X

ତଥ୍ୟ ଯାଞ୍ଚ : ଭିଟାମିନ୍ C ଅଧିକ ପରିମାଣରେ ଖାଇଲେ କରୋନା ଭାଇରସ୍ ବ୍ୟାପିବାରୁ ରକ୍ଷା ମିଳି ପାରିବ ନାହିଁ, ଏ ନେଇ ଥିବା ଭାଇରାଲ୍ ପୋଷ୍ଟ ନକଲି

  • By Vishvas News
  • Updated: May 25, 2020

ସୋସିଆଲ୍ ମିଡିଆରେ ସେୟାର୍ ହୋଇଥିବା ଏକ ପୋଷ୍ଟ ଦାବି କରେ ଯେ ଭିଟାମିନ୍ C ଅଧିକ ପରିମାଣରେ ଖାଇଲେ କରୋନା ଭାଇରସ୍ କମ୍ ବ୍ୟାପିଥାଏ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଲା ଯେ ଏହି ଭାଇରାଲ୍ ପୋଷ୍ଟ ଟି ଭୁଲ୍ । ବର୍ତ୍ତମାନ କରୋନା ଭାଇରସ୍ ର ଚିକିତ୍ସା ପାଇଁ କୌଣସି ଟୀକା ନାହିଁ ଏବଂ ଅଧିକ ପରିମାଣରେ ଭିଟାମିନ୍ C ଖାଇଲେ କରୋନା ଭାଇରସ୍ ବ୍ୟାପିବାରୁ ରକ୍ଷା ମିଳିବ ବୋଲି କୌଣସି ପ୍ରମାଣ ନାହିଁ ।

ଦାବି

ଫାମ୍ ହାନ୍ ଙ୍କ ଦ୍ବାରା ଫେସବୁକ୍ ରେ ସେୟାର ହୋଇଥିବା ଗୋଟିଏ ପୋଷ୍ଟରେ ଅଛି : ତୁରନ୍ତ ଅଧିକ ଡୋଜ୍ ର ଭିଟାମିନ୍ ସି ବ୍ୟବହାର କରିଲେ କରୋନାଭାଇରସ୍ ମହାମାରୀ ନାଟକୀୟ ଭାବରେ ମନ୍ଥର ହୋଇପାରେ କିମ୍ବା ବନ୍ଦ ହୋଇପାରେ । ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଯାଞ୍ଚ କରାଯାଇପାରିବ |

ଅନୁସନ୍ଧାନ

ଏହି କାହାଣୀ ଏକ ୱେବସାଇଟରୁ ଆରମ୍ଭ ହୋଇଥିବା ଜଣାପଡୁଛି ଯାହାର ନାମ ଅର୍ଥୋମୋଲିକ୍ୟୁଲାର୍ ମେଡିସିନ୍ ନ୍ୟୁଜ୍ ସର୍ଭିସ । ୱେବସାଇଟ୍ ଦାବି କରେ ଯେ ଭିଟାମିନ ସି କରୋନାଭାଇରସ୍ ରୋକି ପାରିବ କିମ୍ବା ଚିକିତ୍ସା କରି ପାରିବ । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ , ୟୁଏସ୍ ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ର ୱେବସାଇଟ୍ ର ଗୋଟିଏ ରିପୋର୍ଟ  ଅନୁଯାୟୀ, ଅର୍ଥୋମୋଲିକ୍ୟୁଲାର୍ ମେଡିସିନ୍ ହେଉଛି ଶରୀରରେ ସାଧାରଣତଃ ଥିବା ପର୍ଯ୍ୟାପ୍ତ ପରିମାଣର ତତ୍ତ୍ବ ସଂଚାଳନ ମାଧ୍ୟମରେ  ସ୍ୱାସ୍ଥ୍ୟର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ |

ଇନ୍ଦ୍ରପ୍ରସ୍ଥ ଆପୋଲେ ର ଇଣ୍ଟରନାଲ୍ ମେଡିସିନ୍ ଡାକ୍ତର. ସୁରଞ୍ଜିତ୍ ଚାଟାର୍ଜୀଙ୍କ ସହ ବିଶ୍ବାସ ନ୍ୟୁଜ୍ କଥା ହୋଇଥିଲା । ସେ କହିଥିଲେ:  ଅଧିକ ଡୋଜ୍ ର ସପ୍ଲିମେଣ୍ଟ ବ୍ୟବହାର ଦ୍ବାରା ବର୍ତ୍ତମାନର କରୋନାଭାଇରସ୍ ମନ୍ଥର କିମ୍ବା ବନ୍ଦ ହୋଇପାରେ ବୋଲି କୌଣସି ପ୍ରମାଣ ନାହିଁ | ବର୍ତ୍ତମାନର କରୋନାଭାଇରସ୍ ର କୌଣସି ଚିକିତ୍ସା ନାହିଁ, ଏହାକୁ କେବଳ ସ୍ୱଚ୍ଛତା ରକ୍ଷା କରି ରୋକା ଯାଇପାରିବ |

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ, 2019-nCoV ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ କୌଣସି ଟୀକା ନାହିଁ । 

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁ ଏଚ୍ ଓ) ଅନୁଯାୟୀ, ସଂକ୍ରମଣ ବ୍ୟାପିବା ରୋକିବା ପାଇଁ ମାନକ ସୁପାରିଶ କାର୍ଯ୍ୟ ଅନ୍ତର୍ଗତ ହେଉଛି ନୀୟମିତ ହାତ ଧୋଇବା, କାଶିବା କିମ୍ବା ଛିଙ୍କିବା ବେଳେ ପାଟି ଏବଂ ନାକକୁ ଆବରଣ ଦେଇ ରଖିବା, ମାଂଶ ଏବଂ ଅଣ୍ଡା ଭଲ ଭାବେ ରାନ୍ଧିବା ।  କାଶିବା ଏବଂ ଛିଙ୍କିବା ଭଳି ଶ୍ବାସକ୍ରିୟା ଜନିତ ସମସ୍ୟା ଲକ୍ଷଣ ଦେଖାଉଥିବା ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କରୁ ଦୂରେଇ ରହିବା |

ବିଶ୍ବାସ ନ୍ୟୁଜ୍ ପୂର୍ବରୁ କରୋନା ଭାଇରସ୍ ସମ୍ପର୍କୀତ ଅନେକ ନକଲି ଏବଂ ବିଭ୍ରାନ୍ତିକର ପୋଷ୍ଟର ଖଣ୍ଡନ କରିଛି । ସେସବୁ ପୋଷ୍ଟ ଏଠାରେ ଯାଞ୍ଚ କରି ହେବ ।

निष्कर्ष: ଭିଟାମିନ୍ C ଅଧିକ ପରିମାଣରେ ଖାଇଲେ କରୋନା ଭାଇରସ୍ ବ୍ୟାପିବାରୁ ରକ୍ଷା ମିଳି ପାରିବ ନାହିଁ । ଅଧିକ ପରିମାଣରେ ଭିଟାମିନ୍ C ଖାଇଲେ କରୋନା ଭାଇରସ୍ ବ୍ୟାପିବାରୁ ରକ୍ଷା ମିଳିବ ବୋଲି କୌଣସି ପ୍ରମାଣ ନାହିଁ ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

ଲେଖା ସମ୍ବନ୍ଧୀୟ

Post saved! You can read it later