X
X

Fact Check: କାଉଡିଆଙ୍କ ଟ୍ରକ୍ ତଳେ ଡେଇଁ ଆତ୍ମହତ୍ୟାର ଏହି ଘଟଣା ଏବେକାର ନୁହେଁ, ଏହା 2017 ମସିହାର

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ବ୍ୟକ୍ତି କାଉଡିଆଙ୍କ ଟ୍ରକ୍ ତଳକୁ ଡେଇଁ ପଡ଼ିଥିବାର ଦେଖିବାକୁ ମିଳୁଛି।

  • By: Pallavi Mishra
  • Published: Jul 25, 2025 at 07:07 PM
  • Updated: Jul 30, 2025 at 07:28 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ବ୍ୟକ୍ତି କାଉଡିଆଙ୍କ ଟ୍ରକ୍ ତଳକୁ ଡେଇଁ ପଡ଼ିଥିବାର ଦେଖିବାକୁ ମିଳୁଛି। ଭିଡିଓଟିକୁ ବର୍ତ୍ତମାନ ସମୟର ଦର୍ଶାଇ ଦାବି କରାଯାଉଛି ଯେ ଉତ୍ତର ପ୍ରଦେଶର ଦେଓବନ୍ଦର ଜଣେ ମୁସଲମାନ ବ୍ୟକ୍ତି କାଉଡିଆଙ୍କ ଟ୍ରକ୍ ତଳେ ଆସି ପ୍ରାଣ ହରାଇଛନ୍ତି।

ବିଶ୍ୱାସ ନ୍ୟୁଜର ତଦନ୍ତରୁ ଜଣାପଡିଛି ଯେ ଏହି ଦାବି ଭ୍ରାମକ ଅଟେ। ଏହି ଘଟଣା ସାମ୍ପ୍ରତିକ ନୁହେଁ। ଏହି ଭିଡିଓଟି 2017 ମସିହାରେ ଘଟିଥିବା ଏକ ଘଟଣାର।

ଭାଇରାଲ୍ ପୋଷ୍ଟ

ଫେସବୁକ୍ ୟୁଜର ସଚ୍ଚିଦାନନ୍ଦ ଜୀ ଜୁଲାଇ 19ରେ ଏକ ଭିଡିଓ ପୋଷ୍ଟ କରିଥିଲେ (ଆର୍କାଇଭ୍ ଲିଙ୍କ୍) ଏବଂ ଲେଖିଥିଲେ, “ଗତକାଲି ସହାରନପୁରର ଦେଓବନ୍ଦରେ, କାଉଡିଆଙ୍କ ଟ୍ରକ୍ ତଳେ ଆସି “ୱାହିଦ” ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦଙ୍ଗା ଆରମ୍ଭ ହେଇ ଯାଇଥିଲା କିନ୍ତୁ ଠିକ ସେହି ସମୟରେ ପୋଲିସ ହାତରେ ଏକ ଭିଡିଓ ଲାଗିଥିଲା । ଏହି ଭିଡିଓଟି କାଉଡିଆ ଯାତ୍ରାର ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ବାଳକ ଦ୍ୱାରା କଏଦ କରାଯାଇଥିଲା। ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏହି ବ୍ୟକ୍ତି ନିଜେ ନିଜେ ଦୌଡ଼ି ଆସି ଟ୍ରକ୍ ଚକ ତଳେ ଶୋଇ ପଡ଼ିଥିଲେ ଏବଂ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ଗମ୍ଭୀର ପ୍ରଶ୍ନ ହେଉଛି ଯେ ସେହି ବ୍ୟକ୍ତି “ୱାହିଦ” କିଏ ଥିଲେ, ସେ ଏପରି କାହିଁକି କରିଥିଲେ?? ତାଙ୍କୁ ଏହା କରିବାକୁ କିଏ କହିଥିଲେ?? କେବଳ ଚିନ୍ତା କରନ୍ତୁ ଯଦି ଦୁର୍ଭାଗ୍ୟବଶତଃ ଏହି ଭିଡିଓ ନଥାନ୍ତା ତେବେ କ’ଣ ହୋଇଥାନ୍ତା?? ସରକାର ଏହି ଘଟଣାର ଭିତରକୁ ଯାଇ ପରଦା ପଛରେ ଏପରି ଖେଳ ଚଲାଉଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏହା କାଉଡିଆ ଯାତ୍ରାକୁ ନିରନ୍ତର ବଦନାମ କରିବାର ଷଡ଼ଯନ୍ତ୍ରର ଏକ ଅଂଶ। “ବାସ୍ତବରେ ଏମାନେ କିଏ ଅଟନ୍ତି, ହିନ୍ଦୁମାନଙ୍କୁ ‘ଆତଙ୍କବାଦୀ’ ଘୋଷଣା କରିବାକୁ କିଏ ଚେଷ୍ଟା କରୁଛି? ଯଦି ଆମେ ଏହି ପ୍ରଶ୍ନ ଉପରେ ଗଭୀର ଭାବରେ ଚିନ୍ତା କରନ୍ତେ, ତେବେ ଆମେ ନିଜେ ଏହାର ଉତ୍ତର ପାଇ ପାରନ୍ତେ।”    

