
ଦାବି
दादीमाँकेघरेलुनुस्खे ନାମରେ ଫେସବୁକରେ ସେୟାର ହୋଇଥିବା ଏକ ଭାଇରାଲ୍ ପୋଷ୍ଟରେ ଅଛି :
“ ଫୁସଫୁସ୍ ରେ ପହଞ୍ଚିବା ପୂର୍ବରୁ କରୋନା ଭାଇରସ୍ ଗଳାରେ 4 ଦିନ ରହିଥାଏ ଏବଂ ସେହି ସମୟରେ ବ୍ୟକ୍ତି ଜଣଙ୍କୁ କାଶ ହୋଇଥାଏ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିବା ଆରମ୍ଭ ହୋଇଥାଏ । ଯଦି ସେ ପ୍ରଚୁର ପାଣି ପିଅନ୍ତି ଏବଂ ଉଷୁମ ପାଣିରେ ଲୁଣ କିମ୍ବା ଭିନେଗାର ମିଶାଇ ଗାର୍ଗିଲିଂ କରନ୍ତି ଏହା ଭାଇରସ୍ ଦୂର କରିଥାଏ । ଏହି ସୂଚନାକୁ ବାଣ୍ଟନ୍ତୁ କାରଣ ଆପଣ ଏହା ଦ୍ବାରା କାହାର ଜୀବନ ପଞ୍ଚାଇ ପାରିବେ ।”
ଏହି ପୋଷ୍ଟରେ ଅନେକ ନିୟୋଜିତ ଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ 7.2 ହଜାର ୟୁଜର୍ ଏହାକୁ ସେୟାର୍ କରିଛନ୍ତି । ଏହି ପୋଷ୍ଟର ଆର୍କାଇଭ୍ ସଂକଳନ ଏଠାରେ ଯାଞ୍ଚ କରାଯାଇ ପାରିବ ।
ଅନୁସନ୍ଧାନ
ଭାଇରାଲ୍ ପୋଷ୍ଟ ଉପରେ କମେଣ୍ଟ ପଢ଼ି ବିଶ୍ବାସ ନ୍ୟୁଜ୍ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲା । ଅନେକ ୟୁଜର୍ ଏହି ପୋଷ୍ଟରେ ଲେଖିଥିଲେ ଯେ ଏହା ନକଲି ବା ମିଥ୍ୟା ।
ଭାଇରାଲ୍ ପୋଷ୍ଟ ଅନୁଯାୟୀ, କରୋନା ଭାଇରସ୍ ଗଳାରେ 4 ଦିନ ରହିଥାଏ । ଆମେ ଯେତେବେଳେ ଏହାର ଅନୁସନ୍ଧାନ କରିଥିଲୁ ଜାଣିବାକୁ ପାଇଥିଲୁ ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁ ଏଚ୍ ଓ) ଦ୍ବାରା ଏକ ରିପୋର୍ଟ କହୁଛି COVID-19 ପାଇଁ ଇନକ୍ୟୁବେସନ ଅବଧି 1-14 ଦିନ ମଧ୍ୟରେ ରହିଥାଏ, ସାଧାରଣତଃ ପାଖାପାଖି 5 ଦିନ ।
ଆମେ ଆହୁରି ମଧ୍ୟ ଅନୁସନ୍ଧାନ କରିଥିଲୁ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ( ଡବ୍ଲୁ ଏଚ୍ ଓ) ର ଏକ ରିପୋର୍ଟ ବିଷୟରେ ଜାଣିବାକୁ ପାଇଥିଲୁ । ଡବ୍ଲୁଏଚ୍ ଓ ଅନୁଯାୟୀ, ସାଲାଇନ୍ ସାହାଯ୍ୟରେ ବାରମ୍ବାର ନାକ ଧୋଇଲେ ନୋଭଲ୍ କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ମିଳେ ବୋଲି କୌଣସି ପ୍ରକାର ପ୍ରମାଣ ନାହିଁ । ତେବେ କିଛି ସୀମିତ ପ୍ରମାଣ ଅଛି ଯେ ନୀୟମିତ ନାକ ଧୋଇଲେ ସାଧାରଣ ଥଣ୍ଡା ସମସ୍ୟାରୁ ଶୀଘ୍ର ଆରୋଗ୍ୟ ସମ୍ଭବ । କିନ୍ତୁ ଏହାର ଅର୍ଥ ନୁହେଁ ଏହା କରୋନା ଭାଇରସ୍ ରୁ ଆରୋଗ୍ୟ ଆଣିଦେବ ।
ପ୍ରେସ୍ ଇନଫରମେସନ୍ ବ୍ୟୁରୋ ( ପିଆଇବି) ମଧ୍ୟ ସେଭଳି ଦାବିକୁ ଖଣ୍ଡନ କରିଛି , ଯାହା ଅନୁଯାୟୀ ଉଷୁମ ପାଣିରେ ଲୁଣ ଏବଂ ଭିନେଗାର ମିଶାଇ ଗାର୍ଗିଲିଂ କରିଲେ କରୋନା ଭାଇରସ୍ ର ଚିକିତ୍ସା କରାଯାଇ ପାରିବ ନାହିଁ ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ, 2019-nCoV ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ କୌଣସି ଟୀକା ନାହିଁ ।
ବିଶ୍ବାସ ନ୍ୟୁଜ୍ ଆୟୁଷ ମନ୍ତ୍ରାଳୟର ଫାର୍ମା କୋଭିଜିଲାନ୍ସ ଅଧିକାରୀ ଡାକ୍ତର ବିମଲ ଏନ୍ ଙ୍କ ସହ କଥା ହୋଇଥିଲା । ସେ ଏହି ଦାବିକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ “ଏହା କରୋନା ଭାଇରସର ଚିକିତ୍ସା ନୁହେଁ ।
ସାଧାରଣ ଥଣ୍ଡା ରୋଗରୁ ଆରୋଗ୍ୟ ପାଇଁ ଗରମ ସାଲାଇନ୍ ପାଣି ଦ୍ବାରା ଗାର୍ଗିଲିଂ କରିଲେ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ ମିଳେ ବୋଲି ସୀମିତ ପ୍ରମାଣ ଅଛି । କିନ୍ତୁ ଏହାର ଅର୍ଥ ନୁହେଁ ଏହା କରୋନା ଭାଇରସ୍ ରୁ ଆରୋଗ୍ୟ କରି ପାରିବ । ” :
निष्कर्ष: ସ୍ବାସ୍ଥ୍ୟ ସଂଗଠନ ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଉଷୁମ ପାଣିରେ ଲୁଣ ପକାଇ ଗାର୍ଗିଲିଂ କରିଲେ କରୋନା ଭାଇରସ୍ ରୁ ରକ୍ଷା ମିଳିବ ବୋଲି ଥିବା ପୋଷ୍ଟ ନକଲି ବା ମିଥ୍ୟା ।
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.