X
X

Fact Check: ଶାହାରୁଖ ଖାନ ଜେନ-ଜି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ନେପାଳ ଯାଇ ନଥିଲେ, ଭାଇରାଲ୍ ଦାବିଟି ନକଲି ଅଟେ

ବିଶ୍ୱାସ ନ୍ୟୁଜ ତଦନ୍ତ କରି ଭାଇରାଲ୍ ଦାବିଟି ମିଥ୍ୟା ବୋଲି ଜାଣିପାରିଲା। ଶାହାରୁଖ ଖାନଙ୍କ ନେପାଳ ଗସ୍ତ କରିବା ବିଷୟରେ ହେଉଥିବା ଭାଇରାଲ୍ ଦାବିଟି ନକଲି ଅଟେ। କିଛି ୟୁଜର ସୋସିଆଲ ମିଡିଆରେ ମିଥ୍ୟା ଦାବି ସେୟାର କରୁଛନ୍ତି। 

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ନେପାଳରେ ଜେନ-ଜି ବିରୋଧ ପରେ ପୂର୍ବତନ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ। ନେପାଳ ସହିତ ଯୋଡି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଦାବି କରାଯାଉଛି ଯେ ଅଭିନେତା ଶାହରୁଖ ଖାନ ନେପାଳ ସରକାରଙ୍କ ସହ କଥା ହେବାକୁ ଯାଇଛନ୍ତି। ଅନେକ ୟୁଜର ଏହି ଦାବିକୁ ସତ୍ୟ ବୋଲି ବିଶ୍ୱାସ କରି ସେୟାର କରୁଛନ୍ତି। 

ବିଶ୍ୱାସ ନ୍ୟୁଜ ତଦନ୍ତ କରି ଭାଇରାଲ୍ ଦାବିଟି ମିଥ୍ୟା ବୋଲି ଜାଣିପାରିଲା। ଶାହାରୁଖ ଖାନଙ୍କ ନେପାଳ ଗସ୍ତ କରିବା ବିଷୟରେ ହେଉଥିବା ଭାଇରାଲ୍ ଦାବିଟି ନକଲି ଅଟେ। କିଛି ୟୁଜର ସୋସିଆଲ ମିଡିଆରେ ମିଥ୍ୟା ଦାବି ସେୟାର କରୁଛନ୍ତି। 

ଭାଇରାଲ୍ ଣ ହେଉଛି?

ଇନଷ୍ଟାଗ୍ରାମ୍ ୟୁଜର anishkhan39283 ସେପ୍ଟେମ୍ବର 18, 2025 ରେ ଭିଡିଓଟି ସେୟାର କରି ଲେଖିଛନ୍ତି, “ଶାହାରୁଖ ଖାନ ବନ୍ଦ ହୋଇଥିବା 26 ଟି ଆପ୍ ବିଷୟରେ ସରକାରଙ୍କ ସହ କଥା ହେବା ପାଇଁ ନେପାଳରେ ପହଞ୍ଚିଛନ୍ତି। ଏହା ହେଉଛି ବାଦଶାହଙ୍କ ଶକ୍ତି।”

ସୋସିଆଲ ମିଡିଆରେ ଅନେକ ୟୁଜର ସମାନ ଦାବି ସହିତ ଏହି ଭିଡିଓଟି ସେୟାର କରିଛନ୍ତି। ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ।

ତଦନ୍ତ

ଭାଇରାଲ୍ ଦାବିର ଯାଞ୍ଚ ପାଇଁ, ଆମେ ସମ୍ବନ୍ଧିତ କୀୱାର୍ଡ ବ୍ୟବହାର କରି ଗୁଗୁଲ୍‌ରେ ସନ୍ଧାନ କରିଥିଲୁ। ଆମେ ଦାବିକୁ ସମର୍ଥନ କରୁଥିବା କୌଣସି ବିଶ୍ୱସନୀୟ ମିଡିଆ ରିପୋର୍ଟ ପାଇଲୁ ନାହିଁ। ଯଦି ଶାହରୁଖ ଖାନ ନେପାଳ ଗସ୍ତ କରିଥାନ୍ତେ, ତେବେ ଖବରଟି ବିଭିନ୍ନ ଖବର କାଗଜରେ ପୃଷ୍ଟା ମଣ୍ଡନ କରିଥାନ୍ତା। ତଥାପି, ଭାଇରାଲ ଦାବିକୁ ନିଶ୍ଚିତ କରୁଥିବା କୌଣସି ଖବର ପାଇଲୁ ନାହିଁ।

