ତଥ୍ୟ ଯାଞ୍ଚ: ଇଣ୍ଡିଗୋ ଏୟାରଲାଇନ୍ସ ୟୁପି- ବିହାର ଲୋକଙ୍କ ଉପରେ ବ୍ୟାନ୍ ଲଗାଇ ନାହିଁ, ପୋଷ୍ଟ ନକଲି ଅଟେ
ବିଶ୍ବାସ ନ୍ୟୁଜ୍ ଏହି ପୋଷ୍ଟର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଦାବି ନକଲି ଅଟେ । ଇଣ୍ଡିଗୋ ନିଜ ବିମାନରେ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରି ନାହିଁ ।
- By Vishvas News
- Updated: August 25, 2022

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଇଣ୍ଡିଗୋ ଏୟାରଲାଇନ୍ସ ସମ୍ପର୍କୀତ ଏକ ପୋଷ୍ଟ ସେୟାର୍ ହେଉଛି । ଏଥିରେ ଦାବି କରାଯାଉଛି ଯେ, ବିମାନର ଝରକାରେ ଗୁଟଖା ଛେପ ମିଳିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରି ଦେଇଛି । ବିଶ୍ବାସ୍ ନ୍ୟୁଜ୍ ଏହି ପୋଷ୍ଟର ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଏହି ଦାବି ନକଲି ଅଟେ । ଇଣ୍ଡିଗୋ ତାହାର ବିମାନରେ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରି ନାହିଁ ।
ଭାଇରାଲ୍ ପୋଷ୍ଟରେ କଣ ଅଛି ?
11 ଅଗଷ୍ଟରେ ହବିବ ବୋଗୀଙ୍କ ମାଧ୍ୟମରେ ସେୟାର୍ କରାଯାଇଥିବା ଭାଇରାଲ୍ ପୋଷ୍ଟରେ ଇଣ୍ଡିଗୋ ବିମାନର ଫଟୋ ରହିଛି ଏବଂ ସାଥିରେ ଅଛି ଆଉ ଏକ ଛୋଟ ଫଟୋ ଯେଉଁଥିରେ ବିମାନର ଝରକାରେ ଗୁଟଖା ଛେପର ଚିହ୍ନ ରହିଛି । ଏଥିସହ ଫଟୋ ମଧ୍ୟରେ ଇଂରାଜୀରେ ଲେଖା ଅଛି, ଓଡ଼ିଆ ଅନୁବାଦ ‘ବିମାନର ଝରକାରେ ଗୁଟଖା ଛେପ ମିଳିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରି ଦେଇଛି ’।
ପୋଷ୍ଟ ର ଆର୍କାଇଭ ସଂସ୍କରଣ ଏଠାରେ ଦେଖନ୍ତୁ ।
ଅନୁସନ୍ଧାନ
ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ ଆମେ ଗୁଗଲ୍ ସର୍ଚ୍ଚ ମାଧ୍ୟମରେ ଏହି ପୋଷ୍ଟକୁ ଖୋଜିବା ଆରମ୍ଭ କରିଥିଲୁ । ଆମକୁ ଏପରି କୌଣସି ଫଟୋ ମିଳି ନଥିଲା । ଯଦି ଏଭଳି କିଛି ଖବର ସତ ହୋଇଥାନ୍ତା ତାହେଲେ ତାହା ଖବରର ମୁଖ୍ୟରେ ରହିଥାନ୍ତା ।
ଭାଇରାଲ୍ ପୋଷ୍ଟରେ ଆମକୁ ହିନ୍ଦୁସ୍ଥାନ ଟାଇମର ଏଚ୍ ଟି ନଜରକୁ ଆସିଥିଲା । କିନ୍ତୁ ଖୋଜଖବର କରିବା ବେଳେ ଆମକୁ ହିନ୍ଦୁସ୍ଥାନ୍ ଟାଇମ୍ସରେ ଏହିଭଳି କୌଣସି ଖବର ମିଳିଲା ନାହିଁ । ଏହି ଖୋଳତାଡ଼ ଜାରି ରଖି ଆମେ ଫେସବୁକ୍ ରେ ‘TheBindutimes’ ନାମକ ଏକ ପେଜ୍ ତରଫରୁ ସେୟାର କରାଯାଇଥିବା ଏହି ପୋଷ୍ଟ ମିଳିଥିଲା । ଏବଂ ଏହି ପେଜ୍ ର ଲୋଗୋରେ ହିନ୍ଦୁସ୍ଥାନ ଟାଇମ୍ସ ସହ ମେଳଖାଉଥିବା ଲୋଗୋ ଦେଖା ଯାଇ ପାରିବ । 7 ଅଗଷ୍ଟ 2022ରେ ଏହି ପୋଷ୍ଟ ଏଠାରେ ଏହି ପେଜ୍ ରୁ ସେୟାର୍ କରାଯାଇଛି ।

