ଫ୍ୟାକ୍ଟ ଚେକ୍: ଆମେରିକୀୟ ଗାୟକଙ୍କ ଭିଡିଓକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହିତ ଯୋଡ଼ି ସୋସିଆଲ ମିଡିଆରେ ସେୟାର କରାଯାଉଛି
ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ଭିଡିଓ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଭିଡିଓ ବିଷୟରେ ଦାବି ମିଥ୍ୟା ଅଟେ। ଏହି ଭିଡିଓର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏବଂ ତାଙ୍କ ପତ୍ନୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଭିଡିଓରେ ଦେଖାଯାଇଥିବା ଉଭୟ ଲୋକ ଗାୟକ ଅଟନ୍ତି।
- By Vishvas News
- Updated: March 16, 2022

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ‘ଏଣ୍ଡଲେସ୍ ଲଭ୍’ ଗୀତ ଗାଉଥିବା ଦୁଇ ଜଣଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ଏହା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏବଂ ତାଙ୍କ ପତ୍ନୀ ଅଟନ୍ତି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ଭିଡିଓ ଅନୁସନ୍ଧାନ କରି ଭିଡିଓ ବିଷୟରେ କରାଯାଉଥିବା ଦାବି ମିଥ୍ୟା ବୋଲି ଜାଣିପାରିଛି। ଏହି ଭିଡିଓର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏବଂ ତାଙ୍କ ପତ୍ନୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଭିଡିଓରେ ଦେଖାଯାଉଥିବା ଉଭୟ ବ୍ୟକ୍ତି ଗାୟକ ଅଟନ୍ତି।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି?
ଭାଇରାଲ ଭିଡିଓ ସେୟାର କରି ଫେସବୁକ ବ୍ୟବହାରକାରୀ ଶଙ୍କରା ଏନ ନାୟାର ଲେଖିଛନ୍ତି, “DELETED”।
(ଓଡ଼ିଆ ଅନୁବାଦ – ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏବଂ ତାଙ୍କ ପତ୍ନୀଙ୍କ ଖୁସିର ମୂହୁର୍ତ୍ତ। ଜୀବନ କେବଳ ଗୋଟିଏ ମୁହୂର୍ତ୍ତରେ କିପରି ସମ୍ପୂର୍ଣ୍ଣ ରୂପେ ବଦଳିଯାଏ। ବାସ୍ତବରେ ଦେଖାଗଲେ ଜୀବନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା ଆମ ମଧ୍ୟରୁ କାହା ସହିତ ବା ଘଟିପାରେ।)
ସୋସିଆଲ ମିଡିଆରେ ଅନ୍ୟ ଅନେକ ଉପଭୋକ୍ତା ସମାନ ଏବଂ ଏକାଭଳି ଦାବି କରି ଭିଡିଓ ସେୟାର କରିଛନ୍ତି। ଫେସବୁକ୍ ପୋଷ୍ଟର ବିଷୟବସ୍ତୁ ଏଠାରେ ଅବିକଳ ଲେଖାଯାଇଛି। ଏହାର ଆର୍କାଇଭ୍ଡ ଭର୍ଜନ୍ ଏଠାରେ ଦେଖାଯାଇପାରିବ।
ଅନୁସନ୍ଧାନ
ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ଇନଭିଡ୍ ଟୁଲ୍ ବ୍ୟବହାର କରିଥିଲା। ଏହି ଉପକରଣ ସାହାଯ୍ୟରେ, ଆମେ ଭିଡ଼ିଓର ଅନେକଗୁଡ଼ିଏ ଝଲକ ବାହାର କରି ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଖୋଜିଲୁ। ଏହି ସମୟରେ ଆମକୁ 20 ଫେବୃଆରୀ 2022 ରେ ବଏଜ୍ ଆଭେନ୍ୟୁ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ମୂଳ ଭିଡିଓ ମିଳିଲା। ଭିଡିଓର ବର୍ଣ୍ଣନାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭିଡିଓରେ ଗୀତ ଗାଇଥିବା ଝିଅ ହେଉଛନ୍ତି ଇଂରାଜୀ ଗାୟକ କୋନି ଟେଲବୋଟ ଏବଂ ପୁଅ ଗାୟକ ଜଣକ ହେଉଛନ୍ତି ଆମେରିକୀୟ ଗାୟକ ଏଲେଜାଣ୍ଡ୍ରୋ ମଞ୍ଜାନୋ।
ପ୍ରାପ୍ତ ସୂଚନା ଉପରେ ଆଧାର କରି, ଆମେ କିଛି କୀ ୱର୍ଡ ମାଧ୍ୟମରେ ଗୁଗୁଲରେ ସନ୍ଧାନ କରିବା ଆରମ୍ଭ କଲୁ। ଇତି ମଧ୍ୟରେ, ଆମେ ଇଂରାଜୀ ଗାୟକ କୋନି ଟେଲବୋଟଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ପାଇଲୁ। ଆକାଉଣ୍ଟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ କୋନି ଟେଲବୋଟ୍ ଜଣେ ଇଂରାଜୀ ଗାୟକ ଏବଂ ଗୀତିକାର ଅଟନ୍ତି। କୋନି ଟେଲବୋଟ୍ ଇଂଲଣ୍ଡର ବାସିନ୍ଦା ଏବଂ ସେ ଏହି ଭିଡିଓକୁ ତାଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ 14 ଫେବୃଆରୀ 2022 ରେ ସେୟାର କରିଛନ୍ତି।
ସନ୍ଧାନ ଜାରି ରଖିବା ସହିତ ଆମେ ଆମେରିକୀୟ ଗାୟକ ଏଲେଜାଣ୍ଡ୍ରୋ ମଞ୍ଜାନୋଙ୍କ ବିଷୟରେ ଖୋଜିବା ଆରମ୍ଭ କଲୁ। ଏଇ ଭିତରେ ଆମେ ଏଲେଜାଣ୍ଡ୍ରୋ ମଞ୍ଜାନୋଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ପାଇଲୁ। ଆକାଉଣ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଲେଜାଣ୍ଡ୍ରୋ ମଞ୍ଜାନୋ ଜଣେ ଆମେରିକୀୟ ଗାୟକ ଅଟନ୍ତି। ଏଲେଜାଣ୍ଡ୍ରୋ ମଞ୍ଜାନୋ ହେଉଛନ୍ତି ‘ବଏଜ୍ ଆଭେନ୍ୟୁ’ ମ୍ୟୁଜିସିଆନ୍ ବ୍ୟାଣ୍ଡ ଗ୍ରୁପ୍ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ‘ବଏଜ୍ ଆଭେନ୍ୟୁ’ 2004 ରେ ତିନି ଭାଇ ଏଲେଜାଣ୍ଡ୍ରୋ ଲୁଇସ୍ ମଞ୍ଜାନୋ, ଡାନିଏଲ୍ ଏନ୍ରିକ୍ ମଞ୍ଜାନୋ ଏବଂ ଫେବିଆନ୍ ରାଫେଲ୍ ମଞ୍ଜାନୋଙ୍କ ଦ୍ୱାରା ଗଠିତ ଏକ ଆମେରିକୀୟ ମ୍ୟୁଜିସିଆନ୍ ବ୍ୟାଣ୍ଡ ଅଟେ। କୋନି ଟେଲବୋଟ ଏବଂ ଏଲେଜାଣ୍ଡ୍ରୋ ମଞ୍ଜାନୋ ଏକାଠି ଅନେକ ଗୀତ ଗାଇଛନ୍ତି। ଦୁହେଁ ଏକାଠି ଗୀତ ଗାଇଥିବା ଅନ୍ୟ କେତେକ ଭିଡିଓ ଏଠାରେ ଏବଂ ଏଠାରେ ଦେଖାଯାଇ ପାରିବ।
ଆମେ ଅନୁସନ୍ଧାନ ଆଗକୁ ବଢ଼ାଇ ଉଭୟଙ୍କ ଛବି ତୁଳନା କରିଥିଲୁ। ଛବିରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ ଦେଖାଯାଇ ପାରିବ।

