X

ଫ୍ୟାକ୍ଟ ଚେକ୍: ଅରବିନ୍ଦ କେଜ୍ରିୱାଲ ଛୋଟ ପିଲାକୁ ମାସ୍କ ପିନ୍ଧାଉଥିବାର ଏହି ଭାଇରାଲ ଚିତ୍ରର କୋଭିଡ -19 ସହିତ କୌଣସି ସମ୍ପର୍କ ନାହିଁ

ଅରବିନ୍ଦ କେଜ୍ରିୱାଲଙ୍କ ଛୋଟ ପିଲାଟିକୁ ମାସ୍କ ପିନ୍ଧାଉଥିବା ଭାଇରାଲ ଫୋଟୋ କରୋନା ଭାଇରସ୍ ବ୍ୟାପିବା ସମୟର ନୁହେଁ, କିନ୍ତୁ ଏହା ପୂର୍ବର ଅଟେ, ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ସ୍କୁଲ ପିଲାମାନଙ୍କୁ ପ୍ରଦୂଷଣ ମାସ୍କ ବଣ୍ଟନ କରିବାକୁ ଯାଇଥିଲେ।

  • By Vishvas News
  • Updated: April 24, 2021

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) । ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଗୋଟିଏ ଛୋଟ ପିଲାକୁ ମାସ୍କ ପିନ୍ଧାଉ ଥିବାର ନଜର ଆସୁଛନ୍ତି। ଦାବି ହେଉଛି ଯେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ନିଜେ ମାସ୍କ ପିନ୍ଧି ନାହାଁନ୍ତି, କିନ୍ତୁ ପିଲାଟିକୁ ପିନ୍ଧାଉଛନ୍ତି। ନଭେମ୍ବର 2020 ରେ, କେଜ୍ରିୱାଲ ମାସ୍କ ନ ପିନ୍ଧିଲେ ଜରିମାନା 500 ରୁ 2000 ଟଙ୍କାକୁ ବୃଦ୍ଧି କରିଥିଲେ। ସେବେଠାରୁ କେଜ୍ରିୱାଲଙ୍କ ଉପରେ କଡ଼ା ଆଭିମୁଖ୍ୟ ରଖି ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ସେୟାର କରାଯାଉଛି।

ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଅନୁସନ୍ଧାନ କରି ଏହା ଦ୍ୱାରା କରାଯାଇଥିବା ଦାବିକୁ ମିଥ୍ୟା ବୋଲି କହିଛି। ବାସ୍ତବରେ, ନଭେମ୍ବର 2019 ରେ ଭାଇରାଲ ଫୋଟୋ ଉଠାଯାଇଥିଲା, ଯେତେବେଳେ କେଜ୍ରିୱାଲ ରାଜ୍ୟ ସରକାରଙ୍କ ଏକ ପଦକ୍ଷେପ ଭାବରେ ବିଦ୍ୟାଳୟରେ ପହଞ୍ଚି ପିଲାମାନଙ୍କୁ ମାଗଣାରେ ପ୍ରଦୂଷଣ ମାସ୍କ ବଣ୍ଟନ କରିଥିଲେ। ଆମେ ଆପଣଙ୍କୁ କହି ରଖିବୁ ଯେ ଯେ ଭାରତରେ କରୋନାର ପ୍ରଥମ ମାମଲା 27 ଜାନୁୟାରୀ 2020 ରେ ସାମ୍ନାକୁ ଆସିଥିଲା। ତେଣୁ ଏହି ଫୋଟୋର କରୋନା ଜୀବାଣୁ ସହିତ କୌଣସି ସମ୍ପର୍କ ନାହିଁ ।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଟ୍ୱିଟର ବ୍ୟବହାରକାରୀ ରାଷ୍ଟ୍ରହିତ ସର୍ବୋପରି ଏହି ଫୋଟୋ ସେୟାର କରି ଲେଖିଛନ୍ତି: ସେ ନିଜେ ମାସ୍କ ପିନ୍ଧନ୍ତି ନାହିଁ, କେବଳ ଜନସାଧାରଣଙ୍କୁ ପିନ୍ଧାନ୍ତି… କରୋନାଠାରୁ ବଞ୍ଚିବା ପାଇଁ ମଧ୍ୟ ଏମାନଙ୍କ ପାଖରେ z ପ୍ଲସ୍ ସୁରକ୍ଷା ଅଛି # ଟୋପି_ବାଜ୍

