X

ତଥ୍ୟ ଯାଞ୍ଚ: ନାଁ, ମାର୍ଚ୍ଚ 22 ଜନତା କର୍ଫ୍ୟୁ ନମାନିଲେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ ନାହିଁ, ନକଲି ଆଡଭାଇଜରୀ ଭାଇରାଲ୍

  • By Vishvas News
  • Updated: April 21, 2020


ବିଶ୍ବାସ ନ୍ୟୁଜ୍ ( ନୂଆଦିଲ୍ଲୀ) କରୋନା ଭାଇରସ୍ ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାର୍ଚ୍ଚ 22 ସକାଳ 7ରୁ ରାତି 9 ପର୍ଯ୍ୟନ୍ତ “ଜନତା କର୍ଫ୍ୟୁ” ଭାବେ ଘୋଷଣା କରିଥିଲେ । ଜନତା କର୍ଫ୍ୟୁ ନେଇ ଅନେକ ନକଲି ଖବର ମଧ୍ୟ ଆରମ୍ଭ ହୋଇଯାଇଥିଲା । ଆମେ ହ୍ବାଟର୍ସଆପ୍ ରୁ ଏକ ବାର୍ତ୍ତା ପାଇଥିଲୁ ଯାହା ଅନୁଯାୟୀ ମାର୍ଚ୍ଚ 22 ଜନତା କର୍ଫ୍ୟୁ ଦିନ କୌଣସି ବ୍ୟକ୍ତିଙ୍କୁ ବାହାରେ ବୁଲୁଥିବା ଦେଖିଲେ ଦିଲ୍ଲୀ ପୋଲିସ୍  11000 ଟଙ୍କା ଫାଇନ୍ ଲାଗୁ କରିବ । ବିଶ୍ବାସ୍ ନ୍ୟୁଜ୍ ତାହାର ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ ଏହି ଖବର ମିଥ୍ୟା ।  ଦିଲ୍ଲୀ ପୋଲିସ୍ ଏଭଳି କୌଣସି ଆଡଭାଇଜରୀ ଜାରି କରି ନାହିଁ ।

କଣ ଭାଇରାଲ୍ ହେଉଛି  ?

ଭାଇରାଲ୍ ମେଜେସ୍ ଅନୁଯାୟୀ “ ଦିଲ୍ଲୀ ପୋଲିସ ଶାନ୍ତି ସେବା ନ୍ୟାୟ

ଇଂରାଜୀ ଅନୁବାଦ : “ଦିଲ୍ଲୀ ପୋଲିସ ଦ୍ବାରା ଲୋକମାନଙ୍କ ପାଇଁ ଦିଲ୍ଲୀ ପୋଲିସ ଶାନ୍ତି ସେବା ନ୍ୟାୟ  ସୂଚନା । 22-03-2020  ରେ ଯଦି କେହି ବ୍ୟକ୍ତି ବିନା କାରଣରେ ବୁଲୁଥିବା ଦେଖିବାକୁ ମିଳିବେ, ଦେକାନ ଖୋଲିଥିବୀ, ଦିଲ୍ଲୀରୁ ବାହାରକୁ ଯିବା ବେଳେ ଧରା ପ଼ଡ଼ିଲେ ସେହି ବ୍ୟକ୍ତିଙ୍କ ଉପରେ 11000 ଟଙ୍କାର ଜୋରିମନା ଲାଗୁ କରାଯିବ । କାରଣ ଏଭଳି ହେଲେ ଅନ୍ୟମାନଙ୍କୁ ସଂକ୍ରମଣର ବିପଦ ଅଛି । 22-03-2020 ରେ ମମସ୍ତ ଭାରତବାସୀ ସହଯୋଗ କରିବା ଉଚିତ ଏବଂ ଏହାକୁ ସମର୍ଥନ କରିବା ଉଚିତ । ଧନ୍ୟ ବାଦ  । ଦିଲ୍ଲୀ ପୋଲିସ୍”

ଅନୁସନ୍ଧାନ

ଏହି ପୋଷ୍ଟ ଯାଞ୍ଚ କରିବା ପାଇଁ ଆମେ ଏହି ଖବର ନେଇ ଗୁଗଲ୍ ରେ ଖୋଜିଲୁ । କିନ୍ତୁ କେଉଁଠାରୁ ଏଭଳି ଖବର ପାଇଲୁ ନାହିଁ । ସୋସିଆଲ୍ ମିଡିଆ ରିସର୍ଚ୍ଚ କରି ସାରିବା ପରେ, ଏହି ଖବର ନକଲି ବୋଲି ପ୍ରତିକ୍ରିୟା ଦେଇ ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପିଙ୍କର ଏକ ଟ୍ବିଟ୍ ପାଇଥିଲୁ । ଟ୍ପିଟ୍ ରେ ଥିଲା “ ଚେତାବନୀ । ଦିଲ୍ଲୀ ପୋଲିସ୍ ଜାରି କରିଥିବା ଏକ ନକଲି ନୋଟିସ୍ ଘୂରି ବୁଲୁଥିବାର ଆମେ ଠାବ କରିଛୁ । ମାର୍ଚ୍ଚ 22ରେ ଫାଇନ୍ ଲାଗୁ କରିବା ନେଇ ଏଭଳି କୌଣସି ଆଡଭାଇଜରୀ ଆମେ ଜାରି କରି ନାହୁଁ  । ଦୟାକରି ଆପଣଙ୍କ ପରିବାର ଏବଂ ବନ୍ଧୁ ବର୍ଗଙ୍କୁ କୁହନ୍ତୁ ଯେ ଏହା ମିଥ୍ୟା ଏବଂ ନକଲି ଖବର । ଆସନ୍ତୁ # ଜନତାକର୍ଫ୍ୟୁ ମାର୍ଚ୍ଚ 22 କୁ ଗୋଟିଏ ବଡ଼ ସଫଳତାରେ ପରିଣତ କରିବା । ”

