ତଥ୍ୟ ଯାଞ୍ଚ : କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଶିକ୍ଷାନୁଷ୍ଠାନରେ ହିଜାବ୍ ପିନ୍ଧିବା ନେଇ ଭୁଲ୍ ଦାବି ହେଉଛି ଭାଇରାଲ୍
ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପିନ୍ଧି ଆସିବା ଅନୁମତି ନେଇ କରାଯାଇଥିବା ଦାବି ନକଲି ବାହାରିଲା । ଯାଞ୍ଚରୁ ବିଶ୍ବାସ ନ୍ୟୁଜ୍ ପାଇଲା ଯେ, କର୍ଣ୍ଣାଟକ ହାଇକୋର୍ଟ ତରଫରୁ ଏଭଳି କୌଣସି ନିଷ୍ପତ୍ତି ଶୁଣାଯାଇ ନାହିଁ ।
- By Vishvas News
- Updated: February 20, 2022

ନୂଆଦିଲ୍ଲୀ ( ବିଶ୍ବାସ ଟିମ୍) ସୋସିଆଲ୍ ମିଡିଆରେ ଗୋଟିଏ ପୋଷ୍ଟ ସେୟାର୍ କରି ଦାବି କରାଯାଉଛି ଯେ, କର୍ଣ୍ଣାଟକ ହାଇକୋର୍ଟ ଏକ ଐତିହାସିକ ଫଇସଲା ଶୁଣାଇଛନ୍ତି । ମୁସଲମାନ୍ ଝିଅମାନଙ୍କୁ ହିଜାବ୍ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ବିଶ୍ବାସ ନ୍ୟୁଜ୍ ଏହି ଭାଇରାଲ୍ ଦାବିର ଅନୁସନ୍ଧାନ କରିଥିଲା ଏବଂ ଏହାକୁ ଭୁଲ୍ ବୋଲି ଜାଣିବାକୁ ପାଇଥିଲା । କର୍ଣ୍ଣାଟକ ହାଇକୋର୍ଟ ତରଫରୁ ଏ ପ୍ରକାରର କୌଣସି ଫଇସଲା ଶୁଣାଯାଇ ନାହିଁ । କୋର୍ଟର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରମାନଙ୍କୁ ସେମାନଙ୍କ ଗେରୁଆ ସାଲ୍ ଏବଂ ହିଜାବ ବିଦ୍ୟାଳୟକୁ ପିନ୍ଧି ଆସିବା ପାଇଁ ଅନୁମତି ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାରେ ଶୁଣାଣି ଜାରି ଅଛି । କର୍ଣ୍ଣାଟକ ହାଇକୋର୍ଟରେ ଏହାର ଆସନ୍ତା ଶୁଣାଣି 14 ଫେବୃୟାରୀ 2022 ରେ ହେବ ।
ଭାଇରାଲ୍ ପୋଷ୍ଟରେ ଅଛି କଣ ?
ଫେସବୁକ୍ ୟୁଜର୍ Rakib Khan ଭାଇରାଲ୍ ଦାବିକୁ ସେୟାର୍ କରି ଲେଖିଛନ୍ତି ଯେ, ମୁଁ ବି କହେ ଆଲ୍ଲାହୁ ଆକବର୍ ତୁମେ ବି କୁହ ଆଲ୍ଲାହୁ ଆକବର୍ । ସମସ୍ତେ ମିଶିକରି କୁହ ଆଲ୍ଲାହୁ ଆକବର୍ ..
