Fact Check: ଅନିରୁଦ୍ଧାଚାର୍ଯ୍ୟଙ୍କ AI ଇମେଜ୍ ସେୟାର କରି ଲଣ୍ଡନରେ ଗିରଫଦାରୀର ମିଥ୍ୟା ଦାବି ଭାଇରାଲ୍
ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ନିକଟରେ ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କୁ ଯୋଡ଼ି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି।
- By: Sharad Prakash Asthana
- Published: Oct 10, 2025 at 05:05 PM
- Updated: Oct 10, 2025 at 05:13 PM
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ନିକଟରେ ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କୁ ଯୋଡ଼ି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଏଥିରେ ଏକ ଫଟୋ ସହିତ ଅଶ୍ଳୀଳ ଭାଷା ବ୍ୟବହାର କରି ଦାବି କରାଯାଇଛି ଯେ ଅନିରୁଦ୍ଧାଚାର୍ଯ୍ୟଙ୍କୁ ଲଣ୍ଡନ ପୋଲିସ ଗିରଫ କରିଛି। ଫଟୋରେ ଅନିରୁଦ୍ଧାଚାର୍ଯ୍ୟଙ୍କୁ ପୋଲିସ କର୍ମଚାରୀମାନେ ଧରିଥିବାର ଦେଖାଯାଉଛି।
ବିଶ୍ୱାସ ନ୍ୟୁଜ୍ ଏହାର ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ଭାଇରାଲ ଫଟୋଟି AI ଟୁଲ୍ ସାହାଯ୍ୟରେ ତିଆରି କରାଯାଇଛି। ଅନିରୁଦ୍ଧାଚାର୍ଯ୍ୟ ଲଣ୍ଡନରୁ ବୃନ୍ଦାବନ ଫେରି ଆସିଛନ୍ତି। ଲଣ୍ଡନରେ ତାଙ୍କର ଗିରଫଦାରୀ ଦାବି ମିଥ୍ୟା ଅଟେ।
ଭାଇରାଲ୍ ପୋଷ୍ଟ
ଫେସବୁକ୍ ଉପଭୋକ୍ତା ‘ସନ୍ତୋଷ କୁମାର ବୌଦ୍ଧ’ ଅକ୍ଟୋବର 2 ତାରିଖରେ ଏକ ଫଟୋ (आर्काइव लिंक) କରି ଲେଖିଛନ୍ତି, “…ବାବାଙ୍କୁ ଲଣ୍ଡନ ପୋଲିସ ଗିରଫ କରିଛି”
ଏକ୍ସ ୟୁଜର୍ Aarzoo Khurana ମଧ୍ୟ ସେପ୍ଟେମ୍ବର 27 ରେ ଏହି ଫଟୋକୁ ସେୟାର (आर्काइव लिंक) କରିଛନ୍ତି।
ଅନୁସନ୍ଧାନ
ଭାଇରାଲ୍ ଦାବିର ଯାଞ୍ଚ୍ କରିବା ପାଇଁ ଆମେ ସର୍ବପ୍ରଥମେ କୀୱାର୍ଡ଼ ଦ୍ଵାରା ଏହା ବିଷୟରେ ଗୁଗଲରେ ସର୍ଚ୍ଚ୍ କଲୁ, କିନ୍ତୁ ଏପରି କୌଣସି ମିଡିଆ ରିପୋର୍ଟ ମିଳିଲା ନାହିଁ। ଯଦି ଏପରି କିଛି ଘଟିଥାନ୍ତା ତେବେ ନିଶ୍ଚିତ ଭାବରେ ମିଡିଆରେ ଆସିଥାନ୍ତା।
ଏହା ପରେ ଆମେ ଅନିରୁଦ୍ଧାଚାର୍ଯ୍ୟଙ୍କ ଇନଷ୍ଟା ହ୍ୟାଣ୍ଡେଲ୍ aniruddhacharyajimaharajକୁ ସ୍କାନ୍ କଲୁ। ସେପ୍ଟେମ୍ବର 24 ତାରିଖରେ ଏହି ଆକାଉଣ୍ଟରୁ ଏକ ଭିଡିଓ ପୋଷ୍ଟ पोस्ट କରି ସୂଚନା ଦିଆଯାଇଥିଲା ଯେ ଏହା ଅନିରୁଦ୍ଧାଚାର୍ଯ୍ୟଙ୍କ ଲଣ୍ଡନରେ ପହଞ୍ଚିବାର ଭିଡିଓ ଅଟେ।

