X

ଫ୍ୟାକ୍ଟ ଚେକ୍: ଭୁଲ୍ ଦାବି ସହିତ ବ୍ରିଟେନର ମହାରାଣୀଙ୍କ ସହିତ ଆରଏସ୍ଏସ୍ ସଦସ୍ୟଙ୍କ ଏଡିଟ୍ କରାଯାଇଥିବା ଫଟୋ ପୁଣି ଭାଇରାଲ୍ ହେଲା

  • By Vishvas News
  • Updated: February 28, 2023

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ବ୍ରିଟେନର ମହାରାଣୀ ଏଲିଜାବେଥ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍) ସଦସ୍ୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ପୁରୁଣା ୟୁନିଫର୍ମ ପିନ୍ଧିଥିବା କିଛି ଯୁବକଙ୍କ ସହ ବ୍ରିଟେନର ମହାରାଣୀଙ୍କୁ ଦେଖିବାକୁ ମିଳୁଛି। ଫଟୋକୁ ସେୟାର୍ କରି ଦାବି କରାଯାଉଛି ଯେ ଏହି ଫଟୋ ସେତେବେଳର ଅଟେ ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍) ବ୍ରିଟେନର ମହାରାଣୀଙ୍କୁ ସଲାମ୍ କରିଥିଲା।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ କରି ଏହି ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ପ୍ରକୃତ କଥା ହେଉଛି ଭାଇରାଲ୍ ଫଟୋ ଏଡିଟ୍ କରାଯାଇଛି ଏବଂ ଦୁଇଟି ଭିନ୍ନ ଭିନ୍ନ ଫଟୋକୁ ମିଶାଇ ଏହି ଫଟୋ ପ୍ରସ୍ତୁତ କରାଯାଇଛି।

କ’ଣ ଭାଇରାଲ୍ ହେଉଛି

ଫେବୃଆରୀ 14 ରେ ଭାଇରାଲ ଫଟୋ ସେୟାର କରି ଫେସବୁକ୍ ୟୁଜର୍ ଇଂଜିନିୟର୍ ପ୍ରବୀଣ କୁମାର ଲେଖିଛନ୍ତି, “ଯେତେବେଳେ ସମଗ୍ର ଦେଶ ବ୍ରିଟିଶମାନଙ୍କ ସହ ଲଢ଼ୁଥିଲା, ସେତେବେଳେ କିଛି ଦେଶଦ୍ରୋହୀ ଇଂଲଣ୍ଡର ରାଣୀଙ୍କୁ ସଲାମ୍ କରୁଥିଲେ! ଆଜି ତାଙ୍କର ବଂଶଧରମାନେ ନିଜକୁ ଦେଶଭକ୍ତ ବୋଲି କହୁଛନ୍ତି !!”

ଏହି ଫଟୋକୁ ସତ ବୋଲି ବିଶ୍ୱାସ କରି ଅନ୍ୟ ୟୁଜରମାନେ ମଧ୍ୟ ଏହାକୁ ଭାଇରାଲ କରୁଛନ୍ତି। ପୋଷ୍ଟରର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖନ୍ତୁ।

ଅନୁସନ୍ଧାନ

ଭାଇରାଲ୍ ଫଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଫଟୋଟିକୁ ଖୋଜିଲୁ।ଏହି ସମୟରେ ଆମେ 5 ନଭେମ୍ବର 2022 ରେ udayavani.com ୱେବସାଇଟରେ ପ୍ରକାଶିତ ଏକ ଖବର ଆମ ସାମ୍ନାକୁ ଆସିଲା। କିନ୍ତୁ ଖବରରେ ଥିବା ଫଟୋରେ, ରାଣୀ ଏଲିଜାବେଥ ସ୍ୱେଚ୍ଛାସେବୀମାନଙ୍କ ପାଖରେ ନଥିଲେ। ଏଠାରେ ସମ୍ପୂର୍ଣ୍ଣ ଖବର ଦେଖନ୍ତୁ।

ସର୍ଚ୍ଚ ସମୟରେ ଭାଇରାଲ୍ ଫଟୋଟିକୁ flickr.com ୱେବସାଇଟରେ ମଧ୍ୟ ଆମେ ଦେଖିଲୁ। ଏଠାରେ କେବଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ସଦସ୍ୟମାନେ ଫଟୋରେ ଦେଖାଯାଉଛନ୍ତି ଏବଂ ରାଣୀ ଏଲିଜାବେଥ ନାହାଁନ୍ତି।

ଏହି ଫଟୋ ଅଗଷ୍ଟ 14, 2013 ରେ nagpurtoday.in ୱେବସାଇଟରେ ପ୍ରକାଶିତ ଏକ ଖବରରେ ମିଳିଥିଲା। ଫଟୋରେ ଏହି ସ୍ୱୟଂସେବକମାନଙ୍କ ସାମ୍ନାରେ କେହି ଠିଆ ହୋଇନଥିଲେ। ଏଠାରେ ସମ୍ପୂର୍ଣ୍ଣ ଖବର ଦେଖନ୍ତୁ।

