X

ଓଡ଼ିଆ

ଗୋପନୀୟତା ନୀତି

ଉଦ୍ଦେଶ୍ୟ ଏବଂ ପରିସର
www.vishvasnews.com (“ଆମେ”, “ଆମକୁ”, “ଆମର”, “ବିଶ୍ବାସ ନ୍ୟୁଜ”) ସବଜେକ୍ଟଙ୍କ (“ଆପଣ”, “ଆପଣଙ୍କର”, “ୟୁଜର୍”, “ସବସ୍କ୍ରାଇବର୍”) ଦ୍ବାରା ପରିପ୍ରକାଶ କରାଯାଇଥିବା ବିଶ୍ବାସକୁ ଅନେକ ମାତ୍ରାରେ ସମ୍ମାନ କରୁଛୁ ଏବଂ ସେଥିପାଇଁ, ଆମସହ ଆପଣ ସେୟାର କରିଥିବା ସୂଚନାର ସୁରକ୍ଷା ପାଇଁ ଆମେ ଉଚ୍ଚ ସ୍ତରୀୟ ଗୋପନୀୟ ନିର୍ଦ୍ଦେଶାବଳୀ ପାଳନ କରୁ  ।

ଏହି ଗୋପନୀୟ ନୀତି,  ବିଭିନ୍ନ ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟ ସେବା ପ୍ରଦାନ କରୁଥିବା କିନ୍ତୁ କୌଣସି ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ସଂଯୋଗ ହୋଇଥିବା ଡିଭାଇସ୍ ବା ଅନ୍ୟକ୍ରମେ ( ସାମୁହିକ ଭାବେ “ସେବାଗୁଡ଼ିକ”) ସୀମିତ ନଥିବା ଏମ୍ ଏମ୍ ଆଇ ଅନଲାଇନ୍ ଲିମିଟେଡ୍ ( ବିଶ୍ବାସ ନ୍ୟୁଜ୍) ଏବଂ/କିମ୍ବା ଏହାର ସହଯୋଗୀ ଏବଂ/ କିମ୍ବା ଅନୁବନ୍ଧିତ କମ୍ପାନୀ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାର ବ୍ୟବହାର ବ୍ୟାଖ୍ୟା କରେ । ଆମେ କାର୍ଯ୍ୟ କରୁଥିବା ସ୍ଥାନଗୁଡିକରେ ପ୍ରଯୁଜ୍ୟ ନିୟମ ଅନୁଯାୟୀ ଆମେ ଏହି ଗୋପନୀୟତା ନୀତି ଅନୁସରଣ କରୁ । କେତେକ କ୍ଷେତ୍ରରେ, ନିର୍ଦ୍ଧିଷ୍ଟ ସେବା କିମ୍ବା ଅଞ୍ଚଳ ପାଇଁ ଆମେ ଅତିରିକ୍ତ ଡାଟା ଗୋପନୀୟ ବିଜ୍ଞପ୍ତି ପ୍ରଦାନ କରି ପାରୁ । ଏହି ନୀୟମ ସହ ସେସବୁ ସର୍ତ୍ତବାଳୀ ପଢ଼ିବାକୁ ହେବ ।

www.vishvasnews.com  ହେଉଛି ଏମ୍ଏମ୍ଆଇ ଅନଲାଇନ୍ ଲିମିଟେଡ୍ ର ସମ୍ପତ୍ତି, ଯାହା କମ୍ପାନୀ ଆକ୍ଟ, 1956 ଅଧୀନରେ ପଞ୍ଜୀକୃତ ଏକ ଭାରତୀୟ କମ୍ପାନୀ ।  ଏହାର କାର୍ଯ୍ୟାଳୟ ଉତ୍ତର ପ୍ରଦେଶର ନୋଇଡା ସ୍ଥିତ ସେକ୍ଟର -16, ୱାର୍ଲଡ ଟ୍ରେଡ୍ ଟାୱାରରେ ରହିଛି । ୟୁଜରମାନଙ୍କୁ ସବୁଠାରୁ ଭଲ ସମୃଦ୍ଧ ଏବଂ ସାମଗ୍ରିକ ଇଣ୍ଟରନେଟ୍ ଅଭିଜ୍ଞତା ପ୍ରଦାନ କରିବାକୁ ବିଶ୍ବାସ ନ୍ୟୁଜ୍ ବିସ୍ତୃତ ସେବା ପ୍ରଦାନ କରୁଛି । ବିଶ୍ବାସ ନ୍ୟୁଜ୍ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ‘ଆମ ବିଷୟରେ’ ପଢ଼ି ପାରନ୍ତି ।

ଏହି ଗୋପନୀୟତା ନୀତି ଆପଣ ବ୍ୟବହାର କରୁଥିବା ବିସ୍ବାସ ନ୍ୟୁଜ୍ ସେବା ପାଇଁ ପ୍ରଯୁଜ୍ୟ ବ୍ୟବହାର ସର୍ତ୍ତାବଳୀ ସହ ମିଳିତ ଭାବେ ପଢ଼ାଯିବା ଉଚିତ ।

କଣ ଏହି ଗୋପନୀୟତା ନୀତି ଅନ୍ତର୍ଭୁକ୍ତ ?

ଗୋପନୀୟତା ନୀତିର ଉଦ୍ଦେଶ୍ୟ ହେଉଛି, ଆପଣ ଆମ ୱେବସାଇଟ୍ ଭିଜିଟ କରିବା ବେଳେ ସଂଗ୍ରହ କରାଯାଇଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ପ୍ରକ୍ରିୟାକରଣ ବିଷୟରେ ଆପଣଙ୍କୁ ଅବଗତ କରିବା । ୱେବସାଇଟର ବର୍ତ୍ତମାନ ଏବଂ ପୂର୍ବ ଭିଜିଟର୍, ଆମ ସେବା ପାଇଁ ବିଶ୍ବାସ ନ୍ୟୁଜରେ ପଞ୍ଜୀକରଣ କରିଥିବା ୟୁଜର୍, କିମ୍ବା ବିଶ୍ବାସ ନ୍ୟୁଜ୍ ଏହାର ସେବା ସମ୍ବନ୍ଧରେ ଯାହାର ସୂଚନା ହାସଲ କରିଥାଏ ତାଙ୍କ ପ୍ରତି ଏହି ନୀୟମ ଲାଗୁ ହୁଏ, କିନ୍ତୁ ବିଶ୍ୱ ନ୍ୟୁଜ୍ ସହିତ ଜଡିତ ବ୍ୟକ୍ତିବିଶେଷଙ୍କ ଯୋଗାଯୋଗ ସୂଚନାରେ ଏହା ସୀମିତ ନୁହେଁ  ।

I. ବ୍ୟକ୍ତିଗତ ସୂଚନା ସଂଗ୍ରହ ଏବଂ ବ୍ୟବହାର

ବ୍ୟକ୍ତିଗତ ସୂଚନା (ପିଆଇ) – ଅର୍ଥ, କୌଣସି ସୂଚନା ବା ତଥ୍ୟ  ଯାହା ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ (ଏଠାରେ ‘ଡାଟା ସବଜେକ୍ଟ’ ଅର୍ଥ ଆପଣ/ଆପଣଙ୍କର’) ଚିହ୍ନଟ କରାଇ ଥାଏ । ଖାସକରି ଏକ ସାଧାରଣ ଆଇଡେଣ୍ଟିଫାୟର ବ୍ୟବହାର କରେ ଯେପରି ନାମ,  ଗୋଟିଏ ଆଇଡେଣ୍ଟିଫିକେସନ୍ ନମ୍ବର, ଅବସ୍ଥାନ ତଥ୍ୟ, ଅନଲାଇନ୍ ଆଇଡେଣ୍ଟିଫାୟର କିମ୍ବା ସେହି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଶାରିରୀକ, ଜେନେଟିକ୍, ମାନସିକ, ଅର୍ଥନୈତିକ, ସାଂସ୍କୃତିକ କିମ୍ବା ସାମାଜିକ ପରିଚୟ ସମ୍ବନ୍ଧୀୟ ଏକ କିମ୍ବା ଏକାଧିକ ତଥ୍ୟ  ।

କମ୍ପାନୀ ତାହାର ସେବା ଉପଯୋଗ କରୁଥିବା ୟୁଜର୍ ମାନଙ୍କ ଗୋପନୀୟତାକୁ ସମ୍ମାନ ପ୍ରଦାନ କରେ ଏବଂ ସବୁ କ୍ଷେତ୍ରରେ ଏହାର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ । କମ୍ପାନୀ ଦ୍ବାରା ୟୁଜରଙ୍କ ବିଷୟରେ ସଂଗ୍ରହ କରାଯାଇଥିବା ସୂଚନା ହେଉଛି :

  1. ଆମକୁ ଆପଣ ପ୍ରଦାନ କରୁଥିବା ସୂଚନା

ଆମ ୱେବସାଇଟ୍ ଆପଣ ବ୍ୟବହାର କରିବା ବେଳେ ସଂଗ୍ରହ କରାଯାଇଥିବା ସୂଚନା

ଆପଣଙ୍କ ସହ  ଯୋଗାଯୋଗ ଏବଂ ସେବା ପ୍ରଦାନ ଜାରି ରଖିବାକୁ ଆମେ ବ୍ୟକ୍ତିଗତ ସୂଚନା ମାଗିବୁ । ଆମେ ସଂଗ୍ରହ କରିଥିବା ସୂଚନା ଅନ୍ତର୍ଭୁକ୍ତ ହେଉଛି, କିନ୍ତୁ ଏତିକି ସୀମିତ ନୁହେଁ  –

  • ନାମ
  • ଅବସ୍ଥାନ
  • ଇମେଲ୍ ଆଇଡି
  • ଖବର କିମ୍ବା ନିବନ୍ଧ ସମ୍ବନ୍ଧୀୟ ଯୁଜର୍ କମେଣ୍ଟ/ ପ୍ରଶ୍ନ / ଉତ୍ତର
  • ଯୋଗାଯୋଗ ନମ୍ବର
  • ଲିଙ୍ଗ
  • ଫଟୋଗ୍ରାଫ୍
  • ଅବସ୍ଥାନ

ସେବା ସବସ୍କ୍ରିପ୍ସନ୍ ପାଇଁ ଆମେ ପେମେଣ୍ଟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିପାରୁ, ତେବେ ଆମେ କାର୍ଡ ସମ୍ବନ୍ଧୀୟ କୌଣସି ତଥ୍ୟ ସଂଗ୍ରୃହୀତ କରୁ ନାହିଁ ।