ଫେସବୁକ୍ କଣ୍ଟେଣ୍ଟ୍ କୁ ଏଠାରେ ସମାନ ଢଙ୍ଗରେ ଲେଖାଯାଇଛି । ଏହାର ଆର୍କାଇବ୍ଡ ଭର୍ସନ୍ ଏଠାରେ ଦେଖାଯାଇ ପାରିବ । ଆଉ ଜଣେ ଯୁଜର୍ ମଧ୍ୟ ଏହି ଫଟୋକୁ ୟୁପିର ବୋଲି ଭାବି ସମାନ ଦାବି ସହ ଏହାକୁ ସେୟାର୍ କରିଛନ୍ତି । ସୋସିଆଲ୍ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଅନ୍ୟ କେତେକ ୟୁଜର୍ ଏହାକୁ ସମାନ ଦାବି ସହ ସେୟାର୍ କରିଛନ୍ତି ।
ଅନୁସନ୍ଧାନ–
ଭାଇରାଲ୍ ଦାବିର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଗୁଗୁଲ୍ ରେ କିଛି କି ୱାର୍ଡ ଦେଇ ଅନୁସନ୍ଧାନ କରିଥିଲୁ । ଏସମୟରେ, ଆମକୁ ଭାଇରାଲ୍ ଦାବି ସମ୍ବନ୍ଧୀୟ ଏକ ରିପୋର୍ଟ 11 ଫେବୃୟାରୀ 2022ରେ ଦୈନିକ ଜାଗରଣର ୱେବସାଇଟ୍ ରେ ମିଳିଥିଲା । ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକ ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଆମେ ନିର୍ଦ୍ଦେଶ ପାରିତ କରିବୁ । ସେବେ ପର୍ଯ୍ୟନ୍ତ ବିଦ୍ୟାଳୟ ଏବଂ କଲେଜ୍ ଆରମ୍ଭ ହେବାକୁ ଦିଆଯାଉ । କିନ୍ତୁ ଯେ ପର୍ଯ୍ୟନ୍ତ ମାମଲାର ସମାଧାନ ହୋଇ ନାହିଁ, ସେ ପର୍ଯ୍ୟନ୍ତ କାହାକୁ କୌଣସି ପ୍ରକାର ଧାର୍ମିକ ପୋଷାକ ପିନ୍ଧିବାର ଅନୁମତି ନାହିଁ । ହାଇକୋର୍ଟ କହିଛନ୍ତି ଯେ, ଧାର୍ମିକ ପୋଷାକ ଯେପରି- ହିଜାବ କିମ୍ବା ଗେରୁଆ ସାଲ୍ ଆଦି ଫଇସଲା ଚୁଡ଼ାନ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ – କଲେଜ ରେ ପିନ୍ଧାଯିବ ନାହିଁ । ଆମେ ସମସ୍ତଙ୍କୁ ରୋକିବୁ କାରଣ ଆମେ ରାଜ୍ୟରେ ଶାନ୍ତି ଚାହୁଁ ।
ଅନୁସନ୍ଧାନ ଜାରି ରଖି ଆମେ କର୍ଣ୍ଣାଟକ ହାଇକୋର୍ଟର ୱେବସାଇଟ୍ ମଧ୍ୟ ଯାଞ୍ଚ କରିବା ଆରମ୍ଭ କରିଥିଲୁ । ଏ ସମୟରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଦ୍ବାରା ଜାରି ହୋଇଥିବା ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶର କପି ମିଳିଥିଲା । ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁଯାୟୀ, କୋର୍ଟର ଭିନ୍ନ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଛାତ୍ର ନିଜ ଧର୍ମ ସମ୍ବନ୍ଧୀୟ ସାମଗ୍ରୀ ଯେପରି ଗେରୁଆ ସାଲ୍ କିମ୍ବା ହିଜାବ୍ ପିନ୍ଧି ବା ଧାର୍ମିକ ପତାକା ନେଇ ବିଦ୍ୟାଳୟ ଆସିବାକୁ ଅନୁମତି ନାହିଁ ।