https://twitter.com/DCPSEastDelhi/status/1241282231634522112

ଏହାକୁ ନିଶ୍ଚିତ କରିବା ପାଇଁ, ଆମେ ମଧ୍ୟ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି ଆର୍ ପି ମୀନାଙ୍କୁ କଲ୍ କରିଥିଲୁ, ଯିଏ ଆମକୁ ନିଶ୍ଚିତ କରି କହିଥିଲେ ଯେ ଭାଇରାଲ୍ ମେଜେସ୍ ଟି ବାସ୍ତବରେ ନକଲି । ସେ କହିଥିଲେ, “ ଯେଭଳି ମୁଁ ମୋ ଟ୍ବିଟ୍ ରେ ଲେଖିଥିଲି, ମାର୍ଚ୍ଚ 22ରେ ଫାଇନ୍ ଲାଗୁ କରିବା ନେଇ ଏଭଳି କୌଣସି ଆଡଭାଇଜରୀ ଦିଲ୍ଲୀ ପୋଲିସ୍ ଜାରି କରି ନାହିଁ  ।

ଆମେ ଆପଣଙ୍କୁ କହି ରଖୁଛୁ, ଗୁରୁବାର, ମାର୍ଚ୍ଚ 19ରେ କରୋନା ଭାଇରସ୍ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକମାନଙ୍କୁ ସମ୍ଭୋଧନ କରିଥିଲେ ଏବଂ କହିଥିଲେ “ଏହି ରବିବାର ଅର୍ଥାତ୍ 22 ମାର୍ଚ୍ଚ 2020 ଦିନ ସକାଳ 7 ରୁ ରାତି 9 ପର୍ଯ୍ୟନ୍ତ ସମସ୍ତ ଦେଶବାସୀ ଜନତା କର୍ଫ୍ୟୁର ପାଳନ କରିବା ଉଚିତ । ଯଦି ଜରୁରୀ ନାହିଁ ତାହେଲେ ଘରୁ ବାହାରକୁ  ଯାଆନ୍ତୁ ନାହିଁ । ଆମର ଏହି ପ୍ରଚେଷ୍ଟା ଦେଶର ସ୍ବାର୍ଥ ପାଇଁ ଦାୟିତ୍ବ ସମ୍ପାଦନ କରିବାରେ ଆମର ଆତ୍ମ- ସଂଯମତା, ଦୃଢ଼ ନିଶ୍ଚୟତାର ପ୍ରତୀକ ହେବ । ” ଏହି କର୍ଫ୍ୟୁ ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କେଉଁଠି ବି କହି ନଥିଲେ  । 

ଏହି ମେସେଜ୍ ହ୍ବାର୍ଟସଆପ୍, ଫେସ୍ ବୁକ୍ ଏବଂ ଟ୍ବିଟରରେ ପ୍ରସାରିତ ହେଉଛି । ଫେସବୁକ୍ ରେ ଭୋଳାନାଥଦେବନାଥ ମାନକ ଜଣେ ୟୁଜର୍ ଏହି ମେଜେଜ୍ ସେୟାର୍ କରିଥିଲେ ଏବଂ ଲେଖିଥିଲେ “ କରୋନା ଭାଇରସରୁ ବିରତ ରହିବା ପାଇଁ 22 ମାର୍ଚ୍ଚ 2020 ପାଇଁ ଦିଲ୍ଲୀ ପୋଲିସର ନିର୍ଦ୍ଦେଶାବଳୀ ଦୟାକରି ମାନନ୍ତୁ ” । ପ୍ରୋଫାଇଲ୍ ଅନୁଯାୟୀ, ୟୁଜର୍ ଜଣକ ଦିଲ୍ଲୀରେ ରୁହନ୍ତି , ଏବଂ ତାଙ୍କର ଫେସବୁକରେ ମୋଟ 1306 ବନ୍ଧୁ ଅଛନ୍ତି ।     

निष्कर्ष: ବିଶ୍ବାସ ନ୍ୟୁଜ୍ ତାହାର ଅନୁସନ୍ଧାନରେ ଜାଣିବାକୁ ପାଇଥିଲା ଯେ ଏହି ନୋଟିସ୍ ଟି ନକଲି । ଏଭଳି କୌଣସି ଆଡଭାଇଜରୀ ଦିଲ୍ଲୀ ପୋଲିସ୍ ଜାରି କରି ନାହିଁ ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

ଲେଖା ସମ୍ବନ୍ଧୀୟ

Post saved! You can read it later