ଫ୍ୟାକ୍ଟ ଚେକ୍: ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଭାଇ ନୁହଁନ୍ତି, ଭାଇରାଲ୍ ପୋଷ୍ଟ ନକଲି
ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ଭାଇ ନୁହଁନ୍ତି। ଉଭୟ ଭାଇରାଲ୍ ପୋଷ୍ଟ ଏବଂ ଏହାର ଦାବି ମିଥ୍ୟା ଅଟେ।
- By Vishvas News
- Updated: October 14, 2021

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସେୟାର କରି ୟୁଜର୍ମାନେ ଦାବି କରୁଛନ୍ତି ଯେ ଇୟେ ହେଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ବଡ ଭାଇ, ଯିଏ ଚା’ ଷ୍ଟଲ୍ ଖୋଲିଛନ୍ତି। ବିଶ୍ୱାସ ନ୍ୟୁଜ୍ ଏହି ପୋଷ୍ଟକୁ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ଭାଇ ନୁହଁନ୍ତି। ଭାଇରାଲ୍ ପୋଷ୍ଟ ସହିତ କରାଯାଉଥିବା ଦାବି ମଧ୍ୟ ନକଲି, ଯୋଗୀ ଆଦିତ୍ୟନାଥଙ୍କ ଭାଇ ଚା’ ଷ୍ଟଲ ଖୋଲି ନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇ ସାରିଛି ଯାହାକୁ ସେୟାର୍ କରି ୟୁଜର୍ମାନେ ସମାନ ଦାବି କରିଥିଲେ। ସେତେବେଳେ ବିଶ୍ୱାସ ନ୍ୟୁଜ୍ ତାର ଫ୍ୟାକ୍ଟ ଚେକ୍ କରିଥିଲା। ଆପଣ ଏଠାରେ ଫ୍ୟାକ୍ଟ ଚେକ୍ ପଢ଼ି ପାରିବେ।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି?
ଫେସବୁକ୍ ବ୍ୟବହାରକାରୀ ଭାଇରାଲ ଫଟୋ ସେୟାର କରି ଲେଖିଛନ୍ତି, ‘ଯୋଗୀ ଜୀଙ୍କର ବଡ଼ ଭାଇ ଏବେ ବି ଗୋଟିଏ ଛୋଟ ଚା-ଷ୍ଟଲ ଚଲାଉଛନ୍ତି! ସେମାନଙ୍କ ତୁଳନା ମାୟା, ମମତା, ଅଖିଳେଶ, ଲାଲୁ, ଚିଦାମ୍ବରମ୍ ଏବଂ ସୋନିଆଙ୍କ ପରିବାର ସହିତ କରି ଦେଖନ୍ତୁ । “
ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖନ୍ତୁ।
ଅନୁସନ୍ଧାନ
ଆମେ ଅନୁସନ୍ଧାନ ଆରମ୍ଭ କରି, ପ୍ରଥମେ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଭାଇରାଲ୍ ଫଟୋର ମୂଳ ଉତ୍ସ ଖୋଜିଲୁ। ସର୍ଚ୍ଚରେ ଆମେ କୌଣସି ପ୍ରତିଷ୍ଠିତ ୱେବସାଇଟରେ ଏହି ଫଟୋ ପାଇଲୁ ନାହିଁ।
ଅନୁସନ୍ଧାନକୁ ଆଗକୁ ନେଇ, ଆମେ ଗୁଗୁଲ୍ ଓପନ୍ ସର୍ଚ୍ଚ ମାଧ୍ୟମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇମାନଙ୍କ ସହ ସମ୍ବନ୍ଧୀୟ ସୂଚନା ପାଇବା ଆରମ୍ଭ କଲୁ। ସର୍ବପ୍ରଥମେ, ଆମେ ଯୋଗୀ ଆଦିତ୍ୟନାଥଙ୍କ ଫ୍ୟାମିଲି ଟ୍ରି the ancestory ନାମକ ଏକ ୱେବସାଇଟରେ ପାଇଲୁ। ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ ତାଙ୍କର ତିନି ଭାଇ ଅଛନ୍ତି। ବଡ଼ ଭାଇ ମନଭେନ୍ଦ୍ର ମୋହନ ଜଣେ କୃଷକ ଏବଂ ଆଉ ଦୁଇ ଜଣ ସାନ ଭାଇ ଅଛନ୍ତି। ସାନ ଭାଇମାନଙ୍କ ମଧ୍ୟରୁ ଶୈଳେନ୍ଦ୍ର ମୋହନ ବିଷ୍ଟ ସେନାରେ ଅଛନ୍ତି ଏବଂ ମହେନ୍ଦ୍ର ସିଂ ବିଷ୍ଟ ସାମ୍ବାଦିକ ଅଟନ୍ତି।
