X

ଫ୍ୟାକ୍ଟ ଚେକ୍: ଏକ ବର୍ଷ ପୂର୍ବେ ତ୍ରିପୁରାରେ ହୋଇଥିବା ପ୍ରଦର୍ଶନର ଭିଡିଓ ଅଗ୍ନିପଥ ଯୋଜନା ଭାବରେ ସେୟାର କରାଯାଉଛି

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଅଗ୍ନିପଥ ଯୋଜନାର ପ୍ରଦର୍ଶନକୁ ନେଇ କରାଯାଇଥିବା ଭାଇରାଲ ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ଏହି ଭାଇରାଲ୍ ଭିଡିଓ ପ୍ରାୟ ଏକ ବର୍ଷ ପୁରୁଣା ଏବଂ ତ୍ରିପୁରାରେ ହୋଇଥିବା ଏକ ପ୍ରଦର୍ଶନର ଅଟେ। ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭୁଲ ଦାବି କରି ସେୟାର କରୁଛନ୍ତି।

  • By Vishvas News
  • Updated: July 6, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସେନାବାହିନୀରେ ନିଯୁକ୍ତିର ନୂତନ ଯୋଜନା ଅଗ୍ନିପଥ ବିରୋଧରେ ପ୍ରଦର୍ଶନ ପରେ ମଧ୍ୟ ଏହା ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହ ଯୋଡ଼ି ପ୍ରଦର୍ଶନର ଏକ ଭିଡିଓ ସେୟାର କରାଯାଉଛି ଏବଂ ଦାବି ହେଉଛି ଯେ ବିରୋଧ କରୁଥିବା ବ୍ୟକ୍ତି ପୋଲିସକୁ ଧମକ ଦେଉଥିଲେ, କିନ୍ତୁ ପୋଲିସ ତାଙ୍କୁ ଏକ ଶିକ୍ଷା ଦେଲା। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ମିଥ୍ୟା ବୋଲି ଜଣାପଡିଛି। ଏହି ଭାଇରାଲ୍ ଭିଡିଓ ପ୍ରାୟ ଏକ ବର୍ଷ ପୁରୁଣା ଏବଂ ତ୍ରିପୁରାରେ ଏକ ପ୍ରଦର୍ଶନର ଅଟେ। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭୁଲ ଦାବି କରି ସେୟାର କରୁଛନ୍ତି।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଭାଇରାଲ ଭିଡିଓ ସେୟାର କରି ଫେସବୁକ ବ୍ୟବହାରକାରୀ ଆଉ ଜଣେ ଇନକିଲାବ ଲେଖିଛନ୍ତି, “ଅଗ୍ନିବୀର ଯିଏ ପ୍ରକୃତ ଅଗ୍ନିବୀରଙ୍କ ଆଗରେ ଧରା ପଡ଼ିଗଲା।”

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖାଯାଇପାରିବ |

ଅନୁସନ୍ଧାନ

ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ, ଆମେ ଭିଡିଓର ଅନେକ ଗ୍ରାବ୍‌ସ ବାହାର କରି ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ସର୍ଚ୍ଚ କଲୁ। ଏହି ସମୟରେ ଆମେ 3 ଅଗଷ୍ଟ 2021 ରେ TRIPURAINFOWAY TIWN ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମୂଳ ଭିଡିଓ ଅପଲୋଡ୍ ହୋଇଥିବା ଦେଖିବାକୁ ପାଇଲୁ। କ୍ୟାପସନରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ମାଧ୍ୟମିକ ପରୀକ୍ଷାର୍ଥୀମାନେ ତ୍ରିପୁରାର ଶିକ୍ଷା ମନ୍ତ୍ରୀ ରତନ ଲାଲ ନାଥଙ୍କ ବାସଭବନକୁ ଘେରାଉ କରିଥିଲେ।

