
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଏହି ଦାବି
ସହ ଭାଇରାଲ୍ ହେଉଛି ଯେ ସେ ପୋଲିସ ହେପାଜତରେ ମୃତ୍ୟୁବରଣ
କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ୍ଙ୍କ ଝିଅକୁ କ୍ଷମା ମାଗୁଛନ୍ତି।
ବିଶ୍ୱାସ୍ ନ୍ୟୁଜ୍ର ଯାଂଚରୁ ଜଣା ପଡ଼ିଛି ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଫଟୋ ଉଠାଇଥିବା ଫଟୋଗ୍ରାଫର ଆମକୁ କହିଛନ୍ତି ଯେ ଫଟୋରେ ଦେଖାଯାଇଥିବା ପିଲାଟି ଫ୍ଲୋଏଡଙ୍କ ଝିଅ ନୁହଁନ୍ତି।
କଣ ଭାଇରାଲ୍ ହେଉଛି
ଭାଇରାଲ ପୋଷ୍ଟରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଗୋଟିଏ ପିଲା ଆଗରେ ଗୋଟିଏ ଆଣ୍ଠୁରେ ବସିଥିବାର ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଛବିରେ ଲେଖାଯାଇଛି, “ନୂଆ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଜର୍ଜ ଫ୍ଲୋଏଡ୍ଙ୍କ ଝିଅ ଆଗରେ ଆଣ୍ଠେଇ ପଡ଼ି କ୍ଷମା ମାଗିଲେ।”
ଏହି ପୋଷ୍ଟର ଆର୍କାଇଭ୍ଡ ଲିଙ୍କ୍ ଏଠାରେ ଦେଖି ପାରିବେ।
ଯାଂଚ
ମେ 25 ରେ ପୋଲିସ୍ ହେପାଜତରେ 46 ବର୍ଷିୟ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ସମଗ୍ର ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ନ୍ୟୁୟର୍କ ଟାଇମ୍ସର ଏକ ଆର୍ଟିକିଲରେ ଦର୍ଶାଯାଇଛି, “ଜଣେ ଦର୍ଶକଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ବିସ୍ଫୋରକ ଫୁଟେଜ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଗଲା, ଯାହା ଯୋଗୁଁ ସମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଲା। ଏଥିପାଇଁ ଏଫ୍ବିଆଇ ନାଗରିକ ଅଧିକାର ଅନୁସନ୍ଧାନ କଲା … ମିନିଏପଲିସ୍ ପୋଲିସ ବିଭାଗ ମଧ୍ୟ ତିନିଜଣ ଅଧିକାରୀଙ୍କୁ ବରଖାସ୍ତ କରିଥିଲା।”
ଘଟଣାର କିଛି ମାସ ପରେ, ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ 2020 ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ। ଏ ବିଷୟରେ ଦୈନିକ ଜାଗରଣ ରେ 8 ନଭେମ୍ବରରେ ପ୍ରକାଶିକ ଏକ ଲେଖା ଏଠାରେ ପଢି ପାରିବେ।
ଜର୍ଜ ଫ୍ଲୋଏଡଙ୍କ ଝିଅ ସହିତ ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ବିଷୟରେ ଆମେ ଇଣ୍ଟରନେଟରେ ଖୋଜିଲୁ। ଆମେ ସେମାନଙ୍କ ଭେଟିବାର କୌଣସି ଖବର ପାଇଲୁ ନାହିଁ।
