
ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ଜଣେ ମହିଳାଙ୍କ ଭିଡିଓକୁ ସୋସିଆଲ୍ ମିଡିଆରେ କିଛି ଲୋକ ନକଲି ଦାବି ସହ ଭାଇରାଲ୍ କରୁଛନ୍ତି । ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ, ଭିଡିଓରେ ଦେଖାଯାଉଥିବା ମହିଳା ବେଦାନ୍ତ ଡାକ୍ତରଖାନାର ବରିଷ୍ଠ ଡାକ୍ତର , ଯିଏ କରୋନାର ଚିକିତ୍ସା କରୁଛନ୍ତି।
ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଭିଡ଼ିଓରେ ଥିବା ମହିଳାଙ୍କର ବେଦାନ୍ତ ହସ୍ପିଟାଲ୍ ସହ କୌଣସି ସମ୍ପର୍କ ନାହିଁ।
କଣ ଭାଇରାଲ ହେଉଛି
ଫେସବୁକ୍ ୟୁଜର୍ ବରୁନ୍ ରାଜ ଖୁରାନା 11 ଜୁନରେ ଏକ ଭିଡିଓ ଅପଲୋଡ୍ କରି ଲେଖିଥିଲେ ଯେ : “ ବନ୍ଧୁଗଣ, ଏ ମ୍ୟାଡାମ ‘ବେଦାନ୍ତ ହସ୍ପିଟାଲ’ର ଜଣେ ବହୁତ ବରିଷ୍ଠ ଡାକ୍ତର, ଯିଏ କି କରୋନା ରୋଗର ଚିକିତ୍ସା କରୁଛନ୍ତି, ଧ୍ୟାନ ଦେଇ ଶୁଣନ୍ତୁ । ପରେ ଫରୱାର୍ କରନ୍ତୁ । ”
ଏ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଦୁଇ ହାଜରରୁ ଅଧିକ ବ୍ୟକ୍ତି ସେୟାର କରି ସାରିଲେଣି, ଯେତେବେଳେ କି 77 ହଜାର ଲୋକ ଏହାକୁ ଦେଖି ସାରିଛନ୍ତି । ଏ ଭିଡିଓ ଲଗାତାର ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଫରୱାର୍ଡ ହେଉଛି ।
ଅନୁସନ୍ଧାନ
ଭାଇରାଲ୍ ପୋଷ୍ଟରେ ଯେହେତୁ ବେଦାନ୍ତ ହସ୍ପିଟାଲ ବିଷୟରେ ଉଲ୍ଲେଖ ହୋଇଥିଲା, ସେଥିପାଇଁ ଆମେ ପ୍ରଥମେ ବେଦାନ୍ତର ସୋସିଆଲ ମିଡିଆ ଏକାଉଣ୍ଟ ଦେଖିବା ଆରମ୍ଭ କରିଥିଲୁ । ହସ୍ପିଟାଲର ଫେସବୁକ୍ ପେଜ୍ ରେ ଆମକୁ 12 ଜୁନର ଏକ ପୋଷ୍ଟ ମିଳିଥିଲା । ଏ ପୋଷ୍ଟରେ କୁହାଯାଇଥିଲା କି, ବେଦାନ୍ତାର ଡାକ୍ତରଙ୍କ ଦାବି ସହ ଏ ଭିଡିଓ ଭାଇରାଲ୍ ହେଉଛି । ଏହା ଭୁଲ୍ କଥା । ଏ ଭିଡିଓର ବେଦାନ୍ତ କିମ୍ବା ବେଦାନ୍ତର କୌଣସି ଡାକ୍ତରଙ୍କ ସହ କିଛି ସମ୍ବନ୍ଧ ନାହିଁ । ସମ୍ପୂର୍ଣ୍ଣ ପୋଷ୍ଟକୁ ଆପଣ ତଳେ ଦେଖି ପାରିବେ ।
ବିଶ୍ବାସ ନ୍ୟୁଜ୍ ଫେସ୍ ବୁକ୍ ଜରିଆରେ ବେଦାନ୍ତ ସହ ସମ୍ପର୍କ କରିଥିଲା । ସେମାନେ ଆମକୁ ସୂଚନା ଦେଇଥିଲେ ଯେ, ଭାଇରାଲ୍ ଭିଡିଓର ବେଦାନ୍ତ ସହ କୌଣସି ସମ୍ବନ୍ଧ ନାହିଁ । ବେଦାନ୍ତ ବିଶ୍ବାସ ନ୍ୟୁଜ୍ ସହ ନିଜର ପକ୍ଷ ମଧ୍ୟ ସେୟାର୍ କରିଥିଲା ।