ତଦନ୍ତ

ଭାଇରାଲ୍ ଦାବିର ତଦନ୍ତ କରିବା ପାଇଁ, ଆମେ ଗୁଗୁଲ୍ ଲେନ୍ସ ସାହାଯ୍ୟରେ ଭିଡିଓର ମୁଖ୍ୟ ଫ୍ରେମ୍ ଖୋଜିଥିଲୁ। ଆମେ ଏହି ଭିଡିଓଟି ଜୁଲାଇ 2017 ରେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବାର ପାଇଲୁ। ଏଠାରେ ଏହା ଦେଓବନ୍ଦର ବୋଲି ମଧ୍ୟ କୁହାଯାଉଥିଲା। 

କୀୱାର୍ଡ ସହିତ ଖୋଜିବା ସମୟରେ, ଆମେ 2017 ରେ ଘଟିଥିବା ଏହି ଘଟଣା ଉପରେ ଅନେକ ଖବର ରିପୋର୍ଟ ପାଇଲୁ। 18 ଜୁଲାଇ 2017 ରେ ଦୈନିକ ଜାଗରଣର ଖବର ଅନୁଯାୟୀ, “ଆଜି ସହାରନପୁରର ଦେଓବନ୍ଦର ମୋହଲ୍ଲା ଲାହାସୱାଡାରେ, ଜଣେ ମୁସଲିମ ଯୁବକ ହଠାତ୍ କାଉଡିଆଙ୍କ ଟ୍ରକ୍ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଲୋକମାନେ ସମ୍ପୂର୍ଣ୍ଣ ଘଟଣା ବୁଝିବା ପୂର୍ବରୁ, ସେଠାରେ ଭିଡ଼ ଜମା ହୋଇଯାଇଥିଲା ଏବଂ ହଙ୍ଗାମା ହେବାର ସମ୍ଭାବନା ଥିଲା। ଏହା ପରେ, ଏକ ବଡ଼ ପୋଲିସ ଫୋର୍ସ ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା……. ଏହି ଘଟଣାଟି କାଉଡିଆଙ୍କ ଭିଡିଓ ତିଆରି କରୁଥିବା ଯୁବକଙ୍କ ମୋବାଇଲରେ ମଧ୍ୟ କଏଦ ହୋଇଥିଲା। କିଛି ସମୟ ମଧ୍ୟରେ, ଏହି ଭିଡିଓ ଭାଇରାଲ ହୋଇଗଲା ଏବଂ ସତ୍ୟ ବାହାରି ଆସିଲା। ଏହି ଭିଡିଓ ଆଲୋକ ନାମକ ଜଣେ ଯୁବକ ତିଆରି କରୁଥିଲେ। ପୋଲିସ କହିଛି ଯେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି। ପ୍ରଥମ ଦୃଷ୍ଟିରୁ ଏହା ମନେ ହେଉଛି ଯେ ୱାହିଦ ଟ୍ରକ୍ ତଳେ ଡେଇଁ ଆତ୍ମହତ୍ୟା କରିଛନ୍ତି। “

