ଫ୍ୟାକ୍ଟ ଚେକ୍: ଭୁଲ୍ ରେଫରେନ୍ସ ସହିତ ପାଣିରୁ ବିଜୁଳି କଥା କହିଥିବା ଅଶୋକ ଗେହଲୋଟ୍ଙ୍କର ଅସମ୍ପୂର୍ଣ୍ଣ ବିବୃତ୍ତି ଭାଇରାଲ୍ ହେଉଛି
- By Vishvas News
- Updated: December 23, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି 20 ସେକେଣ୍ଡର ଭିଡିଓରେ ଅଶୋକ ଗେହଲୋଟ୍ଙ୍କୁ କହୁଥିବାର ଦର୍ଶାଯାଇଛି ଯେ ଯଦି ପାଣିରୁ ବିଦ୍ୟୁତ୍ ବାହାର କରିଦିଆଯାଏ, ତେବେ ଏହି ପାଣି କ୍ଷେତରେ କ’ଣ କାମରେ ଆସିବ? ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି ଭିଡିଓକୁ ସତ ବୋଲି ବିଶ୍ୱାସ କରି ଭାଇରାଲ୍ କରୁଛନ୍ତି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଛି। ଏହା ଜାଣିବାକୁ ମିଳିଛି ଯେ ଅଶୋକ ଗେହଲୋଟଙ୍କର ଏକ ପୁରୁଣା ବିବୃତ୍ତିକୁ ଏଡିଟ୍ କରି ଭୁଲ ସନ୍ଦର୍ଭରେ ଭାଇରାଲ କରାଯାଉଛି। ଅଶୋକ ଗେହଲୋଟ୍ ତାଙ୍କ ଭାଷଣରେ ଜନ ସଙ୍ଘ ବିଷୟରେ କହୁଥିଲେ।
କ’ଣ ଭାଇରାଲ୍ ହେଉଛି
ଫେସବୁକ ବ୍ୟବହାରକାରୀ ଗିରରାଜ ଅୱାନା ଅଶୋକ ଗେହଲୋଟଙ୍କର ଏକ 20 ସେକେଣ୍ଡର ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ମାନିଗଲି ସିଏମ୍ ସାହେବ। ଭିଡିଓରେ ଅଶୋକ ଗେହଲୋଟ୍ ଦର୍ଶାଇଛନ୍ତି ଯେ ଏହି ବନ୍ଧ ନିର୍ମାଣ ହେଉଛି। ଏହା ଉପରେ ଏକ ପାୱାର ହାଉସ୍ ନିର୍ମାଣ ହେବ ଏବଂ ପାଣିରୁ ବିଦ୍ୟୁତ୍ ବାହାର କରାଯିବ। ଯଦି ପାଣିରୁ ବିଦ୍ୟୁତ୍ ବାହାର କରି ସାରିବା ପରେ ସେହି ପାଣି ଆପଣଙ୍କ ଜମିକୁ ଯିବ, ତା’ହେଲେ ଏହାର ଶକ୍ତି ଶେଷ ହୋଇଯିବ। ତେବେ ଆପଣଙ୍କ କ୍ଷେତରେ ପାଣି କିପରି ଉପଯୋଗୀ ହେବ?
ଭାଇରାଲ୍ ପୋଷ୍ଟର ବିଷୟବସ୍ତୁ ଏଠାରେ ଅବିକଳ ଲେଖା ହୋଇଛି। ପୋଷ୍ଟକୁ ସତ ଭାବି ଅନ୍ୟ ବ୍ୟବହାରକାରୀମାନେ ମଧ୍ୟ ଏହାକୁ ଭାଇରାଲ୍ କରୁଛନ୍ତି।
ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖା ଯାଇପାରିବ।
ଅନୁସନ୍ଧାନ
ଏକ ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଇନଭିଡ୍ ଟୁଲ୍ ବ୍ୟବହାର କରିଥିଲା। ଏହା ମାଧ୍ୟମରେ ଅନେକ ଭିଡିଓ ଗ୍ରାବ୍ ବାହାର କରାଯାଇଥିଲା। ତାପରେ ସେଗୁଡ଼ିକ ଗୁଗୁଲ୍ ରିଭର୍ସ ଇମେଜ୍ ଟୁଲ୍ରେ ଅପଲୋଡ୍ କରାଯାଇ ସର୍ଚ୍ଚ କରାଯାଇଥିଲା। ଆମକୁ ଅସଲି ଭିଡିଓ ଅଶୋକ ଗେହଲୋଟଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମିଳିଲା। ଜୁନ୍ 5, 2018 ରେ ସମ୍ପୂର୍ଣ୍ଣ ଭିଡିଓ ଅପଲୋଡ୍ କରି ଅଶୋକ ଗେହଲୋଟ୍ ଟ୍ୱିଟରରେ ଲେଖିଛନ୍ତି ଯେ ଏହା ସେମାନଙ୍କର ବାସ୍ତବତା ଏବଂ ସ୍ୱଭାବ ଯେ ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ #ScientistGehlot ମାନ୍ୟତା ପ୍ରଦାନ କରୁଛନ୍ତି। ଏହା ହେଉଛି ମୂଳ ଭିଡିଓ ଯେଉଁଥିରେ ପରିବର୍ତ୍ତନ କରାଯାଇଛି।
