ତଥ୍ୟ ଯାଞ୍ଚ :ସଲମାନ, ଶାହରୁଖ ଏବଂ ଆମିର୍ ଖାନ୍ ମୁସ୍କାନ୍ ଙ୍କୁ କୋଟି କୋଟି ଟଙ୍କାର ପୁରସ୍କାର ଦେଇ ନାହାଁନ୍ତି, ନକଲି ଭିଡିଓ ଭାଇରାଲ୍ ହୋଇଛି
ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଭିଡିଓର ଯାଞ୍ଚ କରି ଯାଣିବାକୁ ପାଇଥିଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ମିଛ ।
- By Vishvas News
- Updated: February 16, 2022

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍ ) ସାରା ଦେଶରେ ହିଜାବକୁ ନେଇ ଚାଲୁଥିବା ବିଦାଦ ପରେ, ଛାତ୍ରୀ ମୁସ୍କାନନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପୋଷ୍ଟ ଭାଇରାଲ୍ ହେଉଛି । ଭାଇରାଲ୍ ପୋଷ୍ଟ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଆକାରରେ ରହିଛି । ଏଥିରେ ଭିନ୍ନ ଭିନ୍ନ ପ୍ରକାରର ଦାବି କରାଯାଉଛି । ଗୋଟିଏ ଭିଡିଓରେ ଦାବି କରାଯାଉଛି କି ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ମୁସ୍କାନଙ୍କୁ 5 କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।ଏହିଭଳି ଦ୍ବିତୀୟ ଏବଂ ତୃତୀୟ ଭିଡିଓରେ ଦାବି କରାଯାଉଛି ଯେ, ସଲମାନ୍ ଏବଂ ଆମିର୍ ଖାନ୍ ମଧ୍ୟ ମିସ୍କାନଙ୍କୁ ତିନି କୋଟି ଲେଖାଏଁ ଦେଇଛନ୍ତି । ଏହି ଭିଡିଓକୁ ସତ ମାନି ଅନେକ ୟୁଜର୍ ସେୟାର୍ କରୁଛନ୍ତି । ବିଶ୍ବାସ ନ୍ୟୁଜ୍ ଯେତେବେଳେ ଏହି ଭାଇରାଲ୍ ଭିଡିଓର ଯାଞ୍ଚ କରିଥିଲା, ଜଣା ପଡ଼ିଥିଲା ଯେ ଏହି ଦାବି ମିଛ ଅଟେ । ଶାହରୁଖ, ସଲମାନ ଏବଂ ଆମିର୍ ଖାନ୍ ମୁସ୍କାନଙ୍କୁ କୌଣସି ପୁରସ୍କାର ଦେଇ ନାହାଁନ୍ତି ।
ଭାଇରାଲ୍ ପୋଷ୍ଟରେ ଅଛି କଣ ?
ଫେସବୁକ୍ ୟୁଜର୍ ଏହି ତିନୋଟି ଭିନ୍ନ ଭିଡିଓକୁ ସେୟାର କରୁଛନ୍ତି ଏବଂ ଏହି ତିନି ଭିଡିଓରେ ଦାବି କରାଯାଉଛି ଯେ, ସଲମାନ୍ ଏବଂ ଆମିର୍ ଖାନ୍ ତିନି କୋଟି ଟଙ୍କା ଏବଂ ଶାହରୁଖ ଖାନ୍ ପାଞ୍ଚ କୋଟି ଟଙ୍କା ମୁସ୍କାନକୁ ଦେବା ପାଇଁ ଘୋଷଣା କରିଛନ୍ତି ।
ପୋଷ୍ଟର ଆର୍କାଇବ୍ଡ ଭର୍ସନ୍ ଏଠାରେ, ଏଠାରେ ଏବଂ ଏଠାରେ ଦେଖନ୍ତୁ ।
ଅନୁସନ୍ଧାନ
ଆମର ଅନୁସନ୍ଧାନ ଆରରମ୍ଭ କରି ପ୍ରଥମେ ଆମେ ଗୁଗଲ୍ ନ୍ୟୁଜ୍ ଖୋଜିଥିଲୁ । ଆମକୁ କୌଣସି ଖବର ମିଳି ନଥିଲା । ଯଦି ସଲମାନ୍ ଏବଂ ଆମିର୍ ଏବଂ ଶାହରୁଖ ଖାନ୍ ମୁସ୍କାନକୁ ପୁରସ୍କାର ଦେବା କଥା ଘୋଷଣା କରିଥାନ୍ତେ ତାହାଲେ ଏହା ଖବରରେ ନିଶ୍ଚୟ ରହିଥାନ୍ତା ।