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ଇଣ୍ଡିଗୋର ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆର ଟ୍ବିଟର୍ ଏବଂ ଫେସବୁକ୍ ହ୍ୟାଣ୍ଡେଲ୍ ସ୍କାନ୍ କରିଥିଲୁ । କିନ୍ତୁ ସେଠାରେ ମଧ୍ୟ ଆମକୁ ଭାଇରାଲ୍ ପୋଷ୍ଟ ସମ୍ପର୍କୀତ କୌଣସି ପୋଷ୍ଟ ମିଳି ନଥିଲା ।
ଏହାର ପୁଷ୍ଟିକରଣ ପାଇଁ ବିଶ୍ୟାସ ନ୍ୟୁଜ୍ ଫୋନ୍ ମାଧ୍ୟମରେ ଇଣ୍ଡିଗୋ ଏୟାରଲାଇନ୍ସ ସହ ଯୋଗାଯୋଗ କରିଥିଲା ଏବଂ ଭାଇରାଲ୍ ପୋଷ୍ଟ ସେୟାର କରିଥିଲା । ସେଠାରୁ ଆମକୁ କୁହାଗଲା କି ଏ ଖହର ସମ୍ପୁର୍ଣ୍ଣ ନକଲି ଅଟେ । ଏ ଖବରରେ ଆଦୌ ସତ୍ୟତା ନାହିଁ ।
ଭାଇରାଲ୍ ପୋଷ୍ଟରେ ବ୍ୟବହାର କରାଯାଇଥିବା ଦ୍ବିତୀୟ ଫଟୋ, ଯେଉଁଥିରେ ବିମାନ ଝରକାରେ ଗୁଟଖା ଦାଗ ରହିଛି, ତାହାର ଆମେ ଗୁଗଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ମାଧ୍ୟରେ ଅନୁସନ୍ଧାନ କରିଥିଲୁ । ଏହି ଫଟୋ 26 ମେ 2022ରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ୱେବସାଇଟରେ ପ୍ରକାଶିତ ଏକ ଖବରରେ ମିଳିଥିଲା । ଖବର ସହ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଫଟୋକୁ ଟ୍ବିଟରରେ ଆଇଏଏସ୍ ସେୟାର୍ କରିଥିଲେ ଏବଂ ତାହା ପରେ ଏ ଫଟୋ ଭାଇରାଲ୍ ହୋଇଥିଲା ।
ନକଲି ପୋଷ୍ଟକୁ ସେୟାର୍ କରିଥିବା ଫେସବୁକ୍ ୟୁଜର୍ ହବିବ ବୋଗୀଙ୍କର ସୋସିଆଲ୍ ସ୍କାନିଂରୁ ଆମେ ଜାଣିବାକୁ ପାଇଥିଲୁ ଯେ, ଏହି ୟୁଜରଙ୍କୁ 1300 ବ୍ୟକ୍ତି ଫଲୋ କରୁଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ଏହି ପୋଷ୍ଟର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଦାବି ନକଲି ଅଟେ । ଇଣ୍ଡିଗୋ ନିଜ ବିମାନରେ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରି ନାହିଁ ।
- Claim Review : ଇଣ୍ଡିଗୋ ଏୟାରଲାଇନ୍ସ ୟୁପି ଏବଂ ବିହାରର ଲୋକମାନଙ୍କୁ ବ୍ୟାନ୍ କରିଛି
- Claimed By : ହବିବ ବୋଗି
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com