
ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଗୋଟିଏ ଭାଇରାଲ୍ ପୋଷ୍ଟ ଦାବି କରୁଛି ଯେ କରୋନାଭାଇରସ୍ ଟିସ୍ୟୁ ପେପରେ ମିଳିଛି । ନ୍ୟୁଜ୍ ଫର୍ମାଟ୍ ରେ ଥିବା ସ୍କିନ୍ ଚିତ୍ର ଭଳି ଦେଖାଯାଉଥିବା ପୋଷ୍ଟରେ ଟେକ୍ସଟ ହାଇଲାଇଟ୍ ଅଛି ଯେଉଁଥିଲେ ଲେଖା ଅଛି : କୋଭିଡ୍– 19 ଟଏଲେଟ୍ ପେପରରେ ମିଳିଛି, ମାରାତ୍ମକ ଭାଇରସର ଶୃଙ୍ଖଳା ଶୀଘ୍ର ଟିସ୍ୟୁ ପେପରରେ ବଂଶବୃଦ୍ଧି ହୋଇଥାଏ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ଭାଇରାଲ ପୋଷ୍ଟଟି ନକଲି ।
ଦାବି
ଗ୍ରୀମ୍ ହେଡ୍ ନାମକ ଜଣେ ୟୁଜର୍ ଙ୍କ ଦ୍ବାରା ଟ୍ବିଟରରେ ସେୟାର ହୋଇଥିବା ପୋଷ୍ଟ ହେଉଛି ନ୍ୟୁଜ୍ ଫର୍ମାଟ୍ ରେ ଥିବା ସ୍କିନ୍ ଚିତ୍ର ଭଳି ଯେଉଁଥିରେ ଟେକ୍ସଟ ହାଇଲାଇଟ୍ ହୋଇ ଲେଖା ଅଛି : କୋଭିଡ୍– 19 ଟଏଲେଟ୍ ପେପରରେ ମିଳିଛି, ମାରାତ୍ମକ ଭାଇରସର ଶୃଙ୍ଖଳା ଶୀଘ୍ର ଟିସ୍ୟୁ ପେପରରେ ବଂଶବୃଦ୍ଧି ହୋଇଥାଏ ।
ଏହି ପୋଷ୍ଟର ଆର୍କାଇଭ୍ ସଂକଳନ ଏଠାରେ ଯାଞ୍ଚ କରି ହେବ
ଅନୁସନ୍ଧାନ
ଯେତେବେଳେ ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା, ଆମେ ଜାଣିବାକୁ ପାଇଥିଲୁ ଯେ ପୋଷ୍ଟଟି ଏକ ଆର୍ଟିକାଲ୍ ରୁ ନିଆଯାଇଥିବା ଭଳି ଲାଗୁଛି ଯେଉଁଥିଲେ ପ୍ରକାଶ ପାଇଥିଲା ଯେ ରୋଗନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ( ସିଡିସି) ଘୋଷଣା କରିଥିଲା ଯେ, କରୋନା ଭାଇରସ୍ ରୋଗ ଟଏଲେଟ୍ ପେପର୍ ପ୍ୟାକେଜ୍ ରେ ମିଳିଛି , ଏବଂ ସେଥିପାଇଁ ଲୋକମାନେ ନିଜକୁ ପରିଷ୍କାର କରିବା ପାଇଁ ଟିସ୍ୟୁ ବଦଳରେ ଓଦା କପଡ଼ା ବ୍ୟବହାର କରିବା ଉଚିତ ।
ନାଓ8ନ୍ୟୁଜ୍ ୱେବସାଇଟ୍ ରେ ଅନେକ ଆର୍ଟିକାଲ୍ ଅଛି ଯେଉଁଗୁଡ଼ିକରେ ଅଛି ଭୁଲ୍ ତଥ୍ୟ । ଯେତେବେଳେ ଆମେ ରୋଗନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ( ସିଡିସି)ର ଔପଚାରିକ ୱେବସାଇଟ୍ ରେ ଖୋଜିଲୁ, ଆମେ ସେଭିଳି କିଛି ମନ୍ତବ୍ୟ ପାଇଲୁ ନାହିଁ ଯେଉଁଥିଲେ ଉଲ୍ଲେଖ ଅଛି ଯେ ଟିସ୍ୟୁ ପେପରରେ କରୋନା ଭାଇରସ୍ ବଂଶବୃଦ୍ଧି କରିଥାଏ । ଏହା ଉଲ୍ଲେଖ କରିଛି “ କାଶିବା କିମ୍ବା ଛିଙ୍କିବା ବେଳେ ଟିସ୍ୟୁ ବ୍ୟବହାର କରନ୍ତୁ ଏବଂ ପରେ ଅଳିଆରେ ଏହାକୁ ପକାଇ ଦିଅନ୍ତୁ”
