ଫ୍ୟାକ୍ଟ ଚେକ୍: କାଶ୍ମୀରୀ ପଣ୍ଡିତମାନଙ୍କ ବିଷୟରେ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାରର ଭିଡିଓ ପାକିସ୍ତାନୀ ଚ୍ୟାନେଲର ନୁହେଁ, ଭାରତୀୟ ଗଣମାଧ୍ୟମର ଅଟେ
କାଶ୍ମୀରର ଯୁବକ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାରକୁ ଦର୍ଶାଉଥିବା ଭିଡିଓ ହେଉଛି ଏକ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ର। ଏହି କମ୍ପାନୀ ଶ୍ରୀନଗରରେ ଅବସ୍ଥିତ। ଏହି ଭିଡିଓର ପାକିସ୍ତାନୀ ଗଣମାଧ୍ୟମ ସହିତ କୌ ଣସି ସମ୍ପର୍କ ନାହିଁ। ଅନ୍ୟ ଭାରତୀୟ ଗଣମାଧ୍ୟମ ଦ୍ୱାରା ମଧ୍ୟ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାର ପ୍ରକାଶିତ ହୋଇଛି।
- By Vishvas News
- Updated: March 31, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। କାଶ୍ମୀର ପଣ୍ଡିତମାନଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲସ୍’ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଷୟରେ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ଜୋରଦାର ବିତର୍କ ଚାଲିଛି। ଏହି ସମୟରେ ସୋସିଆଲ ମିଡିଆରେ 2.20 ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏଏନ୍ଏନ୍ ଟିଭି ନ୍ୟୁଜ୍ର ଲୋଗୋ ଅଛି। ଭିଡିଓରେ ଉର୍ଦ୍ଦୁରେ ଏକ ସ୍କ୍ରୋଲ୍ ଦେଖିବାକୁ ମିଳୁଛି।
ଏହି ଭିଡିଓରେ କାଶ୍ମୀରର ଯୁବକ ଜାଭେଦ୍ ବେଗ ଆଙ୍କରଙ୍କୁ କହୁଛନ୍ତି ଯେ ସେ କାଶ୍ମୀରୀ ପଣ୍ଡିତମାନଙ୍କ ହତ୍ୟାକାଣ୍ଡ ଦେଖିଛନ୍ତି। ଯେଉଁମାନଙ୍କୁ ଆକ୍ରମଣ କରାଯାଉଥିଲା, ସେମାନେ କୌଣସି କାଶ୍ମୀରୀ ମୁସଲମାନଙ୍କୁ ହତ୍ୟା କରୁନଥିଲେ, ସେମାନେ ନିରସ୍ତ୍ର ଥିଲେ। ଯଦି ତାହା ନରସଂହାର ନୁହେଁ, ତାହେଲେ ଆଉ କ’ଣ? ଯେଉଁମାନେ କାଶ୍ମୀରୀ ପଣ୍ଡିତମାନଙ୍କୁ ମାରୁଥିଲେ ସେମାନେ ଆମର ହିଁ ଲୋକ ଥିଲେ। ଆମ ପିତାଙ୍କ ସମୟରେ ଯାହା କିଛି ଭୁଲ ହୋଇଛି, ଆମକୁ ତାହା ସ୍ୱୀକାର କରିବାକୁ ପଡ଼ିବ। ଏହି ଭିଡିଓ ପାକିସ୍ତାନୀ ଟିଭି ଚ୍ୟାନେଲର ଖବରର ଏକ ଅଂଶ ବୋଲି ଦାବି କରାଯାଉଛି। ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭାଇରାଲ ଭିଡିଓ ଏକ ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲର ଖବର । ପାକିସ୍ତାନୀ ଗଣମାଧ୍ୟମ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଜାଭେଦ୍ ବେଗ୍ଙ୍କ ଖବରକୁ ଅନ୍ୟ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ପ୍ରସାରିତ କରିଛନ୍ତି।
