ତଥ୍ୟ ଯାଞ୍ଚ : ନାଁ, କଲରା ଜୁସ୍ ନୋଭଲ୍ କରୋନା ଭାଇରସ୍ ରୁ ଆରୋଗ୍ୟ କରି ପାରିବ ନାହିଁ, ଏହି ଭାଇରାଲ୍ ଦାବିକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି
କଲରା ଜୁସ୍ କରୋନା ଭାଇରସ୍ କୁ 2 ଘଣ୍ଟାରେ ଉପଚାର କରିପାରିବ ବୋଲି ଦାବି କରୁଥିବା ପୋଷ୍ଟ ନକଲି । ବିହାର ସ୍ବାସ୍ଥ୍ୟ ବିଭାଗ ଏଭଳି କୌଣସି ମନ୍ତବ୍ୟ ଜାରି କରି ନାହିଁ ।
- By Vishvas News
- Updated: April 21, 2020

ସୋସିଆଲ୍ ମିଡିଆରେ ଗୋଟିଏ ଭାଇରାଲ୍ ପୋଷ୍ଟ ଦାବି କରେ ଯେ କଲରା ଜୁସ୍ 2 ଘଣ୍ଟାରେ ପ୍ରଭାବଶାଳୀ ଭାବେ ନୋଭଲ୍ କରୋନା ଭାଇରସ୍ ର ଉପଚାର କରି ପାରିବ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଲା ଯେ ଏହି ଭାଇରାଲ୍ ପୋଷ୍ଟ ଟି ଭୁଲ୍ । ଏହି ଭାଇରାଲ୍ ତଥ୍ୟ ନେଇ କୌଣସି ପ୍ରମାଣ ନଥିବା କହି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ଦାବିକୁ ଖଣ୍ଡନ କରିଛନ୍ତି ।
ଦାବି
ମହମ୍ମଦ ସାହିଦ ଫେସ୍ ବୁକ୍ ରେ ସେୟାର କରିଥିବା ଗୋଟିଏ ପୋଷ୍ଟ ଅନୁଯାୟୀ : କରୋନା ଭାଇରସର ଚିକିତ୍ସା ମିଳିଯାଇଛି । ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ କଲରା ଜୁସ୍ ପିଇଲେ କରୋନା ଭାଇରସ୍ 2 ଘଣ୍ଟାରେ ମରିଯିବ । ବିହାରର ସ୍ବାସ୍ଥ୍ୟ ବିଭାଗର ନାମ ମଧ୍ୟ ଏ ପୋଷ୍ଟରେ ଉଲ୍ଲେଖ ରହିଛି । ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଯାଞ୍ଚ କରାଯାଇପାରିବ |
ଅନୁସନ୍ଧାନ
ବିହାରର ରୋଗ ନିୟନ୍ତ୍ରଣ ଏବଂ ସାଧାରଣ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ନିର୍ଦ୍ଦେଶକ ଡାକ୍ତର ନବୀନ ଚନ୍ଦ୍ର ପ୍ରସାଦଙ୍କୁ ଯୋଗାଯୋଗ କରି ବିଶ୍ବାସ ନ୍ୟୁଜ୍ ତାର ଅନୁସନ୍ଧାନ ଆରମ୍ଭ କରିଥିଲା । ସେ କହିଥିଲେ “ ଏହା ଏକ ମିଥ୍ୟା ଦାବି । ଆମେ ଏଭଳି କୌଣସି ମନ୍ତବ୍ୟ ଜାରି କରିନାହୁଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ଗୁଜବ । ଏହି ଦାବି ନେଇ କୌଣସି ସମର୍ଥିତ ପ୍ରମାଣ ନାହିଁ ।”
ଏହାର ଅର୍ଥ ବିହାର ସ୍ବାସ୍ଥ୍ୟ ବିଭାଗକୁ ଏହି ଭାଇରାଲ୍ ଦାବିରେ ମିଥ୍ୟାରେ ଦର୍ଶାଯାଇଛି ।
