X

ଫ୍ୟାକ୍ଟ ଚେକ୍: ସଂପୂର୍ଣ୍ଣ ଲକ୍‌ଡାଉନ୍ ନାମରେ ଭାଇରାଲ୍ ନ୍ୟୁଜ୍ ଗ୍ରାଫିକ୍ ମିଥ୍ୟା ଅଟେ

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟ ନକଲି ପ୍ରମାଣିତ ହୋଇଛି। ଲକ୍‌ଡାଉନ୍‌କୁ ନେଇ ଏଭଳି କୌଣସି ଘୋଷଣା କରାଯାଇ ନାହିଁ।

  • By Vishvas News
  • Updated: May 15, 2021

ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ) ଦେଶରେ କରୋନା ଭୟାବହତା ମଧ୍ୟରେ କିଛି ଲୋକ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିବାରୁ ପଛାଉ ନାହାଁନ୍ତି। ଏକ ନ୍ୟୁଜ୍ ଚ୍ୟାନେଲର ନକଲି ନ୍ୟୁଜ୍ ଗ୍ରାଫିକ୍ କରି କିଛି ଲୋକ ଦାବି କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ମାସ 3 ରୁ 20 ତାରିଖ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଏହାକୁ ସତ ମାନି କିଛି ଲୋକ ଭାଇରାଲ କରୁଛନ୍ତି।

ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଥିଲା। ଜଣା ପଡ଼ିଲା ଯେ ଏହି ପୋଷ୍ଟଟି ସମ୍ପୂର୍ଣ୍ଣ ନକଲି। ଏପର୍ଯ୍ୟନ୍ତ ଏଭଳି କୌଣସି ଘୋଷଣା କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଦେଶକୁ କରୋନା ସହ ଲକ୍ଡାଉନରୁ ମଧ୍ୟ ରକ୍ଷା କରିବାକୁ ପଡିବ। ଖବର ଲେଖାଯିବା ପର୍ଯ୍ୟନ୍ତ (28 ଏପ୍ରିଲ 2021) ଲକ୍ଡାଉନ୍ ବିଷୟରେ କୌଣସି ଘୋଷଣା କରାଯାଇ ନାହିଁ। ଭାଇରାଲ୍ ନ୍ୟୁଜ୍ ଗ୍ରାଫିକ୍ ନକଲି ଅଟେ।

କଣ ଭାଇରାଲ୍ ହେଉଛି

ଫେସବୁକ ବ୍ୟବହାରକାରୀ ଏସ୍ ରାଜପୁତ 25 ଏପ୍ରିଲରେ ଗୋଟିଏ ନ୍ୟୁଜ ଚ୍ୟାନେଲର ଏକ ନକଲି ଗ୍ରାଫିକ୍ ପୋଷ୍ଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ବ୍ୟବହାର କରି ଦାବି କରାଯାଇଥିଲା ଯେ ମେ 3 ରୁ ମେ 20 ତାରିଖ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି।

ଏହାକୁ ସତ ମନେକରି ଅନ୍ୟ ୟୁଜର୍‌ମାନେ ମଧ୍ୟ ଅନଭିଜ୍ଞ ଭାବରେ ଭାଇରାଲ୍ କରୁଛନ୍ତି। ଫେସବୁକ୍ ପୋଷ୍ଟର ଆର୍କାଇଭ୍ଡ ଭର୍ସନ୍ ଏଠାରେ ଦେଖନ୍ତୁ।

ତଦନ୍ତ

ଭାଇରାଲ୍ ନ୍ୟୁଜ୍ ଗ୍ରାଫିକ୍ର ସତ୍ୟତା ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ସର୍ବପ୍ରଥମେ TV9ର ସମ୍ପାଦକଙ୍କ ସହିତ ଯୋଗାଯୋଗ କରିଥିଲା। ଆମେ ତାଙ୍କ ସହିତ ଭାଇରାଲ୍ ପୋଷ୍ଟ ସେୟାର କରିଥିଲୁ। ସେ ବିଶ୍ୱାସ ନ୍ୟୁଜ୍କୁ କହିଲେ ଯେ ଏହା ସମ୍ପୂର୍ଣ୍ଣ ନକଲି। ଅନେକ ସ୍ଥାନରୁ ଏଡିଟ୍ କରି ଏହା ତିଆରି କରାଯାଇଛି। ଚ୍ୟାନେଲ ଏଭଳି କୌ ଣସି ଖବର ଅନ୍ ଏୟାର୍ ପ୍ରସାରଣ କରିନାହିଁ।

ଅନୁସନ୍ଧାନକୁ ଆଗକୁ ବଢ଼ାଇ ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ନ୍ୟୁଜ୍ ଗ୍ରାଫିକ୍ର ବିଷୟବସ୍ତୁ ଖୋଜିବା ଆରମ୍ଭ କଲା। ଆମେ ଏଭଳି ଗୋଟିଏ ବି ଖବର ପାଇଲୁ ନାହିଁ ଯାହା 3 ମେରୁ 20 ମେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣାର ସତ୍ୟତା ପ୍ରତିପାଦନ କରୁଥିବ। ଏହାର ଅର୍ଥ ସ୍ପଷ୍ଟ ଥିଲା। ଭାଇରାଲ୍ ପୋଷ୍ଟ ସଂପୂର୍ଣ୍ଣ ନକଲି।

ଅନୁସନ୍ଧାନ ସମୟରେ ଆମେ ନିଶ୍ଚିତ ଭାବରେ ଏପରି ଖବର ପାଇଥିଲୁ, ଯେଉଁଥିରେ ଦର୍ଶାଯାଇଥିଲା ଯେ 28 ଏପ୍ରିଲ 2021 ରେ ଅନୁଷ୍ଠିତ ଏକ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 150 ଟି ଜିଲ୍ଲାରେ ଲକ୍‌ଡାଉନ୍ ଘୋଷଣା କରିବାର ସୁପାରିଶ କରିଛି।

ଅନ୍ୟପକ୍ଷରେ, 20 ଏପ୍ରିଲ 2021 ରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ଉପରେ କହି ସାରିଥିଲେ ଯେ ଦେଶର ଲକଡାଉନ୍ ଶେଷ ବିକଳ୍ପ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ପରିସ୍ଥିତିରେ ଦେଶକୁ ଲକଡାଉନ୍‌ରୁ ରକ୍ଷା କରିବାକୁ ପଡ଼ିବ। ଶେଷ ବିକଳ୍ପ ଭାବରେ ଲକଡାଉନ୍ ବ୍ୟବହାର କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଆପଣ ନିମ୍ନରେ ଏହି ସମ୍ବନ୍ଧୀୟ ଖବର ଦେଖିପାରିବେ।

ଏହା ପରେ ନକଲି ପୋଷ୍ଟ କରିଥିବା ଉପଭୋକ୍ତାଙ୍କର ଯାଞ୍ଚ କରିବାର ସମୟ ଥିଲା । ସୋସିଆଲ୍ ସ୍କାନିଂରୁ ଆମେ ଜାଣିବାକୁ ପାଇଲୁ ଯେ ଫେସବୁକ ବ୍ୟବହାରକାରୀ ଏସ୍ ରାଜପୁତ ପାଲନପୁରର ବାସିନ୍ଦା। ତାଙ୍କୁ 109 ଜଣ ଫଲୋ କରୁଛନ୍ତି।

निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟ ନକଲି ପ୍ରମାଣିତ ହୋଇଛି। ଲକ୍‌ଡାଉନ୍‌କୁ ନେଇ ଏଭଳି କୌଣସି ଘୋଷଣା କରାଯାଇ ନାହିଁ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later