ଭାଇରାଲ୍ ପୋଷ୍ଟରେ କଣ ଅଛି
ଫେସବୁକ ବ୍ୟବହାରକାରୀ ବିନୋଦ ସୋନି (ଆର୍କାଇଭ୍) 20 ମାର୍ଚ୍ଚ 2022 ରେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି,
ଏହା ହେଉଛି ପାକିସ୍ତାନୀ ଟିଭି ଚ୍ୟାନେଲର 2 ମିନିଟର ଭିଡିଓ କ୍ଲିପ୍ । କୌଣସି ଭାରତୀୟ ଟିଭି ଚ୍ୟାନେଲର ବର୍ତ୍ତମାନ ପର୍ଯ୍ୟନ୍ତ ଏସବୁ କହିବାର ସାହସ ନାହିଁ।
ଅନୁସନ୍ଧାନ
ଭାଇରାଲ୍ ଦାବିର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ ANN ଟିଭି ନ୍ୟୁଜ୍ ସର୍ଚ୍ଚ କଲୁ। ଏହି ଭିଡିଓ 15 ମାର୍ଚ୍ଚ 2022 ରେ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଛି। ଏହାର ଶୀର୍ଷକ ହେଉଛି: 1990 ମସିହାରେ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପାଇଁ କାଶ୍ମୀରୀ ମୁସଲମାନମାନେ ସମାନ ଭାବରେ ଦାୟୀ: – ଜାଭେଦ୍ ବେଗ୍। ଏହାର ବର୍ଣ୍ଣନାରେ ଲେଖାଯାଇଛି ଯେ ANN ହେଉଛି ଭାରତର ଏକ ବ୍ୟବସାୟିକ ବାଣିଜ୍ୟିକ ଟିଭି ନ୍ୟୁଜ୍ ନେଟୱାର୍କ।
ନ୍ୟୁଜ୍ କମ୍ପାନୀର ୱେବସାଇଟ୍ ର ଏବାଉଟ୍ ଅସ୍ ସେକସନ୍ରେ ମଧ୍ୟ ଆମେ ଏହା ବିଷୟରେ ସର୍ଚ୍ଚ କଲୁ। ସେଠାରେ ଲେଖାଯାଇଛି ଯେ, ‘ଆଲିମି ନ୍ୟୁଜ୍ ନେଟୱାର୍କ’ ପ୍ରାଇଭେଟ ଲିମିଟେଡ୍ କର୍ପୋରେସନ୍ ଦ୍ୱାରା ଏହା ଭାରତରେ ପରିଚାଳିତ ହେଉଛି। ANN ହେଉଛି ଭାରତର 23 ଟି ସମ୍ବାଦ ସଂଗଠନର ଏକ ସମୂହ। ୱେବସାଇଟରେ ଏକ ଖବର ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ଲେଖାଯାଇଛି ଯେ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଏହି ଭିଡିଓ ସେୟାର କରି ଏହାକୁ ପାକିସ୍ତାନୀ ଚ୍ୟାନେଲ ବୋଲି ଭାବୁଥିଲେ। ପରେ, ଏହାର ଲୋକେସନ୍ ଜାଣିବା ପରେ, ସେ ଏହାକୁ ସଂଶୋଧନ କଲେ।

ପରେ ବିବେକ ରଂଜନ ଅଗ୍ନିହୋତ୍ରୀ ଟ୍ୱିଟ୍ କରି କ୍ଷମାମଧ୍ୟ ମାଗିଥିଲେ।