ଆପଣ ସ୍ବେଚ୍ଛାକୃତ ଭାବରେ ଆମକୁ ପ୍ରଦାନ କରୁଥିବା ସୂଚନା 

ଆପଣ ଯେତେବେଳେ ଫିଡ୍ ବ୍ୟାକ୍ ଦିଅନ୍ତି, ଆପଣଙ୍କ କଣ୍ଟେଣ୍ଟ କିମ୍ବା ଇମେଲ୍ ପପନ୍ଦ ସଂଶୋଧନ କରନ୍ତି, ସର୍ବେକ୍ଷଣର ଉତ୍ତର ଦିଅନ୍ତି କିମ୍ବା ଆମ ୱେବସାଇଟରେ କମେଣ୍ଟ ପୋଷ୍ଟ କରନ୍ତି କିମ୍ବା ଇମେଲ୍ ଜରିଆରେ କୌଣସି ପ୍ରଶ୍ନ ପଚାରନ୍ତି କିମ୍ବା, ସେହି ସମୟରେ ଆମେ ଅତିରିକ୍ତ ସୂଚନା ସଂଗ୍ରହ କରି ପାରୁ । ଏହି ସୂଚନା ବ୍ୟକ୍ତିଗତ ସୂଚନା ହୋଇପାରେ ଯେପରିକି, ଆପଣଙ୍କ ନାମ, ଇ-ମେଲ୍ ଆଇଡି, ମୋବାଇଲ ନମ୍ବର, କମେଣ୍ଟ, ମେସେଜ୍ ଇତ୍ୟାଦି ।

ସୂଚନା ଆପେ ସଂଗ୍ରୃହୀତ ହୋଇଥାଏ / ନାଭିଗେସନ୍ କୁକିସ୍ ବେଳେ ଟ୍ରାକ୍ ହୋଇଥାଏ

 ୟୁଜରମାନଙ୍କ ପାଇଁ “ସେବାଗୁଡ଼ିକର” ର ପ୍ରତିକ୍ରିୟାଶୀଳତାକୁ ଉନ୍ନତ କରିବାକୁ, ଆମେ “କୁକିସ୍” ବ୍ୟବହାର କରିପାରୁ, (ଗୋଟିଏ ଛୋଟ ଟେକ୍ସଟ ଫାଇଲ୍ ଯାହା ବ୍ୟବହାର ହୋଇପାରେ, ଉଦାହରଣ, ୱେବସାଇଟ୍/ ଆପ୍ଲିକେସନ୍ ଆକ୍ଟିଭିଟି ନେଇ ଆପଣଙ୍କ ସୂଚନା ସଂଗ୍ରହ କରିବା । କେତେକ କୁକିସ୍ ଏବଂ ଅନ୍ୟ ଟେକ୍ନୋଲୋଜୀ  ପୂର୍ବରୁ ଜଣେ ୟୁଜରଙ୍କ ଦ୍ୱାରା ସୂଚିତ ବ୍ୟକ୍ତିଗତ ସୂଚନାକୁ ମନେରଖିବାକୁ ସେବା ପ୍ରଦାନ କରିପାରେ  କିମ୍ବା ଏହି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଉପଯୋଗ କରି ଭିଜିଟରଙ୍କୁ ୟୁଜର ଆଇଡେଣ୍ଟିଫେକେସନ୍ (“ୟୁଜର ଆଇଡି”)  ନମ୍ବର ପ୍ରଦାନ କରିଥାଏ, ଯାହା ଯୁଜରଙ୍କ ବ୍ୟକ୍ତିଗତ ରୁଚି ଚିହ୍ନିବାରେ ସାହାଯ୍ୟ ମିଳିଥାଏ । ଆମର ବିଜ୍ଞାପନଦାତାମାନେ ମଧ୍ୟ ସେମାନଙ୍କର ନିଜସ୍ବ କୁକିସ୍ ଆପଣଙ୍କ ବ୍ରାଉଜରରେ ରଖି ପାରନ୍ତି ( ଯଦି ଆପଣ ତାଙ୍କ ବିଜ୍ଞାପନରେ କ୍ଲିକ୍ କରନ୍ତି), ଏହି ପ୍ରକ୍ରିୟାକୁ ଆମେ ନିୟନ୍ତ୍ରଣ କରୁ ନାହୁଁ । ଆପଣଙ୍କ କମ୍ପ୍ୟୁଟର/ ଲାପଟପ/ନୋଟବୁକ୍/ ମୋବାଇଲ୍/ ଟାବଲେଟ୍/ପ୍ୟାଡ୍/ହ୍ୟାଣ୍ଡହେଲ୍ଡ ଡିଭାଇସ୍ କିମ୍ବା ଇଣ୍ଟରନେଟ ସହ ସଂଯୋଗ ହୋଇପାରୁ ଥିବା ଅନ୍ୟ ଯେ କୌଣସି ପ୍ରକାର ଡିଭାଇସ୍ ମାଧ୍ୟମରେ ଆମ ସହ ଆମ ୱେବସାଇଟ୍ କିମ୍ବା ସେବା ମାଧ୍ୟରେ ଯେତେବେଳେ ସଂଯୋଗ ସ୍ଥାପନ କରନ୍ତି, ଆମେ ନିର୍ଦ୍ଧିଷ୍ଟ ପ୍ରକାରର ସୂଚନା ଗ୍ରହଣ କରିଥାଉ ଏବଂ ସଂଗ୍ରହ କରିଥାଉ ।
କୁକିସ୍ ପାଇବା ନେଇ ସୂଚନା ପାଇବାକୁ ଆପଣ ଅଧିକାଂଶ ବ୍ରାଉଜର ସେଟ୍ କରି ପାରନ୍ତି, କିମ୍ବା ଆପଣ କୁକିସ୍ ବ୍ଲକ୍ କରିବା ଚୟନ କରି ପାରନ୍ତି, କିନ୍ତୁ ଦୟାକରି ନୋଟ୍ କରି ନିଅନ୍ତୁ, ଯଦି ଆପଣ ଇରେଜ କିମ୍ବା ଆପଣଙ୍କ କୁକିସ୍ ବ୍ଲକ୍ କରିବାକୁ ଚୟନ କରନ୍ତି, ଆପଣଙ୍କୁ ୱେବସାଇଟର ନିର୍ଦ୍ଧିଷ୍ଟ ଅଂଶରେ ପ୍ରବେଶ କରିବା ପାଇଁ ନିଜର ଅସଲି ୟୁଜର ଆଇଡି ଏବଂ ପାସୱାର୍ଡ ପୁଣିଥରେ ଦେବାକୁ ହେବ ଏବଂ ସାଇଟ୍ ର କେତେକ ବିଭାଗ/ ବୈଶିଷ୍ଟ୍ୟ କାମ କରି ନପାରେ ।


ଅଧିକ ବିସ୍ତୃତି ପାଇଁ ଆପଣ ଆମର କୁକିସ୍ ପଲିସି ରେଫର କରି ପାରନ୍ତି ।

ଲଗ୍ ଫାଇଲ୍ ସୂଚନା

ଯେତେବେଳେ ଆପଣ ଆମ ୱେବସାଇଟ୍ ଭିଜିଟ କରନ୍ତି , ଆପ୍ଲିକେସନ୍ କିମ୍ବା ସେବା ଉପଯୋଗ କରନ୍ତି ସେତେବେଳେ ଇଣ୍ଟରନେଟ୍ ସହ ସଂଯୋଗ ଥିବା ଆପଣଙ୍କ କମ୍ପ୍ୟୁଟର, ମୋବାଇଲ ନମ୍ବର ସମେତ ଆଇପି ଠିକଣା, ବ୍ରାଉଜର ସଫ୍ଟୱେୟାର, ଅପରେଟିଂ ସିଷ୍ଟମ ପ୍ରକାର; କ୍ଲିକ୍ ଷ୍ଟ୍ରିମ୍ ପାଟର୍ଣ୍ଣ; ଏବଂ ଆମ ସାଇଚ୍ ଆକ୍ସେସ ହୋଇଥିବା ତାରିଖ ଓ ସମୟ ଆଦି ବିଷୟରେ ଆମେ ସ୍ବୟଂକ୍ରିୟ ଭାବେ ସୀମିତ ସୂଚନା ସଂଗ୍ରହ କରିଥାଉ ।

କ୍ଲିଅର୍ ଜିଆଇଏଫ୍

କ୍ଲିଅର୍ ଜିଆଇଏଫ୍

ଆପଣ ଆମ ୱେବସାଇଟ୍ ବ୍ୟବହାର କରିବା ବେଳେ, ବ୍ୟକ୍ତିଗତ ଭାବେ ୟୁଜରଙ୍କୁ ଚିହ୍ନଟ ନକରି ଅନଲାଇନ୍ ଅଜ୍ଞାତ ଶୈଳୀରେ ଉପଯୋଗ ଶୈଳୀ ଟ୍ରାକ୍ କରିବା ପାଇଁ  ଆମେ କ୍ଲିଅର୍ ଜିଆଇଏଫ୍ (ୱେବ୍ ବେକନସ) ବ୍ୟବହାର କରିପାରୁ  । ଆପଣଙ୍କୁ  ପଠାଯାଇଥିବା ଏଚ୍ ଟି ଏଫ୍ ଏସ୍ – ଆଧାରିତ ମେଲ୍ ଗୁଡ଼ିକ ମଧ୍ୟରୁ ୟୁଜର କେଉଁଗୁଡ଼ିକ ଖୋଲିଛନ୍ତି ତାହା ଟ୍ରାକ୍ କରିବା ପାଇଁ ଆମେ କ୍ଲିଅର୍ ଜିଆଇଏଫ୍ ବ୍ୟବହାର କରିପାରୁ । ଆମ ୱେବସାଇଟ୍ ର ଉପଯୋଗ ନେଇ ସୂଚନା ନେବାକୁ ଗୁଗଲ ଆନାଲିଟିକ୍ସ ଏବଂ ଗୁଗଲ ସର୍ଚ୍ଚ କନସୋଲ୍ ବ୍ୟବହାର କରି ଆମେ ମଧ୍ୟ ଆପଣଙ୍କଠାରୁ ନିଷ୍ଟ୍କ୍ରିୟ ଭାବେ ତଥ୍ୟ ସଂଗ୍ରହ କରିଥାଉ ।