ଏହି ଭିଡିଓରେ ଅଶୋକ ଗେହଲୋଟ୍ଙ୍କୁ କହୁଥିବାର ଦେଖିବାକୁ ମିଳୁଛି, “ମୋର ମନେ ଅଛି ଯେ ଯେତେବେଳେ ମୋର ପିଲାଦିନରେ ଜନସଙ୍ଘ ଥିଲା, ସେତେବେଳେ ଭାକ୍ରା ବନ୍ଧ ନିର୍ମାଣ କରାଯାଇଥିଲା। ଏହି ଜନସଙ୍ଘର ଲୋକମାନେ ପ୍ରଚାର କରୁଥିଲେ ଯେ ପଣ୍ଡିତ ନେହେରୁଙ୍କ ମୁଣ୍ଡ ଖରାପ ହୋଇଯାଇଛି। ସେ ଏହି ବନ୍ଧ ନିର୍ମାଣ କରୁଛନ୍ତି। ଏହା ଉପରେ ପାୱାର ହାଉସ୍ ନିର୍ମାଣ ହେବ ଏବଂ ପାଣିରୁ ବିଦ୍ୟୁତ୍ ବାହାର କରାଯିବ। ଯଦି ଯଦି ପାଣିରୁ ବିଦ୍ୟୁତ୍ ବାହାର କରାଯିବା ପରେ ସେହି ପାଣି ଆପଣଙ୍କ କ୍ଷେତକୁ ଯାଏ, ତା’ହେଲେ ଏହାର ଶକ୍ତି ଶେଷ ହୋଇଯାଇଥିବ। ତେବେ ଆପଣଙ୍କ କ୍ଷେତରେ ପାଣି କିପରି କାମରେ ଲାଗିପାରିବ? ତେଣୁ ଏମାନେ ହେଉଛନ୍ତି ସେହି ଜନସଙ୍ଘର ଲୋକ।”
ମୂଳ ଭିଡିଓ ଅଶୋକ ଗେହଲୋଟଙ୍କର ଫେସବୁକ୍ ପେଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହା 26 ମେ 2018 ରେ ଅପଲୋଡ୍ ହୋଇଥିଲା। ଏଥିରେ ଅଶୋକ ଗେହଲୋଟଙ୍କ ପୁରା ଉକ୍ତି ଦେଖାଯାଇ ପାରିବ।
ଅନୁସନ୍ଧାନକୁ ଆଗକୁ ନେଇ ବିଶ୍ୱାସ ନ୍ୟୁଜ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କର ଓଏସଡି ଲୋକେଶ ଶର୍ମାଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଲେ ଯେ ଏହି ଭିଡିଓ ଆଗରୁ ଭାଇରାଲ ହୋଇସାରିଛି। ଏଥିରେ କୌଣସି ସତ୍ୟତା ନାହିଁ।
ଅନୁସନ୍ଧାନ ଶେଷରେ, ମିଥ୍ୟା ପୋଷ୍ଟ କରିଥିବା ବ୍ୟବହାରାକରୀଙ୍କର ଯାଞ୍ଚ କରାଯାଇଥିଲା। ଜାଣିବାକୁ ମିଳିଥିଲା ଯେ, ଛଅ ହଜାରରୁ ଅଧିକ ଲୋକ ଫେସବୁକ ବ୍ୟବହାରକାରୀ ଗିରରାଜ ଅୱାନାଙ୍କୁ ଫଲୋ କରୁଛନ୍ତି। ଏହି ଆକାଉଣ୍ଟ ଅକ୍ଟୋବର 2016 ରେ କ୍ରିଏଟ୍ କରାଯାଇଥିଲା। ବ୍ୟବହାରକାରୀ ହେଉଛନ୍ତି ଦୌସାର ବାସିନ୍ଦା।
ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଦ୍ୱାରା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଶୋକ ଗେହଲୋଟଙ୍କ ବକ୍ତବ୍ୟର ଏକ ଅଂଶ କାଟି ମିଥ୍ୟା ଦାବି ସହିତ ଭାଇରାଲ୍ କରାଯାଉଛି। ତାଙ୍କ ବିରୋଧୀଙ୍କ ବିଷୟରେ କହିବାବେଳେ ଗେହଲୋଟ୍ ଏହି ବିବୃତ୍ତି ଦେଉଥିଲେ। ସେ କହୁଥିଲେ ଯେ ଜନସଙ୍ଘର ଲୋକମାନେ ଏପରି ଗୁଜବ ପ୍ରଚାର କରିଥିଲେ।
- Claim Review : ଅଶୋକ ଗେହଲୋଟ୍ ଦେଇଛନ୍ତି ପାଣିରୁ ବିଦ୍ୟୁତ୍ ବାହାରିଯିବା ବକ୍ତବ୍ୟ
- Claimed By : ଫେସବୁକ୍ ବ୍ୟବହାରକାରୀ ଗିରରାଜ ଅୱାନା
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com