X

ଫ୍ୟାକ୍ଟ ଚେକ୍: ହୋଲି ଅବସରରେ ହାସ୍ୟରସରେ ଲିଖିତ ରିପୋର୍ଟକୁ ସତ ମାନି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେୟାର କରୁଛନ୍ତି

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ୟୁପିର ସିଏମ୍ ଚେହେରାକୁ ନେଇ ଭାଇରାଲ ହୋଇଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ଭାଇରାଲ୍ ପୋଷ୍ଟରେ ବ୍ୟବହୃତ ଖବର ଏକ ବ୍ୟଙ୍ଗାତ୍ମକ ଖବର ଅଟେ। ଏହା ଏକ ଅସଲି ରିପୋର୍ଟ ନୁହେଁ, ବରଂ ହାସ୍ୟରସ ଉଦ୍ଦେଶ୍ୟରେ ହୋଲି ଅବସରରେ ଲେଖାଯାଇଥିବା ଏକ କାଳ୍ପନିକ କାହାଣୀର ସ୍କ୍ରିନସଟ୍।

  • By Vishvas News
  • Updated: March 25, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଏକ ଖବରକାଗଜ କଟିଂ ସେୟାର୍ କରାଯାଉଛି। ଯେଉଁଥିରେ ଲେଖା ଅଛି – ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ହେବେ ଏବଂ ଅମିତ ଶାହାଙ୍କୁ ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦଳ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ଭାଇରାଲ ପୋଷ୍ଟରେ ଥିବା ଖବରର ସତ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହା ପ୍ରକୃତ ରିପୋର୍ଟ ନୁହେଁ, ବରଂ ହୋଲି ଅବସରରେ ହାସ୍ୟରସ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ କାଳ୍ପନିକ ଖବରର ସ୍କ୍ରିନସଟ୍‌ ଅଟେ। ଏହି ଖବରକୁ ରାଜସ୍ଥାନର ଖବରକାଗଜ ରାଜସ୍ଥାନ ପତ୍ରିକା ଏହାର ଜୟପୁର ସଂସ୍କରଣରେ ହୋଲି ଅବସରରେ ଏକ ମଜାଳିଆ ଢଙ୍ଗରେ 17 ନମ୍ବର ପୃଷ୍ଠାରେ ପ୍ରକାଶ କରିଥିଲା, ଯାହାକୁ ଲୋକେ ସତ ମାନି ସେୟାର୍ କରୁଛନ୍ତି।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଫେସବୁକ୍‌ ବ୍ୟବହାରକାରୀ ସନ୍ତୋଷ ଶର୍ମା ଭାଇରାଲ ଦାବି ସେୟାର କରିଛନ୍ତି। ଖବରକାଗଜ କଟିଂରେ ଲେଖାଥିଲା, ଶାହା ୟୁପିର ନୂଆ ସିଏମ୍ ହେବେ! ଯୋଗୀ ହେବେ ନୂଆ ଗୃହମନ୍ତ୍ରୀ! ନିକଟରେ ଚାରିଟି ରାଜ୍ୟରେ ଜବରଦସ୍ତ ବିଜୟ ଲାଭ କରିଥିବା ବିଜେପି ଅମିତ ଶାହାଙ୍କୁ ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। ମଙ୍ଗଳବାର ଦିନ ବିଧାନସଭା ଦଳର ବୈଠକ ପରେ ଏହି ଚକିତ କରି ଦେଉଥିବା ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ୟୁପିରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ହୋଇ ନିର୍ବାଚନରେ ​​ଜିତିଥିବା ଯୋଗୀ ଆଦିତ୍ୟନାଥ ଦେଶର ନୂତନ ଗୃହମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ହୋଲି ପରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅତୀତରେ ମଧ୍ୟ ମୋଦୀ ତାଙ୍କ ନିଷ୍ପତ୍ତି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି।

ପୋଷ୍ଟର ଅବିକଳ ବିଷୟବସ୍ତୁ ଲେଖାଯାଇଛି। ଏହାର ଆର୍କାଇଭ୍‌ଡ ଭର୍ଜନ୍ ଏଠାରେ ଦେଖାଯାଇପାରିବ।

ଯାଞ୍ଚ ପାଇଁ ‘ବିଶ୍ୱାସ ନ୍ୟୁଜ୍’ ଚାଟବୋଟ୍ ନମ୍ବର +91 95992 99372 ରେ ମଧ୍ୟ ଏହି ପୋଷ୍ଟ ଆମକୁ ମିଳିଛି। ଆମର ଜଣେ ସତ୍ୟପ୍ରିୟ ବନ୍ଧୁ ଏହି ପୋଷ୍ଟର ସତ୍ୟାସତ୍ୟ ଯାଂଚ କରିବା ପାଇଁ ଆମକୁ ପଠାଇଛନ୍ତି।

