
ସୋସିଆଲ୍ ମିଡିଆରେ ଗୋଟିଏ ଭାଇରାଲ୍ ପୋଷ୍ଟରେ କିଛି ଲେଖା ସହ କ୍ଲୋରୋକ୍ସ ଲେବୁଲର ଗୋଟିଏ ଚିତ୍ର ଦେଖାଯାଉଛି ଦେଖାଉଛି ଯାହା ଦାବି କରୁଛି ଯେ କ୍ଲୋରୋକ୍ସ କରୋନାଭାଇରସ୍ ମାରୁଛି ଏବଂ କୌଣସି ନୂଆ କରୋନା ଭାଇରସ୍ ନାହିଁ । ବିଶ୍ବାସ ନ୍ୟୁଜ୍ ତାହା ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ସେହି ଭାଇରାଲ୍ ପୋଷ୍ଟଟି ବିଭ୍ରାନ୍ତିକର ।
ଦାବି
ଚେରିଲ୍ ରବିନସନ ମାନକ ଜଣେ ୟୁଜରଙ୍କ ଦ୍ବାରା ଫେସବୁକ୍ ରେ ସେୟାର୍ ହୋଇଥିବା ଭାଇରାଲ୍ ପୋଷ୍ଟ କହେ: “ ମୋର ଜଣେ ବନ୍ଧୁ ତାଙ୍କ କ୍ଲୋରୋକ୍ସ ୱାଇପ୍ ର ପଛ ପଟ ଦେଖିଥିଲେ ଏବଂ ଆପଣ ଜାଣନ୍ତି କି ଏହି ୱାଇପ୍ ମାରୁଥିବା ତାଲିକା ଭିତରେ ମାନବ କରୋନା ଭାଇରସ୍ ମଧ୍ୟ ରହିଛି । ତେଣୁ ମୋ କହିବା କଥା ହେଉଛି, ଯେପରି ମୁଁ ସନ୍ଦେହ କରିଥିଲି , ଏହା କାଣସି “ନୂଆ ଭାଇରସ୍” ନୁହେଁ ଯାହା ଗଣମାଧ୍ୟମ ଆମକୁ ବିଶ୍ବାସ କରାଇବାକୁ ଚାହୁଁଛି।” ଏହି ପୋଷ୍ଟରେ ଥିଲା କ୍ଲୋରୋକ୍ସର ଗୋଟିଏ ଚିତ୍ର ଯେଉଁଥିର ଉଲ୍ଲେଖ ଥିଲା କ୍ଲୋରୋକ୍ସ ହ୍ୟୁମାନ କରୋନା ଭାଇରସ୍ କୁ ମାରିଥାଏ । ଏହି ପୋଷ୍ଟର ଆର୍କାଇଭ୍ ସଂକଳନ ଏଠାରେ ଯାଞ୍ଚ କରି ହେବ ।
ଅନୁସନ୍ଧାନ
ନୋଭଲ୍ କରୋନା ଭାଇରସ୍ ରୋଗୀଙ୍କ ବୃଦ୍ଧି ସହ, ଏ ନେଇ ଭୁଲ୍ ସୂଚନା ମଧ୍ୟ ବଢ଼ୁଛି । ଗୋଟିଏ ଫେସବୁକ୍ ପୋଷ୍ଟ କ୍ଲୋରୋକ୍ସ କୀଟାଣୁନାଶକ ୱାଇପ୍ ଲେବୁଲ୍ ରେ ଥିବା ହ୍ୟୁମାନ୍ କରୋନା ଭାଇରସ୍ ଉପରେ ହାଇଲାଇଟ୍ କରୁଛି ଏବଂ କହୁଛି ଯେହେତୁ ପୂର୍ବରୁ କ୍ଲୋରୋକ୍ସ ଲେବୁଲ୍ ରେ କରୋନା ଭାଇରସ୍ ବିଷୟରେ ଉଲ୍ଲେଖ ହୋଇଛି ସେଥିପାଇଁ କୌଣସି ନୂଆ ଭାଇରସ୍ ନାହିଁ ।