ଉପଯୋଗ ଏବଂ ଲଗ୍ ଡାଟା ମାଧ୍ୟମରେ ସୂଚନା ସଂଗ୍ରହ

ବିଶ୍ବାସ ନ୍ୟୁଜ୍ ରେ ଆପଣଙ୍କ ବ୍ୟବହାର ଉପରେ ଆଧାର କରି ଆମେ ମଧ୍ୟ ଆପଣଙ୍କ ବିଷୟରେ ନିର୍ଦ୍ଧିଷ୍ଟ ସୂଚନା ସଂଗ୍ରହ କରିପାରୁ ଏବଂ ଟ୍ରାକ୍ କରି ପାରୁ । ଅଧିକ ଭଲଭାବେ ବୁଝିବା, ସୁରକ୍ଷା ପ୍ରଦାନ କରିବା ଏବଂ ଆମ ୟୁଜରଙ୍କୁ ସେବା ପ୍ରଦାନ କରିବାକୁ ୟୁଜରମାନଙ୍କ ସଂଖ୍ୟା, ଉପକରଣ, ଆଗ୍ରହ ଏବଂ ବ୍ୟବହାର ଉପରେ ଆଭ୍ୟନ୍ତରୀଣ ଗବେଷଣା କରିବା ପାଇଁ ଆମେ ଏହି ସୂଚନା ବ୍ୟବହାର କରିଥାଉ  ।

ଆଭ୍ୟନ୍ତରୀଣ ତର୍ଜମା ଏବଂ ଗବେଷଣା ପାଇଁ ୟୁଜର ବ୍ୟବହାର ଏବଂ ପସନ୍ଦ ଟ୍ରାକ୍ କରିବାକୁ ଆମେ ମଧ୍ୟ ଆପଣଙ୍କ ସୂଚନା ବ୍ୟବହାର କରିପାରୁ ।

ଯଦି ଆପଣ ସୋସିଆଲ୍ ମିଡିଆ ଏକାଉଣ୍ଟର ମେସେଜ ବୋର୍ଡ, ଚାଟ୍ ରୁମ୍ କିମ୍ବା ଅନ୍ୟ ମେଜେଜ ସ୍ଥାନରେ ମେସେଜ ଦେବାକୁ କିମ୍ବା ଫିଡବ୍ୟାକ୍ ଦେବାକୁ ଚୟନ କରନ୍ତି, ତାହେଲେ ଆପଣ ଆମକୁ ପ୍ରଦାନ କରିଥିବା ସୂଚନା ଆମେ ସଂଗ୍ରହ କରିଥାଉ ।

କୌଣସି ପ୍ରକାର ବିବାଦର ସମାଧାନ ପାଇଁ, ଗ୍ରାହକ ସମର୍ଥନ ଯୋଗାଇବା ପାଇଁ ଏବଂ ଆଇନ ଅନୁମତିପ୍ରାପ୍ତ ସମସ୍ୟାର ସମାଧାନ ପାଇଁ ଆମେ ଏହି ସୂଚନା ରଖିଥାଉ ।
ଯଦି ଆପଣ ବ୍ୟକ୍ତିଗତ ଯୋଗାଯୋଗ ପଠାନ୍ତି, ଯେପିର ଇମେଲ୍ କିମ୍ବା ଚିଠି ବା ଅନ୍ୟ କୌଣସି ବ୍ୟକ୍ତି ବା ତୃତୀୟ ପକ୍ଷ ବିଶ୍ବାସ ନ୍ୟୁଜରେ ଆପଣଙ୍କ ଗତିବିଧି କିମ୍ବା ପୋଷ୍ଟ ବିଷୟରେ ଯୋଗାଯୋଗ କରନ୍ତି, ଆମେ ସେହି ସୂଚନା ସଂଗ୍ରହ କରିପାରୁ ଏବଂ ସଂଗ୍ରୃହୀତ ରଖି ପାରୁ ।

ଅନ୍ୟ ଉତ୍ସରୁ ହାସଲ ହୋଇଥିବା ସୂଚନା

ଅନ୍ୟ ଅନଲାଇନ୍ ଉତ୍ସରୁ ମଧ୍ୟ ଆମେ ଆପଣଙ୍କ ବିଷୟରେ ସୂଚନା ପାଇପାରୁ । ଆମେ ଆମର ଏକାଉଣ୍ଟ ସୂଚନା ବ୍ୟବସ୍ଥାରେ ଏହାକୁ ସାମିଲ କରିପାରୁ ଏବଂ ନୀୟମ ଅନୁଯାୟୀ ଏହାର ପରିଚାଳନା କରୁ । ଯଦି ଆମେ ସେବା ପ୍ରଦାନ କରୁଥିବା କୌଣସି ପ୍ଲାଟଫର୍ମ ପ୍ରୋଭାଇଡର୍ କିମ୍ବା ଅନ୍ୟ ସଂହଯୋଗୀଙ୍କୁ ଆପଣ ନିଜର ନାମ, ଇମେଲ୍ ଆଇଡି ସମେତ ଆପଣଙ୍କ ସାଇଟ୍ ଏକାଉଣ୍ଟ ସୂଚନା ପ୍ରଦାନ କରନ୍ତି, ତାହା ଆମକୁ ଆସିପାରେ ।  ଆମ ରେକର୍ଡ ସଠିକ କରିବା ଏବଂ ସେବା ସମ୍ପୂର୍ଣ୍ଣ କରିବା ବା ଆପଣଙ୍କ ସହ ଯୋଗାଯୋଗ କରିବା କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷ ସହ ସୂଚନା ସେୟାର କରିବା ପାଇଁ ତୃତୀୟ ପକ୍ଷଙ୍କଠାରୁ ଆମେ ଅପଡେଟ୍ ହୋଇଥିବା ଯୋଗାଯୋଗ ସୂଚନା ହାସଲ କରି ପାରୁ ।

କୌଣସି ତୃତୀୟ ପକ୍ଷ, ଉଦାହରଣ ସ୍ବରୂପ ଗୁଗଲ୍ କିମ୍ବା ଫେସବୁକ୍ ସେବା ମାଧ୍ୟମରେ  ଯଦି ଆପଣ ଆପଣଙ୍କର ବିଶ୍ବାସ ନ୍ୟୁଜ୍ ସେବା ସହ ସଂଯୋଗ କରନ୍ତି, ତାହାଲେ ଯେପରି ଉପରେ ଉଲ୍ଲେଖ ହୋଇଥି ସେମାନେ ଆମକୁ ସୂଚନା ପ୍ରଦାନ କରି ପାରନ୍ତି ଯେପରିକି ଆପଣଙ୍କର ପଞ୍ଜୀକୃତ ଇ- ମେଲ୍ ଆଇଡି ଏବଂ ନିର୍ଦ୍ଧିଷ୍ଟ ସେବାର ପବ୍ଲିକ୍ ପ୍ରୋଫାଇଲ୍ ସୂଚନା ।

ଯଦି ଆପଣ ୱେବସାଇଟରେ ବ୍ୟକ୍ତିଗତ ସୂଚନା ଦାଖଲ ପ୍ରତ୍ୟାଖ୍ୟାନ କରିବାକୁ ଚୟନ କରନ୍ତି, ତାହେଲେ ଆମେ ୱେବସାଇଟରେ ନିର୍ଦ୍ଧିଷ୍ଟ ସେବା ଆପଣଙ୍କୁ ପ୍ରଦାନ କରିବାରେ ସକ୍ଷମ ହୋଇ ନପାରୁ । ଆପଣ ଏକାୁଣ୍ଟ ଖୋଲିବା ସମୟରେ ଆମେ ଏ ନେଇ ଜଣାଇବା ପାଇଁ ପ୍ରୟାସ କରିବୁ । ଆବଶ୍ୟକ ଜରୁରୀ ତଥ୍ୟ ପ୍ରଦାନ ଅଭାବରୁ ନିର୍ଦ୍ଧିଷ୍ଟ ସେବା ପାଇଁ ମନା ହେଲେ ସଥିପାଇଁ କୌଣସି କ୍ଷେତ୍ରରେ, ଆମେ ଦାୟୀ ରହିବୁ ନାହିଁ  ।

II. ବ୍ୟକ୍ତିଗତ ସୂଚନାର ପ୍ରକ୍ରିୟାକରଣ

ଆମେ କେବଳ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରିବୁ ଯେଉଁଠାରେ ଆମର ଆଇନଗତ ଆଧାର ରହଛି । ଆଇନଗତ ଆଧାର ଯେଉଁଥିରେ ଆମେ ଆମର ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣ କରିବୁ ତାହା ଅନ୍ତର୍ଭୁକ୍ତ ହେଉଛି ଆପଣଙ୍କର ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣ କରିବା ପାଇଁ ଆପଣଙ୍କଠାରୁ ସ୍ପଷ୍ଟ ସମ୍ମତି ପାଇବା କିମ୍ବା “ଆଇନଗତ ସ୍ୱାର୍ଥ” ପାଇଁ ପ୍ରକ୍ରିୟାକରଣ ଯେଉଁଠାରେ ଆପଣଙ୍କୁ ସେବା ପ୍ରଦାନ ପାଇଁ ଆମ ଦ୍ୱାରା ପ୍ରକ୍ରିୟାକରଣ ଜରୁରୀ  (ଉଦାହରଣ ଆମ କମ୍ପାନୀ/ ଅନୁବନ୍ଧିତଙ୍କ ଦ୍ବାରା ଆପଣଙ୍କ ସୂଚନା ପ୍ରକ୍ରିୟାକରଣ ହେବା)

