X

ତଥ୍ୟ ଯାଞ୍ଚ: ରାମଦେବଙ୍କ ପତଞ୍ଜଳି କମ୍ପାନୀ ଗୋମାଂସ ମସଲା ବିକ୍ରି କରେ ନାହିଁ, ଫଟୋ ଏଡିଟ୍ ହୋଇଛି

ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ପତଞ୍ଝଳି ମସଲା ନେଇ ଭାଇରାଲ୍ ହେଉଥିବା ଦାବି ଭୁଲ୍ ଜମା ପଡ଼ିଥିଲା । ଭାଇରାଲ ଫଟୋକୁ ଏଡିଟ୍ କରି ତିଆରି କରାଯାଇଚି । ଯାହାକୁ ଏବେ ଭୁଲ ଦାବି ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଉଛି ।

  • By Vishvas News
  • Updated: September 30, 2022

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ ଟାର୍ଗେଟ କରି ଏକ ପୋଷ୍ଟ ଭାଇରାଲ୍ ହେଉଛି । ଏଥିରେ ଗୋମାଂସ ମସଲାକୁ ବ୍ୟବହାର କରି ବାଦି କରଯାଇଛି ଯେ, ପତଞ୍ଜଳି ଗୋମାଂସ ମସଲା ବିକ୍ରି ଆରମ୍ଭ କରିଦେଇଛି । ଏହି ଫଟୋରେ ମସଲାରେ ଏକ ପ୍ୟାକେଟ୍ ଦେଖାଯାଉଛି, ଯେଉଁଥିରେ ବାବା ରାମଦେବ ଏବଂ ପତଞ୍ଜଳିର ନାମ ଲେଖା ଯାଇଛି । ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ଜଣା ପଡ଼ିଥିଲା । ଭାଇରାଲ୍ ଫଟୋକୁ ଏଡିଟ୍ କରି ତିଆରି କରାଯାଇଛି । ଯାହାକୁ ଏବେ ଭୁଲ୍ ଦାବି ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଉଛି ।

ଭାଇରାଲ୍ ପୋଷ୍ଟରେ ଅଛି କଣ ?

ଫେସବୁକ୍ ୟୁଜର୍ ଅମର ବିରାନୀ ଏବି ଭାଇରାଲ୍ ଫଟୋକୁ ସେୟାର କରି ଲେଖିଛନ୍ତି, “ ସେ ଶାକାହାରୀ, ଗୋ ସେବା ଛଳନା ନୁହଁ ତ ? ଯେତେବେଳେ ବିକ୍ରି ହେଉଛି, ମସଲା ଏହା ଗୋମାଂସର… । ”

ଫେସବୁକ୍ ପୋଷ୍ଟର କଣ୍ଟେଣ୍ଟକୁ ଯାହା ତାହା ଲେଖା ଯାଇଛି । ଏହି ପୋଷ୍ଟକୁ ସତ ଭାବି ଅନ୍ୟ ୟୁଜର୍ ମାନେ ମଧ୍ୟ ଏହାକୁ ଭାଇରାଲ୍ କରିବାରେ ଲାଗିଛନ୍ତି । ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖାଯାଇ ପାରିବ ।

ଅନୁସନ୍ଧାନ

ଭାଇରାଲ୍ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ପତଞ୍ଜଳି ୱେବସାଇଟ୍ ଘାଣ୍ଟିବା ଆରମ୍ଭ କରିଥିଲୁ । ୱେବସାଇଟରେ ଆମକୁ ଏଭଳି କୌସି ପ୍ରଡକ୍ଟ ମିଳି ନଥିଲା । ଏହାପରେ ଆମେ ଗୁଗୁଲରେ ସମ୍ବନ୍ଧୀୟ କି ୱାର୍ଡ ଦେଇ ସର୍ଚ୍ଚ କରିବା ଆରମ୍ଭ କରିଥିଲୁ । ଆମକୁ ଏହି ଦାବି ସମ୍ବନ୍ଧୀୟ କୌଣସି ବିଶ୍ବାସନୀୟ ମିଡିଆ ରିପୋର୍ଟ ମିଳି ନଥିଲା । ଯଦି ପତଞ୍ଜଳି ସତରେ ଗୋମାଂସ ବିକ୍ରି ଆରମ୍ଭ କରିଥାନ୍ତା, ତାହାଲେ ଏହା ସମ୍ବନ୍ଧୀୟ ମିଡିଆ ରିପୋର୍ଟ କେଉଁଠି ନା କେଉଁଠି ରହିଥାନ୍ତା । ଗୋମାଂସ ଭାରତରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ ।

