ସତ୍ୟତା ଯାଞ୍ଚ: ରାହୁଲ ଗାନ୍ଧୀଙ୍କ ବିଷୟରେ ଅନିଲ କପୁରଙ୍କ ମିଥ୍ୟା ବୟାନ ଭାଇରାଲ ହେଇଛି
- By Vishvas News
- Updated: April 24, 2023

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ) ଲୋକସଭା ନିର୍ବାଚନ 2024 ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅନିଲ କପୁରଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି କି “ ଅନିଲ କପୁର କହିଛନ୍ତି ଯେ ରାହୁଲ ଗାନ୍ଧୀ ଥରେ ପ୍ରଧାନମନ୍ତ୍ରୀ ଭାବରେ ସୁଯୋଗ ପାଇବା ଉଚିତ।“
ବିଶ୍ଵାସ ନ୍ଯୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ବଲିଉଡ ଅଭିନେତା ଅନିଲ କପୁର ରାହୁଲ ଗାନ୍ଧୀଙ୍କ ବିଷୟରେ ଏପରି କୌଣସି ବୟାନ ଦେଇନାହାଁନ୍ତି। ସୋସିଆଲ ମିଡିଆରେ ଏହି ମିଥ୍ୟା ଦାବି ଭାଇରାଲ ହେଉଛି।
ଭାଇରାଲ୍ ପୋଷ୍ଟ କଣ ଅଛି
ଫେସବୁକ ବ୍ୟବହାରକାରୀ ମହମ୍ମଦ ତୋସିଫ Md Tosif (ଆର୍କାଇଭ ଲିଙ୍କ) ଏହାକୁ ଏପ୍ରିଲ 4 ରେ ପୋଷ୍ଟ କରିଛନ୍ତି। ଏହା ସହିତ ସେ ହ୍ୟାସଟ୍ୟାଗ ଅନିଲ କପୁର ଏବଂ ହ୍ୟାସଟ୍ୟାଗ ରାହୁଲ ଗାନ୍ଧୀ ମଧ୍ୟ ଲେଖିଛନ୍ତି। ଏଥିରେ ଅନିଲ କପୁରଙ୍କ ଫଟୋ ସହିତ ଏହା ଲେଖାଯାଇଛି,
ରାହୁଲ ଗାନ୍ଧୀ ଯୁବକ ଅଟନ୍ତି , ତାଙ୍କ ନିକଟରେ ନୂତନ ବିଚାରଧାରା ରହିଛି , ସେ ଦେଶ ପାଇଁ ଭଲ ଚାହୁଁଛନ୍ତି
ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ସୁଯୋଗ ମିଳିବା ଉଚିତ୍
ଅନିଲ କପୁର
ଅନ୍ୟ କେତେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଦାବି ଅଂଶୀଦାର କରିଛନ୍ତି |
ଅନୁସନ୍ଧାନ
ଭାଇରାଲ୍ ଦାବି ଯାଞ୍ଚ କରିବାକୁ, ଆମେ ପ୍ରଥମେ ଗୁଗୁଲରେ କୀୱାର୍ଡ ବ୍ୟବହାର କରି ଏକ ଓପନ ସର୍ଚ କରିଥିଲୁ, କିନ୍ତୁ ସେପରି କୌଣସି ଖବର ପାଇଲୁ ନାହିଁ | ଯଦି ଅନିଲ କପୁର ଏପରି ବୟାନ ଦେଇଥାନ୍ତେ ତେବେ ତାହା ନିଶ୍ଚିତ ଭାବେ ଗଣମାଧ୍ୟମରେ ଆସିଥାନ୍ତା।
ଏହା ପରେ ଆମେ ଅନିଲ କପୁରଙ୍କ ଫେସବୁକ୍ ଆକାଉଣ୍ଟ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଖୋଜିଲୁ, କିନ୍ତୁ ଏହା ସହ ଜଡିତ କୌଣସି ପୋଷ୍ଟ ପାଇଲୁ ନାହିଁ।
ରାହୁଲ ଗାନ୍ଧୀ କୀୱାର୍ଡ ବ୍ୟବହାର କରି ଟ୍ୱିଟର ଆଡଭାନ୍ସ ସର୍ଚ ବ୍ୟବହାର କରି ଅନିଲ କପୁରଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଯାଞ୍ଚ କରିଛୁ, କିନ୍ତୁ ଭାଇରାଲ ଦାବିକୁ ପ୍ରମାଣ କରୁଥିବା କୌଣସି ପୋଷ୍ଟ ପାଇଲୁ ନାହିଁ।
ଏହି ବିଷୟରେ ଠୋସ୍ ସୂଚନା ପାଇଁ ଆମେ ଅନିଲ କପୁରଙ୍କ ପିଆରକୁ ଦେଖୁଥିବା ଏଜେନ୍ସି ରେନ୍ ଡ୍ରପ ପିଆର ସାନ୍ତୋଶ ଶର୍ମାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଭାଇରାଲ୍ ପୋଷ୍ଟ ପଠାଇଥିଲୁ। ସେ କହିଛନ୍ତି “ ଏହା ନକଲି ଅଟେ।“
ଆମେ ମିଥ୍ୟା ଦାବି ସେୟାର କରିଥିବା ଫେସବୁକ୍ ବ୍ୟବହାରକାରୀ ମହମ୍ମଦ ତୋସିଫ୍ (Md Tosif) ଙ୍କ ପ୍ରୋଫାଇଲ୍ ସ୍କାନ୍ କରିଛୁ | ଏହି ଅନୁଯାୟୀ, ବ୍ୟବହାରକାରୀ ବିହାରର କାଟିହରରେ ରୁହନ୍ତି। 27 ଡିସେମ୍ବର 2019 ରେ ସୃଷ୍ଟି ହୋଇଥିବା ଏହି ପ୍ରୋଫାଇଲରେ ପ୍ରାୟ 6 ହଜାର ଅନୁସରଣକାରୀ ଅଛନ୍ତି | ଉପଭୋକ୍ତା ଏକ ରାଜନୈତିକ ଦଳ ଦ୍ୱାରା ଅନୁପ୍ରାଣିତ |
ସିଦ୍ଧାନ୍ତ: ଅନୀଲ କପୁରଙ୍କ ବିଷୟରେ ସୋସିଆଲ ମିଡିଆରେ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅନିଲ କପୁର ଏଭଳି କୌଣସି ବୟାନ ଦେଇନାହାଁନ୍ତି।
- Claim Review : ଅନିଲ କପୁର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଥରେ ପ୍ରଧାନମନ୍ତ୍ରୀ ଭାବରେ ସୁଯୋଗ ମିଳିବା ଉଚିତ୍।
- Claimed By : FB user- Md Tosif
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com