X

ଫ୍ୟାକ୍ଟ ଚେକ୍: ମହିଳାମାନଙ୍କୁ ସଚେତନ କରିବା ପାଇଁ ପ୍ରସ୍ତୁତ ଭିଡିଓଗୁଡ଼ିକୁ ସାମ୍ପ୍ରଦାୟିକ ଦାବି କରି ଉପଭୋକ୍ତାମାନେ ସେୟାର୍ କରୁଛନ୍ତି

ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଏହି ଦାବିକୁ ଭୁଲ୍ ପ୍ରମାଣିତ କରିଛି। ସଚେତନତା ପ୍ରସାର ଲକ୍ଷ୍ୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହା ନାଟକୀୟ ଅଟେ, ଏଥିରେ କୌଣସି ସାମ୍ପ୍ରଦାୟିକ ଦିଗ ନାହିଁ।

  • By Vishvas News
  • Updated: April 10, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ଟେଲର ମାପ ନେବା ସମୟରେ ଜଣେ ମହିଳାଙ୍କ ସହ ଅସଦାଚରଣ କରୁଛି। ଯାହା ପରେ ଅସହଜ ବୋଧ କରି ମହିଳା ଜଣକ ସେଠାରୁ ଚାଲିଯାଉଛନ୍ତି। ତା’ପରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ପୋଷାକ ସିଲେଇ କରିବାକୁ ଆସୁଛନ୍ତି। ଟେଲର ସେହି ମହିଳାଙ୍କ ସହ ମଧ୍ୟ ଅସଦାଚରଣ କରିବାକୁ ଚେଷ୍ଟା କରୁଛି। ତା’ପରେ ମହିଳା ଜଣକ ତାଙ୍କ ହାତ ଧରି ବୁର୍ଖା କାଢ଼ି ନିଜକୁ ଜଣେ ପୋଲିସ୍ ବୋଲି କହୁଛନ୍ତି। ଏହା ପରେ ଟେଲର ଭୟଭୀତ ହୋଇ ମହିଳାଙ୍କ ନିକଟରେ କ୍ଷମା ମାଗିବା ଆରମ୍ଭ କରୁଛି। ଏହି ଭିଡିଓକୁ ସେୟାର କରି କୁହାଯାଇଛି ଯେ ଏହି ଟେଲର ଜଣେ ମୁସଲମାନ ତେଣୁ ସେ ହିନ୍ଦୁ ମହିଳାମାନଙ୍କ ସହ ଅସଦାଚରଣ କରୁଥିଲେ। ଆହୁରି ମଧ୍ୟ, ଏହି ଭିଡିଓ ସେୟାର କରିବା ସମୟରେ ଏକ ଆବେଦନ କରାଯାଉଛି ଯେ ହିନ୍ଦୁ ମହିଳାମାନେ ମୁସଲମାନ ସମ୍ପ୍ରଦାୟଠାରୁ ଦୂରରେ ରହିବା ଉଚିତ୍। ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଦାବିକୁ ମିଥ୍ୟା ପ୍ରମାଣିତ କରିଛି। ସଚେତନତା ପ୍ରସାର ଉଦ୍ଦେଶ୍ୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହା ଏକ ନାଟକୀୟ ଉପସ୍ଥାପନ, ଏଥିରେ କୌଣସି ସାମ୍ପ୍ରଦାୟିକ ଦିଗ ନାହିଁ।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଫେସବୁକ୍‌ ବ୍ୟବହାରକାରୀ ଦୀପ ସିଂ ଭାଇରାଲ ଭିଡିଓ ସେୟାର କରି ଲେଖିଛନ୍ତି, “ହିନ୍ଦୁ ଭଉଣୀ ଏବଂ ଝିଅମାନଙ୍କୁ ମୁସଲମାନ ଦୋକାନକୁ ନ ଯିବାକୁ ଅନୁରୋଧ। ସେମାନେ ଭୁଲ ମାନସିକତାର ଲୋକ, ସେମାନଙ୍କର ଚିନ୍ତାଧାରା ଖରାପ। ସେମାନଙ୍କଠାରୁ ପୋଷାକ, ମେହେନ୍ଦି, ଚୂଡ଼ି କିମ୍ବା ଅନ୍ୟ କୌଣସି ସାମଗ୍ରୀ କିଣନ୍ତୁ ନାହିଁ କି ଆପଣଙ୍କର ଭଉଣୀ ଏବଂ ଝିଅମାନଙ୍କୁ ସେମାନଙ୍କଠାରୁ କୌଣସି ଜିନିଷ ନେବାକୁ ଦିଅନ୍ତୁ ନାହିଁ।

ଟ୍ୱିଟର ବ୍ୟବହାରକାରୀ @ Sarvesh1795650 ମଧ୍ୟ ସମାନ ଦାବି କରି ଭିଡିଓ ସେୟାର କରିଛନ୍ତି। ଫ୍ୟାକ୍ଟ ଚେକ୍‌ ଉଦ୍ଦେଶ୍ୟରେ ପୋଷ୍ଟରେ ଲେଖାଯାଇଥିବା ତଥ୍ୟଗୁଡ଼ିକ ଅବିକଳ ଲେଖାଯାଇଛି। ଏହି ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖାଯାଇପାରିବ।

ଅନୁସନ୍ଧାନ –

ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭାଇରାଲ୍ ଭିଡିଓକୁ ଧ୍ୟାନପୂର୍ବକ ଦେଖିଲୁ। ଆମେ ଦେଖିଲୁ ଯେ ଭିଡିଓ ଶେଷରେ ଲେଖାଯାଇଛି ଯେ ଝିଅମାନେ ଏପରି ଘଟଣା ପ୍ରତି ସାବଧାନ ରୁହନ୍ତୁ ଏବଂ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ। ଏହା ଦେଖିବା ପରେ, ଭାଇରାଲ୍ ଭିଡିଓ ସ୍କ୍ରିପ୍ଟ କରାଯାଇଥିବା ନେଇ ଆମେ ସନ୍ଦେହ କରିଥିଲୁ।

ତାପରେ ଆମେ ଅନୁସନ୍ଧାନ ଆଗକୁ ବଢ଼ାଇ ଭିଡିଓର ଅନେକଗୁଡ଼ିଏ ଗ୍ରାବ୍ ବାହାର କରିବା ପାଇଁ ଇନଭିଡ୍ ଟୁଲ୍ ବ୍ୟବହାର କଲୁ ଏବଂ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ସେହି ଫଟୋଗୁଡ଼ିକ ଖୋଜିଲୁ। ଏହି ସମୟରେ ଆମେ 12 ମାର୍ଚ୍ଚ 2022 ରେ 3RD EYE ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ମୂଳ ଭିଡିଓ ପାଇଲୁ। ବର୍ଣ୍ଣନାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ଏକ ସ୍କ୍ରିପ୍ଟେଡ୍ ବା ନାଟକୀୟ ଉପସ୍ଥାପନ, ଯାହାର ଉଦ୍ଦେଶ୍ୟ ଲୋକମାନଙ୍କୁ ସଚେତନ କରାଇବା।

ଏହା ପରେଆମେ 3RD EYE ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଜିବା ଆରମ୍ଭ କଲୁ। ଏହି ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଚ୍ୟାନେଲଟି ସେହିଭଳି ସ୍କ୍ରିପ୍ଟେଡ୍ ଭିଡିଓ ତିଆରି କରେ। ଅନେକ ଭିଡିଓ ମଜାଳିଆ ପ୍ରସଙ୍ଗ ଉପରେ ଆଧାରିତ ହୋଇଥିବାବେଳେ ଅନେକ ଗମ୍ଭୀର ବିଷୟ ଉପରେ ଆଧାରିତ ଥିଲା। ଏହି ସମସ୍ତ ଭିଡିଓ କଳାକାରମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି। ବାସ୍ତବତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ।

ଅଧିକ ସୂଚନା ପାଇଁ ଆମେ 3RD EYE ପେଜ୍ ପରିଚାଳନା କରୁଥିବା ରାହୁଲ କାଶ୍ୟପଙ୍କ ସହିତ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଲେ। “ଶିକ୍ଷା ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା। ମୋର ଆବେଦନ ହେଉଛି ଏହି ପେଜ୍‌ର କୌଣସି ଭିଡିଓ ମିଥ୍ୟା ଦାବି ସହିତ ସେୟାର୍ କରାଯିବା ଉଚିତ୍ ନୁହେଁ। ଆମ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ସମସ୍ତ ଭିଡିଓ କଳାକାରମାନଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି |”

ଯାଂଚ ଶେଷ ହେବା ପରେ, ପୋଷ୍ଟକୁ ଭାଇରାଲ କରିଥିବା ୟୁଜରଙ୍କର ଯାଂଚ କରାଯାଇଥିଲା। ଫେସବୁକ ବ୍ୟବହାରକାରୀ ଦୀପ ସିଂଙ୍କ ସୋସିଆଲ୍ ସ୍କାନିଂରୁ ଜଣାପଡ଼ିଛି ଯେ ଉପଭୋକ୍ତାଙ୍କର 104 ଜଣ ଫଲୋଅର୍ସ ଅଛନ୍ତି। ଉପଭୋକ୍ତା ଜଣକ ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା ଅଟନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଏହି ଦାବିକୁ ଭୁଲ୍ ପ୍ରମାଣିତ କରିଛି। ସଚେତନତା ପ୍ରସାର ଲକ୍ଷ୍ୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହା ନାଟକୀୟ ଅଟେ, ଏଥିରେ କୌଣସି ସାମ୍ପ୍ରଦାୟିକ ଦିଗ ନାହିଁ।

  • Claim Review : ହିନ୍ଦୁ ଭଉଣୀ ଏବଂ ଝିଅମାନଙ୍କୁ ମୁସଲିମଙ୍କ ଦୋକାନକୁ ନ ଯିବାକୁ ଅନୁରୋଧ କରାଯାଇଛି, ସେମାନେ ଭୁଲ ମାନସିକତାର ଲୋକ, ସେମାନଙ୍କର ଚିନ୍ତାଧାରା ଖରାପ, ସେମାନଙ୍କଠାରୁ କୌଣସି ପ୍ରକାରର ପୋଷାକ, ମେହେନ୍ଦି, ଚୂଡ଼ି କିମ୍ବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ କିମ୍ବା ଆପଣଙ୍କ ଚିହ୍ନାପରିଚୟ ଲୋକଙ୍କୁ ମଧ୍ୟ କିଣିବାକୁ ଦିଅନ୍ତୁ ନାହିଁ।
  • Claimed By : ଦୀପ ସିଂହ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later