ଅଧିକ ସୂଚନା ପାଇଁ ଆମେ କର୍ଣ୍ଣାଟକ ହାଇକୋର୍ଟର ଓକିଲ ଅଭିଷେକଙ୍କ ସହ ସମ୍ପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ ଭାଇରାଲ୍ ହେଉଥିବା ଦାବି ଭୁଲ୍ । ବର୍ତ୍ତମାନ କୋର୍ଟ ଏଭଳି କୌଣସି ପ୍ରକାର ନିର୍ଦ୍ଦେଶ ଜରି କରି ନାହିଁ । କୋର୍ଟ ତରଫରୁ ଯେଉଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଛି, ତାହା ଅନୁୟାୟୀ, ଠେଉଁ ବିଦ୍ୟାଳୟ କିମ୍ବା କଲେଜରେ ସେହି ନିର୍ଦ୍ଧିଷ୍ଟ ଅନୁଷ୍ଠାନ ତରଫରୁ ଡ୍ରେସ୍ କୋଡ୍ ଜାରି କରାଯାଇଛି, ସେଠାରେ ଛାତ୍ରମାନଙ୍କୁ ନିଜ ଧର୍ମ ସମ୍ବନ୍ଧୀୟ ସାମଗ୍ରୀ ଯେପରି ଗେରୁଆ ସାଲ୍ କିମ୍ବା ହିଜାବ୍ ପିନ୍ଧି ଆସିବାକୁ ଅନୁମତି ନାହିଁ ।
କର୍ଣ୍ଣାଟକରେ ହିଜାବ ପିନ୍ଧିବାର ବିବାଦ ଉଡୁପି ଜିଲ୍ଲାର ସରକାରୀ କଲେଜ ରୁ ଆରମ୍ଭ ହୋଇଥିଲା । ଏଠାରେ ମୁସଲିମ୍ ସମ୍ପ୍ରଦାୟର 6 ଜଣ ଛାତ୍ରୀଙ୍କୁ ହିଜାବ ପିନ୍ଧି ଶ୍ରେଣୀରେ ପ୍ରବେଶକୁ ରୋକା ଯାଇଥିଲା । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ବିକଳ୍ପ ଭାବେ ଅନଲାଇନ୍ କ୍ଲାସ୍ କରିବା ପାଇଁ କୁହାଯାଇଥିଲା ।
ଛାତ୍ରୀମାନେ କଲେଜର ନିଷ୍ପତ୍ତିକୁ ମାନିବାକୁ ମନା କରିଦେଇଥିଲା ଏବଂ ହାଇକୋର୍ଟରେ ଏହା ବିରୋଧରେ ଆବେଦନ ଦାୟର କରିଥିଲେ । କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାରେ ଶୁଣାଣି ଜାରି ରହିଛି । କର୍ଣ୍ଣାଟକ ହାଇକୋର୍ଟରେ ଏହାର ଆସନ୍ତା ଶୁଣାଣି 14 ଫେବୃୟାରୀ 2022ରେ ହେବ ।
ସେ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ନିଜ ଧର୍ମ ସମ୍ବନ୍ଧୀୟ ସାମଗ୍ରୀ ଯେପରି ଗେରୁଆ ସାଲ୍ , ହିଜାବ୍ ଆଦି ପିନ୍ଧିବାର ଅନୁମତି ଦିଆଯାଇ ନାହିଁ ।
ଅନୁସନ୍ଧାନ ଶେଷରେ ଆମେ ଏହି ଭାଇରାଲ୍ ପୋଷ୍ଟ୍ ସେୟାକ୍ କରିଥିବା ୟୁଜରଙ୍କ ମଧ୍ୟ ସୋସିଆଲ୍ ସ୍କାନିଂ କରିଥିଲୁ । ଏଥିରେ ଆମକୁ ଜଣା ପଡ଼ିଥିଲା ଯେ, ଏହି ୟୁଜର୍ ଏକ ନିର୍ଦ୍ଧିଷ୍ଟ ବିଚାରଧାରା ଦ୍ବାରା ପ୍ରଭାବିତ । ଫେସବୁକ୍ ରେ Rakib Khan ଙ୍କୁ 70ରୁ ଅଧିକ ଲୋକ ଅନୁସରଣ କରନ୍ତି । ଏହି ୟୁଜର୍ 2019ରୁ ଫେସବୁକରେ ସକ୍ରିୟ ଅଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପିନ୍ଧି ଆସିବା ଅନୁମତି ନେଇ କରାଯାଇଥିବା ଦାବି ନକଲି ବାହାରିଲା । ଯାଞ୍ଚରୁ ବିଶ୍ବାସ ନ୍ୟୁଜ୍ ପାଇଲା ଯେ, କର୍ଣ୍ଣାଟକ ହାଇକୋର୍ଟ ତରଫରୁ ଏଭଳି କୌଣସି ନିଷ୍ପତ୍ତି ଶୁଣାଯାଇ ନାହିଁ ।
- Claim Review : କର୍ଣ୍ଣାଟକ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି: ହିଜାବ ପିନ୍ଧି ଶିକ୍ଷା ଗ୍ରହଣ କରି ପାରିବେ ମୁସଲମାନ୍ ଛାତ୍ରୀ
- Claimed By : Rakib Khan
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com