ତଥ୍ୟ ଯାଞ୍ଚ:ଗାତରେ ପଡ଼ି ବାଳକ ଗାଏବ ହୋଇଯିବା ଏ ଭିଡିଓ ଏଡିଟ୍ ହୋଇଛି
ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଭାଇରାଲ୍ ହୋଇଥିବା ଭିଡିଓ ଏଡିଡେଟ୍ ବୋଲି ଜଣା ପଡ଼ିଥିଲା । ଅସଲି ଭିଡିଓରେ ବାଳକଟି ଗାତରେ ପଡ଼ିଥିଲା ନିଶ୍ଚୟ କିନ୍ତୁ ସେ ସମ୍ପୂର୍ଣ୍ଣ ଗାଏବ ହୋଇ ନଥିଲା । ସେ ଗାତ ଭିତରକୁ ଅଧା ଯାଇଥିଲା ଏବଂ ପୁଣି ଛିଡ଼ା ହୋଇଯାଇଥିଲା ।
- By Vishvas News
- Updated: April 25, 2022

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁତ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖାଯାଇଛି ଏକ ବାଳକ ଟିଣରେ ଆବରଣ ହୋଇଥିବା ଏକ ଗାତକୁ ଡେଉଁଛି ଏବଂ ଟିଣ ଭାଙ୍ଗିଯିବାରୁ ସେ ତଳେ ପଡ଼ିଯାଉଛି । ଭିଡିଓରେ ଦେଖାଯାଇଛି ଯେ ପଡ଼ିଯିବା ପରେ ଏହି ବାଳକ ଗାତ ଭିତରେ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଛି । ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଭାଇରାଲ୍ ଭିଡିଓ ଏଡିଟ୍ ହୋଇଥିବା ଜଣା ପଡ଼ିଲା । ଅସଲି ଭିଡିଓରେ ବାଳକଟି ଗାତରେ ପଡ଼ିଥିଲା ନିଶ୍ଚୟ କିନ୍ତୁ ସେ ସମ୍ପୂର୍ଣ୍ଣ ଗାଏବ ହୋଇ ନଥିଲା । ସେ ଗାତ ଭିତରକୁ ଅଧା ଯାଇଥିଲା ଏବଂ ପୁଣି ଛିଡ଼ା ହୋଇଯାଇଥିଲା ।
ଭାଇରାଲ୍ ଭିଡିଓରେ କଣ ଅଛି ?
ଫେସବୁକ୍ ୟୁଜର୍ Sweta Gaikwad (Archive) ଭାଇରାଲ୍ ଭିଡିଓ ସେୟାର୍ କରିଥିଲେ । ଭିଡିଓରେ ଗୋଟିଏ ବାଳକ ଟିଣରେ ଆବରଣ ହୋଇଥିବା ଏକ ଗାତକୁ ଡେଉଁଛି ଏବଂ ଟିଣ ଭାଙ୍ଗିବାରୁ ସେ ତଳେ ପଡ଼ି ଯାଉଛି । ଭିଡିଓରେ ଦେଖାଯାଇଛି ଯେ ପଡ଼ିଯିବା ପରେ ବାଳକ ସମ୍ପୂର୍ଣ୍ଣ ଭାବେ ଗାତରେ ଗାଏବ ହୋଇଯାଇଛି । ଏହି ଭିଡିଓର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖାଯାଇ ପାରିବ ।
ଅନୁସନ୍ଧାନ
ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଏହି ଭିଡିଓର ସ୍କ୍ରିନ୍ ସଟ୍ କୁ ଗୁଗଲ୍ ରିଭର୍ସ ଇମେଜ୍ ରେ ଖୋଜିଥିଲୁ । ଆମକୁ ଏହି ଭିଡିଓ makassar_iinfo ନାମକ ଇନଷ୍ଟାଗ୍ରାମ୍ ପେଜ୍ ରେ 12 ଏପ୍ରିଲ୍ 2022ରେ ଅପଲୋଡ୍ ହୋଇଥିଲା ଦେଖଇବାକୁ ମିଳିଥିଲା । ଏହି ଭିଡିଓରେ ବାଳକଟି ଗାତରେ ପଡ଼ିଥିଲା ନିଶ୍ଚୟ କିନ୍ତୁ ସେ ସମ୍ପୂର୍ଣ୍ଣ ଗାଏବ ହୋଇ ନଥିଲା । ସେ ଗାତ ଭିତରକୁ ଅଧା ଯାଇଥିଲା ଏବଂ ପୁଣି ଛିଡ଼ା ହୋଇଯାଇଥିଲା ।