  • ଯଦି ଆପଣ ନିର୍ଦ୍ଧିଷ୍ଟ ନ୍ୟୁଜ୍ ଲେଟର ପାଇବା ପାଇଁ ଆଉ ଆଗ୍ରହୀ ନୁହଁନ୍ତି, ତାହେଲେ ପ୍ରତି ନ୍ୟୁଜଲେଟରର ତଳେ ଥିବା “ଅନସବସ୍କ୍ରାଇବ” ସୂଚନାନିର୍ଦ୍ଦେଶ ଅନୁସରଣ କରନ୍ତୁ ।
  • ଆପଣଙ୍କ ଅଭିଜ୍ଞତା ସୁଧାରିବା ଏବଂ ଆମ ସେବା ମାନ ସାମଗ୍ରିକ ଭାବେ ବଢ଼ାଇବା ପାଇଁ ଆମେ କୁକିସ୍ ଏବଂ ଅନ୍ୟ ଟେକ୍ନୋଲୋଜୀ ଯେପରି ପିକ୍ସେଲ ଟ୍ୟାଗ୍, ଗୁଗଲ ଆଡ୍ ରୁ ସଂଗ୍ରୂହୀତ ସୂଚନା ବ୍ୟବହାର କରୁ । ଯେତେବେଳେ ଆପଣଙ୍କୁ ଟେଲରଡ୍ ଆଡ୍ ଦେଖାଉ, ସେତେବେଳେ ଆମେ କୁକିସ୍ କିମ୍ବା  ଜାତି, ଧର୍ମ, ଯୌନ ଆଭିମୁଖ୍ୟ କିମ୍ବା ସ୍ବାସ୍ଥ୍ୟ ଆଦି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରଦର୍ଶନ କରୁଥିବା ସମାନ ଟେକ୍ନୋଲୋଜୀରୁ ଆଇଡେଣ୍ଟିଫାୟର୍ ସହ ଜଡ଼ିତ ହେବୁ ନାହିଁ ।
  • ଆପଣଙ୍କ ହ୍ୟାଣ୍ଡହେଲ୍ଡ ଡିଭାଇସ ରେ ଆପଣଙ୍କୁ ସୂଚନା ପଠାଇବା (ନୋଟିଫିକେସନ୍ ବନ୍ଦ କରିବା ପାଇଁ, ଦୟାକରି ଆପଣଙ୍କ ଏକାଉଣ୍ଟ ସେଟିଂକୁ ଯାଆନ୍ତୁ)
  • ଆମ ସେବା ସମ୍ବନ୍ଧରେ ଆପଣଙ୍କ ସହ (ଉଦାହରଣ ଇମେଲ୍, ପୁସ୍ ନୋଟିଫିକେସନ୍ ମାଧ୍ୟମରେ) ଯୋଗାଯୋଗ କରିବା, ଯାହା ଦ୍ବାରା ଆମେ ଆପଣଙ୍କୁ ବିଶ୍ବାସ ନ୍ୟୁଜ୍, ଖବର ଫିଚର ଏବଂ ବିଶ୍ବାସ ନ୍ୟୁଜରେ ଉପଲବ୍ଧ ପ୍ରସଙ୍ଗ ବିଷୟରେ ଖବର ଦେଇ ପାରିବୁ ।
  • ଅଧିକ ଭଲ ବୈଶିଷ୍ଟ୍ୟ ଏବଂ ସେବା ପ୍ରଦାନ କରିବା ପାଇଁ ଆମର ୱେବସାଇଟ୍ ଏବଂ ଏହାର କଣ୍ଟେଣ୍ଟ ସୁଧାରିବା
  • ଆମର ପ୍ରଡକ୍ଟ ଏବଂ ସେବା ଆହୁରି ଅଧିକ ଭଲ କରିବା ଉଦ୍ଦେଶ୍ୟରେ ମାର୍କେଟ୍ ଗବେଷଣା ଏବଂ ସର୍ବେକ୍ଷଣ କରିବା
  • କୌଣସି ପ୍ରକାର ପ୍ରାଧିକରଣରେ ଅପରାଧ ରୋକିବା, ଚିହ୍ନଟ କରିବା, ଅନୁସନ୍ଧାନ ଏବଂ ଦୋଷୀ ସାବ୍ୟସ୍ତ କରିବା (ଜାଲିଆତି ଏବଂ ଅନ୍ୟାନ୍ୟ ଆର୍ଥିକ ଅପରାଧକୁ ଅନ୍ତର୍ଭୁକ୍ତ କରି ସୀମିତ ନୁହେଁ), ପୁଷ୍ଟିକରଣ ଚିହ୍ନଟ କରିବା, ସରକାରୀ ମଞ୍ଜୁରୀ ସ୍କ୍ରିନିଂ ଏବଂ ଉଚିତ ପରିଶ୍ରମ ଅନୁସନ୍ଧାନ କରିବା
  • ଆଇନଗତ ପ୍ରକ୍ରିୟା ସମ୍ବନ୍ଧୀୟ ଆଇନଗତ ଅଧିକାର ପ୍ରତିଷ୍ଠା କରିବା , କାର୍ଯ୍ୟକାରୀ କରିବା (ଆଇନଗତ ପ୍ରକ୍ରିୟାର ଯେ କୌଣସି ଦିଗ ସମେତ) ଏବଂ ସେହି ଆଇନଗତ ପ୍ରକ୍ରିୟା ସମ୍ବନ୍ଧୀୟ ବୃତ୍ତିଗତ କିମ୍ବା ଆଇନଗତ ପରାମର୍ଶ ଲୋଡ଼ିବା 
  • କଷ୍ଟମାଇଜଡ୍ ସର୍ଚ୍ଚ ପରିଣାମ, ପରାମର୍ଶ ଏବଂ ନିର୍ଦ୍ଧିଷ୍ଟ ପ୍ରମୋସନ୍ ଏବଂ ଅଫର୍ ଦେବା ପାଇଁ, ଆମର ସ୍ବୟଂଚାଳିତ ବ୍ୟବସ୍ଥା ଆପଣଙ୍କର କଣ୍ଟେଣ୍ଟକୁ ତର୍ଜମା କରେ
  • ବିଜ୍ଞାପନଦାତାଙ୍କୁ ଆମ ଅଡିଆନ୍ସ ବା ଦର୍ଶକ ବୁଝିବାରେ ସାହାଯ୍ୟ କରିବାକୁ ଏବଂ ଆମ ୱେବସାଇଟରେ ବିଜ୍ଞାପନ କରିବାର ପରିମାଣ ନିଶ୍ଚିତ କରିବା, ( ତେବେ ଏହା ସାଧାରଣତଃ, ଆମ ସାଇଟ୍ ମଧ୍ୟରେ ବିଭିନ୍ନ ପେଜ୍ ଗୁଡ଼ିକରେ ହେଉଥିବା ଟ୍ରାଫିକ୍ ଉପରେ ଏକତ୍ରିତ ପରିସଂଖ୍ୟାନ ଆକାର ସ୍ବରୂପରେ ଥାଏ)
  • ସେବା କିମ୍ବା ଗୋପନୀୟ ନୀତି ସମ୍ବନ୍ଧରେ ପରିବର୍ତ୍ତନ ନେଇ ଆପଣଙ୍କୁ ଜଣାଇବା
  • ଆମ ସେବା ମଧ୍ୟମରେ ପ୍ରଦାନ କରାଯାଉଥିବା ପାରସ୍ପରିକ ଆଦାନ ପ୍ରଦାନ କରିବା ବୈଶିଷ୍ଟ୍ୟରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କୁ ଅନୁମତି ଦେବା ଯାହା ଅନ୍ତର୍ଭୁକ୍ତ ହେଉଛି ପ୍ରତିଯୋଗୀତା ଏବଂ ସର୍ବେକ୍ଷଣ
  • ଆପଣଙ୍କ ଅଧିକାର ସମ୍ବନ୍ଧୀୟ କିମ୍ବା ଆପଣଙ୍କୁ ପ୍ରଦାନ କରାଯାଉଥିବା ସେବା ସମ୍ବନ୍ଧୀୟ ପ୍ରଶ୍ନ/ ଚିନ୍ତା ନେଇ ଆମର ଗ୍ରାହକ ସମର୍ଥନ ଦଳ ସହ ସେୟାର କରିବା

III. ତୃତୀୟ ପକ୍ଷ ସେବା

ପ୍ରୋଗ୍ରାମ, ପ୍ରଡକ୍ଟ, ସୂଚନା ଏବଂ ସେବା ପହଞ୍ଚାଇବାରେ ଆମକୁ ସାହାଯ୍ୟ କରିବା ପାଇଁ  ବିଶ୍ବାସ ନ୍ୟୁଜ୍ ତାର ୱେବସାଇଟରେ ସଂଗ୍ରହ କରୁଥିବା ବ୍ୟକ୍ତିଗତ ତଥ୍ୟ ସମେତ ସୂଚନା ସେବା ପ୍ରଦାନକାରୀ ତୃତୀୟ ପକ୍ଷକୁ ପ୍ରଦାନ କରିପାରେ । ସେବା ପ୍ରଦାନକାରୀମାନେ ମଧ୍ୟ ହେଉଛନ୍ତି ଏକ ଗୁରୁତ୍ତ୍ବପୂର୍ଣ୍ଣ ମାଧ୍ୟମ ଯାହା ଦ୍ବାରା ବିଶ୍ବାସ ନ୍ୟୁଜ୍ ଏହାର ୱେବସାଇଟ୍ ଏବଂ ମେଲିଂ ତାଲିକା ରଖିଥାଏ । ଏହି ସେବା ପ୍ରଦାନକାରୀମାନେ ବିଶ୍ବାସ ନ୍ୟୁଜ୍ ତରଫରୁ ବ୍ୟକ୍ତିଗତ ସୂଚନାର ସୁରକ୍ଷା କରିବେ ବୋଲି ନିଶ୍ଚିତ କରିବା ପାଇଁ ବିଶ୍ବାସ ନ୍ୟୁଜ୍ ଦାୟିତ୍ବବାନ ପଦକ୍ଷେପ ଗ୍ରହଣ କରିବ ।

ଆଇନଗତ ପ୍ରକ୍ରିୟା କିମ୍ବା ପ୍ରାସଙ୍ଗିକ ସେବା ପ୍ରଦାନ ପାଇଁ ଆବଶ୍ୟକ ନଥିଲେ ଆପଣଙ୍କ ସହମତି ବିନା ବ୍ୟକ୍ତିଗତ ସୂଚନା, ବିଶ୍ବାସ ନ୍ୟୁଜ୍ ତରଫରୁ କାମ କରିବାକୁ ନଥିବା ତୃତୀୟ ପକ୍ଷକୁ ଦେବା ବିଶ୍ବାସ ନ୍ୟୁଜର ଉଦ୍ଦେଶ୍ୟ ନୁହେଁ । ସେହିଭଳି, ଆପଣଙ୍କ ସହମତି ବିନା ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ସୂଚନା ବିକ୍ରି କରିବା ମଧ୍ୟ ‘ବିଶ୍ବାସ ନ୍ୟୁଜ୍’ ନୀୟମ ବିରୋଧ ଅଟେ ।