ଖବରର ଅଧିକ ସ୍ପଷ୍ଟୀକରଣ ପାଇଁ, ଆମେ ANN ନ୍ୟୁଜ୍ ଚ୍ୟାନେଲର ମୁଖ୍ୟ ସମ୍ପାଦକ ତାରିକ୍ ଭଟଙ୍କ ସହ କଥା ହେଲୁ। ସେ କହିଛନ୍ତି, 370 ରଦ୍ଦ ହେବା ପରେ କାଶ୍ମୀରରେ ପାକିସ୍ତାନକୁ ସମର୍ଥନ କରୁଥିବା ନ୍ୟୁଜ୍ ଚ୍ୟାନେଲ ବନ୍ଦ ହୋଇଯାଇଛି। ଏହା ପରେ ଏଠାରେ ସରକାର ପ୍ରୋ-ଇଣ୍ଡିଆନ୍ ଚ୍ୟାନେଲ ଚଲାଇବାକୁ ଅନୁମତି ଦେଇଥିଲେ। ଏହା ହେଉଛି କାଶ୍ମୀରର ଚ୍ୟାନେଲ। ଗଣତନ୍ତ୍ର ଦିବସରେ ଏହା ନିକଟରେ ରାଜ୍ୟ ପୁରସ୍କାର ଲାଭ କରିଛି। ଏହା ଏକ ଭାରତୀୟ ଚ୍ୟାନେଲ ଏବଂ ଏହା ଶ୍ରୀନଗରରେ ଅବସ୍ଥିତ। ଏହା ପାକିସ୍ତାନୀ ଟିଭି ଚ୍ୟାନେଲ ନୁହେଁ।
ଯଦି ଆମେ ଜାଭେଦ୍ ବେଗ୍ଙ୍କ ଉକ୍ତି ପ୍ରକାଶ କରିବା ବିଷୟରେ ଆଲୋଚନା କରିବା, ତେବେ ନ୍ୟୁଜ୍ 18 ମାର୍ଚ୍ଚ 17 ରେ ଖବର ପ୍ରକାଶ କରିଛି। ଯାହା ଅନୁଯାୟୀ, କାଶ୍ମୀରର ଲେଖକ ଜାଭେଦ୍ ବେଗ୍ ସ୍ୱୀକାର କରିଛନ୍ତି ଯେ ସେ ସେହି ଭୟଙ୍କର ସମୟର ସାକ୍ଷୀ ରହିଛନ୍ତି। ଆଜି ଯୁବକମାନେ ସେମାନଙ୍କ ପୂର୍ବଜମାନଙ୍କ ଦ୍ୱାରା କରାଯାଇଥିବା ଭୁଲକୁ ସ୍ୱୀକାର କରିବା ଉଚିତ୍।
20 ମାର୍ଚ୍ଚ 2022 ରେ ଇଣ୍ଡିଆଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ମଧ୍ୟ ଜାଭେଦ୍ ବେଗ୍ଙ୍କୁ ଶୁଣାଯାଇପାରିବ।
ଆମେ ଫେସବୁକ୍ ବ୍ୟବହାରକାରୀ ବିନୋଦ ସୋନିଙ୍କ ପ୍ରୋଫାଇଲ୍ ସ୍କାନ୍ କଲୁ, ଯିଏ ମିଥ୍ୟା ଦାବି ସହିତ ଭିଡିଓ ସେୟାର କରିଥିଲେ। ତାଙ୍କ ଆକାଉଣ୍ଟ ଅନୁଯାୟୀ ସେ ଦିଲ୍ଲୀର ବାସିନ୍ଦା ଅଟନ୍ତି।
निष्कर्ष: କାଶ୍ମୀରର ଯୁବକ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାରକୁ ଦର୍ଶାଉଥିବା ଭିଡିଓ ହେଉଛି ଏକ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ର। ଏହି କମ୍ପାନୀ ଶ୍ରୀନଗରରେ ଅବସ୍ଥିତ। ଏହି ଭିଡିଓର ପାକିସ୍ତାନୀ ଗଣମାଧ୍ୟମ ସହିତ କୌ ଣସି ସମ୍ପର୍କ ନାହିଁ। ଅନ୍ୟ ଭାରତୀୟ ଗଣମାଧ୍ୟମ ଦ୍ୱାରା ମଧ୍ୟ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାର ପ୍ରକାଶିତ ହୋଇଛି।
- Claim Review : କାଶ୍ମୀରୀ ପଣ୍ଡିତଙ୍କ ଉପରେ ଜାଭେଦ୍ ବେଗ୍ଙ୍କ ସାକ୍ଷାତକାରର ଏହି ଭିଡିଓ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲର।
- Claimed By : ବିନୋଦ ସୋନି
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com