ଅନୁସନ୍ଧାନ –

ଭାଇରାଲ୍ ସ୍କ୍ରିନସଟ୍‌ର ସତ୍ୟତା ଜାଣିବା ପାଇଁ, ଆମେ ଅନେକ କୀୱର୍ଡ ମାଧ୍ୟମରେ ଗୁଗୁଲରେ ସର୍ଚ୍ଚ କଲୁ। ସର୍ଚ୍ଚ ସମୟରେ, ଭାଇରାଲ୍ ଦାବି ସହ ଜଡ଼ିତ କୌଣସି ବିଶ୍ୱସନୀୟ ମିଡିଆ ରିପୋର୍ଟ ଆମେ ପାଇଲୁ ନାହିଁ। ଏହା ଭାବିବା କଥା ଯେ ଯଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚେହେରା ପ୍ରକୃତରେ ବଦଳିଥାନ୍ତା, ତା’ହେଲେ ଚାରିଆଡ଼େ ଏହାର ଆଲୋଚନା ହୋଇଥାନ୍ତା ଏବଂ ଏହା ସହ ଜଡ଼ିତ କିଛି ବିଶ୍ୱସନୀୟ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥାନ୍ତା। ଦୈନିକ ଜାଗରଣରେ 20 ମାର୍ଚ୍ଚ 2022 ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ବିଜେପି ସରକାରର ଦ୍ୱିତୀୟ ଶପଥ ଗ୍ରହଣ ଉତ୍ସବ ମାର୍ଚ୍ଚ 25 ରେ ଅନୁଷ୍ଠିତ ହେବ। ରାଜ୍ୟର ରାଜଧାନୀ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମାର୍ଚ୍ଚ 25 ତାରିଖ ଅପରାହ୍ନ 4 ଟାରୁ ଏକ ବିଶାଳ ସମାରୋହର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଅଧିକ ଅନୁସନ୍ଧାନ କରି ଆମେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସ୍କାନ କରିବା ଆରମ୍ଭ କଲୁ, କିନ୍ତୁ ଭାଇରାଲ ଦାବି ସହ ଜଡ଼ିତ କୌ ଣସି ପୋଷ୍ଟ ପାଇଲୁ ନାହିଁ।

ଖବରକାଗଜ କଟିଂର ସତ୍ୟତା ଜାଣିବା ପାଇଁ ଆମେ ପୁଣି ଥରେ ଗୁଗୁଲରେ ଭିନ୍ନ ଭିନ୍ନ କୀୱାର୍ଡ ଦେଇ ସର୍ଚ୍ଚ କଲୁ। ଏହି ସମୟରେ, ଆମେ 17 ମାର୍ଚ୍ଚରେ ରାଜସ୍ଥାନ ପତ୍ରିକାର ଜୟପୁର ସଂସ୍କରଣର ଇ-ପେପରରେ ପ୍ରକାଶିତ ଭାଇରାଲ୍ ଖବର ପାଇଲୁ। ରାଜସ୍ଥାନ ପତ୍ରିକାରେ ହୋଲି ଅବସରରେ, ଏକ କଲମ୍ ‘ପିଚକାରୀରୁ ବାହାରିଲା ଖବର’ ପୃଷ୍ଠା 17ରେ ବ୍ୟଙ୍ଗ ଆକାରରେ ପ୍ରକାଶିତ ହୋଇଥିଲା। ସେଥିରେ ହିଁ ଭାଇରାଲ୍ ନ୍ୟୁଜ୍ ଥିଲା, ଏହି ଖବର ସହିତ ଅନ୍ୟ କିଛି ଖବର ମଧ୍ୟ ହାସ୍ୟରସ ଶୈଳୀରେ ପ୍ରକାଶିତ ହୋଇଥିଲା।

ଅଧିକ ବିବରଣୀ ପାଇଁ ଆମେ ରାଜସ୍ଥାନ ପତ୍ରିକାର ଉତ୍ତରପ୍ରଦେଶ ବ୍ୟୁରୋ ଚିଫ୍ ମହେନ୍ଦ୍ର କୁମାରଙ୍କ ସହ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେମାନେ ଆମକୁ କହିଥିଲେ। ହୋଲି ଅବସରରେ ଆମେ ଏପରି ଏକ ଖବର ବ୍ୟାଙ୍ଗାତ୍ମକ ଢଙ୍ଗରେ ପ୍ରକାଶ କରୁ। ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ବିଶ୍ୱାସ ନ୍ୟୁଜ୍, ଭାଇରାଲ୍ ପୋଷ୍ଟ ସେୟାର କରିଥିବା ପ୍ରୋଫାଇଲର ପୃଷ୍ଠଭୂମି ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଲୁ ଯେ ଉପଭୋକ୍ତା ଏକ ବିଚାରଧାରା ଦ୍ୱାରା ପ୍ରଭାବିତ। ଫେସବୁକରେ ଉପଭୋକ୍ତାଙ୍କର ମୋଟ 1779 ଜଣ ଫ୍ରେଣ୍ଡସ୍ ଅଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ୟୁପିର ସିଏମ୍ ଚେହେରାକୁ ନେଇ ଭାଇରାଲ ହୋଇଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ଭାଇରାଲ୍ ପୋଷ୍ଟରେ ବ୍ୟବହୃତ ଖବର ଏକ ବ୍ୟଙ୍ଗାତ୍ମକ ଖବର ଅଟେ। ଏହା ଏକ ଅସଲି ରିପୋର୍ଟ ନୁହେଁ, ବରଂ ହାସ୍ୟରସ ଉଦ୍ଦେଶ୍ୟରେ ହୋଲି ଅବସରରେ ଲେଖାଯାଇଥିବା ଏକ କାଳ୍ପନିକ କାହାଣୀର ସ୍କ୍ରିନସଟ୍।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later