ନ୍ୟୁଜ୍ ସର୍ଚ୍ଚ କରିବାବେଳେ, ଆମେ ଜାଗରଣର ୱେବସାଇଟରେ ପ୍ରକାଶିତ ଏକ ଖବର ପାଇଲୁ ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କ ସାନଭାଇ ଶୈଳେନ୍ଦ୍ର ମୋହନ ଭାରତୀୟ ସେନାରେ ଅଛନ୍ତି ବୋଲି କୁହାଯାଇଛି।
ଆମେ ଅନୁସନ୍ଧାନ ଆଗକୁ ବଢ଼ାଇଲୁ ଏବଂ ଏବିପି ନ୍ୟୁଜ୍ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଯୋଗୀଙ୍କ ପରିବାର ସହ ଜଡ଼ିତ ଗୋଟିଏ ସାକ୍ଷାତକାର ପାଇଲୁ, ଯେଉଁଥିରେ ତାଙ୍କ ବଡ଼ ଏବଂ ସାନ ଭାଇଙ୍କୁ ମଧ୍ୟ ଦେଖିବାକୁ ମିଳିଲା। ଭାଇରାଲ୍ ଫଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ କାହାରି ବି ଚେହେରା ସେହି ଭିଡିଓ ସହିତ ମେଳ ଖାଉ ନାହିଁ |
ବିଶ୍ୱାସ ନ୍ୟୁଜ୍ ନିଶ୍ଚିତକରଣ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ମହେନ୍ଦ୍ର ବିଷ୍ଟଙ୍କ ସହ ଯୋଗାଯୋଗ କରିଥିଲା ଏବଂ ତାଙ୍କୁ ଭାଇରାଲ୍ ପୋଷ୍ଟ ପଠାଇଥିଲା। ସେ ଆମକୁ କହିଲେ ଯେ ଫଟୋରେ ଥିବା ବ୍ୟକ୍ତି ତାଙ୍କ ଭାଇ ନୁହଁନ୍ତି। ଭାଇରାଲ ପୋଷ୍ଟ ସହିତ କରାଯାଇଥିବା ଦାବି ମଧ୍ୟ ମିଥ୍ୟା ଅଟେ।
ବର୍ତ୍ତମାନ ନକଲି ପୋଷ୍ଟ ସେୟାର କରିଥିବା ଫେସବୁକ ବ୍ୟବହାରକାରୀ ମୀରା ସିଂଙ୍କ ସୋସିଆଲ ସ୍କାନିଂ କରିବାର ସମୟ ଥିଲା। ଆମେ ଜାଣିବାକୁ ପାଇଲୁ ଯେ ବିହାରର ପାଟନାରେ ରହୁଥିବା ଏହି ୟୁଜର୍ଙ୍କୁ 35,874 ଜଣ ଫଲୋ କରୁଛନ୍ତି। ୟୁଜର୍ ଫେସବୁକରେ ଆକ୍ଟିଭ୍ ରହୁଛନ୍ତି।
निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ଭାଇ ନୁହଁନ୍ତି। ଉଭୟ ଭାଇରାଲ୍ ପୋଷ୍ଟ ଏବଂ ଏହାର ଦାବି ମିଥ୍ୟା ଅଟେ।
- Claim Review : ଯୋଗୀ ଜୀଙ୍କର ବଡ଼ ଭାଇ ଏବେ ବି ଗୋଟିଏ ଛୋଟ ଚା-ଷ୍ଟଲ ଚଲାଉଛନ୍ତି! ସେମାନଙ୍କ ତୁଳନା ମାୟା, ମମତା, ଅଖିଳେଶ, ଲାଲୁ, ଚିଦାମ୍ବରମ୍ ଏବଂ ସୋନିଆଙ୍କ ପରିବାର ସହିତ କରି ଦେଖନ୍ତୁ
- Claimed By : Meera Singh
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com