X

ଫ୍ୟାକ୍ଟ ଚେକ୍: ଭାଟିକାନ୍ ଗସ୍ତରେ ପିଏମ ମୋଦୀଙ୍କ ଏହି ଫଟୋ ଏଡିଟ୍ କରାଯାଇଛି, ଦୁଷ୍ପ୍ରଚାର ଉଦ୍ଦେଶ୍ୟରେ ପରିବର୍ତ୍ତିତ ଫଟୋ ଭାଇରାଲ ହେଉଛି

ନିଷ୍କର୍ଷ: ଭାଟିକାନ୍ ସିଟି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ କନଭୟରେ ଟ୍ୟାକ୍ସି ବ୍ୟବହାର କରୁଥିବା ଦାବି ମିଥ୍ୟା ଏବଂ ଦୁଷ୍ପ୍ରଚାର ଅଟେ। ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଟିକାନ୍ ସିଟି ଗସ୍ତର ଏକ ଫଟୋ ଏଡିଟ୍ କରାଯାଇ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ମିଥ୍ୟା ଦାବି ସହିତ ଭାଇରାଲ୍ ହେଉଛି।

  • By Vishvas News
  • Updated: November 8, 2021

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍‌ଙ୍କୁ ମଧ୍ୟ ଭେଟିଛନ୍ତି। ସେମାନଙ୍କର ଏହି ସାକ୍ଷାତ ବିଷୟରେ ସୋସିଆଲ ମିଡିଆରେ ଅନେକ ଭିନ୍ନ ଭିନ୍ନ ଚିତ୍ର ଭାଇରାଲ ହେବାରେ ଲାଗିଛି, ଭାଟିକାନ ଯିବା ପାଇଁ ପିଏମ ମୋଦୀଙ୍କ ପାଇଁ ଟ୍ୟାକ୍ସି ବ୍ୟବସ୍ଥା କରାଯାଇଥିଲା ବୋଲି ଦାବି ହେଉଛି। ଭାଇରାଲ ଫଟୋରେ ପିଏମ ମୋଦୀଙ୍କୁ ଭାଟିକାନକୁ ନେଇ ଯାଉଥିବା ଭୋକ୍ସୱାଗନ୍‌ କାର୍‌ ଉପରେ ମଧ୍ୟ ଟ୍ୟାକ୍ସି ଲେଖାଯାଇଥିବା ଦେଖିବାକୁ ମିଳୁଛି।

ଆମେ ଆମର ଅନୁସନ୍ଧାନରେ ପାଇଲୁ ଯେ ଭାଇରାଲ ହେଉଥିବା ଫଟୋ ଏଡିଟ୍ ହୋଇଛି, ଯାହା ପିଏମ୍‌ ମୋଦୀଙ୍କ ବିରୋଧରେ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି। ସରକାରୀ ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦୀ ଭାଟିକାନରେ ପହଞ୍ଚିବା ସମୟରେ ତାଙ୍କ ସହ ଧାଡ଼ି ଧାଡ଼ି ସରକାରୀ ଗାଡ଼ିରେ ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ଯାଇଥିଲେ।  ଖରାପ ପ୍ରଚାର ଉଦ୍ଦେଶ୍ୟରେ ପିଏମ ମୋଦୀ ଯେଉଁ ଭୋକ୍ସୱାଗନ୍‌ ଗାଡ଼ିରେ ଭାଟିକାନ୍‌ ଯାଇଥିଲେ, ସେହି କାରର ଚିତ୍ର ଏଡିଟ୍ କରାଯାଇ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ବ୍ୟବହୃତ ଗାଡ଼ିଗୁଡ଼ିକ ସରକାରୀ ଥିଲା ଏବଂ ଏଥିରେ କୌଣସି ସର୍ବସାଧାରଣ ଯାନ ଅନ୍ତର୍ଭୂକ୍ତ କରାଯିବା ଦାବି ମିଥ୍ୟା ଏବଂ ଅଯୌକ୍ତିକ ଅଟେ।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଭାଇରାଲ ଚିତ୍ର (ଅଭିଲେଖାଗାର ଲିଙ୍କ୍‌) ସେୟାର କରି ଫେସବୁକ ୟୁଜର୍ ‘ପ୍ରକାଶପୁଞ୍ଜ ପାଣ୍ଡେ’ ଲେଖିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାତାୟତ ପାଇଁ ବିଦେଶ ମାଟିରେ ଟ୍ୟାକ୍ସି ବ୍ୟବହାର କରାଯିବା  ଦେଶ ପାଇଁ ଅପମାନ ନୁହେଁ କି? # ପୁଛ୍‌ତାହୈଭାରତ। “