କଲରା ଜୁସ୍ କରୋନା ଭାଇରସ୍ ରୁ ଆରୋଗ୍ୟ କରି ପାରିବା ନେଇ ଆମେ ଆହୁରି ମଧ୍ୟ ଅନୁସନ୍ଧାନ କରିଥିଲୁ । ସାଇନ୍ସ ଡାଇରେକ୍ଟ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଲରାର ନିର୍ଦ୍ଧିଷ୍ଟ ,ସ୍ବାସ୍ଥ୍ୟଗତ ଫାଇଦା ଅଛି । କିନ୍ତୁ, କଲରା ଜୁସ୍ ପିଇଲେ କରୋନା ଭାଇରସ୍ 2 ଘଣ୍ଟାରେ ଉପଚାର ହୋଇଯିବ ବୋଲି କେଉଁଠାରେ ଉଲ୍ଲେଖ ନାହିଁ ।
ବିଶ୍ବାସ ନ୍ୟୁଜ୍ ମଧ୍ୟ ଆୟୁଷ ମନ୍ତ୍ରାଳୟର ଫାର୍ମାକୋଭିଜିଲାନ୍ସ ଅଫିସର, ଡାକ୍ତର ବିମଲ୍ ଏନ୍ ଙ୍କ ସହ କଥା ହୋଇଥିଲା । ସେ ମଧ୍ୟ ଏ ଦାବିକୁ ଖଣ୍ଡନ କରି କହିଥିଲେ :” ଏହି ମିଥ୍ୟା । କଲରା ଜୁସ୍ କରୋନା ଭାଇରସ୍ ର ଚିକିତ୍ସା ନୁହେଁ ।”
ପ୍ରେସ୍ ଇନଫରମେସନ୍ ବ୍ୟୁରୋ ମଧ୍ୟ ଟ୍ବିଟରର ଏକ ମନ୍ତବ୍ୟ ଜାରି କରିଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଯେ କଲରା ଜୁସ୍ କରୋନା ଭାଇରସ୍ ର ଚିକିତ୍ସା କରି ପାରିବ ନାହିଁ । ଏହା ଏକ ମିଥ୍ୟା ଦାବି ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ, 2019-nCoV ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ କୌଣସି ଟୀକା ନାହିଁ । ତେବେ, ଏହି ଶ୍ବାସକ୍ରିୟା ସମ୍ବନ୍ଧୀୟ ଭାଇରସ୍ ବ୍ୟାପୀବାକୁ ରୋକିବା ପାଇଁ ନିବାରଣାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।
ବିଶ୍ବାସ ନ୍ୟୁଜ୍ ସେହିଭଳି ସମାନ ପୋଷ୍ଟକୁ ଖଣ୍ଡନ କରିଛି ଯାହା କରୋନା ଭାଇରସ୍ ସମ୍ବନ୍ଧରେ ଭୁଲ୍ ସୂଚନା ପ୍ରଦାନ କରିଥିଲା । ଏହି ପୋଷ୍ଟକୁ ହେଲଥ୍ ଫ୍ୟାକ୍ଟ ଚେକ୍ ପେଜ୍ ରେ ଯାଞ୍ଚ କରାଯାଇ ପାରିବ ।
निष्कर्ष: କଲରା ଜୁସ୍ କରୋନା ଭାଇରସ୍ କୁ 2 ଘଣ୍ଟାରେ ଉପଚାର କରିପାରିବ ବୋଲି ଦାବି କରୁଥିବା ପୋଷ୍ଟ ନକଲି । ବିହାର ସ୍ବାସ୍ଥ୍ୟ ବିଭାଗ ଏଭଳି କୌଣସି ମନ୍ତବ୍ୟ ଜାରି କରି ନାହିଁ ।
- Claim Review : ବିହାର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ କଲରା ଜୁସ୍ କରୋନା ଭାଇରସ୍ ର ଉପଚାର କରିପାରିବ
- Claimed By : Md Shahid
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com