ଆମକୁ ଏ ଭିଡିଓ @satuin_ ନାକର ଟ୍ବିଟର୍ ଏକାଉଣ୍ଟରେ ମଧ୍ୟ 11 ଏପ୍ରିଲ୍ 2022ରେ ଅପଲୋଡ୍ ହୋଇଥିବା ମିଳିଥିଲା । ଏହି ଭିଡିଓରେ ମଧ୍ୟ ବାଳକଟି ଗାତରେ ପଡ଼ିଥିଲା ନିଶ୍ଚୟ କିନ୍ତୁ ସେ ସମ୍ପୂର୍ଣ୍ଣ ଗାଏବ ହୋଇ ନଥିଲା । ସେ ଗାତ ଭିତରକୁ ଅଧା ଯାଇଥିଲା ଏବଂ ପୁଣି ଛିଡ଼ା ହୋଇଯାଇଥିଲା ।
ଆମକୁ ଏ ଘଟଣା ଉପରେ ଏକ ଖବର yoursay.suara.com ନାମକ ୱେବସାଇଟ୍ ରେ ମଧ୍ୟ ମିଳିଥିଲା । ଖବର ଅନୁଯାୟୀ, ଏହି ଘଟଣା ଇଣ୍ଡୋନେସିଆର । ଏହି ଖବରରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଘଟଣାର ଏଡିଡେଟ୍ ଭର୍ସନ୍ ଭାଇରାଲ୍ ହେଉଛି । ଖବର ଅନୁଯାୟୀ, କୁହାଯାଏ ଯେ ଏହି ଭିଡିଏ ଇଣ୍ଡୋନେସିଆରେ 2024 ରାଷ୍ଟ୍ରପତି ନିର୍ବାଚନ ସ୍ଥଗିତ ହେବା ଗୁଜବର ବିରୋଧ ପ୍ରସଦର୍ଶନ ସମୟରେ ନିଆଯାଇଥିଲା ।
ଆମେ ଏହି ପ୍ରସଙ୍ଗରେ yoursay.suara.comର ଏଡିଟରମାନଙ୍କ ସହ ମେଲ୍ ମାଧ୍ୟରେ ଯୋଗାଯୋଗ କରିଥିଲୁ । ଏଥିସହ ଆମେ ମଧ୍ୟ ଟ୍ବିଟର୍ ୟୁଜର୍ @satuin_ ଙ୍କ ସହ ସମ୍ପର୍କ କରିଥିଲୁ । ଏହି ବ୍ୟକ୍ତିମାନଙ୍କ ପ୍ରତିକ୍ରିୟା ମିଳିଲେ ଶୀଘ୍ର ଏହି ଖବରକୁ ଅପଡେଟ୍ କରାଯିବ ।
ଭାଇରାଲ୍ ପୋଷ୍ଟକୁ Sweta Gaikwad ନାମକ ଫେସବୁକ୍ ୟୁଜର୍ ସେୟାର କରିଥିଲେ । ୟୁଜର୍ ଜଣଙ୍କ ନିଜର ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରଖିଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଭାଇରାଲ୍ ହୋଇଥିବା ଭିଡିଓ ଏଡିଡେଟ୍ ବୋଲି ଜଣା ପଡ଼ିଥିଲା । ଅସଲି ଭିଡିଓରେ ବାଳକଟି ଗାତରେ ପଡ଼ିଥିଲା ନିଶ୍ଚୟ କିନ୍ତୁ ସେ ସମ୍ପୂର୍ଣ୍ଣ ଗାଏବ ହୋଇ ନଥିଲା । ସେ ଗାତ ଭିତରକୁ ଅଧା ଯାଇଥିଲା ଏବଂ ପୁଣି ଛିଡ଼ା ହୋଇଯାଇଥିଲା ।
- Claim Review : ଗାତରେ ପଡ଼ିବା ପରେ ବାଳକ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଉଛି
- Claimed By : Sweta Gaikwad
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com