ଏହି ଆକାଉଣ୍ଟରୁ ତାଙ୍କର ଲଣ୍ଡନର ଆଉ କିଛି ଭିଡିଓ ପୋଷ୍ଟ କରାଯାଇଛି। ଅକ୍ଟୋବର 2 ତାରିଖରେ ଏହି ଆକାଉଣ୍ଟରୁ ଭିଡିଓ पोस्ट କରି ସୂଚନା ଦିଆଯାଇଛି ଯେ ସେ ବୃନ୍ଦାବନ ଫେରି ଆସିଛନ୍ତି।

ଏହା ପରେ ଆମେ ଭାଇରାଲ୍ ଫଟୋକୁ ଧ୍ୟାନ ଦେଇ ଦେଖିଲୁ। ଏଥିରେ ଦୁଇ ପୋଲିସ କର୍ମଚାରୀଙ୍କ ଆଖି ବନ୍ଦ ଅଛି। ଫଟୋରେ ବ୍ୟାକଗ୍ରାଉଣ୍ଡ ମଧ୍ୟ ଅସ୍ପଷ୍ଟ ଅଛି। ଏଥିରୁ ଆମକୁ ଏହା ଏଆଇ ଦ୍ୱାରା ନିର୍ମିତ ହୋଇଥିବା ସନ୍ଦେହ ହେଲା।
ଆମେ ଏହାକୁ ଏଆଇ ଇମେଜ ଡିଟେକ୍ସନ ଟୁଲ୍ ଡିକୋପି ଏବଂ ଅନଡିଟେକ୍ଟେବଲ୍ରୁ ଯାଞ୍ଚ କଲୁ। ଏଥିରେ ଡିକୋପି ଏହା 100 ପ୍ରତିଶତ ଏଆଇ ଦ୍ୱାରା ନିର୍ମିତ ହେବାର ସମ୍ଭାବନା ଜଣାଇଲା।

ଏହି ବିଷୟରେ ଆମେ ଅନିରୁଦ୍ଧାଚାର୍ଯ୍ୟଙ୍କ ପିଏ ବିକାଶ ପାଣ୍ଡେଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଅନିରୁଦ୍ଧାଚାର୍ଯ୍ୟ ବୃନ୍ଦାବନରେ ଅଛନ୍ତି ଏବଂ କଥା କରୁଛନ୍ତି। ତାଙ୍କ ନାମରେ ଅନେକ AI ଫଟୋ ଏବଂ ଭିଡିଓ ଭାଇରାଲ୍ କରାଯାଉଛି।
AI ଫଟୋ ସେୟାର କରି ମିଥ୍ୟା ଦାବି କରୁଥିବା यूजर ପ୍ରୋଫାଇଲକୁ ଆମେ ସ୍କାନ କରିଛୁ। ଏକ ନିର୍ଦ୍ଦିଷ୍ଟ ବିଚାରଧାରାରେ ପ୍ରଭାବିତ ଉପଭୋକ୍ତାଙ୍କର ପ୍ରାୟ 26 ହଜାର ଫଲୋଅର୍ସ ଅଛନ୍ତି।
ଫଳାଫଳ: ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟଙ୍କ ଏକ AI ଫଟୋ ଭାଇରାଲ୍ କରି ଲଣ୍ଡନରେ ତାଙ୍କୁ ଗିରଫ କରାଯାଇଥିବା ନେଇ ମିଥ୍ୟା ଦାବି କରାଯାଉଛି।
- Claim Review : ଅନିରୁଦ୍ଧାଚାର୍ଯ୍ୟଙ୍କୁ ଲଣ୍ଡନ ପୋଲିସ ଗିରଫ କରିଛି।
- Claimed By : FB User- ସନ୍ତୋଷ କୁମାର ବୌଦ୍ଧ
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.