ଭାଇରାଲ୍ ପୋଷ୍ଟରେ ବ୍ୟବହାର ହୋଇଥିଲା ଚିତ୍ରର ଫର୍ମାଟ୍ ନ୍ୟୁଜ୍ ବୁଲେଟିନର ଭଳି ଦେଖା ଯାଉଛି ଯାହାକୁ କିଛି ନିର୍ଦ୍ଧିଷ୍ଟ ମେମେ ଜେନେରେଟର୍ ବ୍ୟବହାର କରି ତିଆରି କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ଫର୍ମାଟ ବ୍ୟବହାର କରିଥିବା ସେଭଳି କାହାଣୀକୁ ଆମେ ଖଣ୍ଡନ କରିଛୁ ।
ବିଶ୍ବାସ ନ୍ୟୁଜ୍ ଜଣେ ସାଧାରଣ ଚିକିତ୍ସକ ଡାକ୍ତର ସଜୀବ କୁମାରଙ୍କ ସହ କଥା ହୋଇଥିଲା । ସେ କହିଥିଲେ “ ଟିସ୍ୟୁ ପେପରରେ ନୋଭଲ୍ କରୋନା ଭାଇରସ୍ ବଂଶବୃଦ୍ଧି କରିଥାଏ ବୋଲି କୌଣସି ପ୍ରମାଣ ନାହିଁ । ଭାଇରାଲ୍ ପୋଷ୍ଟଟି ସତ ନୁହେଁ ।
ସର୍ଫେସ୍ ରେ କେତେ ସମୟ ଏହି ଭାଇରସ୍ ରହିଥାଏ ତାହା ମଧ୍ୟ ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍ ଓ)ର ୱେବସାଇଟରେ ଆମେ ଏକ ରିପୋର୍ଟ ପାଇଥିଲୁ । ରିପୋର୍ଟ ଅନୁଯାୟୀ: କୋଭିଡ୍ -19 କରୁଥିବା ଭାଇରସ୍ ସର୍ଫେସ୍ ରେ କେତେ ସମୟ ରହିଥାଏ ତାହା ନିର୍ଦ୍ଧିଷ୍ଟ ଜଣା ନାହିଁ, କିନ୍ତୁ ଏହା ଅନ୍ୟ କରୋନା ଭାଇରସ୍ ଭଳି ବ୍ୟବହାର କରିବା ଦେଖାଯାଏ । ଅଧ୍ୟୟନ ପରାମର୍ଶ ଦିଏ ଯେ, କରୋନାଭାଇରସ୍ (କୋଭିଡ୍ -19 ଭାଇରସ୍ ର ପ୍ରାଥମିକ ସୂଚନା ସମେତ) ସର୍ଫେସରେ କିଛି ଘଣ୍ଟାରୁ କେତେ ଦିନ ପର୍ଯ୍ୟନ୍ତ ରହିପାରେ । ଏହା ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ହୋଇପାରେ (ଉଦାହରଣ ସର୍ଫେସ୍ ପ୍ରକାର, ତାପମାତ୍ରା କିମ୍ବା ପରିବେଶର ଆର୍ଦ୍ରତା) ।
କରୋନାଭାଇରସ୍ ଟିସ୍ୟୁ ପେପରରେ ବଂଶବୃଦ୍ଧି ହୋଇଥାଏ ବୋଲି କୌଣସି ଔପଚାରିକ ଉଲ୍ଲେଖ ନାହିଁ । ନ
निष्कर्ष: ଟଏଲେଟ୍ ପେପରରେ କରୋନାଭାଇରସ୍ ବଂଶବୃଦ୍ଧି ହୋଇଥାଏ ବୋଲି ଥିବା ପୋଷ୍ଟ ନକଲି । ଏହି ପୋଷ୍ଟକୁ ଅଜଣା ୱେବସାଇଟ୍ ରୁ ନିଆଯାଇଛି ।
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.