ଯେତେବେଳେ ଆପଣ ବିଶ୍ବାସ ନ୍ୟୁଜ୍ ସହ ଜଡ଼ିତ ଅଛନ୍ତି, ତାହେଲେ ନୀୟମରେ ଉଲ୍ଲେଖ ଉଦ୍ଦେଶ୍ୟ ପାଇଁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଇୟୁରୋପୀଆନ୍ ଇକୋନୋମିକ୍ ଏରିଆ (ଇଇଏ) କିମ୍ବା ଇଇଏ ବାହାରକୁ କିମ୍ବା ସେମାନଙ୍କ ସ୍ଥାନୀୟ ସେବା ପ୍ରଦାନକାରୀଙ୍କୁ ଏହି ଉଦ୍ଦେଶ୍ୟରେ ଦିଆଯାଇପାରେ । ମାନକ ଡାଟା ସୁରକ୍ଷା ଆଇନ ଅନୁଯାୟୀ ଇଇଏ କିମ୍ବା ଇଇଏ ବାହାରକୁ ତଥ୍ୟ ପଠାଯାଇଥାଏ ।

ଆମ ଅଡିଆନ୍ସଙ୍କୁ ବୁଝିବା ଏବଂ ଆମ ୱେବସାଇଟରେ ବିଜ୍ଞାପନର ମୂଲ୍ୟ ନିଶ୍ଚିତ କରିବା ପାଇଁ ଆମର ବିଜ୍ଞାପନଦାତାଙ୍କୁ ସୂଚନା ଉପସ୍ଥାପନ କରିଥାଉ । ଏହା ସାଧାରଣତଃ ଆମ ସାଇଟ୍ ମଧ୍ୟରେ ବିଭିନ୍ନ ପେଜର ଟ୍ରାଫିକ ଉପରେ ସମୁଦାୟ ପରିସଂଖ୍ୟାନ ସ୍ବରୂପରେ ହୋଇଥାଏ ।

ଆପଣ ଆମ ୱେବସାଇଟ୍ ଭିଜିଟ୍ କରିଲେ ଆଡ୍ ଦେବା ପାଇଁ ଆମେ ତୃତୀୟ ପକ୍ଷ ବିଜ୍ଞାପନ କମ୍ପାନୀ ବ୍ୟବହାର କରୁ । ଏସବୁ କମ୍ପାନୀ ସୂଚନା ବ୍ୟବହାର କରି ପାରନ୍ତି (ଯେପରି କି ଆମ ଡିଭାଇସରେ ଥିବା ଫୋଟୋ/ମିଡିଆ/ଫାଇଲ, ଅବସ୍ଥାନ, ଆପଣଙ୍କୁ ସୁହାଉଥିବା ସାମଗ୍ରୀ ଏବଂ ସେବା ବିଷୟରେ ବିଜ୍ଞାପନ ପ୍ରଦାନ କରିବା ପାଇଁ ଏହି ଏବଂ ଅନ୍ୟ ୱେବସାଇଟ୍ /ଅପ୍ଲିକେସନକୁ ଆପଣଙ୍କ ଭିଜିଟ ନେଇ ଅଡିଓ । ତେବେ ଆମେ ଏହି ଡାଟା ଆମ ପରିସରରେ ସଂଗ୍ରୃହୀତ କରି ରଖୁ ନାହୁଁ ।

ଦୟାକରି ଧ୍ୟାନରେ ରଖନ୍ତୁ ଯେ, ଯେତେବେଳେ ଆପଣ ଗୋଟିଏ ତୃତୀୟ ପକ୍ଷ ପ୍ଲାଟଫର୍ମରେ ଆମକୁ ସୂଚନା ପ୍ରଦାନ କରନ୍ତି, (ଉଦାହରଣ, ଆମ ସାଇଟ୍ ମାଧ୍ୟମରେ ଯେପରି ସୋସିଆଲ ମିଡିଆ ଲଗଇନ୍, ସେହି ତୃତୀୟ ପକ୍ଷ ସାଇଟ୍ ମାଧ୍ୟମରେ ଆମେ ସଂଗ୍ରହ କରୁଥିବା ସୂଚନା ଆମ ସାଇଟ୍ ସହ ସଂଯୋଗ ହୋଇଥାଏ, ଏବଂ ଏହା ଗୋପନୀୟତା ନୀତି ଅଧୀନସ୍ଥ । ଏବଂ ତୃତୀୟ ପକ୍ଷ ସାଇଟ୍ କିମ୍ବା ପ୍ଲାଟଫର୍ମ ସଂଗ୍ରହ କରୁଥିବା ସୂଚନା ତୃତୀୟ ପକ୍ଷ ସାଇଟ୍ ବା ପ୍ଲାଟଫର୍ମର ଗୋପନୀୟତା ନୀତି ଅଧୀନସ୍ଥ ଅଟେ । ତୃତୀୟ ପକ୍ଷ ସାଇଟ୍ କିମ୍ବା ପ୍ଲାଟଫର୍ମରେ ଆପଣ କରିଥିବା ଗୋପନୀୟତା ଚୟନ ଆମେ ପ୍ରତ୍ୟକ୍ଷ ଭାବେ ଆମ ସାଇଟ୍ ମାଧ୍ୟମରେ ସଂଗ୍ରହ କରିଥିବା ସୂଚନାର ଉପଯୋଗରେ ଲାଗୁ ହେବ ନାହିଁ । ଦୟାକରି ଏହି କଥା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ, ଆମର ସାଇଟରେ ଅନ୍ୟ ସାଇଟ୍ ର ଲିଙ୍କ୍ ରହିପାରେ ଯାହା ଆମ ମାଲିକାନାର ନୁହେଁ କିମ୍ବା ଯାହା ଆମ ଦ୍ବାରା ନିୟନ୍ତ୍ରିତ ନୁହେଁ ଏବଂ ଆମେ ସେହି ସାଇଟଗୁଡ଼ିକର ଗୋପନୀୟତା ଅଭ୍ୟାସ ପାଇଁ ଦାୟୀ ନୁହେଁ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ସମ୍ଭାବନା ଥିବା ଅନ୍ୟ ସାଇଟଗୁଡ଼ିକର ଗୋପନୀୟତା ନୀତି ପଢ଼ିବା ପାଇଁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ । ସ୍ବତନ୍ତ୍ରଭାବେ ବ୍ୟାଖ୍ୟା କରାନଯାଇ ଏଠାରେ
କ୍ୟାପିଲାଟ୍ ଅକ୍ଷରରେ ଉଲ୍ଲେଖ ଥିବା ସମସ୍ତ ଶବ୍ଦର ବ୍ୟବହାର ସର୍ତ୍ତବଳୀ ଅଧୀନରେ ସମାନ ଅର୍ଥ ରହିବ ।

ଆପଣ ଯେତେବେଳେ ବାର୍ତ୍ତାଳପ କରିଥାନ୍ତି କିମ୍ବା ଟାର୍ଗେଟେଡ୍ ଆଡ୍ ଦେଖିଥାନ୍ତି, ସେତେବେଳେ ବିଶ୍ବାସ ନ୍ୟୁଜ୍ ବିଜ୍ଞାପନଦାତାଙ୍କୁ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ କରି ନଥାଏ । ତେବେ, ଏକ ବିଜ୍ଞାପନ ସହିତ ଯୋଗାଯୋଗ କରି ଆପଣ ଏହି ସମ୍ଭାବନା ସହ ସହମତ ଅଟନ୍ତି ଯେ, ବିଜ୍ଞାପନଦାତା ଅନୁମାନ କରିବେ ଯେ ଆପଣ ବିଜ୍ଞାପନ ପ୍ରଦର୍ଶନ ପାଇଁ ବ୍ୟବହୃତ ଟାର୍ଗେଟ୍ ମାନଦଣ୍ଡକୁ ପୂରଣ କରିବେ ।

IV. ପିଲାମାନେ

ସାଇଟ୍ ବ୍ୟବହାର କରିବା ପାଇଁ ଆପଣ ସହମତ ହୁଅନ୍ତି ଯେ ଆପଣ ଏଥିପାଇଁ ସର୍ବନିମ୍ନ ବୟସ ବର୍ଗର ଅଟନ୍ତି  (ଏହି ଅନୁଚ୍ଛେଦରେ ନିମ୍ନରେ ବ୍ୟାଖ୍ୟା ହୋଇଛି) ।


ଏହି ଉଦ୍ଦେଶ୍ୟ ପାଇଁ ସର୍ବନିମ୍ନ ବୟସ 16 ହେବ, ତେବେ ଯଦି ସ୍ଥାନୀୟ ଆଇନ ଆବଶ୍ୟକ କରେ ଯେ, ବିଶ୍ବାସ ନ୍ୟୁଜ୍ ପାଇଁ ଆପଣ ଅଧିକ ବୟସର ହେବା ଆବଶ୍ୟକ, ତାହେଲେ ସେହି ସର୍ବନିମ୍ନ ବୟସ ବୋଲି ଲାଗୁ କରାଯିବ । ୟୁରୋପୀୟ ୟୁନିଅନ୍ ବାହାରେ ଥିବା ସମସ୍ତ ଅଧିକାର କ୍ଷେତ୍ରରେ, ପ୍ରାଧିକରଣରେ, ଯଦି ଆପଣ 18 ବର୍ଷ ବୟସ ଅଧୀନରେ କିମ୍ବା ଆପଣଙ୍କ ଅଧିକାର କ୍ଷେତ୍ରରେ ସଂଖ୍ୟାଗରିଷ୍ଠଙ୍କ ବୟସ ବର୍ଗରେ, ତାହାଲେ ଆପଣ ନିଜର ଅବିଭାବକ, ଆଇନଗତ ଅଭିଭାବକ କିମ୍ବା ଦାୟିତ୍ବବାନ ବୟସ୍କଙ୍କ ତତ୍ତ୍ବାବଧାନରେ ବିଶ୍ବାସ ନ୍ୟୁଜ୍ ବ୍ୟବହାର କରି ପାରିବେ ।

V. ସୂଚନା ସେୟାର କରିବା

ଜାଣିବା ଆବଶ୍ୟକ ବୋଲି ଆମେ ବିଶ୍ବାସ କରୁଥିବା ଥିବା କର୍ମଚାରୀ / ଆମ ପ୍ରଡକ୍ଟ ଏବଂ ସେବା ପ୍ରଦାନ କରିବା, କାର୍ଯ୍ୟକାରୀ କରାଇବା ଏବଂ ବିକାଶ ବା ସୁଧାର କରାଇବା ଯେଉଁମାନଙ୍କ କାମ ସେମାନଙ୍କ ବ୍ୟତୀତ ଅନ୍ୟ କେଉଁଠାରେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ପ୍ରବେଶକୁ ଆମେ ସୀମିତ କରିଥାଉ ।

