X

ତଥ୍ୟ ଯାଞ୍ଚ: “ଭାରତ ଯୋଡ଼” ଯାତ୍ରା ନାମରେ ରାହୁଲ ଗାନ୍ଧୀଙ୍କର 5 ବର୍ଷ ପୁରୁଣା ଫଟୋ ନକଲି ଦାବି ସହ ଭାଇରାଲ୍

ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ରାହୁଲ ଗାନ୍ଧୀଙ୍କର ବାଇକରେ ବସି ଭାରତ ଯୋଡ଼ ଯାତ୍ରା କରିବା ଦାବି ନକଲି ଜଣା ପଡ଼ିଥିଲା । ଭାଇରାଲ୍ ଫଟୋ 8 ଜୁନ୍ 2017ର ଅଟେ । ସେ ସମୟରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଦେଶର ମନ୍ଦସୌରରେ ଗୁଳି କାଣ୍ଡରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ । ଏବେ ସେହି ସମୟର ଫଟୋକୁ ଭୁଲ୍ ତଥ୍ୟ ଦେଇ ଭାଇରାଲ୍ କରାଯାଉଛି ।

  • By Vishvas News
  • Updated: September 29, 2022

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) କଂଗ୍ରେସ ସାଂସଦ ଏବଂ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ “ଭାରତ ଯୋଡ଼’ ଯାତ୍ରା ଜାରି ରହିଛି । ଏହି ଯାତ୍ରାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରକାରର ପୋଷ୍ଟ ଭାଇରାଲ୍ ହେଉଛି । ଏବେ ଏକ ଫଟୋ ଭାଇରାଲ୍ ହେଉଛି । ଏଥିରେ ରାହୁଲ ଗାନ୍ଧୀ ବାଇକ୍ ରେ ବସିଥିବା ଦେଖାଯାଉଛି । ସୋସିଆଲ୍ ମିଡିଆ ୟୁଜର୍ସ ଏହାକୁ “ଭାରତ ଯୋଡ଼’ ଯାତ୍ରା ସହ ମିଶାଇ ନକଲି ଦାବି ସହ ଭାଇରାଲ୍ କରୁଛନ୍ତି ।

ବିଶ୍ବାସ ନ୍ୟୁଜ୍ ଏହି ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଥିଲା । ଅନୁସନ୍ଧାନରୁ ଜଣା ପଡ଼ିଲା ଯେ, ଏହି ଭାଇରାଲ୍ ଫଟୋ 8 ଜୁନ୍ 2017ର ଅଟେ । ସେ ସମୟରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ଜିତୁ ପଟୱାରୀଙ୍କ ସହ ବାଇକରେ ବସି ମଧ୍ୟ ପ୍ରଦେଶର ମନ୍ଦସୌରରେ ମୃତ ଚାଷୀ ପରିବାରକୁ ଭେଟିବାକୁ ଯାଇଥିଲେ । ଏହି ଫଟୋର ବର୍ତ୍ତମାନ ଯାତ୍ରା ସହ କିଛି ସମ୍ବନ୍ଧ ନାହିଁ.

ଭାଇରାଲ୍ ପୋଷ୍ଟରେ ଅଛି କଣ

ଫେସବୁକ୍ ୟୁଜର୍ ‘ଦେବରାଜ’ 14 ସେପ୍ଟେମ୍ବରର ଏହି ଫଟୋକୁ ଫେସବୁକରେ ସେୟାର କରି ଶୀର୍ଷକ ଲେଖିଛନ୍ତି , “ଲୋକଙ୍କୁ ବୋକା ବନାଉଛ, ତଳକୁ ଓହ୍ଲାଇ ପାଦରେ ଚାଲିକରି ଭାରତ ଯୋଡ଼ ଯାତ୍ରା କର ।” 

ଅନୁସନ୍ଧାନ

ବିଶ୍ବାସ ଟିମ୍ ପ୍ରଥମେ ଭାଇରାଲ ହେଉଥିବା ଫଟୋକୁ ଗୁଗଲ୍ ରିଭର୍ସ ଇମେଜ ସର୍ଚ୍ଚରେ ଅପଲୋଡ୍ କରି ଖୋଜିଲା । ଆମକୁ ଏହି ଭାଇରାଲ୍ ଫଟୋ ଅନେକ ନ୍ୟୁଜ୍ ୱେବସାଇଟ୍ ରେ ମିଳିଥିଲା । ଏହି ଅନୁସନ୍ଧାନ ସମୟରେ ଆମକୁ ଫଟୋ ସହ ଜଡ଼ିତ ଭିଡିଓ ରିପୋର୍ଟ ଏବିପି ନ୍ୟୁଜ୍ ର ଔପଚାରିକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ମିଳିଥିଲା, ଯାହାକୁ 8 ଜୁନ 2017ରେ ଅପଲୋଡ୍ କରାଯାଇଥିଲା । ଏଥିରେ ଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ମନ୍ଦସୌରରେ ବାଇକ ଯୋଗେ ପହଞ୍ଚିଥିଲେ, ଏହି ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

dnaindia.com  ରେ ପ୍ରକାଶିତ ଏକ ଖବରରେ ମଧ୍ୟ ଏହି ଭାଇରାଲ୍ ଫଟୋ୍ ବ୍ୟବହାର କରାଯାଇଥିଲା । 8 ଜୁନ୍ 2017ରେ ପ୍ରକାଶିତ ଖବରରେ କୁହାଯାଇଥିଲା ଯେ, “ରାସ୍ତା ବଦଳାଇ ବାଇକ ଯୋଗେ ମନ୍ଦସୌର ଯାଇଥିଲେ ଗାହୁଲ ଗାନ୍ଧୀ” ପୋଲିସ୍ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି, ଖବର ଏଠାରେ ଦେଖନ୍ତୁ ।