ଆମର ତଦନ୍ତର ଏକ ଅଂଶ ଭାବରେ, ଆମେ ଶାହରୁଖ ଖାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ସ୍କାନ କରିଥିଲୁ। ଆମେ ଶାହରୁଖ ଖାନଙ୍କ ନେପାଳ ଗସ୍ତ ସହିତ ଜଡିତ କୌଣସି ପୋଷ୍ଟ ମଧ୍ୟ ପାଇଲୁ ନାହିଁ।

Tweets by iamsrk

ଯାଞ୍ଚକୁ ଆଗକୁ ବଢ଼ାଇ, ଆମେ ଭିଡିଓର ସ୍କ୍ରିନସଟ୍ ବାହାର କରି ଗୁଗୁଲ୍ ଲେନ୍ସ ବ୍ୟବହାର କରି ସେଗୁଡ଼ିକୁ ଖୋଜିଥିଲୁ। ଆମେ The Tactical Dogout (Why don’t you follow? ନାମକ ଏକ ଏକ୍ସ ହ୍ୟାଣ୍ଡେଲରେ ଭିଡିଓଟି ପାଇଲୁ। ସେପ୍ଟେମ୍ବର 8, 2025 ରେ ସେୟାର କରାଯାଇଥିବା ଭିଡିଓଟି ଦାବି କରୁଛି ଯେ ଏହା ନେପାଳରେ ହୋଇଥିବା ପ୍ରତିବାଦର ଭିଡିଓ।

https://twitter.com/Shivansh_k_c/status/1964988107855704496

ଭାଇରାଲ୍ ଭିଡିଓ ସହ ଜଡିତ ଅନ୍ୟ ପୋଷ୍ଟଗୁଡ଼ିକ ଏଠାରେ ଦେଖନ୍ତୁ।

ଆମେ ଏହି ବିଷୟରେ ନେପାଳର ଜଣେ ବରିଷ୍ଠ ସ୍ୱାଧୀନ ସାମ୍ବାଦିକ ଅନୁଜ ଆରୋରାଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି ଯେ ଶାହରୁଖ ଖାନ ନେପାଳ ଗସ୍ତ କରି ନାହାଁନ୍ତି। ଭାଇରାଲ୍ ଦାବିଟି ମିଥ୍ୟା ଅଟେ।

ଆମେ ଶାହରୁଖ ଖାନଙ୍କ ପିଆର, ଶିଳ୍ପା ହାଣ୍ଡାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ, ସେ ମଧ୍ୟ ଏହି ଦାବିକୁ ଅସ୍ୱୀକାର କରିଥିଲେ।

ନେପାଳରେ ଜେନ-ଜି ଆନ୍ଦୋଳନ ପରେ, ସୋସିଆଲ ମିଡିଆରେ ଅନେକ ଦାବି ଭାଇରାଲ ହୋଇଥିଲା। ବିଶ୍ୱାସ ନ୍ୟୁଜ୍ ସେଗୁଡ଼ିକର ତଦନ୍ତ କରି ସତ୍ୟତା ପ୍ରକାଶ କରିଥିଲା। ବିଶ୍ୱାସ ନ୍ୟୁଜ୍ ୱେବସାଇଟରେ ଫ୍ୟାକ୍ଟ ଚେକ ରିପୋର୍ଟ ଗୁଡିକ ପଢ଼ନ୍ତୁ।

ଶେଷରେ, ଆମେ ପୋଷ୍ଟ ସେୟାର କରିଥିବା ୟୁଜରଙ୍କୁ ସ୍କାନ କରିଥିଲୁ। ଆମେ ଜାଣିଲୁ ଯେ ଇନଷ୍ଟାଗ୍ରାମରେ ସେହି ୟୁଜରଙ୍କୁ 923 ଜଣ ଲୋକ ଅନୁସରଣ କରୁଛନ୍ତି।

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜର ତଦନ୍ତରୁ ଜଣାପଡିଛି ଯେ ନେପାଳରେ ହୋଇଥିବା ଜେନ-ଜି ପ୍ରତିବାଦକୁ ଶାହରୁଖ ଖାନଙ୍କ ସହ ଯୋଡି ଭାଇରାଲ କରାଯାଉଥିବା ଦାବି ମିଥ୍ୟା ଅଟେ। ଶାହରୁଖ ଖାନ ନେପାଳ ଯାଇ ନଥିଲେ। ଲୋକମାନେ ସୋସିଆଲ ମିଡିଆରେ ମିଥ୍ୟା ଦାବି ସେୟାର କରୁଛନ୍ତି।

  • Claim Review : ଶାହାରୁଖ ଖାନ ନେପାଳ ସରକାରଙ୍କ ସହିତ କଥା ହେବାକୁ ଯାଇଛନ୍ତି।
  • Claimed By : ଇନଷ୍ଟାଗ୍ରାମ୍ ୟୁଜର -anishkhan39283
  • Fact Check : False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later