ଛାତ୍ରମାନେ ସେମାନଙ୍କ ସହିତ ଦୁର୍ନୀତି ଏବଂ ପକ୍ଷପାତିତା କରାଯାଇଥିବା ଅଭିଯୋଗ କରିଥିଲେ। ଏହି ଭିଡିଓ ସେହି ପ୍ରଦର୍ଶନ ସମୟର ଅଟେ। ଭାଇରାଲ୍ ଭିଡିଓର 2 ମିନିଟ୍ 3 ସେକେଣ୍ଡରେ, ଦେଖିବାକୁ ମିଳୁଛି, ଯେଉଁଠାରେ ଜଣେ ଛାତ୍ର କହୁଛନ୍ତି ଯେ ଏହା ତ କେବଳ ଟ୍ରେଲର ଅଟେ, ପୂରା ଫିଲ୍ମ ବାକି ଅଛି।

ଅଧିକ ଅନୁସନ୍ଧାନ କରି, ଯେତେବେଳେ ଆମେ ଚ୍ୟାନେଲ୍‌ ସ୍କାନ୍‌ କଲୁ, ଭାଇରାଲ୍ ଭିଡିଓ ସହିତ ଜଡିତ ଆଉ ଏକ ଭିଡିଓ 3 ଅଗଷ୍ଟ 2021 ରେ ଅପଲୋଡ୍ ହୋଇଥିବା ପାଇଲୁ। ଭିଡିଓର 1 ମିନିଟ 41 ସେକେଣ୍ଡରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳୁଛି ଯେତେବେଳେ ପୋଲିସ ଯୁବକଙ୍କୁ ଗିରଫ କରି ନେଇ ଯାଉଛି। ଭିଡିଓରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ସମ୍ରାଟ ରାୟ (ଅଧ୍ୟକ୍ଷ, ଏନ୍ଏସ୍ୟୁଆଇ ତ୍ରିପୁରା)।

ଅଧିକ ସୂଚନା ପାଇଁ ଆମେ ସମ୍ରାଟ ରାୟଙ୍କ ସହିତ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଥିଲେ। ଏହି ଭିଡିଓ ପ୍ରାୟ ଏକ ବର୍ଷ ପୁରୁଣା। କରୋନା ସମୟରେ ସମସ୍ତ ରାଜ୍ୟ ସେମାନଙ୍କ ଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରୁଥିଲେ, କିନ୍ତୁ ତ୍ରିପୁରା ସରକାର ତାହା କରିନଥିଲେ। ସରକାର କହିଲେ ଯେ ପିଲାମାନଙ୍କୁ ଉନ୍ନୀତ କରାଯିବ ନାହିଁ, ସେମାନଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ଆମେ ଏହି ପ୍ରସଙ୍ଗରେ ପ୍ରଦର୍ଶନ କରିଥିଲୁ। ଅଗ୍ନିପଥ ବିରୋଧରେ ଚାଲିଥିବା ବିରୋଧ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ।

ଅନ୍ତିମ ପର୍ଯ୍ୟାୟ ଅନୁସନ୍ଧାନରେ, ଫେସବୁକ୍ ପେଜ୍‌ ଆଉ ଜଣେ ଇନକିଲାବ୍‌ର ସୋସିଆଲ୍ ସ୍କାନିଂ କରାଯାଇଥିଲା। ଏହି ସମୟରେ ଆମେ ଜାଣିବାକୁ ପାଇଲୁ ଯେ 60,636 ଜଣ ଫେସବୁକରେ ତାଙ୍କୁ ଫଲୋ କରୁଛନ୍ତି। ଏହି ପେଜ୍ ଫେସବୁକରେ 26 ଡିସେମ୍ବର 2011 ଠାରୁ ସକ୍ରିୟ ଅଛି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଅଗ୍ନିପଥ ଯୋଜନାର ପ୍ରଦର୍ଶନକୁ ନେଇ କରାଯାଇଥିବା ଭାଇରାଲ ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ଏହି ଭାଇରାଲ୍ ଭିଡିଓ ପ୍ରାୟ ଏକ ବର୍ଷ ପୁରୁଣା ଏବଂ ତ୍ରିପୁରାରେ ହୋଇଥିବା ଏକ ପ୍ରଦର୍ଶନର ଅଟେ। ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭୁଲ ଦାବି କରି ସେୟାର କରୁଛନ୍ତି।

  • Claim Review : ଅଗ୍ନିବୀର ଯିଏ ପ୍ରକୃତ ଅଗ୍ନିବୀରଙ୍କ ହାତରେ ଧରା ପଡ଼ିଲା।
  • Claimed By : ଆଉ ଜଣେ ଇନକିଲାବ୍
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later