ଫ୍ୟାକ୍ଟ ଚେକ୍: ଡୋନି ପୋଲୋ ଅରୁଣାଚଳ ପ୍ରଦେଶର ଚତୁର୍ଥ କାର୍ଯ୍ୟକ୍ଷମ, କିନ୍ତୁ ରାଜ୍ୟର ପ୍ରଥମ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ଅଟେ
- By Vishvas News
- Updated: November 27, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ବିମାନବନ୍ଦର ଉଦ୍ଘାଟନ କରିଛନ୍ତି। ବର୍ତ୍ତମାନ ଏହି ବିଷୟକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି। ବିମାନବନ୍ଦରର ଫଟୋ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଏହା ସ୍ୱାଧୀନତା ପରେ ଅରୁଣାଚଳ ପ୍ରଦେଶର ପ୍ରଥମ ବିମାନବନ୍ଦର ଅଟେ।
ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣି ପାରିଛି ଯେ ଡୋନି ପୋଲୋ ବିମାନବନ୍ଦର ଅରୁଣାଚଳ ପ୍ରଦେଶର ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର। ହଁ, ଏହା ନିଶ୍ଚିତ ଭାବରେ ରାଜ୍ୟର ପ୍ରଥମ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର। କିନ୍ତୁ ଏକ ବିଭ୍ରାନ୍ତିକର ଦାବି ସହିତ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଛି।
ଭାଇରାଲ୍ ପୋଷ୍ଟରେ କଣ ଅଛି
ଫେସବୁକ ବ୍ୟବହାରକାରୀ ‘ସିଧି ବାତ୍ ନୋ ବକୱାସ୍’ (ଆର୍କାଇଭ୍ ଲିଙ୍କ୍) ନଭେମ୍ବର 21 ରେ ଫଟୋ ପୋଷ୍ଟ କରି ଲେଖିଥିଲେ,
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶରେ ଏକ ବିମାନବନ୍ଦର ନିର୍ମାଣ କରାଯାଇଛି … ଏହା ହିଁ ହେଉଛି ପ୍ରକୃତରେ ଭାରତ ଯୋଡ଼ୋ
ଅନୁସନ୍ଧାନ
ନଭେମ୍ବର 21 ରେ ଜାଗରଣ ଜୋଶ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ଡୋନି ପୋଲୋ ବିମାନବନ୍ଦରର ଉଦ୍ଘାଟନ କରିଥିଲେ। ଫେବୃଆରୀ 2019 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିଲା। ଏହି ସମୟରେ ସେ କହିଥିଲେ ଯେ ଏହି ବିମାନବନ୍ଦର ଅରୁଣାଚଳ ପ୍ରଦେଶର ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର ହେବ। ଏହା ସହିତ ଉତ୍ତର ପୂର୍ବାଞ୍ଚଳରେ ମୋଟ ବିମାନବନ୍ଦର ସଂଖ୍ୟା 16 ହୋଇଯିବ।

19 ନଭେମ୍ବରରେ ପିଆଇବି ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ ମଧ୍ୟ ଏହି ସୂଚନା ଦିଆଯାଇଛି। ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର ଡୋନି ପୋଲୋକୁ ଉଦ୍ଘାଟନ କରିଛନ୍ତି। ଫେବୃଆରୀ 2019 ରେ, ଏହି ବିମାନବନ୍ଦରର ଆଧାରଶିଳା ନିଜେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଖାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଧୋନି ପୋଲୋ ବିମାନବନ୍ଦର ଅରୁଣାଚଳ ପ୍ରଦେଶ ପାଇଁ ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର ହେବ ଏବଂ ଉତ୍ତର ପୂର୍ବାଞ୍ଚଳର ମୋଟ ବିମାନବନ୍ଦର ସଂଖ୍ୟା 16ରେ ପହଞ୍ଚିବ।’

ମାର୍ଚ୍ଚ 17, 2022 ରେ ଅଲ୍ ଇଣ୍ଡିଆ ରେଡିଓର ନ୍ୟୁଜ୍ ୱେବସାଇଟ୍ ନ୍ୟୁଜ୍ ଅନ୍ ଏୟାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ତାକୁ କୁହାଯିବ ଯାହା ଏକ ନୂଆ (ଅଣବିକଶିତ) ଜମିରେ ନିର୍ମିତ ହୋଇଥାଏ। ଏହାର ଅର୍ଥ ଏଭଳି ଏକ ପରିଯୋଜନା ଯେଉଁଠି ପୂର୍ବରୁ କୌଣସି କାମ କରାଯାଇ ନାହିଁ। ଏହି ବିମାନବନ୍ଦରଗୁଡ଼ିକର ନିର୍ମାଣ ବର୍ତ୍ତମାନ ଥିବା ବିମାନବନ୍ଦରଗୁଡ଼ିକର ଆନୁମାନିକ ଟ୍ରାଫିକ୍ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ କରାଯାଇଥାଏ।

ଏହି ବିଷୟରେ କଥା ହେବା ପାଇଁ ଆମେ ଇଷ୍ଟ ମୋଜୋର ବରିଷ୍ଠ ସମ୍ପାଦକ ରାଜର୍ଷି ସହରିଆଙ୍କ ସହ ଯୋଗାଯୋଗ କରିଥିଲୁ।
ତାଙ୍କ କହିବା ଅନୁଯାୟୀ, ‘ଅରୁଣାଚଳ ପ୍ରଦେଶର ଏହା ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର ଅଟେ।’
ଭ୍ରମାତ୍ମକ ଦାବି ସହିତ ଫଟୋ ସେୟାର କରିଥିବା ଫେସବୁକ୍ ପେଜ୍ ‘ସିଧି ବାତ୍ ନୋ ବକୱାସ୍’କୁ ଆମେ ସ୍କାନ୍ କଲୁ। ନଭେମ୍ବର 21, 2012 ରେ କ୍ରିଏଟ କରାଯାଇଥିବା ଏହି ପେଜ୍ର ପ୍ରାୟ 22 ହଜାର ଫଲୋଅର୍ସ ଅଛନ୍ତି।
ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ବିମାନବନ୍ଦର ହେଉଛି ରାଜ୍ୟର ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର କିନ୍ତୁ ରାଜ୍ୟର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର। ୟୁଜରମାନେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ରାଜ୍ୟର ପ୍ରଥମ ବିମାନବନ୍ଦର ଭାବି ସେୟାର୍ କରୁଛନ୍ତି।
- Claim Review : ଡୋନି ପୋଲୋ ବିମାନବନ୍ଦର ହେଉଛି ସ୍ୱାଧୀନତା ପରେ ଅରୁଣାଚଳ ପ୍ରଦେଶର ପ୍ରଥମ ବିମାନବନ୍ଦର
- Claimed By : ଏଫ୍ବି ବ୍ୟବହାରକାରୀ- ସିଧି ବାତ୍ ନୋ ବକୱାସ୍
- Fact Check : Misleading

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com