ଜାତୀୟ ଉତ୍ପତ୍ତି, ଜାତିଗତ ପରିଚୟ, ବୟସ, ଧର୍ମ, ବୈବାହିକ କିମ୍ବା ପିତାମାତାଙ୍କ ସ୍ଥିତି, ଶାରୀରିକ କିମ୍ବା ମାନସିକ ଅକ୍ଷମତା, ଲିଙ୍ଗ, ଯୌନ ଆଭିମୁଖ୍ୟ, ଲିଙ୍ଗ ପରିଚୟ କିମ୍ବା ଅଭିବ୍ୟକ୍ତି ଉପରେ ଆଧାର କରି କାହାକୁ ଅପମାନିତ କିମ୍ବା ବଦନାମ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ।”


ଆମେ ଅଶ୍ୱନୀ ପାଣ୍ଡେଙ୍କ ଫେସବୁକ୍ ପେଜ୍ ମଧ୍ୟ ପାଇଲୁ, ଯେଉଁଥିରେ ଭାଇରାଲ ଭିଡିଓରେ ଦେଖାଯାଇଥିବା ଅଭିନେତାମାନଙ୍କର ଅଧିକ ଭିଡିଓ ଥିଲା। ପେଜ୍ ଡେସ୍କ୍ରିପ୍ସନ ଅନୁସାରେ ଏଥିରେ ପ୍ରାଙ୍କ୍ ଭିଡିଓ ଅଛି। ଏଠାରେ ମଧ୍ୟ, ଭିଡିଓରେ ଏକ ଡ଼ିସ୍କ୍ଲେମର ଅଛି ଯାହା ଦର୍ଶାଉଛି ଯେ ଏହା ସ୍କ୍ରୀପ୍ଟେଡ ଅଟେ।

ଏହି ବିଷୟରେ ନିଶ୍ଚିତକରଣ ପାଇଁ ଆମେ ସିଧାସଳଖ ଅଶ୍ୱିନୀ ପାଣ୍ଡେଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି, “ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ ଥିଲା ଏବଂ ଏହାକୁ ଅପଲୋଡ୍ କରିବା ସମୟରେ ଆରମ୍ଭରେ ଏକ ବର୍ଣ୍ଣନା ଦିଆଯାଇଥିଲା। ଭିଡିଓଟି ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା।”
ଆପଣଙ୍କୁ କହିରଖୁଛୁ ଯେ 22 ଅଗଷ୍ଟ 2017ରେ ସୁପ୍ରିମକୋର୍ଟ ତିନି ତଲାକକୁ ଖାରଜ କରିବା ସହିତ ଗୋଟିଏ ଥରରେ ତଲାକ ଦେବା ପ୍ରଥାକୁ ” ଅମାନ୍ୟ, ଅବୈଧ ଏବଂ ଅସାମ୍ବିଧାନିକ” ବୋଲି କହିଥିଲେ ଏବଂ ସଂସଦକୁ ଏହା ଉପରେ ଆଇନ ପ୍ରଣୟନ କରିବାକୁ କହିଥିଲେ ଏବଂ ତା’ପରେ ସଂସଦ ଏକ ଆଇନ ପ୍ରଣୟନ କରି ଏହାକୁ ନିଷିଦ୍ଧ କରିଥିଲା।
ଭାଇରାଲ୍ ପୋଷ୍ଟଟି ସେୟାର କରିଥିବା Brahmanical Patriarchy ପେଜ୍କୁ ଫେସବୁକରେ 1.75 ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି।
निष्कर्ष: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଜାଣିପାରିଲା ଯେ ଏହି ଭିଡିଓଟି ପ୍ରକୃତରେ ସ୍କ୍ରୀପ୍ଟେଡ ଅଟେ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି।
- Claim Review : ହଲାଲା ମାଧ୍ୟମରେ ପାଇଥିବା ବୋହୂକୁ ଛାଡିବାକୁ ଶ୍ୱଶୁର ପ୍ରସ୍ତୁତ ନୁହଁନ୍ତି, କିମ୍ବା ବୋହୂ ତାଙ୍କ ଶ୍ୱଶୁରଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି
- Claimed By : Facebook Page Brahmanical Patriarchy
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.