ଏହି ଛବିର ମୂଳ ଉତ୍ସ ଖୋଜିବା ପାଇଁ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ଟୁଲ୍ ବ୍ୟବହାର କରିଥିଲୁ। ଅଗଷ୍ଟରେ ମାସର ଆଉଟଲୁକ୍ ଇଣ୍ଡିଆ ରେ ଆମେ ଏହି ଫୋଟୋ ପାଇଲୁ। ଏହି ଫୋଟୋରେ ଲେଖାଯାଇଛି , “ଡେମୋକ୍ରାଟିକ୍ ପ୍ରାଥମିକ ପ୍ରାର୍ଥୀ ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍ ଯେତେବେଳେ ଡେଟ୍ରୋଇଟ୍ ଷ୍ଟୋର୍ରେ ତାଙ୍କ ନାତି ନାତୁଣୀଙ୍କ ପାଇଁ କିଣାକିଣି କରିବାକୁ ଆସିଥିଲେ, ସେ ଥ୍ରୀ ଥାର୍ଟିନ୍ ମାଲିକଙ୍କ ପୁଅ ସି.ଜେ. ବ୍ରାଉନ୍, ଡାହାଣ ଏବଂ ପିତା କ୍ଲେମେଣ୍ଟ ବ୍ରାଉନ୍ଙ୍କ ସହ ଭେଟିଛନ୍ତି। ପ୍ରଚାର କାର୍ଯ୍ୟକ୍ରମ ପାଇଁ ବାଇଡେନ୍ ମିସିଗାନ ଗସ୍ତ କରିବେ। ”
ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ମଧ୍ୟ ଆମେ ଏହି ଫୋଟୋ ପାଇଲୁ |
କୋରିନ୍ ପର୍କିନ୍ସଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟ୍ୱିଟରେ ମଧ୍ୟ ଆମକୁ ଏହି ଫୋଟୋ ମିଳିଲା। ଏହି ପୋଷ୍ଟ ଅନୁଯାୟୀ , ଫୋଟୋଟିକୁ ରଏଟର୍ସ ପିକ୍ଚର୍ସର ଉତ୍ତର ଆମେରିକା ଫଟୋଗ୍ରାଫର ଲିହ ମିଲିସ୍ ଉଠାଇଛନ୍ତି।
ବିଶ୍ୱାସ୍ ନ୍ୟୁଜ୍ ଭାଇରାଲ୍ର ସତ୍ୟାସତ୍ୟ ପ୍ରମାଣ କରିବା ପାଇଁ ରଏଟର୍ସ, ୱାଶିଂଟନ୍ର ବରିଷ୍ଠ ପତ୍ରକାର ଲିଆ ମିଲ୍ସଙ୍କ ସହ ଯୋଗାଯୋଗ କଲା। ମିଲ୍ସ ସ୍ପଷ୍ଟ କଲେ ଯେ ଫୋଟୋରେ ଥିବା ବାଳକ ଡେଟ୍ରୋଇଟ୍ର ଅଟେ ଏବଂ ସେ ଫ୍ଲୋଏଡଙ୍କ ଝିଅ ଜିଆନା ନୁହଁନ୍ତି। ମିଲ୍ସ ଆମ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଭାଇରାଲ ଫୋଟୋରେ ଥିବା ପିଲାର ପରିଚୟ ରହିଛି।
ମିଥ୍ୟା ଦାବିକୁ ଅସ୍ୱୀକାର କରି ମିଲ୍ସ ଏକ ଟ୍ୱିଟ୍ ମଧ୍ୟ ପୋଷ୍ଟ କରିଛନ୍ତି।
ଫେସ୍ବୁକ୍ ବ୍ୟବହାରକାରୀ କେଏ ମୁସ୍ତଫାଙ୍କ ସୋସିଆଲ୍ ସ୍କାନିଂରୁ ଜଣା ପଡ଼ିଲା ଯେ ସେ ଉଟି, ତାମିଲନାଡ଼ୁର ଅଟନ୍ତି ଏବଂ ଫେସ୍ବୁକ୍ରେ ତାଙ୍କର 7,418 ଫଲୋଅର୍ସ ଅଛନ୍ତି।
निष्कर्ष: ବିଶ୍ୱାସ୍ ନ୍ୟୁଜ୍ର ଅନୁସନ୍ଧାନରେ ଏହି ଭାଇରାଲ୍ର ଦାବି ମିଥ୍ୟା ବୋଲି ଜଣାପଡିଛି। ଫଟୋ ଉଠାଇଥିବା ଫଟୋଗ୍ରାଫର ଆମକୁ ସ୍ପଷ୍ଟ କରି କହିଥିଲେ ଯେ ଫୋଟୋରେ ଦେଖାଯାଇଥିବା ପିଲା ଫ୍ଲୋଏଡଙ୍କ ଝିଅ ନୁହଁନ୍ତି।
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.