ନିମ୍ନ ପରିସ୍ଥିତିରେ ଆପଣଙ୍କ ଅନୁମତି ସହ ଅନୁରୋଧ କରିଥିବା ପ୍ରଡକ୍ଟ କିମ୍ବା ସେବା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅଣ- ଅନୁବନ୍ଧିତ କମ୍ପାନୀକୁ ବିଶ୍ବାସ ନ୍ୟୁଜ୍ ଆପଣଙ୍କ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନା ଭଡ଼ାରେ ଦିଏ ନାହିଁ, ବିକ୍ରି କରେ ନାହିଁ କିମ୍ବା ବାଣ୍ଟେ ନାହିଁ   :

  • ସମନ୍, କୋର୍ଡ ଅର୍ଡର୍ କିମ୍ବା ଆଇନଗତ ପ୍ରକ୍ରିୟାର ଜବାବ ଦେବାକୁ ବା ଆମର ଆଇନଗତ ଅଧିକାର ବ୍ୟବହାର କିବା କିମ୍ବା ଆଇନଗତ ଦାବି ବିରୋଧରେ ଲଢ଼ିବା ପାଇଁ ;
  • ଅନୁସନ୍ଧାନ କରିବା, ରକ୍ଷା କରିବା କିମ୍ବା ବେଆଇନ କାର୍ଯ୍ୟ, ସନ୍ଦେହଜନକ ଠକେଇ, କୌଣସି ବ୍ୟକ୍ତିର ଶାରୀରିକ ନିରାପତ୍ତା ପାଇଁ ସମ୍ଭାବ୍ୟ ବିପଦ ସହ ଜଡିତ ପରିସ୍ଥିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ବିଶ୍ବାସ ନ୍ୟୁଜର ବ୍ୟବହାର ସର୍ତ୍ତାବଳୀ ଉଲଂଘନ କିମ୍ବା ଆଇନ ଅନୁଯାୟୀ ଆବଶ୍ୟକ ଅନ୍ୟ ଉପଯୋଗ ପାଇଁ ସୂଚନା ପ୍ରଦାନ କରିବା ଜରୁରୀ ବୋଲି ଆମେ ବିଶ୍ବାସ କରୁ ।
  • ଯଦି ବିଶ୍ବାସ ନ୍ୟୁଜ୍ ଅନ୍ୟ କମ୍ପାନୀ ସହ ମିଶିଥାଏ କିମ୍ବା ଅନ୍ୟ କମ୍ପାନୀ ଅଧିଗ୍ରହଣ କରିଥାଏ, ତାହେଲେ ଆମେ ଆପଣଙ୍କ ସୂଚନା ପ୍ରଦାନ କରିଥାଉ । ଏହି କ୍ଷେତ୍ରରେ, ଆପଣଙ୍କ ସୂଚନା ଏକ ଭିନ୍ନ ଗୋପନୀୟ ନୀୟମ ଅଧୀନସ୍ଥ ହେବା ପୂର୍ବରୁ ‘ବିଶ୍ବାସ ନ୍ୟୁଜ୍ ଆପଣଙ୍କୁ ଅବଗତ କରିବ ।

VI. ବ୍ୟକ୍ତିଗତ ସୂଚନା ରଖିବା

ବିଶ୍ବାସ ନ୍ୟୁଜ୍ ଦ୍ବାରା ପ୍ରକ୍ରିୟାକରଣ ହୋଇଥିବା ଆପଣଙ୍କ ବ୍ୟକ୍ତିଗତ ସୂଚନା ଏଭଳି ସ୍ବରୂପରେ ରଖାଯାଏ, ଯେପରି ଏହାର ଉପଯୋଗ ମାତ୍ର ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ସେହି ସେବା ପାଇଁ କରାଯିବ ଯେଉଁଥିପାଇଁ ଏହା ସଂଗ୍ରହ କରି ପ୍ରକ୍ରିୟା କରାଯାଇଛି । ଏହା ଆଇନ ଅନୁଯାୟୀ ନିୟାମକ, କଣ୍ଟ୍ରାକ୍ଚୁଆଲ୍ କିମ୍ବା ବୈଧାନିକ ଦାୟିତ୍ବ ଅନୁୟାୟୀ ଲାଗୁ କରାଯିବ ।  

ସେହ ଅବଧି ଶେଷ ହୋଇଗଲେ, ଆପଣଙ୍କ ବ୍ୟକ୍ତିଗତ ସୂଚନା ଡିଲିଟ୍ ହୋଇଯିବ କିମ୍ବା ଆଇନ/କଣ୍ଟ୍ରାକ୍ଚୁଆଲ୍ ଧାରଣ କରିବା ଦାୟିତ୍ବ ଅନୁପାଳନ ସହ କିମ୍ବା ପ୍ରଯୁଜ୍ୟ ବୈଧାନିକ ଅବଧି ଅନୁଯାୟୀ ଆର୍କାଇଭ୍ ହେବ ।  

VII. ନିରୀକ୍ଷଣ କରିବା

ଆମର ବୈଧାନିକ ଏବଂ ନିୟାମକ ଦାୟିତ୍ବ ଓ ଆମ ଆଭ୍ୟନ୍ତରୀଣ ନୀୟମ ଅନୁପାଳନ ନିଶ୍ଚିତ କରି ଆଇନ ଅନୁଯାୟୀ ଅନୁମତିପ୍ରାପ୍ତ ଅବଧି ପର୍ଯ୍ୟନ୍ତ ଆମ ସହ ଆପଣ କରଥିବା ସମସ୍ତ ପ୍ରକାର ଯୋଗାଯୋଗକୁ ବିଶ୍ବାସ ନ୍ୟୁଜ୍ ରେକର୍ଡ କରିପାରେ ଏବଂ ନିରୀକ୍ଷଣ କରି ପାରେ ।

VIII. ଆପଣଙ୍କର ନିୟନ୍ତ୍ରଣ ଏବଂ ବିକଳ୍ପ  (ଜିଡିପିଆର୍ ଆନୁଯାୟୀ ଯେପରି ପ୍ରଜୁଯ୍ୟ) 

ଆମ ୱେବସାଇଟରେ ( କିମ୍ବା ଏହାର କୌଣସି ସବ୍ ସାଇଟ୍ ) ଯେତେବେଳେ ଆପଣ ଆମ ସେବା ହାସଲ କରନ୍ତି ଏବଂ ସୁଧାର କରନ୍ତି, ଆପଣ ଯେତେବେଳେ ଏବଂ ଯେପରି ଅନୁରୋଧ କରିଥାନ୍ତି ସେହି ଅନୁଯାୟୀ ଆପଣଙ୍କୁ ବ୍ୟକ୍ତିଗତ ତଥ୍ୟ ହାସଲରେ ସାହାଯ୍ୟ କରିଥାଉ ଏବଂ ଆହୁରି ମଧ୍ୟ ନିଶ୍ଚିତ କରୁ ଯେ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟ ଏବଂ ସମ୍ବେଦନଶୀଳ ବ୍ୟକ୍ତିଗତ ଡାଟା ବା ସୂଚନା ସଠିକ ଜମା ନଗଲେ କିମ୍ବା ସେଥିରେ କିଛି ଉଣା ଥିବା ମନେ ହେଲେ ଆବଶ୍ୟକ ଅନୁଯାୟୀ ସେଗୁଡ଼ିକ ସୁଧାର ସଂଶୋଧନ କରାଯିବ । ଆମେ ପ୍ରତ୍ୟେକ ୟୁଜର୍ ଙ୍କୁ ନିଜର ପରିଚୟ ଚିହ୍ନଟ କରିବା ଏବଂ ସଠିକ ସୂଚନା ପ୍ରଦାନ କରିବା ପାଇଁ କହିଥାଉ । ଆମେ ସେହି ଅନୁରୋଧ ଗୁଡ଼ିକୁ ଅସ୍ବୀକାର କରିଥାଉ ଯେଉଁଗୁଡ଼ିକ ଅନୁଚିତ ଭାବେ ଦୋହରାଯାଇଥାଏ କିମ୍ବା ଅନ୍ୟ ୟୁଜରଙ୍କ ଗୋପନୀୟତାକୁ ବିପଦରେ ପକାଇବାର କୌଣସି ପ୍ରୟାସ ଅସ୍ବୀକାର ହେବ  (ଉଦାହରଣ ସ୍ବରୂପ ବ୍ୟାକଅପ୍ ଟେପ୍ ସମ୍ବନ୍ଧିତ ଅନୁରୋଧ) । କିମ୍ବା ପୁଣି ଏଭଳି କିଛି ଅନୁରୋଧ ଯେଉଁଥି ପାଇଁ ଆକ୍ସେସ୍ ବା ପହଞ୍ଚର ଅନୁମତି ନାହିଁ । ଯେ କୌଣସି କ୍ଷେତ୍ରରେ, ଯେଉଁଠି ଆମେ ସୂଚନା ପହଞ୍ଚ କରିଥାଉ ଏବଂ ସଂଶୋଧନ କରାଇଥାଉ, ଅନ୍ୟ କୌଣସି ଅତିରିକ୍ତ ପ୍ରୟାସ ଆବଶ୍ୟକ ନହେଲେ ଆମେ ଏହି ସେବା ବିନା କୌଣସି ଦେୟରେ କରିଥାଉ । ଆପଣ ଆମକୁ ଇ- ମେଲ୍ ପଠାଇ ସେହିଭଳି ଅନୁରୋଧ କରି ପାରିବେ ।

ସଂଶୋଧନ ଅଧିକାର 

ଆଣ ପାଖରେ ଥିବା ଭୁଲ୍ କିମ୍ବା ଅସମ୍ପୂର୍ଣ୍ଣ ଡାଟା ଅପଡେଟ୍ କରିବା ପାଇଁ ଆପଣଙ୍କର ଅଧିକାର ରହିଛି ।  ଆପଣଙ୍କ ସମ୍ବନ୍ଧରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟର ସୁଧାର ପାଇଁ ବିଳମ୍ବ ନକରି ବିଶ୍ବାସ ନ୍ୟୁଜରୁ ଏହି  ଡାଟା ହାସଲ କରିବା ନେଇ ଆପଣଙ୍କର ଅଧିକାର ରହିଛି ।