18 ଜୁଲାଇ 2017ରେ ଲାଇଭ୍ ହିନ୍ଦୁସ୍ତାନର ଖବର ଅନୁଯାୟୀ, “ୟୁପିର ଦେଓବନ୍ଦରେ ଜଣେ ଯୁବକ ୱାହିଦ କାଉଡିଆଙ୍କ ଗାଡ଼ି ତଳେ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାଟି ମୋବାଇଲ୍ ଫୋନ୍ କ୍ୟାମେରାରେ କଏଦ ହୋଇଥିବାରୁ ଅଞ୍ଚଳର ବାତାବରଣ ବିଗିଡ଼ିବାରୁ ରକ୍ଷା ପାଇଥିଲା। ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ବିନା ଯୁବକଙ୍କ ଶବ ଦାହ କରିବେ।” 

ଯଦିଓ, ଏହା ଏବେ ସ୍ପଷ୍ଟ ହୋଇଗଲା ଯେ ଭିଡିଓଟି ସାମ୍ପ୍ରତିକ ନୁହେଁ। କିନ୍ତୁ ଆମେ ଜାଣିବାକୁ ଚାହୁଁଥିଲୁ ଯେ ଦେଓବନ୍ଦରେ ଏପରି କୌଣସି ଘଟଣା ସମ୍ପ୍ରତି ଘଟିଛି କି ନାହିଁ। ଆମେ କୀୱାର୍ଡ ସାହାଯ୍ୟରେ ଖୋଜିଥିଲୁ ଯେ ଏପରି କୌଣସି ଘଟଣା ସମ୍ପ୍ରତି ଘଟିଛି କି ନାହିଁ। କୌଣସି ଅଥେଣ୍ଟିକ ନ୍ୟୁଜ୍ ପୋର୍ଟାଲରେ ଆମେ କୌଣସି ସ୍ଥାନରେ ଏପରି ଘଟଣା ଘଟିଥିବା ବିଷୟରେ କୌଣସି ସୂଚନା ପାଇଲୁ ନାହିଁ।

ଏହି ବିଷୟ ନିଶ୍ଚିତ କରିବା ପାଇଁ, ଆମେ ଦେଓବନ୍ଦର ସାମ୍ବାଦିକ ତସଲିମ ମହମ୍ମଦଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ ନିଶ୍ଚିତ କରିଥିଲେ ଯେ ଏହି ଭିଡିଓଟି 2017 ମସିହାର ଏବଂ ଦେବବନ୍ଦରେ ଏପରି କୌଣସି ଘଟଣା ସମ୍ପ୍ରତି ଘଟିନାହିଁ।

ଭ୍ରାମକ ଦାବି ସହିତ ଭାଇରାଲ୍ ଭିଡିଓ ସେୟାର କରିଥିବା ଫେସବୁକ୍ ୟୁଜର ‘ସଚ୍ଚିଦାନନ୍ଦ ଜୀ’ଙ୍କ 3000 ରୁ ଅଧିକ ଫଲୋଅର୍ସ ଅଛନ୍ତି।

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଏହାର ତଦନ୍ତରେ ଜାଣିପାରିଲା ଯେ କାଉଡିଆଙ୍କ ଟ୍ରକ୍ ତଳେ ଡେଇଁ ଆତ୍ମହତ୍ୟା କରିବାର ଭାଇରାଲ୍ ଭିଡିଓ ଏବେକାର ନୁହେଁ, ବରଂ ଏହା ଜୁଲାଇ 2017 ର ଘଟଣା ସହିତ ଜଡିତ। ଦେଓବନ୍ଦରେ ଏପରି କୌଣସି ଘଟଣା ସମ୍ପ୍ରତି ଘଟିନାହିଁ। 

  • Claim Review : ଦେଓବନ୍ଦରେ ଜଣେ ମୁସଲମାନ ବ୍ୟକ୍ତି କାଉଡିଆଙ୍କ ଟ୍ରକ୍ ତଳେ ଡେଇଁ ଆତ୍ମହତ୍ୟା କରିଛନ୍ତି।
  • Claimed By : Facebook User Sachchidanand ji
  • Fact Check : Misleading

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later