ସେହିଭଳି, ଅନ୍ୟ ଜଣେ ଫେସବୁକ ୟୁଜର୍ ‘ରବି ଭୂଷଣ’ ଫଟୋ (ଅଭିଲେଖାଗାର ଲିଙ୍କ) ସେୟାର କରି ଲେଖିଛନ୍ତି, “ଜଣେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଟ୍ୟାକ୍ସି ????

ବର୍ତ୍ତମାନ ମୋତେ ବିମାନରେ ମୋର ଚାରି ଚକିଆ ଗାଡ଼ି ମଧ୍ୟ ନେବାକୁ ପଡ଼ିବ କି? “

ଅନୁସନ୍ଧାନ

ରୋମରେ ଅନୁଷ୍ଠିତ 16ତମ ଜି -20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 29 ଅକ୍ଟୋବରରେ ଇଟାଲୀର ରାଜଧାନୀ ରୋମରେ ପହଞ୍ଚିଥିଲେ। ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ରୋମରେ ପହଞ୍ଚିବା ବିଷୟରେ ସୂଚନା ସେୟାର କରିଛନ୍ତି।

ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 29 ରୁ 31 ପର୍ଯ୍ୟନ୍ତ ସେଠାରେ ରହିବେ। ଇଟାଲୀର ରୋମରେ ହେବାକୁ ଥିବା ଜି -20ର ରାଷ୍ଟ୍ରାଧ୍ୟକ୍ଷମାନଙ୍କ ବୈଠକକୁ ସମ୍ବୋଧିତ କରିବା ବ୍ୟତୀତ ସେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କୁ ମଧ୍ୟ ଭେଟିବେ। ଏହା ପରେ ସେ ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଭେଟିବା ପାଇଁ ଭାଟିକାନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ତାଙ୍କ ଭାଟିକାନ୍ ଭ୍ରମଣର ଚିତ୍ର ମଧ୍ୟ ନ୍ୟୁଜ୍ ଏଜେନ୍ସୀ ANI ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭାଇରାଲ୍ ପୋଷ୍ଟରେ ଦୁଇଟି ଭିନ୍ନ ଭିନ୍ନ ଚିତ୍ର ବ୍ୟବହାର କରାଯାଇଛି। ତେଣୁ ଆମେ ଏହାକୁ ଗୋଟି ଗୋଟି କରି ପରୀକ୍ଷା କଲୁ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଥମ ଫଟୋ

30 ଅକ୍ଟୋବର 2021 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଟିକାନ ଗସ୍ତର ଫଟୋ ଏବଂ ଭିଡିଓ ନ୍ୟୁଜ୍ ଏଜେନ୍ସି ANI ର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଏହି ଟ୍ୱିଟ୍ ମଧ୍ୟରୁ ଗୋଟିଏରେ ଆମେ ଏହି ଫଟୋ ମଧ୍ୟ ପାଇଲୁ।

ଉଭୟ ଚିତ୍ରକୁ ଦେଖିଲେ ଏହା ସ୍ପଷ୍ଟ ଯେ ପିଏମ୍‌ ମୋଦୀଙ୍କ କନଭୟରେ ଅନ୍ତର୍ଭୁକ୍ତ ହୋଇଥିବା ଭୋକ୍ସୱାଗନ୍‌ କାର୍‌ (ଯେଉଁଥିରେ ପିଏମ ମୋଦୀ ବସିଥିଲେ) ଏଡିଟ୍‌ କରାଯାଇଛି ଏବଂ ଏହାର ଉପରେ ଟ୍ୟାକ୍ସିର ଷ୍ଟାଣ୍ଡ ଲଗାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦ୍ୱିତୀୟ ଫଟୋ