ବିଶ୍ବାସ ନ୍ୟୁଜ୍ ଯେତେବେଳେ ଅନୁସନ୍ଧାନ କରିଥିଲା, ଆମକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁ ଏଚ୍ ଓ) ୱେବସାଇଟ୍ ରେ ଦେଖିବାକୁ ମିଳିଥିଲା ଯେ, “ ବର୍ତ୍ତମାନ ବ୍ୟାପୀଥିବା ନୋଭଲ୍ କରୋନା ଭାଇରସ୍ (2019-nCoV) ପ୍ରଥମେ 31 ଡିସେମ୍ବର 2019ରେ ହୁଆନ୍, ଚୀନ ରୁ ରିପୋର୍ଟ ହୋଇଥିଲା ।“ କରୋନା ଭାଇରସ୍ ର ଏହି ନୂଆ ଷ୍ଟ୍ରେନ୍ “ ନୋଭଲ୍ କରୋନା ଭାଇରସ୍” ପ୍ରଥମେ 31 ଡିସେମ୍ବର 2019ରେ ରିପୋର୍ଟ ହୋଇଥିଲା ଯାହା ପୂର୍ବରୁ ଜଣା ନଥିଲା ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍ ଓ) ଅନୁଯାୟୀ, କରୋନା ଭାଇରସ୍ ଗୁଡ଼ିକ (CoV) ଏକ ବ୍ୟାପକ ଶୃଙ୍ଖଳାର ଭାଇରସ୍ ଯାହା ସାଧାରଣ ଥଣ୍ଡା ରୋଗଠାରୁ ଆରମ୍ଭ କରି ଅଧିକ ଗମ୍ଭୀର ରୋଗ ଯେପରି ମିଡଲ୍ ଇଷ୍ଟ ରେସ୍ପିରାଟୋରୀ ସିଣ୍ଡମ୍ (ଏମ୍ ଇଆର୍ ଏସ୍ – ସିଓଭି) ଏବଂ ସିଭିଅର୍ ଆକ୍ୟୁଟ୍ ରେସ୍ପିରାଟୋରୀ ସିଣ୍ଡମ୍ (ଏସ୍ ଆ ଆର୍ ଏସ୍ –ସିଓଭି) ଆଦି ବିଭିନ୍ନ ପ୍ରକାର ହୋଇଥାଏ । ନୋଭଲ୍ କରୋନା ଭାଇରସ୍ (ଏନ୍ ସିଓଭି) ହେଉଛି ଗୋଟିଏ ନୂଆ ଷ୍ଟ୍ରେନ୍ ଯାହା ପୂର୍ବରୁ ମଣିଷଙ୍କଠାରେ ଚିହ୍ନଟ ହୋଇ ନଥିଲା ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ହ୍ୟୁମାନ୍ କରୋନା ଭାଇରସ୍ ପ୍ରଥମେ 1960 ମସିହା ମଧ୍ୟ ଭାଗରେ ଦେଖାଯାଇଥିଲା । ଲୋକମାନଙ୍କୁ ସଂକ୍ରମଣ କରି ପାରୁଥିବା ସାତୋଟି କରୋନା ଭାଇରସ୍ ହେଉଛି :
229E (ଆଲଫା କରୋନା ଭାଇରସ୍)
NL63 (ଆଲଫା କରୋନା ଭାଇରସ୍)
OC43 (ବେଟା କରୋନା ଭାଇରସ୍)
HKU1 (ବେଟା କରୋନା ଭାଇରସ୍)
ଏମ୍ ଇ ଆର୍ ଏସ୍ – ସିଓଭି ( ବେଟା କରୋନା ଭାଇରସ୍ ଯାହା ମିଡିଲ୍ ଇଷ୍ଟ ରେସ୍ପିରାଟୋରୀ ସିଣ୍ଡ୍ରୋମ୍ କରିଥାଏ କିମ୍ବା ଏମ୍ ଇଆର୍ ଏସ୍)