ଅନୁସନ୍ଧାନ ବେଳେ ଆମକୁ ଭାଇରାଲ୍ ଭିଡିଓର ଅସଲି ସୋର୍ସ ବା ଉତ୍ସ ମିଳିଥିଲା । ଏ ଭିଡିଓ ଅଞ୍ଜୁ କୌର ନାମକ ଜଣେ ୟୁଜରଙ୍କର ଥିଲା । ଏହାକୁ ଅଞ୍ଜୁ 8 ଜୁନରେ ଫେସବୁକରେ ଅପଲୋଡ୍ କରିଥିଲେ । ଏଥିରେ ସେ କରୋନା ଭାଇରସ୍ ରୁ ରକ୍ଷା ପାଇବାର ଉପାୟ କହିଥିଲେ । ଏ ଭିଡିଓରେ ସେ ଗରମ ପାଣି, ଲେମ୍ବୁ, ଗରମ ଖାଦ୍ୟ, ତୁଳସୀ, ଲବଙ୍ଗ ଭଳି ସାମଗ୍ରୀ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ଭିଡିଓକୁ କିଛି ଲୋକ ବେଦାନ୍ତ ହସ୍ପିଟାଲର ଡାକ୍ତରଙ୍କ ନାମରେ ଭାଇରାଲ୍ କରିଦେଇଥିଲେ ।
ଡବ୍ଲୁଏଚ୍ ଓ, କୋଭିଡ୍ -19ର ନିୟନ୍ତ୍ରଣ କିମ୍ବା ଚିକିତ୍ସା ପାଇଁ ଔଷଧ ସହ କୌଣସି ପ୍ରକାର ସେଲଫ୍ – ମେଡିକେସନ୍ ର ସୁପାରିଶ କରୁ ନାହିଁ , ଯେଉଁଥିରେ ଆଣ୍ଟିବାୟୋଟିକ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ତେବେ, ଉଭୟ ବିଦେଶୀ ଏବଂ ପାରମ୍ପରିକ ଔଷଧ ପାଇଁ ଅନେକ କ୍ଲିନିକାଲ୍ ଟ୍ରାୟାଲ୍ କରାଯାଉଛି ।
ଆୟୁଷ ମନ୍ତ୍ରାଳୟ ଅନୁଯାୟୀ, ହର୍ବାଲ୍ ଚା କିମ୍ବା ତୁଳସୀ, ଦାଲଚିନି, ଗୋଲମରିଚ, ଶୁଣ୍ଠି ( ଶୁଖିଲା ଅଦା) ଏବଂ କିସମିସ ରୁ ତିଆରି କାଢ଼ା ଦିନରେ ଥରେ ଦୁଇଥର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ଯାହା ନିଜର ଯତ୍ନ ନେବା ପାଇଁ ଭଲ । ତେବେ, ମନ୍ତ୍ରାଳୟ ଏ ଉପାୟରେ ହିଁ କୋଭିଡ୍ -19ର ତିକିତ୍ସାର ଦାବି କରି ନାହିଁ ।
ଅଞ୍ଜୁ କୌରଙ୍କ ଫେସବୁକ୍ ଏକାଉଣ୍ଟର ସ୍କ୍ରିନିଂରେ ଆମକୁ ଆଉ ଏକ ଭିଡ଼ିଓ ମିଳିଥିଲା । ସେଥିରେ ଅଞ୍ଜୁ କୌର 10 ଜୁନରେ ଏକ ଭିଡିଓ ଜାରି କରି ସଫେଇ ଦେଇଥିଲେ । ସେ କୌଣସି ହସ୍ପିଟାଲର ଡାକ୍ତର ନଥିବା ନେଇ ଭିଡିଓରେ କହିଥିଲେ । ସେ ଜଣେ ଶିକ୍ଷକ ଅଟନ୍ତି । ଅଞ୍ଜୁ ଦିଲ୍ଲୀରେ ରୁହନ୍ତି ।
ଅନୁସନ୍ଧାନ ଶେଷରେ ଆମେ ଅଞ୍ଜୁ କୌରଙ୍କ ଭିଡିଓ କୁ ନକଲି ଦାବି କରିବା ସହ ଭାଇରାଲ୍ କରିଥିବା ଫେସବୁକ୍ ୟଜରଙ୍କ ଏକାଉଣ୍ଟର ଯାଞ୍ଚ କରିଥିଲୁ । ଆମେ ଜାଣିବାକୁ ପାଇଥିଲୁ ଯେ ୟୁଜର୍ ବରୁଣ ରାଜ ଖୁରାନା ଘର ହରିଆନାର ସିରସା ରେ । ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ତାଙ୍କ ଏକାଉଣ୍ଟର 953 ଲୋକ ଫଲୋ କରନ୍ତି ।
निष्कर्ष: ନିଷ୍କର୍ଷ : ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ, ବେଦାନ୍ତ ହସ୍ପିଟାଲ୍ ନାମରେ ଭାଇରାଲ୍ ହେଉଥିବା ଭିଡିଓ ନକଲି । ଭିଡିଓରେ ଥିବା ମହିଳା ଜଣେ ଶିକ୍ଷକ । ତାଙ୍କର ବେଦାନ୍ତ କିମ୍ବା ଅନ୍ୟ କୌଣସି ହସ୍ପିଟାଲ୍ ସହ କୌଣସି ସମ୍ବନ୍ଧ ନାହିଁ ।
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.