ନ୍ୟୁଜ୍ ଏଜେନ୍ସି ANI ର ଟ୍ୱିଟର ହ୍ୟାଣ୍ଡେଲରୁ 30 ଅକ୍ଟୋବର 2021 ରେ ସେୟାର ହୋଇଥିବା ଫଟୋଗୁଡ଼ିକରେ ମଧ୍ୟ ଏହି ଫଟୋ ଥିଲା।

ଉଭୟ ଫଟୋକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଭାଇରାଲ୍ ଫଟୋଟି ଏଡିଟ୍ କରାଯାଇଛି।

ନ୍ୟୁଜ୍ ଏଜେନ୍ସି ANI ମଧ୍ୟ ଅକ୍ଟୋବର 30 ରେ ଟ୍ୱିଟର ହ୍ୟାଣ୍ଡେଲରୁ ପିଏମ୍‌ ମୋଦୀଙ୍କ ଗସ୍ତର ଭିଡିଓ ସେୟାର କରିଛି। ଏକ ମିନିଟ୍ 18 ସେକେଣ୍ଡ୍ ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭୟକୁ ଭାଟିକାନ୍ ସିଟିରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି ଏବଂ ଏଥିରେ ଦେଖାଯାଇଥିବା କୌଣସି ଗାଡି ଉପରେ ଟ୍ୟାକ୍ସିର ଷ୍ଟାଣ୍ଡ ନାହିଁ।

ତାଙ୍କର ଭାଟିକାନ୍ ଗସ୍ତର ଭିଡିଓ ANI ର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖାଯାଇ ପାରିବ। ଏହି ଭିଡିଓରେ, ତାଙ୍କର କନଭୟକୁ ଭାଟିକାନ୍ ସିଟିରେ ପ୍ରବେଶ କରୁଥିବା ଦେଖିବାକୁ ମିଳିବ।

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଏବଂ ଏଥିରେ ବ୍ୟବହୃତ ଯାନବାହନ ଚଳାଚଳ ସମ୍ବନ୍ଧରେ ପ୍ରଚଳିତ ପ୍ରୋଟୋକଲକୁ ବୁଝିବା ପାଇଁ ଆମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବତନ ସଚିବ ପିନାକ ରଂଜନ ଚକ୍ରବର୍ତ୍ତୀଙ୍କ ସହ ଯୋଗାଯୋଗ କରିଥିଲୁ। ବିଶ୍ୱାସ ନ୍ୟୁଜ୍ ସହ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସହିତ ତାଙ୍କ ଦେଶରେ ଥିବା ସରକାରୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରୋଟୋକଲ୍ ଅନୁଯାୟୀ ଯାନବାହନ ଚଳାଚଳ ସ୍ଥିର କରାଯାଏ। ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଶର ଏଜେନ୍ସୀ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନିଆଯାଏ। ଯାନବାହାନର ଚୟନ (ବୁଲେଟପ୍ରୁଫ୍ ଏବଂ ଅତିରିକ୍ତ ସ୍ପେୟାର୍ ଗାଡ଼ି) ଏବଂ ଗାଡି ଡ୍ରାଇଭର ପର୍ଯ୍ୟନ୍ତ ସିକ୍ୟୁରିଟି କ୍ଲିୟରାନ୍ସ କରାଯାଏ ଏବଂ ଏହାର ମଧ୍ୟ ଏକ ସ୍ଥାପିତ ପ୍ରଣାଳୀ ରହିଛି। ସେ କହିଛନ୍ତି ଯେ ସରକାରୀ କନଭୟରେ ଟ୍ୟାକ୍ସିର ବ୍ୟବହାର ଅବାନ୍ତର ଅଟେ।

निष्कर्ष: ନିଷ୍କର୍ଷ: ଭାଟିକାନ୍ ସିଟି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ କନଭୟରେ ଟ୍ୟାକ୍ସି ବ୍ୟବହାର କରୁଥିବା ଦାବି ମିଥ୍ୟା ଏବଂ ଦୁଷ୍ପ୍ରଚାର ଅଟେ। ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଟିକାନ୍ ସିଟି ଗସ୍ତର ଏକ ଫଟୋ ଏଡିଟ୍ କରାଯାଇ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ମିଥ୍ୟା ଦାବି ସହିତ ଭାଇରାଲ୍ ହେଉଛି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion
ଆହୁରି ପଢ

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later