ଅନୁସନ୍ଧାନ ଜାରି ରଖି ଆମେ ସଲମାନ୍ ଖାନ୍ ଏବଂ ଶାହରୁଖ ଖାନ୍ ଙ୍କ ଅଫିସିଆଲ୍ ଟ୍ବିଟର୍ ଏବଂ ଫେସବୁକ୍ ହ୍ୟାଣ୍ଡେଲ୍ ଯାଞ୍ଚ କରିଥିଲୁ ଏବଂ ଏହି ଭାଇରାଲ୍ ଦାବି ସମ୍ବନ୍ଧୀୟ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରିଥିଲୁ । କିନ୍ତୁ ଏସବୁ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ଆମକୁ ଏପରି କୌଣସି ପୋଷ୍ଟ ମିଳି ନଥିଲା ।
ଭାଇରାଲ୍ ହେଉଥିବା ଏହି ତିନୋଟି ଭିଡିଓ ମଧ୍ୟରୁ ଗୋଟିଏରେ ଏହା ମଧ୍ୟ ଦାବି ହୋଇଛି ଯେ ଜମିୟତ୍ ଉଲେମା-ଏ-ହିନ୍ଦ୍ ମୁସ୍କାନକୁ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଛି । ଖବର ଖୋଜିବା ଅଭିଯାନରେ ଆମକୁ 9 ଫେବୃୟାରୀ, 2022ରେ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ମିଳିଥିଲା । ଏଥିରେ ଥିବା ସୂଚନା ଅନୁଯାୟୀ, ଜମିୟତ୍ ଉଲେମା-ଏ-ହିନ୍ଦ୍ ମୁସ୍କାନକୁ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଛି । ସମ୍ପୂର୍ଣ୍ଣ ଖବର ଏଠାରେ ପଢ଼ାଯାଇ ପାରିବ ।
ଅନୁସନ୍ଧାନର ଚୁଡ଼ାନ୍ତ ପର୍ଯ୍ୟାୟରେ, ଆମେ ବଲିଉଡ୍ ଖବର ଲେଖୁଥିବା ଦୈନିକ ଜାଗରଣର ସଂବାଦଦାତା ସ୍ମିତା ବିଶ୍ବାସଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ଭାଇରାଲ୍ ପୋଷ୍ଟ ନେଇ ତାଙ୍କ ସହ ଆଲୋଚନା କରିଥିଲୁ । ସେ ଆମକୁ କହିଥିଲେ କି ଏହି ଦାବି ମିଛ ଅଟେ । ମୁସ୍କାନଙ୍କୁ ଶାହାରୁଖ, ସଲମାନ୍ କିମ୍ବା ଆମିର୍ କୌଣସି ପୁରସ୍କାର ଦେଇ ନାହାଁନ୍ତି । ଏହି ଦାବି ସମ୍ପୂର୍ଣ୍ଣ ଭୁଲ୍ ।
ନକଲି ପୋଷ୍ଟ ସେୟାର୍ କରିଥିବା ଫେସବୁକ୍ ୟୁଜରଙ୍କ ସୋସିଆଲ୍ ସ୍କାନ ଆମେ କରିଥିଲୁ ଏବଂ ଜାଣିଥିଲୁ ଯେ ତାଙ୍କ ପେଜ୍ ର 390 ଅନୁଗାମୀ ଅଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଭିଡିଓର ଯାଞ୍ଚ କରି ଯାଣିବାକୁ ପାଇଥିଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ମିଛ ।
- Claim Review : ସଲମାନ୍ – ଆମିର ଖାନ୍ ତିନି କୋଟି ଲେଖାଏଁ ଏବଂ ଶାହାରୁଖ ଖାନ ମୁସ୍କାନଙ୍କୁ ପାଞ୍ଚ କୋଟି ଟହ୍କା ଦେବାକୁ ଘୋଷଣା କରିଛନ୍ତି
- Claimed By : Islam ghar
- Fact Check : False

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Telegram 9205270923
-
Email-Id contact@vishvasnews.com