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖିବାକୁ ମିଳେ ।

ତଦନ୍ତ

ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଅନୁସନ୍ଧାନ ଆରମ୍ଭ କଲା ଏବଂ ପ୍ରଥମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ସାହାଯ୍ୟରେ ଭାଇରାଲ୍ ଇମେଜ୍ ଖୋଜିଲା । କିଛି ମିଡିଆ ରିପୋର୍ଟରେ ଆମେ ଭାଇରାଲ୍ ଫୋଟୋ ପାଇଲୁ । 1 ନଭେମ୍ବର 2019 ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ରାଜ୍ୟ ସରକାରଙ୍କ ଅଭିଯାନର ଏକ ଅଂଶ ଭାବରେ ସ୍କୁଲ ପିଲାମାନଙ୍କୁ ମାଗଣାରେ ପ୍ରଦୂଷଣ ମାସ୍କ ବଣ୍ଟନ କରିବାକୁ ପହଞ୍ଚିଥିଲେ।

1 ନଭେମ୍ବର 2019 ରେ ଆମେ କେଜ୍ରିୱାଲଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ ମଧ୍ୟ ପାଇଛୁ, ଯେଉଁଥିରେ ସେ ଏହି ଅଭିଯାନ ସହ ଜଡିତ ଅନ୍ୟ ଫୋଟୋ ମଧ୍ୟ ସେୟାର କରିଛନ୍ତି। ଏହି ଟୁଇଟରେ ସେ ଲେଖିଛନ୍ତି ଯେ ପଡ଼ୋଶୀ ରାଜ୍ୟରେ ଶସ୍ୟ ଅମଳ ପରେ କୁଟା ଜଳାଇବା କାରଣରୁ ଦିଲ୍ଲୀ ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ଏହି ବିଷାକ୍ତ ବାୟୁରୁ ନିଜକୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମେ ଆଜିଠାରୁ ଘରୋଇ ଏବଂ ସରକାରୀ ବିଦ୍ୟାଳୟରେ 50 ଲକ୍ଷ ମାସ୍କ ବଣ୍ଟନ କରିବା ଆରମ୍ଭ କରିଛୁ। ଯେତେବେଳେ ଆବଶ୍ୟକ ହେଉଛି ମାସ୍କ ବ୍ୟବହାର କରିବାକୁ ମୁଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ।

ଆମେ ଏଠାରେ କହି ରଖୁଛୁ ଯେ ଭାରତରେ କରୋନା ପ୍ରଥମ କନଫର୍ମଡ୍ କେସ୍ 27 ଜାନୁୟାରୀ 2020 ରେ କେରଳରେ ମିଳିଥିଲାବେଳେ ଭାଇରାଲ ହେଉଥିବା ଫୋଟୋ ଏହାର ଦୁଇ ମାସ ପୂର୍ବରୁ ନଭେମ୍ବର 2019 ରେ ନିଆଯାଇଥିଲା।

ଅଧିକ ସୂଚନା ପାଇଁ ଆମେ ଆମ୍ ଆଦମୀ ପାର୍ଟିର ମୁଖପାତ୍ର ରାଘବ ଚଢାଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି ଯେ ଭାଇରାଲ୍ ଫୋଟୋ ତାଜା ନୁହେଁ ଏବଂ ଏହା ସହିତ କରାଯାଉଥିବା ଦାବି ମିଥ୍ୟା ଅଟେ। ଏହି ଫୋଟୋର କରୋନା ସହିତ କୌ ଣସି ସମ୍ପର୍କ ନାହିଁ ।

ଟ୍ୱିଟରରେ ଏହି ପୋଷ୍ଟ ସେୟାର କରିଥିବା ରାଷ୍ଟ୍ରହିତ ସର୍ବୋପରି ପ୍ରୋଫାଇଲକୁ ସ୍କାନ କରିବା  ଆବଶ୍ୟକ ଥିଲା । ପ୍ରୋଫାଇଲ୍ ସ୍କାନ୍ କରିବାବେଳେ, ଆମେ ଜାଣିଲୁ ଯେ ଖବର ଲେଖିବା ପର୍ଯ୍ୟନ୍ତ, ଏହି ହ୍ୟାଣ୍ଡେଲରେ ଏକ ଲକ୍ଷ 18 ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି ।

निष्कर्ष: ଅରବିନ୍ଦ କେଜ୍ରିୱାଲଙ୍କ ଛୋଟ ପିଲାଟିକୁ ମାସ୍କ ପିନ୍ଧାଉଥିବା ଭାଇରାଲ ଫୋଟୋ କରୋନା ଭାଇରସ୍ ବ୍ୟାପିବା ସମୟର ନୁହେଁ, କିନ୍ତୁ ଏହା ପୂର୍ବର ଅଟେ, ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ସ୍କୁଲ ପିଲାମାନଙ୍କୁ ପ୍ରଦୂଷଣ ମାସ୍କ ବଣ୍ଟନ କରିବାକୁ ଯାଇଥିଲେ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later