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ଏହି ଫଟୋକୁ ଗୁଗଲ୍ ରିଭର୍ସ ଇମେଜ୍ ସର୍ଚ୍ଚରେ ଖୋଜିଥିଲୁ । ଏ ସମୟରେ ଆମକୁ ଏହାର ଅସଲି ଫଟୋ ପାକିସ୍ତାନର ବହୁରାଷ୍ଟ୍ରୀୟ ଖାଦ୍ୟ ଉତ୍ପାଦ କମ୍ପାନୀ ନ୍ୟାସନାଲ୍ ଫୁଡ୍ ଲିମିଟେଡ୍ ର ଇ-କମର୍ସ ୱେବସାଇଟରେ ମିଳିଥିଲା । ୱେବସାଇଟ୍ ଅନୁଯାୟୀ, ଏହା ନ୍ୟାସନାଲ୍ ଫୁଡ୍ସ ଲିମିଟେଡ୍ କମ୍ପାନୀ ଦ୍ବାରା ନିର୍ମିତ 39 ଗ୍ରାମ ଗୋମାଂସ ବିରିୟାନୀ ରେସିପି ମିକ୍ସ ଉତ୍ପାଦ ଅଟେ ।

ଅଧିକ ପୁଷ୍ଟି କରିବା ପାଇଁ ବିଶ୍ବାସ ନ୍ୟୁଜ୍ ପତଞ୍ଜଳି ସମୁହର ପ୍ରବକ୍ତା ଏସ୍ କେ ତିଜାରାୱାଲାଙ୍କ ସହ ସଂପର୍କ କରିଥିଲା । ସେ ସୂଚନା ଦେଇ କହିଥିଲେ ଯେ, “ଆମର ଲୋଗୋ ଲଗାଇ “ପତଞ୍ଜଳି” କୁ ବଦନାମ କରିବାର ଏହା ଏକ ପ୍ରୟାସ ଅଟେ । ଏହା ଆମ ଉତ୍ପାଦ ନୁହେଁ । ସମ୍ପୂର୍ଣ୍ଣ ନକଲି ଫଟୋ ତିଆରି କରାଯାଇଛି । ଗୋମାଂସ ତିଆରି କରିବା କଥା ଆମେ ସ୍ବପ୍ନରେ ମଧ୍ୟ ଭାବି ପାରିବୁ ନାହିଁ । ଷଡ଼ଯନ୍ତ୍ର ଅନୁଯାୟୀ ମନଗଢ଼ା, ମିଥ୍ୟା ନକଲି ପୋଷ୍ଟ ଏବଂ ସାମଗ୍ରୀ “ପତଞ୍ଜଳି” ସମୁହ ଏବଂ ସ୍ବାମୀ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି ପୋଷ୍ଟ କରାଯାଉଛି ।

ଅନୁସନ୍ଧାନର ଅନ୍ତିମ ପର୍ଯ୍ୟାୟରେ ଆମେ ଏହି ପୋଷ୍ଟକୁ ସେୟାର କରିଥିବା ୟୁଜର୍ ଅମନ ବିରାନୀ ଏବିଙ୍କ ଯାଞ୍ଚ କରିଥିଲୁ । ଆମେ ଜାଣିବାକୁ ପାଇଥିଲୁ ଯେ ଏହି ୟୁଜର୍ ରାୟପୁର ବାସିନ୍ଦା । ଫେସବୁକରେ ୟୁଜରଙ୍କୁ 135 ଲୋକ ଫଲୋ କରୁଛନ୍ତି ।

निष्कर्ष: ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ପତଞ୍ଝଳି ମସଲା ନେଇ ଭାଇରାଲ୍ ହେଉଥିବା ଦାବି ଭୁଲ୍ ଜମା ପଡ଼ିଥିଲା । ଭାଇରାଲ ଫଟୋକୁ ଏଡିଟ୍ କରି ତିଆରି କରାଯାଇଚି । ଯାହାକୁ ଏବେ ଭୁଲ ଦାବି ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଉଛି ।

  • Claim Review : ପତଞ୍ଜଳି ଗୋମାଂସ ମସଲା ବିକ୍ରି ଆରମ୍ଭ କରି ଦେଇଛି
  • Claimed By : ଅମନ ବିରାନୀ ଏବି
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later