ଡାଟା ପୋର୍ଟେବିଲିଟି 

ଆପଣ ବ୍ୟକ୍ତିଗତ ସୂଚନାର ନକଲ ମାଗିବାକୁ ମଧ୍ୟ ହକଦାର ହୋଇପାରନ୍ତି,  ଯାହା ଆପଣ ଆମକୁ ଏକ ନିର୍ଦ୍ଧିଷ୍ଟ ସ୍ବରୂପ, ସାଧାରଣରେ ବ୍ୟବହୃତ ଏବଂ ମେସିନ୍-ପଠନୀୟ ଫର୍ମାଟରେ ପ୍ରଦାନ କରିଛନ୍ତି ଏବଂ ଯେଉଁଠାରେ ସମ୍ଭବ ଆପଣ ସେଠାରେ ଅନ୍ୟ ନିୟନ୍ତ୍ରକକୁ ପଠାଇବାର ଅଧିକାର ଅଛି ।

ଡାଟା ହଟାଇବା

ଆପଣଙ୍କୁ ସେବା ପ୍ରଦାନ କରିବା ପାଇଁ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ କିମ୍ବା ଡାଟା ନରଖିବା ପାଇଁ ଆପଣ ଆମକୁ ନକହିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ବ୍ୟକ୍ତିଗତ ସୂଚନା ରଖିଥାଉ । ଯଦି ଆମେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିବା ଆପଣ ଚାହାଁନ୍ତି ନାହିଁ, ତାହାଲେ ଏ ନେଇ ଅନୁରୋଧ କରିଲେ ଆମେ ତାହା ହଟାଇ ଦେବୁ । ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ନିଜର ବ୍ୟକ୍ତିଗତ ତଥ୍ୟ ହଟାଇବା ପାଇଁ ଅନୁରୋଧ କରନ୍ତି ;

  • ବୈଧାନିକ ବ୍ୟବସାୟ ସ୍ବାର୍ଥ ପାଇଁ ଜରୁରୀ ଯେପରି ଠକେଇର ଚିହ୍ନଟ ଏବଂ ପ୍ରତିରୋଧ ଓ ସୁରକ୍ଷା ବୃଦ୍ଧି ଆଦି କ୍ଷେତ୍ରରେ ଆମେ ଆପଣଙ୍କର କଛି ବ୍ୟକ୍ତିଗତ ତଥ୍ୟ ରଖି ପାରୁ ।
  • ଆମର ଆଇନଗତ ଦାୟିତ୍ବ ପାଳନ ପାଇଁ ଜରୁରୀ ଉଦ୍ଦେଶ୍ୟରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ରଖି ପାରୁ ଏବଂ ବ୍ୟବହାର କରିପାରୁ ।
  • ଆପଣଙ୍କ ଏକାଉଣ୍ଟ ଖାରଜ ହେଲା ପରେ ମଧ୍ୟ ବିଶ୍ବାସ ନ୍ୟୁଜରେ ଅନ୍ୟମାନଙ୍କ ସହ ଆପଣ ସେୟାର କରିଥିବା ସୂଚନା (ଉଦାହରଣ, କମେଣ୍ଟ, ଖବର / ନିବନ୍ଧ ପୋଷ୍ଟିଂ) ସର୍ବାସାଧାରଣରେ ଦେଖାଯିବା ଜାରି ରହିପାରେ  । ତେବେ, ଏହି ସୂଚନା ପାଇଁ ଆପଣଙ୍କ ଶ୍ରେୟ ହଟାଇ ଦିଆଯିବ । ଏଥିସହ, ଆପଣଙ୍କ ସୂଚନାର କିଛି କପି (ଉଦାହରଣ, ଲଗ୍ ରେକର୍ଡ) ଆମ ଡାଟା ବେସରେ ରହିପାରେ, କିନ୍ତୁ ଏହା ବ୍ୟକ୍ତିଗତ ପରିଚୟ ସହ ସଂଲଗ୍ନ ରହିନଥାଏ ।
  • ଆପଣଙ୍କ ସୂଚନା ବିଲୋପ ହେବା ପରେ, ନିର୍ଦ୍ଧିଷ୍ଟ ସେବ ଆମେ ରଖୁଥିବା ଶୈଳୀ କାରଣରୁ, ଅବଶିଷ୍ଟାଂଶ କପି ଆମର ସକ୍ରିୟ ସର୍ଭରରୁ ଡିଲିଟ୍ ହେବା ପାଇଁ ସମୟ ଲାଗିଥାଏ ଏବଂ ଏହା ଆମର ବ୍ୟାକଅପ୍ ସିଷ୍ଟମରେ ରହିପାରେ  ।

ସମ୍ମତି ପ୍ରତ୍ୟାହାର ଏବଂ ପ୍ରକ୍ରିୟାକରଣର ପ୍ରତିବନ୍ଧକ

ଆମ ସହ ଆପଣଙ୍କର ସେବାଗୁଡ଼ିକର କାର୍ଯ୍ୟକାଳ ମଧ୍ୟରେ ଯେ କୌଣସି ସମୟରେ ସମ୍ମତି ପ୍ରତ୍ୟାହାର ପାଇଁ ଚାହିଁଲେ, ଆମକୁ ଇ- ମେଲ୍ ପଠାଇ ଆପଣ ଏହା କରିବା ପାଇଁ ଚୟନ କରି ପାରିବେ । ଆମେ ଆପଣଙ୍କର ଅନୁରୋଧର ସମୀକ୍ଷା କରିବୁ ଏବଂ ଆପଣଙ୍କୁ ନିଜର ପରିଚୟ ପୁଷ୍ଟି ମଧ୍ୟ ମାଗି ପାରୁ । ପୁଷ୍ଟିକରଣ ପରେ, ଆପଣ କରିଥିବା ଅନୁରୋଧ ଅନୁଯାୟୀ ଆମେ ସମ୍ମତି ପ୍ରତ୍ୟାହାର କରିବୁ ଏବଂ ଆଗକୁ ଆପଣଙ୍କ ବ୍ୟକ୍ତିଗତ ସୂଚନାର ପ୍ରକ୍ରିୟାକରଣ ରୋକିବୁ  ।

ପ୍ରକ୍ରିୟାକରଣକୁ ଆପତ୍ତି କରିବାର ଅଧିକାର 

ଆଇନ ସମ୍ମତ ବହୁତ ନିର୍ଦ୍ଧିଷ୍ଟ ମାମଲା ବ୍ୟତୀତ ଅନ୍ୟ ସବୁ ସମୟରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ପ୍ରକ୍ରିୟାକରଣ ନେଇ କୌଣସି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଆପତ୍ତି କରିବାର ଅଧିକାର ରହିଛି । ପ୍ରତ୍ୟକ୍ଷ ମାର୍କେଟିଂ ଉଦ୍ଦେଶ୍ୟରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟା ହେଉଥିଲେ ଯେ କୌଣସି ସମୟରେ ଏଭଳି ଅଧିକାର ଉପଯୋଗ କରାଯାଇ ପାରିବ ।

ପ୍ରୋଫାଇଲିଂ ସମେତ କେବଳ ସ୍ବୟଂଚାଳିତ ପ୍ରକ୍ରିୟାକରଣ ନିଷ୍ପତ୍ତି ଅଧୀନରେ ରହିବା ନେଇ ଆପତ୍ତି କରିବାର ଅଧିକାର 

ଆଇନ ଅନୁଯାୟୀ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ମାମଲା ବ୍ୟତୀତ ପ୍ରୋଫାଇଲିଂ ସମେତ ଆପଣଙ୍କ ବିଷୟରେ ଆଇନଗତ ପ୍ରଭାବ ସୃଷ୍ଟି କରୁଥିବା କିମ୍ବା ସେହି ଭଳି କୌଣସି କ୍ରମେ ଆପଣଙ୍କୁ ପ୍ରଭାବିତ କରିବା ଭଳି କେବଳ ସ୍ବୟଂଚାଳିତ ପ୍ରକ୍ରିୟାକରଣ ନିଷ୍ପତ୍ତି ଅଧୀନରେ ନରହିବା ପାଇଁ ଆପଣଙ୍କର ଅଧିକାର ରହିଛି ।

ବିଶ୍ବାସ ନ୍ୟୁଜ୍ ଆପଣଙ୍କ ଦ୍ବାରା କରାଯାଇଥିବା ଅନୁରୋଧ ପ୍ରାପ୍ତ କରିବାର ଏକ ମାସ ଭିତରେ ବିଳମ୍ଭ ନକରି ସମ୍ବନ୍ଧୀୟ ଅନୁରୋଧ ନେଇ କାର୍ଯ୍ୟାନୁଷ୍ଠାନ ସମ୍ଭନ୍ଧରେ ଆପଣଙ୍କୁ ସୂଚନା ପ୍ରଦାନ କରିବ । ଆପଣଙ୍କ ଅନୁରୋଧର ଜଟିଳତା ଏବଂ ଅନୁରୋଧ ସଂଖ୍ୟାକୁ ଧ୍ୟାନରେ ରଖି ଏହି ଅବଧିକୁ ଆଉ ଦୁଇ ମାସ ବଢ଼ାଯାଇ ପାରେ । ବିଶ୍ବାସ ନ୍ୟୁଜ୍ ଅନୁରୋଧ ପାଇବାର ଏକ ମାସ ଭିତରେ ଏଭଳି କୌଣସି ପ୍ରକାର ଡାଟା ସମ୍ବନ୍ଧରେ ସୂଚିତ କରିବ, ଏଥିସହ ହୋଇଥିବା ବିଳମ୍ବ ନେଇ ମଧ୍ୟ ସୂଚନା ଦେବ ।

ଅଭିଯୋଗ

ଆପଣଙ୍କର ବ୍ୟକ୍ତିଗତ ସୂଚନା ପ୍ରକ୍ରିୟାକରଣ ହେବା ନେଇ ଯଦି ଆପଣଙ୍କର କୌଣସି ଅଭିଯୋଗ ରହିଥାଏ, ଆପଣ contact@vishvasnews.com ରେ ଆମର ଗୋପନୀୟତା ଅଧିକାରୀଙ୍କୁ ଯୋଗାଯୋଗ କରି ପାରନ୍ତି । ଦକ୍ଷ ତଥ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବିଶ୍ବାସ ନ୍ୟୁଜ୍ କରୁଥିବା  ଡାଟା ପ୍ରକ୍ରିୟାକରଣ ଗତିବିଧି ନେଇ ଅଭିଯୋଗ କରିବାକୁ ଆପଣଙ୍କର ଅଧିକାର ରହିଛି ।

