Fact Check: ମୁକେଶ ଖାନ୍ନା ବଲିଉଡ ବିଷୟରେ ଏଭଳି ଟ୍ୱିଟ କରିନାହାଁନ୍ତି, ଭାଇରାଲ ସ୍କ୍ରିନସଟ ନକଲି ଅଟେ
ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନରେ ମୁକେଶ ଖାନ୍ନାଙ୍କ ଟ୍ୱିଟର ସ୍କ୍ରିନସଟ ବିଷୟରେ ଭାଇରାଲ ହେଉଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ମୁକେଶ ଖାନ୍ନାଙ୍କ ଦ୍ଵାରା ଏଭଳି କୌଣସି ଟୁଇଟ୍ କରାଯାଇହାଁନ୍ତି।
- By Vishvas News
- Updated: September 22, 2022

ନୂଆଦିଲ୍ଲୀ (ବିଶ୍ଵାସ ନ୍ୟୁଜ୍): ଅଭିନେତା ମୁକେଶ ଖାନ୍ନାଙ୍କ ନାମରେ ଏକ ଟ୍ୱିଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରୋଫାଇଲ୍ ଫଟୋରେ ମୁକେଶ ଖାନ୍ନାଙ୍କ ଫଟୋ ବ୍ୟବହାର କରାଯାଇଛି | ସ୍କ୍ରିନସଟରେ ଏହା ଲେଖାଯାଇଛି ଯେ ବଲିଉଡ ଦେଶରେ ଖରାପ ପ୍ରଭାବ ପକାଉଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଟୁଇଟକୁ ମୁକେଶ ଖାନ୍ନାଙ୍କର ଭାବି ଭାଇରାଲ କରୁଛନ୍ତି। ବିଶ୍ଵାସ ନ୍ୟୁଜ୍ ର ଯାଞ୍ଚରେ ଏହା ଭୁଲ ପ୍ରମାଣିତ ହୋଇଛି | ମୁକେଶ ଖାନ୍ନା ନିଜେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ଏଭଳି କଥା ଟ୍ୱିଟ୍ କରିନାହାଁନ୍ତି। ଏହା ମିଥ୍ୟା ଅଟେ |
ଭାଇରାଲ୍ ପୋଷ୍ଟରେ କ’ଣ ଅଛି?
ଫେସବୁକ ବ୍ୟବହାରକାରୀ ଦେବରାଜ ରାଜ ଭାଇରାଲ ସ୍କ୍ରିନସଟ ସେୟାର କରିଛନ୍ତି। ସ୍କ୍ରିନସଟରେ ଲେଖା ଅଛି, “ମୁଁ ଖୋଲାଖୋଲି ଭାବେ କହୁଛି, ବଲିଉଡ ମୋ ଦେଶରେ ଖରାପ ପ୍ରଭାବ ପକାଉଛି, ଆଉ କେହି ଅଛନ୍ତି କି ଯିଏ ନିର୍ଭୟରେ ମୋ ସାଥିରେ ଛିଡା ହୋଇପାରିବେ। ମୋ ସହିତ ଯୋଗ ଦିଅନ୍ତୁ ମୁଁ ସମସ୍ତଙ୍କୁ ଫଲୋ ବ୍ୟାକ୍ କରିବି ।”
ପୋଷ୍ଟର ଆର୍କାଇଭ୍ ଭର୍ଜନ ଏଠାରେ ଦେଖନ୍ତୁ |

ଅନୁସନ୍ଧାନ
ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ମୁକେଶ ଖାନ୍ନାଙ୍କ ବିଷୟରେ ଖୋଜିବା ଆରମ୍ଭ କଲୁ। ଏହି ସମୟରେ ଆମେ ତାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଲୁ | ଚ୍ୟାନେଲର ଏବାଉଟ୍ ଅସ୍ ରେ ଆମେ ତାଙ୍କ ଟ୍ୱିଟର ଆକାଉଣ୍ଟର ଏକ ଲିଙ୍କ୍ ପାଇଲୁ | ତା’ପରେ ଆମେ ତାଙ୍କ ଟ୍ୱିଟର ଆକାଉଣ୍ଟ ଯାଞ୍ଚ କରିବା ଆରମ୍ଭ କଲୁ | ଏହି ଯାଞ୍ଚ ମଧ୍ୟରେ ଆମେ ସେପରି କୌଣସି ପୋଷ୍ଟ ପାଇଲୁ ନାହିଁ |
ଭାଇରାଲ ପୋଷ୍ଟ ପଛରେ ଥିବା ସତ୍ୟତା ଜାଣିବା ପାଇଁ ଆମେ ସ୍କ୍ରିନସଟକୁ ଧ୍ୟାନର ସହ ଦେଖିଲୁ | ସ୍କ୍ରିନସଟରେ ଲେଖାଯାଇଥିବା ୟୁଜର୍ ଆଇଡି @ Mukeshk_1 ବିଷୟରେ ଆମେ ଖୋଜିବା ଆରମ୍ଭ କଲୁ | ଆମେ ଜାଣିବାକୁ ପାଇଲୁ ଯେ ଏହି ଟୁଇଟର ଆକାଉଣ୍ଟ ହେଉଛି ମୁକେଶ ଖାନ୍ନାଙ୍କ ନାମରେ ସୃଷ୍ଟି ହୋଇଥିବା ଏକ ପାରୋଡି ବା ନକଲି ଆକାଉଣ୍ଟ |
ସମ୍ପୂର୍ଣ୍ଣ ନିଶ୍ଚିତ କରିବାକୁ ଆମେ ମୁକେଶ ଖାନ୍ନାଙ୍କ ସହ ଯୋଗାଯୋଗ କଲୁ | ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଥିଲେ।
ମିଥ୍ୟା ଦାବି ସେୟାର କରିଥିବା ଫେସବୁକ୍ ବ୍ୟବହାରକାରୀ ‘ଦେବରାଜ ରାଜ’ର ପ୍ରୋଫାଇଲ୍କୁ ଆମେ ସ୍କାନ୍ କରିଛୁ। ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁଜର ଜଣଙ୍କ ହେଉଛନ୍ତି ଆହ୍ଲାବାଦର ବାସିନ୍ଦା | 979 ଲୋକ ତାଙ୍କୁ ଫେସବୁକ୍ ରେ ଅନୁସରଣ କରନ୍ତି |
निष्कर्ष: ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନରେ ମୁକେଶ ଖାନ୍ନାଙ୍କ ଟ୍ୱିଟର ସ୍କ୍ରିନସଟ ବିଷୟରେ ଭାଇରାଲ ହେଉଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ମୁକେଶ ଖାନ୍ନାଙ୍କ ଦ୍ଵାରା ଏଭଳି କୌଣସି ଟୁଇଟ୍ କରାଯାଇହାଁନ୍ତି।
- Claim Review : ମୁକେଶ ଖାନ୍ନା ଟ୍ୱିଟ୍ କରି କହିଛନ୍ତି ଯେ ବଲିଉଡ ଦେଶରେ ଖରାପ ପ୍ରଭାବ ଏବଂ ଅପସଂସ୍କାର ବିସ୍ତାର କରୁଛି
- Claimed By : ଦେବରାଜ ରାଜ
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com