ଦ୍ୱିତୀୟ ଫଟୋ:

ଗୁଗୁଲର ରିଭର୍ସ ଇମେଜରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ଫଟୋ ଖୋଜିବାବେଳେ, ଆମେ ଏହାକୁ britishheritage.com ୱେବସାଇଟରେ ପାଇଲୁ। ଡିସେମ୍ବର 1, 2022 ରେ ପ୍ରକାଶିତ ଆର୍ଟିକିଲ ଅନୁଯାୟୀ, 2 ଫେବୃଆରୀ 1956 ରେ, ତାଙ୍କ କମନୱେଲଥ ଯାତ୍ରା ସମୟରେ, ରାଣୀ ଏଲିଜାବେଥ ଦ୍ୱିତୀୟ, ନାଇଜେରିଆର କାଦୁନା ବିମାନବନ୍ଦରରେ ନବ ନାମିତ କୁଇନ୍ସ ଓନ୍ ନାଇଜେରିଆ ରେଜିମେଣ୍ଟ, ରୟାଲ୍ ୱେଷ୍ଟ ଆଫ୍ରିକୀୟ ଫ୍ରଣ୍ଟିୟର୍ ଫୋର୍ସର ପୁରୁଷମାନଙ୍କର ନିରୀକ୍ଷଣ କରିଥିଲେ। ଏହି ଫଟୋର କ୍ରେଡିଟ୍ (ଫକ୍ସ ଫଟୋ / ହୋଲଟନ୍ ଅଆର୍କାଇଭ୍ / ଗେଟୀ ଇମେଜ୍ ଦ୍ୱାରା ଫଟୋ)କୁ ଦିଆଯାଇଛି।

ସିଏନ୍ଏନ୍ ୱେବସାଇଟରେ 21 ଏପ୍ରିଲ, 2016 ର ଏକ ଆର୍ଟିକିଲରେ ଭାଇରାଲ୍ ଫଟୋ ଦେଖାଯାଇ ପାରିବ। ଏଠାରେ ମଧ୍ୟ ଫଟୋରେ ସମାନ ସୂଚନା ଦିଆଯାଇଥିଲା, ଯାହା ଅନ୍ୟ ସ୍ଥାନରେ ଥିଲା।

ଭାଇରାଲ ଫଟୋ ବିଷୟରେ ଆମେ ଆରଏସ୍ଏସ୍ ଦିଲ୍ଲୀର ସଦସ୍ୟ ରାଜୀବ ତୁଲିଙ୍କ ସହ ଯୋଗାଯୋଗ କରିଥିଲୁ। ଫଟୋ ଏଡିଟ୍ ହୋଇଥିବା ସେ କହିଛନ୍ତି। ଏହି ଫଟୋ ପୂର୍ବରୁ ମଧ୍ୟ ଅନେକ ଥର ଭାଇରାଲ ହୋଇସାରିଛି।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହି ଫଟୋ ସମାନ ଦାବି ସହିତ ଭାଇରାଲ ହୋଇଥିଲା। ଯାହାର ଅନୁସନ୍ଧାନ ବିଶ୍ୱାସ ନ୍ୟୁଜ୍ କରିଥିଲା। ଆପଣ ଆମର ପୂର୍ବ ଅନୁସନ୍ଧାନ ଏଠାରେ ପଢ଼ିପାରିବେ।

ଅନୁସନ୍ଧାନ ଶେଷରେ, ଆମେ ୟୁଜର୍ ଇଂଜିନିୟର୍ ପ୍ରବୀଣ କୁମାରଙ୍କ ଯାଞ୍ଚ କଲୁ ଯିଏ ସମ୍ପାଦିତ ଫଟୋ ସେୟାର କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଉପଭୋକ୍ତା ବିହାରର ଅରୱଲର ବାସିନ୍ଦା। ୟୁଜର୍ ଜଣକ ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଦ୍ୱାରା ପ୍ରଭାବିତ।

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ବ୍ରିଟେନର ମହାରାଣୀ ଏଲିଜାବେଥ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ସଦସ୍ୟଙ୍କ ଭାଇରାଲ ଫଟୋ ସମ୍ପାଦିତ ହୋଇଥିବା ଜଣା ପଡ଼ିଲା। ବାସ୍ତବରେ ଏହି ଫଟୋକୁ ଦୁଇଟି ଅଲଗା ଅଲଗା ଫଟୋକୁ ଯୋଡ଼ି ପ୍ରସ୍ତୁତ କରାଯାଇଛି ଏବଂ ବର୍ତ୍ତମାନ ଏହାକୁ ଭୁଲ ଦାବି ସହିତ ସେୟାର୍ କରାଯାଉଛି।

  • Claim Review : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍) ବ୍ରିଟେନର ରାଣୀଙ୍କୁ ସଲାମ୍ କରିଥିଲା।
  • Claimed By : ଇଂଜିନିୟର୍ ପ୍ରବୀଣ କୁମାର
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later