ଆମକୁ ଭାଇରାଲ୍ ହେଉଥିବା ଏହି ଫଟୋ କଂଗ୍ରେସ ବିଧାୟକ ଜିତୁ ପଟୱାରୀଙ୍କ ଟ୍ବିଟର ହ୍ୟାଣ୍ଡେଲ୍ ରେ ମଧ୍ୟ ମିଳିଥିଲା । 19 ଜୁନ୍ 2017ରେ କରାଯାଇଥିବା ଟ୍ବିଟ୍ ରେ ଲେଖା ଯାଇଥିଲାଯେ, “ଆମ ଶକ୍ତି ଉତ୍ସ ରାହୁଲଙ୍କୁ ଜନ୍ମ ଦିନର ମଙ୍ଗଳକାମନା….କାନ୍ଧରେ ରାହୁଲଙ୍କର ହାତ ଏବଂ ଜନତାଙ୍କ ସଙ୍ଗ ….କୃଷକଙ୍କ ପାଇଁ ଲଢ଼ିବୁ.. ”

ଭାଇରାଲ୍ ଫଟୋ ସମ୍ବନ୍ଧୀୟ ଅନ୍ୟ ଖବରକୁ ଏଠାରେ ପଢ଼ାଯାଇ ପାରିବ । ଆଗରୁ ମଧ୍ୟ ଏହି ଫଟୋ ଭାଇରାଲ୍ ହୋଇ ସାରିଛି, ଯାହାର ଅନୁସନ୍ଧାନ ବିଶ୍ବାସ ନ୍ୟୁଜ୍ କରିଥିଲା । ଆପଣ ଆମର ପୂର୍ବ ଅନୁସନ୍ଧାନକୁ ଏଠାରେ ପଢ଼ି ପାରିବେ ।

ଅତିରିକ୍ତ ପୁଷ୍ଟି ପାଇଁ ଆମେ ରାହୁଲ ଗାନ୍ଧୀଙ୍କ ସହ ଏହି ରାଲିରେ ସାମିଲ ଥିବା ନେତା ରାଜପାଲ୍ ବିଷ୍ଟଙ୍କ ସହ ସଂପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ, “ଭାଇରାଲ୍ ଦାବି ଭୁଲ ଅଟେ । ରାହୁଲ ଗାନ୍ଧୀ ପାଦରେ ହିଁ ଯାତ୍ରା କରୁଛନ୍ତି । ଏ ଫଟୋ ପୁରୁଣା ।”

ଅନୁସନ୍ଧାନ ଶେଷରେ ଆମେ ଏହି ପୁରୁଣା ଫଟୋକୁ ଏବେର ବୋଲି କହି ଭୁଲ୍ ଦାବି ସହ ସେୟାର୍ କରିଥିବା ୟୁଜରଙ୍କ ଯାଞ୍ଚ କରିଥିଲୁ । ଏହି ୟୁଜର ଯୋଗୀ ଆଦିତ୍ୟନାଥ ( ଭଗୱା କି ଶାନ୍) ନାମକ ପେଜ୍ ପେ ଏହି ଫଟୋକୁ ପୋଷ୍ଟ କରିଛନ୍ତି । ପ୍ରୋଫାଇଲ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫେସବୁକରେ ଏହି ପେଜର 341.8K  ସଦସ୍ୟ ଅଛନ୍ତି ।

निष्कर्ष: ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ରାହୁଲ ଗାନ୍ଧୀଙ୍କର ବାଇକରେ ବସି ଭାରତ ଯୋଡ଼ ଯାତ୍ରା କରିବା ଦାବି ନକଲି ଜଣା ପଡ଼ିଥିଲା । ଭାଇରାଲ୍ ଫଟୋ 8 ଜୁନ୍ 2017ର ଅଟେ । ସେ ସମୟରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଦେଶର ମନ୍ଦସୌରରେ ଗୁଳି କାଣ୍ଡରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ । ଏବେ ସେହି ସମୟର ଫଟୋକୁ ଭୁଲ୍ ତଥ୍ୟ ଦେଇ ଭାଇରାଲ୍ କରାଯାଉଛି ।

  • Claim Review : ଭାଇରାଲ୍ ଫଟୋ “ଭାରତ ଯୋଡ଼” ଯାତ୍ରାର ଅଟେ ।
  • Claimed By : ଦେବ ରାଜ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later