X
X

Fact Check: ଇନ୍ଦୋରରେ ଯୁବକମାନଙ୍କୁ ପୋଲିସ ପିଟୁଥିବାର ପୁରୁଣା ଭିଡିଓକୁ ୟୁପିର ବୋଲି କହି ଭାଇରାଲ କରାଯାଇଛି

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୋଲିସକର୍ମୀମାନେ କିଛି ଯୁବକଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୋଲିସକର୍ମୀମାନେ କିଛି ଯୁବକଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ କିଛି ୟୁଜର ଏହି ଭିଡିଓକୁ ୟୁପିର ବୋଲି କହି ଭାଇରାଲ କରୁଛନ୍ତି।

ବିଶ୍ୱାସ ନ୍ୟୁଜ ଭାଇରାଲ ଭିଡିଓର ତଦନ୍ତ କରିଛି ଏବଂ ଦାବିଟି ଭ୍ରାମକ ବୋଲି ଜାଣିପାରିଛି। ପ୍ରକୃତରେ, ଭାଇରାଲ ହେଉଥିବା ଭିଡିଓଟି 2015 ମସିହାର ମଧ୍ୟପ୍ରଦେଶର ଇନ୍ଦୋରର। ଯାହାକୁ କିଛି ୟୁଜର ୟୁପିର ବୋଲି ଦାବିକରି ମିଥ୍ୟା ଦାବି ସହିତ ସେୟାର କରୁଛନ୍ତି ।

କଣ ଭାଇରାଲ ହେଉଛି?

ଫେସବୁକ୍ ୟୁଜର Aman Gupta 7 ମାର୍ଚ୍ଚ, 2025ରେ ଭାଇରାଲ୍ ଭିଡିଓଟି ସେୟାର କରି ଲେଖିଥିଲେ, “ୟୁପିରେ ଝିଅମାନଙ୍କୁ କମେଣ୍ଟ ମାରିବା କେତେ ମହଙ୍ଗା ହୋଇପାରେ। ଏହି ଗୁଣ୍ଡାମାନଙ୍କର ସାତ ପିଢ଼ି ମଧ୍ୟ ଏହାକୁ ମନେ ରଖିବେ।”

ଏକ୍ସ ୟୁଜର Dillip Kumar Singh ମଧ୍ୟ ସମାନ ଦାବି ସହିତ ଏହି ଭିଡିଓକୁ ସେୟାର କରିଛନ୍ତି।

https://twitter.com/DilipKu24388061/status/1897683797094568398

ଅନୁସନ୍ଧାନ

ଭାଇରାଲ ଭିଡିଓର ତଦନ୍ତ କରିବା ପାଇଁ, ଆମେ ଭିଡିଓର ଅନେକ ସ୍କ୍ରିନସଟ୍ ନେଇଥିଲୁ ଏବଂ ଗୁଗୁଲ୍ ଲେନ୍ସ ମାଧ୍ୟମରେ ସେଗୁଡ଼ିକୁ ଖୋଜିଥିଲୁ। ଆମେ hindustantimes.com ୱେବସାଇଟରେ ଭିଡିଓ ସହ ଜଡିତ ରିପୋର୍ଟ ପାଇଲୁ। ଏହି ରିପୋର୍ଟଟି 7 ମଇ 2015ରେ ପ୍ରକାଶିତ ହୋଇଥିଲା। ଦିଆଯାଇଥିବା ସୂଚନା ଅନୁସାରେ, ଭିଡିଓଟି ଇନ୍ଦୋର ପୋଲିସର ଗୁଣ୍ଡା ବିରୋଧୀ ଅଭିଯାନର।

ସନ୍ଧାନ ସମୟରେ, ଭାଇରାଲ ଭିଡିଓଟି ABP NEWS ର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ମିଳିଥିଲା। ଭିଡିଓଟି 29 ମଇ 2015ରେ ଅପଲୋଡ୍ କରାଯାଇଥିଲା। ଦିଆଯାଇଥିବା ସୂଚନା ଅନୁସାରେ, ଏହି ଭିଡିଓଟି ଇନ୍ଦୋରର।

ତଦନ୍ତ ସମୟରେ, ଆମେ UPPOLICE FACT CHECK ର ଏକ୍ସ-ହ୍ୟାଣ୍ଡେଲରେ ଭାଇରାଲ୍ ଭିଡିଓ ସହ ଜଡିତ ପୋଷ୍ଟ ପାଇଲୁ। 17 ଜାନୁଆରୀ 2020ରେ କରାଯାଇଥିବା ପୋଷ୍ଟରେ ଲେଖାଥିଲା, “ଭିଡିଓରେ ଦେଖାଯାଇଥିବା ଘଟଣା @UPPolice ସହିତ ଜଡିତ ନୁହେଁ। ଦୟାକରି ମିଥ୍ୟା ପ୍ରଚାର ପ୍ରସାର କରନ୍ତୁ ନାହିଁ!”

ଏହି ଭାଇରାଲ ଭିଡିଓଟିକୁ ପ୍ରାୟ ଦଶ ବର୍ଷ ପୂର୍ବେ ଅନେକ ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ସେୟାର କରିଛନ୍ତି। ଯାହା ଏଠାରେ ଦେଖିହେବ।

ଆମେ ଭିଡିଓଟିକୁ ଇନ୍ଦୋର ନୟୀ ଦୁନିୟାର ବରିଷ୍ଠ ରିପୋର୍ଟର ଅଶ୍ୱିନ ରାଠୋରଙ୍କ ସହ ସେୟାର କରିଥିଲୁ। ସେ କହିଛନ୍ତି, ଏହି ଭିଡିଓଟି ପୁରୁଣା ଏବଂ ଇନ୍ଦୋରର ଅଟେ।

ଶେଷରେ ଆମେ ଭିଡିଓ ସେୟାର କରିଥିବା ୟୁଜରଙ୍କ ଆକାଉଣ୍ଟକୁ ସ୍କାନ କଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ୟୁଜରଙ୍କୁ 3 ହଜାରରୁ ଅଧିକ ଲୋକ ଫଲୋ କରନ୍ତି। ୟୁଜର ନିଜକୁ ଲକ୍ଷ୍ନୌର ବାସିନ୍ଦା ବୋଲି କହିଛନ୍ତି। 

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟଟି ଭ୍ରାମକ ସାବ୍ୟସ୍ତ ହେଲା । କିଛି ଲୋକ ମଧ୍ୟପ୍ରଦେଶର ଇନ୍ଦୋରର ଘଟଣାକୁ ୟୁପିର ବୋଲି ଦର୍ଶାଇ ମିଥ୍ୟା ଦାବି ସହ ସେୟାର କରୁଛନ୍ତି। ଭିଡିଓଟି ଇନ୍ଦୋରର ଏକ ପୁରୁଣା ଘଟଣାର, ଏହାର ୟୁପି ସହିତ କୌଣସି ସମ୍ପର୍କ ନାହିଁ।

  • Claim Review : ଭାଇରାଲ୍ ଭିଡିଓଟି ୟୁପିର ଅଟେ।
  • Claimed By : ଫେସବୁକ୍ ୟୁଜର –Aman Gupta
  • Fact Check : Misleading

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later