ଏସ୍ ଏ ଆର୍ ସି – ସିଓଭି (ବେଟା କରୋନା ଭାଇରସ୍ ଯାହା ସିଭିଅର୍ ଆକ୍ୟୁଟ୍ ରେସ୍ପିରାଟୋରୀ ସିଣ୍ଡ୍ରୋମ୍ କରିଥାଏ କିମ୍ବା ଏସ୍ ଏ ଆର୍ ଏସ୍)
2019 ନୋଭଲ୍ କରୋନା ଭାଇରସ୍ (2019-nCoV)
2019 ନୋଭଲ୍ କରୋନା ଭାଇରସ୍ ହେଉଛି କରୋନା ଭାଇରସ୍ ଶୃଙ୍ଖଳାରେ ଗୋଟିଏ ନୂଆ ଷ୍ଟ୍ରେନ୍ ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ବ୍ୟାଖ୍ୟା କରେ ଯେ ପରିବେଶ ସୁରକ୍ଷା ଏଜେନ୍ସିକୁ ଦାଖଲ ହୋଇଥିବା ଡକ୍ୟୁମେଣ୍ଟ ଦର୍ଶାଉଛି କ୍ଲରୋକ୍ସ ୱାଇପ୍ ତାହାର ଲେବୁଲରେ “ହ୍ୟୁମାନ କରୋନା ଭାଇରସ୍” ତାଲିକା କରିବାରେ ସକ୍ଷମ କାରଣ ସେହି ପ୍ରଡକ୍ଟ ଗୁଡ଼ିକ ହ୍ୟୁମାନ କରୋନା ଭାଇରସ୍ 229E ବିପକ୍ଷରେ ପରୀକ୍ଷା କରାଯାଇଛି , ଯାହା ହେଉଛି ସାଧାରଣ କରୋନା ଭାଇରସ୍ ।
ବିଶ୍ବାସ ନ୍ୟୁଜ୍ କ୍ଲରୋକ୍ସ ଉପଭୋକ୍ତା ମାମଲା ବିଭାଗର ଶୁଶ୍ରୀ ପ୍ୟାଟ୍ରିକାଙ୍କ ସହ କଥା ହୋଇଥିଲା । ସେ କହିଥିଲେ ଯେ କିଛି କ୍ଲୋରୋକ୍ସ ପ୍ରଡକ୍ଟ ଭାଇରସର ସମାନ ଷ୍ଟ୍ରେନ୍ ବିପକ୍ଷରେ ପ୍ରଭାବଶାଳୀ ହୋଇପାରେ । କିନ୍ତୁ ନୂଆ କରୋନା ଭାଇରସ୍ ପୂର୍ବରୁ ଚିହ୍ନଟ ହୋଇ ନଥିଲା । ନ
निष्कर्ष: କ୍ଲୋରୋକ୍ସ ଲେବୁଲ୍ ରେ କରୋନା ଭାଇରସ୍ କୁ ମାରୁଥିବା କଥା ଉଲ୍ଲେଖ ଥିବାରୁ ନୂଆ କରୋନା ଭାଇରସ୍ ବିଷୟରେ ପୂର୍ବରୁ ଜଣା ବୋଲି ଦାବି କରାଯାଉଥିବା ପୋଷ୍ଟ ବିଭ୍ରାନ୍ତିକର । ନୋଭଲ୍ କରୋନା ଭାଇରସ୍ ପ୍ରଥମେ ଡିସେମ୍ବର 31, 2019 ରେ ରିପୋର୍ଟ ହୋଇଥିଲା । ନୋଭଲ୍ କରୋନା ଭାଇରସ୍ ପୂର୍ବରୁ ଜଣା ନଥିଲା ।
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.