IX. ସୁରକ୍ଷା ଏବଂ ଆଇନ ଅନୁପାଳନ

ଡାଟାର ଅନଧିକୃତ ପହଞ୍ଚ କିମ୍ବା ଅନଧିକୃତ ପରିବର୍ତ୍ତନ, ଉନ୍ମୋଚନ ବା ନଷ୍ଟ କରିବା ବିରୋଧରେ ଆମେ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ନେଇଥାଉ । ଏସବୁ ଅନ୍ତର୍ଭୁକ୍ତ ହେଉଛି ଆମ ଡାଟା ସଂଗ୍ରହର ଆଭ୍ୟନ୍ତରୀଣ ସମୀକ୍ଷା, ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ଅଭ୍ୟାସ ଓ ସୁରକ୍ଷା ପଦକ୍ଷେପ, ଯାହା ଅନ୍ତର୍ଭୁକ୍ତ ହେଉଛି ଆମ ରଖୁଥିବା ବ୍ୟକ୍ତିଗତ ଡାଟା ସିଷ୍ଟମରେ ଅନଧିକୃତ ପ୍ରବେଶରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଏନକ୍ରିପସନ୍ ଏବଂ ଶାରୀରିକ ସୁରକ୍ଷା ପଦକ୍ଷେପ  । କମ୍ପାନୀ ନିୟନ୍ତ୍ରିତ ଡାଟାବେସରେ ଏକତ୍ରିତ ହୋଇଥିବା ସମସ୍ତ ସୂଚନା ସୁରକ୍ଷିତ ଭାବେ ସଂରକ୍ଷିତ ରଖାଯାଇଥାଏ । କ୍ଲାଉଡର ଫାୟାରୱାଲ୍ ସର୍ଭରରେ ଡାଟାବେସ୍ ସୁରକ୍ଷିତ ଭାବେ ରଖାଯାଇଥାଏ ; ଏହି ସର୍ଭରରେ ପହଞ୍ଚ ପାସୱାର୍ଡ ଦ୍ବାରା ସମ୍ଭବ ଏବଂ ଏହା କଡ଼ାକଡ଼ି ଭାବେ ସୀମିତ ବ୍ୟକ୍ତିଙ୍କ ଅଧୀନସ୍ଥ । ତେବେ, କୌଣସି ସୁରକ୍ଷା ପ୍ରଣାଳୀ ଅଭେଦ୍ୟ ନୁହେଁ । ଯଦି ଆପଣ ଜାଣନ୍ତି କିମ୍ବା ଆପଣଙ୍କ ପାଖରେ ବିଶ୍ବାସ କରିବାର କାରଣ ରହିଛି ଯେ, ଆପଣଙ୍କ ବିଶ୍ବାସ ନ୍ୟୁଜ୍ ସେବା ଏକାଉଣ୍ଟ ପରିଚୟ ହଜିଛି, ଚୋରୀ ହୋଇଛି, ପରିବର୍ତ୍ତନ ହୋଇଛି କିମ୍ବା ଆପଣଙ୍କ ଏକାଉଣ୍ଟ ଅନଧିକୃତ ଭାବେ ସନ୍ଦେହଜନକ ବ୍ୟବହାର ହୋଇଛି, ତାହେଲେ ଦୟାକରି ଆମର ଗ୍ରାହକ ସେବା ପ୍ରତିନିଧି ଦଳ ସହ ଯୋଗାଯୋଗ କରି ଆମକୁ ସଂପର୍କ କରନ୍ତୁ ।

X. ସୋଲିଆଲ୍ ମିଡିଆ

ବିଶ୍ବାସ ନ୍ୟୁଜ୍ ଆପଣଙ୍କୁ ଅବଗତ କରିବା ପାଇଁ, ସହାୟତା ପ୍ରଦାନ କରିବା ପାଇଁ ଏବଂ ଆପଣଙ୍କ ସହ ନିୟୋଜିତ ହେବା ପାଇଁ କେତେକ ସୋସିଆଲ୍ ମିଡିଆ ସାଇଟ୍ ରେ ଚ୍ୟାନେଲ୍, ପେଜ୍ ଏବଂ ଏକାଉଣ୍ଟ ସଂଚାଳନ କରିଥାଏ । ପ୍ରଦାନ କରାଯାଉଥିବା ସେବାରେ ସୁଧାର ଆଣିବା ପାଇଁ ଏସବୁ ଚ୍ୟାନେଲରେ ବିଶ୍ବାସ ନ୍ୟୁଜ୍ ବିଷୟରେ କରାଯାଇଥିବା କମେଣ୍ଟ ଏବଂ ପୋଷ୍ଟକୁ ବିଶ୍ବାସ ନ୍ୟୁଜ୍ ନିରୀକ୍ଷଣ କରିଥାଏ ଏବଂ ରେକର୍ଡ କରିଥାଏ ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣ ଏହିପରି ସୋସିଆଲ ମିଡିଆ ସାଇଟ ମାଧ୍ୟମରେ ବିଶ୍ବାସ ନ୍ୟୁଜ୍ ସହିତ ଯୋଗାଯୋଗ କରିବା ଉଚିତ୍ ନୁହେଁ:

  • ସମ୍ବେଦନଶୀଳ ବ୍ୟକ୍ତିଗତ ଡାଟା ଅନ୍ତର୍ଭୁକ୍ତ ହେଉଛି (i) ବ୍ୟକ୍ତିଗତ ତଥ୍ୟର ବିଶେଷ ଶ୍ରେଣୀ ଅର୍ଥାତ୍ କୌଣସି ପ୍ରକାର ତଥ୍ୟ ଯାହା ଜାତି, ଜାତିଗତ ଉତ୍ସ, ରାଜନୈତିକ ମତାମତ, ଧର୍ମ କିମ୍ବା ଦାର୍ଶନିକ ବିଶ୍ବାସ କିମ୍ବା ଟ୍ରେଡ୍ ୟୁନିଅନ୍ ସଦସ୍ୟତା ପ୍ରକାଶ କରେ , ଏବଂ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଜେନେଟିକ୍ ଡାଟା, ବାୟୋମେଟ୍ରିକ୍ ଡାଟାର ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଡାଟା କିମ୍ବା ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଯୌନ ଜୀବନ ବା ଯୌନ ଆଭିମୁଖ୍ୟ ଏବଂ (ii) ଅନ୍ୟ ସମ୍ବେଦଶୀଳ ବ୍ୟକ୍ତିଗତ ଡାଟା ଯେପରି ଅପରାଧିକ ଦୋଷୀ ସାବସ୍ତ୍ୟ ଏବଂ ଅପରାଧ ଓ ଜାତୀୟ ପରିଚୟ ନମ୍ବର ;
  • ଅତିରିକ୍ତ , ଅନୁପଯୁକ୍ତ, ଆପତ୍ତିଜନକ କିମ୍ବା କୌଣସି ବ୍ୟକ୍ତି ପ୍ରତି ଅପମାନଜନକ ସୂଚନା

ସେହି ସାଇଟ୍ ଗୁଡ଼ିକରେ ଏହାର କର୍ମଚାରୀଙ୍କ ବ୍ୟତୀତ ପୋଷ୍ଟ କରାଯାଇଥିବା ଅନ୍ୟ କୌଣସି ସୂଚନା ପାଇଁ  ବିଶ୍ବାସ ନ୍ୟୁଜ୍ ଦାୟୀ ନୁହେଁ । ସେହି ସାଇଟ୍ ମାଧ୍ୟମରେ ଗ୍ରହଣ କରିଥିବା ବ୍ୟକ୍ତିଗତ ଡାଟା କେବଳ ନିଜର ବ୍ୟବହାର ପାଇଁ ବିଶ୍ବାସ ନ୍ୟୁଜ୍ ଦାୟୀ ଅଟେ ।

XI. ନୀୟମରେ ପରିବର୍ତ୍ତନ

ଯେ କୌଣସି ସମୟରେ ନୀୟମ ଅପଡେଟ୍ କରିବା, ପରିବର୍ତ୍ତନ କରିବା କିମ୍ବା ସଂଶୋଧନ କରିବା ପାଇଁ ବିଶ୍ବାସ ନ୍ୟୁଜର ଅଧିକାର ରହିଛି । ସେହି ନିର୍ଦ୍ଧିଷ୍ଟ ଅପଡେଟ୍, ପରିବର୍ତ୍ତନ କିମ୍ବା ସଂଶୋଧନ ଦିନରୁ ନୀୟମ କାର୍ଯ୍ୟକାରୀ ହେବ ।

XII. ଯୋଗାଯୋଗ ସୂଚନା

ସମର୍ଥନ

ଯଦି ଆପଣ ନିଜର ବ୍ୟକ୍ତିଗତ ସୂଚନାର ଉପଯୋଗ କିମ୍ବା ଗୋପନୀୟତା ନୀତି ବା ଆପଣ ବ୍ୟକ୍ତିଗତ ସୂଚନାର  ବ୍ୟବହାର ସମ୍ବନ୍ଧୀୟ ଅଭିଯୋଗ ନେଇ କୌଣସି ପ୍ରକାର ସୂଚନା କିମ୍ବା ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତାହେଲେ ଦୟାକରି ଆମକୁ ଇମେଲ୍ ଲେଖନ୍ତୁ: contact@vishvasnews.com.

ପୋଷ୍ଟାଲ୍ ଠିକଣା

ଏମ୍ଏମ୍ ଆଇ ଅନଲାଇନ୍ ଲିମିଟେଡ୍.

ପ୍ଲଟ୍ ନମ୍ବର.- C-1, 2001

20 ତମ ମହଲା, ଟାୱାର B, ଡବ୍ଲୁ ଟିଟି

ସେକ୍ଟର-16, ନୋଇଡା, ଉତ୍ତର ପ୍ରଦେଶ 201301

XIII. ଘୋଷଣାନାମା

ବାଧ୍ୟତାମୂଳକ ଭାବେ କିମ୍ବା ବିକଳ୍ପ ଭାବେ ମଗାଯାଇ ନଥିବା କୌଣସି ପ୍ରକାରର ବ୍ୟକ୍ତିଗତ ସୂଚନା ; ଇଚ୍ଛାକୃତ ଏବଂ ଉଦ୍ଦେଶ୍ୟମୂଳକ ସଜାଇଥିବା ଆକାଉଣ୍ଟ୍ ପାଇଁ ବିଶ୍ବାସ ନ୍ୟୁଜ୍ ଦାୟୀ ରହିବ ନାହିଁ; ଏବଂ ଏହିପରି ସୂଚନା ଉଲ୍ଲଂଘନ ପାଇଁ ବିଶ୍ୱ ନ୍ୟୁଜ୍ ଦାୟୀ ରହିବ ନାହିଁ ।

ନୂଆ ପୋଷ୍ଟଗୁଡ଼ିକ