ସୁନିଶ୍ଚିତ କରିବା ପାଇଁ ବିଶ୍ୱାସ ନ୍ୟୁଜ୍ କୋନି ଟେଲବୋଟ ଏବଂ ଏଲେଜାଣ୍ଡ୍ରୋ ମଞ୍ଜାନୋଙ୍କ ସହ ଯୋଗାଯୋଗ କରିଛି। ସେମାନଙ୍କଠାରୁ ଉତ୍ତର ପାଇବା ମାତ୍ରେ ଖବର ଅପଡେଟ୍ କରାଯିବ।
ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ବିଶ୍ୱାସ ନ୍ୟୁଜ୍, ଭାଇରାଲ୍ ପୋଷ୍ଟ ସେୟାର କରିଥିବା ପ୍ରୋଫାଇଲର ପୃଷ୍ଠଭୂମି ଯାଞ୍ଚ କରିଥିଲା। ଆମେ ଜାଣିଲୁ ଯେ ଉପଭୋକ୍ତା ମାଲେସିଆର ବାସିନ୍ଦା। ନଭେମ୍ବର 2017 ଠାରୁ ଶଙ୍କରା ଏନ ନାୟାର ଫେସବୁକରେ ସକ୍ରିୟ ଅଛନ୍ତି।
निष्कर्ष: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ଭିଡିଓ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଭିଡିଓ ବିଷୟରେ ଦାବି ମିଥ୍ୟା ଅଟେ। ଏହି ଭିଡିଓର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏବଂ ତାଙ୍କ ପତ୍ନୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଭିଡିଓରେ ଦେଖାଯାଇଥିବା ଉଭୟ ଲୋକ ଗାୟକ ଅଟନ୍ତି।
- Claim Review : ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଏବଂ ପତ୍ନୀ ଯୁବ ବୟସରେ ସେମାନଙ୍କର ଖୁସିର ମୁହୂର୍ତ୍ତରେ। ହଁ… କିପରି, କେବଳ ଗୋଟିଏ ପାଗଳ ମୁହୂର୍ତ୍ତରେ, ତୁମର ଜୀବନ ଓଲଟପାଲଟ ହୋଇପାରେ। ବାସ୍ତବରେ, ଜୀବନ ଏକ ଅଥଳ ବିପରୀତାଭାସ ଅଟେ। ଏହା ଆମମାନଙ୍କ ମଧ୍ୟରୁ କାହା ସହିତ ବି ହୋଇପାରେ। କେବଳ ପ୍ରାର୍ଥନା କରନ୍ତୁ।
- Claimed By : ଶଙ୍କରା ଏନ ନାୟାର
- Fact Check : Misleading

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com